STORYMIRROR

ପ୍ରଶାନ୍ତ କୁମାର ବିଦ୍ୟାଧର

Tragedy Fantasy Inspirational

4  

ପ୍ରଶାନ୍ତ କୁମାର ବିଦ୍ୟାଧର

Tragedy Fantasy Inspirational

ଯନ୍ତ୍ରଣା ର ଜୁଇ

ଯନ୍ତ୍ରଣା ର ଜୁଇ

4 mins
132


ଶୀର୍ଷକ_ଯନ୍ତ୍ରଣା ର ଜୁଇ

ମୋତେ ଅଭିଶାପ ଦିଅ ମାଧବୀ।
ମୋତେ ଅଭିଶାପ ଦିଅ .. ।
ମୋତେ ନିସେଶ କରିଦିଅ ତୁମେ ମାଧବୀ । ମୁଁ ତୁମର ଯୋଗ୍ୟ ନୁହେଁ । ଏଇ ଜୀବନ ସାରା ସାମ୍ବାଦିକତା କରି , ଅନେକ ଗଳ୍ପ ଓ ଉପନ୍ୟାସ ଲେଖି ଲେଖି ମୁଁ ଥକି ପଡ଼ିଛି।ତୁମ ଅରଣ୍ୟ ଆଜି ଜଣେ ନିଷ୍ପେସିତ ମେଘ ଝଙ୍କାର । ଯେଉଁ ମେଘରେ ନାହିଁ ତାର ମାଦକତା , ନାହିଁ ରଙ୍ଗ ନା ରୂପ ।
କଣ ପାଇଁ ତୁମେ ଏତେ ଭଲ ପାଉଛ ?
କଣ ପାଇଁ ତୁମେ ଏତେ ଅଭିଯୋଗ କରୁଛ ? ସବୁ ଜାଣି ଶୁଣି ତୁମେ ମୋତେ ଉପହାସ କରୁଛ । କିନ୍ତୁ କଣ ପାଇଁ ? ଠିକ୍ ଅଛି ଏହି ମେଘ ଝଙ୍କାର କୁ ଯଦି ତୁମ ଆକାଶରେ ଦେଖିବାକୁ ଚାହୁଁ ନାହିଁ ତେବେ ମୁଁ ନିଶ୍ଚିନ୍ତ ଚାଲିଯିବି କିନ୍ତୁ କଳଙ୍କ ର ଟୀକା ନେଇ ମୁଁ ବଞ୍ଚିବାକୁ ମଧ୍ୟ ଚାହୁଁ ନାହିଁ ।

