STORYMIRROR

ପ୍ରଶାନ୍ତ କୁମାର ବିଦ୍ୟାଧର

Abstract Drama Tragedy

4  

ପ୍ରଶାନ୍ତ କୁମାର ବିଦ୍ୟାଧର

Abstract Drama Tragedy

ତୁମ ପାଇଁ ଲେଖୁଛି

ତୁମ ପାଇଁ ଲେଖୁଛି

3 mins
0


ପ୍ରିୟେ ,
ଶୁଭ ସକାଳର ଶୁଭେଚ୍ଛା ଓ ଶୁଭକାମନା। ଆଶା କରୁଛି ସ-କୁଶଳେ ଥିବ।
ଲେଖିବାକୁ ଇଚ୍ଛା ନାହିଁ...
ତଥାପି ...
" ତୁମ ପାଇଁ ଲେଖୁଛି..." ।
ଏମିତି ସେମିତି କିଛି ..!
ଗୋଟେ କଥା କହିବି ଶୁଣିବ କି ?
ମୋ ପାଇଁ ଟିକେ ଅପେକ୍ଷା କରିବ କି ?
ଏ, ଶୁଣ ନାଁ... ତୁମ ବିସୟରେ କିଛି କହିବ କି .?

ଆଛା ବାବା ଶୁଣ ...!
ସେଦିନ କାହିଁକି କେଜାଣି ? କେଉଁଠାରୁ , କିପରି ଭସା ବାଦଲ ଖଣ୍ଡେ ଭାସି ଆସିଥିଲା ମେଘ ସାଥିରେ। ଅମାବାସ୍ୟା ର ଅନ୍ଧାର ସାଙ୍ଗରେ ବିଜୁଳି ଖୁବ୍ ଚିକ୍ ମିକ୍ କରୁଥିଲା। ଘୋର ଅନ୍ଧାର ମଧ୍ୟରେ ଏଇ ନିରୀହ ମନ ଟା' କାହିଁକି ଖୁବ୍ ଗୋଳେଇ ଘାଣ୍ଟି ହେଉଥିଲା। ହୃଦୟର ସ୍ପନ୍ଦନ ଟା' ଖୁବ୍ ତୀବ୍ର ଥିଲା ଏବଂ ମନର ଆବେଗ ଖୁବ୍ ଅସ୍ଥିର ଥିଲା। ଏମିତି ଲାଗୁଥିଲା ସତେ ଯେମିତି କିଛି ଅମୂଲ୍ୟ ସମ୍ପଦା ମୋ ଠାରୁ ଚିର ଦିନ ପାଇଁ ଦୂରେଇ ଯିବା ଭଳି।

ତା