   ମାଧବୀଙ୍କ ଆଖିରେ ଧାର ଧାର ଲୁହ । ତୁମେ ମୋତେ ଏମିତି ଏକାକୀ କରି ଛାଡ଼ି ଯାଅନି ଅରଣ୍ୟ । ମୁଁ କି ଦୋଷ କରିଛି ? କଣ ତୁମକୁ ପାଇବାର ଆଶା ଆଉ ଆକାଂକ୍ଷା ମୋର ଭୁଲ ..!! ମୋତେ ଉତ୍ତର ଦିଅ ଅରଣ୍ୟ ।
ମୋତେ ଉତ୍ତର ଦିଅ ...?
କ'ଣ ଟିକେ କଥା ହେଉଛି ବୋଲି ଏମିତି କରିବ କହୁଛ ?ଦିନ ସାରା କେତେ କଥା ଭାବିଥିଲି, ଆଗ ଅପେକ୍ଷା ଆହୁରି ନିଜର ହେଇଯାଇଛ ତୁମେ ।ସ୍ବାମୀ ସବୁବେଳେ ଆଗରେ ରହିଲେ ଭଲ କିନ୍ତୁ ତୁମେ ବୁଝୁନ କଣ ପାଇଁ ଅରଣ୍ୟ । ଟିକେ ଭଲପାଇବା ବଦଳରେ ଏତେ ସର୍ତ୍ତ ରଖୁଛ ତୁମେ।କେମିତି ବଞ୍ଚିବି ମୁଁ..? ଏତେ ଭଲପାଉଛ ତ ଏମିତି କାହିଁକି ମରିବା ଭଳି କଥା କହୁଛ ! କିଛି ତ ମାଗୁନି ତୁମକୁ ତୁମ ବିନା ତେବେ କଣ ପାଇଁ ଏମିତି ? କେଡେ ନିର୍ଲ୍ଲାଜି ଙ୍କ ଭଳି ତୁମକୁ ପ୍ରେମ ଭିକ୍ଷା କରୁଛି କିନ୍ତୁ ତୁମେ ମୋତେ ବରବାଦ ହେବାକୁ ଏମିତି ଛାଡ଼ି ଯାଅ ନାହିଁ । ତୁମେ ଚାଲିଗଲେ ମୁଁ ନିଶ୍ଚିନ୍ତ ବର୍ବାଦ ହେଇଯିବି ଅରଣ୍ୟ । ତୁମ ପାଖରେ ମୋ ଜୀବନ ଅଛି କିନ୍ତୁ କହିଲେ କିଛି ନାହିଁ । କେବଳ ମିଛ , ଅବିଶ୍ବାସ ମୋ ପ୍ରତି । ନା ତୁମେ ଭାବନା ବୁଝୁଛ ନା କିଛି ଶୁଣିବାକୁ ପ୍ରସ୍ତୁତ । ତୁମ ଇଚ୍ଛା ଆଉ ଆଗ୍ରହକୁ ଅଗ୍ରାଧିକାର ଦେଇ ମୁଁ ମୋର ଜୀବନର ସବୁକିଛି ଅର୍ପଣ କରିଲି କିନ୍ତୁ ପାଇଛି କଣ ମାଧବୀ । ଏହି ଗ୍ଲାନି ମୋତେ ବଞ୍ଚିବାକୁ ଦେବନି । କାହାପାଇଁ ଏତେ ନାଟ ହେଲା ତାର ପରିଣାମ ମୋତେ ପ୍ରାୟଶ୍ଚିତ କରି ଭୋଗିବାକୁ ପଡ଼ିବା । ତେଣୁ ମୋ। ପ୍ରାୟଶ୍ଚିତ ର ଦଣ୍ଡ କେବଳ ନିର୍ବାସନ , " ଯନ୍ତ୍ରଣା ର ଜୁଇ" ରେ କିପରି ବଞ୍ଚିବି ମୁଁ ମାଧବୀ , ମୋତେ ଯିବାକୁ ଦିଅ।

ଅରଣ୍ୟ ସେଇ ନିର୍ଜନ ରାତିରେ ଛାଡି ଚାଲିଗଲେ ପ୍ରିୟ ମାଧବୀ ଙ୍କୁ । ମାଧବୀ ଅନେକ ନେହୁରା ହେଇ ଡାକୁଛନ୍ତି କିନ୍ତୁ ସେହି ସେହି ହୃଦୟହୀନ ମେଘ ଝଙ୍କାର ଟା ସବୁ କିଛି ସମାପ୍ତ କରିଦେଲା ନିମିଶେକ ମଧ୍ୟରେ । ଚାଲିଗଲେ ଅରଣ୍ୟ । କିନ୍ତୁ ଯିବା ପୂର୍ବରୁ କହିଲେ ଶୁଣ ମାଧବୀ ଏକ ଛୋଟ ପିଲାଟିଏ ର କାହାଣୀ ...!!

   ଚନ୍ଦନପୂର୍ ରେ ଗୋଟିଏ ଗରିବ ପରିବାର ରହୁଥିଲା । ତିନି ପ୍ରାଣୀର କୁଟୁମ୍ବ କିନ୍ତୁ ଦିନେ ବିଧାତା ସେହି ପରିବାର ର ଦୁଇଟି ଲୋକଙ୍କର ଅକାଳ ମୃତ୍ୟୁରେ ନାମ ଲେଖିଲେ ଆଉ ବଞ୍ଚିଗଲା କେବଳ ଛଅ ବର୍ଷର ପୁଅ ସୁମନ୍ତ ।

  ବାପା ଓ ମାଙ୍କ ମୃତ୍ୟୁ ପରେ ସେ ସମ୍ପୂର୍ଣ ଏକା ହେଇଗଲା । ଖାଇବାକୁ ପାଖରେ ପଇସା ନାହିଁ । ଜୀବନ ବଞ୍ଚାଇବା ପାଇଁ ସେ କେବଳ ସାହାରା ନେଲା ପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ଉପରେ । ସମୟ ବିତିବା ସହିତ ସୁନନ୍ତର ଭୋକ ବଢିଲା କିନ୍ତୁ ତାକୁ ଖାଇବାକୁ ମିଳିଲା ନାହିଁ । ଶେଷରେ ସେହି ଛଅ ବର୍ଷର ବାଳକ ପ୍ରଭୁଙ୍କ ପାଖରେ ହାତ ଟେକି ପୂର୍ଣ୍ଣ ସମର୍ପଣ ରେ କହିଲା , ହେ ଭଗବାନ ତୁମ ଛଡା ମୋର ଆଉ କେହି ଏହି ଦୁନିଆଁ ରେ ନାହିଁ । ତୁମକୁ ତୁମେ ରକ୍ଷାକର ।

   କିଛି ସମୟ ଚାଲିବା ପରେ ସୁମନ୍ତ , ଗୋଟିଏ ସ୍ଥାନରେ ଗଛ ମୂଳରେ ବସି ଥକା ମାରୁଥାଏ ଠିକ୍ ସେହି ରାସ୍ତାରେ ଜଣେ ସାଧୁ ମହାପ୍ରସାଦ ନେଇ ଯାଉ ଥିଲେ ସେହି ବୃକ୍ଷ ମୂଳକୁ , ଯେଉଁଠି ସୁମନ୍ତ ବିଶ୍ରାମ ନେଉଥାଏ । ସେଠାରେ ପହଞ୍ଚି ସାଧୁ ଦେଖିଲେ ଯେ ଯାହା ପାଇଁ ସେ ମହାପ୍ରସାଦ ଆଣି ଆସିଛନ୍ତି ସେ ମହାଶୟ ସେଠାରେ ଉପସ୍ଥିତ ନାହାଁନ୍ତି। ସାଧୁ ଦେଖିଲେ ପାଖରେ ଜଣେ ଭୋକିଲା ବାଳକ ବସିଛି । ଭୋକରେ ପେଟ ଛଟ ପଟ ହେଉଛି ତେଣୁ ସେହି ପିଲା ସୁମନ୍ତକୁ ସାଧୁ ମହାପ୍ରସାଦ ଦେଇ ଖାଇବାକୁ କହିଲେ କିନ୍ତୁ ପିଲାଟି କହିଲା ଏହି ପ୍ରସାଦ ମୋର ନୁହେଁ ତେବେ ଖାଇବି କିପରି କିନ୍ତୁ ସାଧୁ କହିଲେ ଯେ ଏହା ତୁମର କାରଣ ଏଠାରେ ଥିବା ମୋର ସାଥୀ ସାଧୁ ଜଣଙ୍କ ନାହାଁନ୍ତି ଏବଂ ତୁମେ ତାଙ୍କ ସ୍ଥାନରେ ଅଛ ତେଣୁ ଏହି ପ୍ରାସାଦରେ କେବଳ ତୁମର ଅଧିକାର ।

   ସାଧୁଙ୍କ କଥାକୁ ସମ୍ମାନ ଦେଇ ସୁମନ୍ତ ମହାପ୍ରସାଦ ଖାଇ ଆତ୍ମତୃପ୍ତି ଅନୁଭବ କରିଲା ଏବଂ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କୁ ଧନ୍ୟବାଦ ଦେଇ କହିଲା ପ୍ରଭୁ ତୁମେ ମହାନ । ମୋ ଭଳି ଗୋଟିଏ ତୁଚ୍ଛ ବାଳକ ପାଇଁ ଏତେ କଷ୍ଟ କରିଲ । କିନ୍ତୁ ପାଖରେ ଥିବା ସାଧୁ କଣ କହିଲେ ଜାଣିଛ ମାଧବୀ ?

ସାଧୁ କହିଲେ , ପୁତ୍ର ସୁମନ୍ତ । ପୂର୍ଣ୍ଣ ସମର୍ପଣ ହିଁ ଶେଷ ଉପାୟ । ତୁମର କର୍ତ୍ତବ୍ୟ ନିଷ୍ଠା ଏବଂ ଭକ୍ତିରେ ପ୍ରଭୁ ସନ୍ତୁଷ୍ଟ ହେଇ ଏହି ମହାପ୍ରସାଦ କୁ ତୁମ ଭାଗ୍ୟରେ ଲେଖିଥିଲେ । ଏବେ ତୁମେ କୁହ ମାଧବୀ ଏହି ମେଘ ଝଙ୍କାର କୁ କଣ ତୁମେ ତୁମର ପ୍ରେମ ପୂର୍ଣ୍ଣ ସମର୍ପଣ କରିଛ ? ଜୀବନରେ ଅଧିକ ଦୁଃଖ ମିଳୁଛି ବୋଲି କାହାକୁ ବି ଦୋଷ ଦେବା ଠିକ୍ ନୁହେଁ କିମ୍ବା ଅଧିକ ସୁଖ ମିଳୁଛି ବୋଲି ଗର୍ବ କରିବା ଉଚିତ୍ ନୁହେଁ ।କାରଣ ସୁଖ ଓ ଦୁଃଖ କେହି ଦେଇ ନ ଥାନ୍ତି ବରଂ ମନୁଷ୍ୟ ନିଜ କର୍ମ ଅନୁସାରେ ତାକୁ ଭୋଗ କରିଥାଏ।
ନିଜ କର୍ମ ଉପରେ ବିଶ୍ବାସ ରଖ,ଭାଗ୍ୟ ଆପେ ଆପେ ବଦଳି ଯିବ ମାଧବୀ । ସବୁକିଛି ହଟାଇବା ପରେ ଆଉ ତୁମକୁ ଦେବାକୁ ମୋ ପାଖରେ କିଛି ନାହି । ଏବେ ମୁଁ କେବଳ ଜଳୁଛି " ଯନ୍ତ୍ରଣା ର ଜୁଇ " ରେ କିନ୍ତୁ ତୁମେ ଚିନ୍ତା କରନି । ମୁଁ ଏଠାରୁ ଏତେ ଦୂର ଚାଲି ଯିବି ଯେ ତୁମେ ଖୋଜିଲେ ମଧ୍ୟ ପାଇବ ନାହି । କିନ୍ତୁ "ସବୁଠାରୁ ଦୂରରେ" ରହି ମଧ୍ୟ ମୁଁ ତୁମର ହେଇ ରହିବି । ତୁମକୁ ବର୍ବାଦ ହେବାକୁ ଦେବି ନାହିଁ ।

    ଛଟ ପଟ ମନ ଓ ହୃଦୟକୁ ନେଇ ଚାଲିଗଲେ ଅରଣ୍ୟ କୁମାର ଏବଂ ମାଧବୀ "ଯନ୍ତ୍ରଣା ର ଜୁଇ" ରେ ଛଟ ପଟ ହେଇ କେବଳ ଚାହିଁ ରହିଥାନ୍ତି ଅରଣ୍ୟ ଙ୍କ ଯିବା ବାଟକୁ ...!!

।ସମାପ୍ତ ।

✍️ପ୍ରଶାନ୍ତ କୁମାର ବିଦ୍ୟାଧର 


Rate this content
Log in

Similar oriya story from Tragedy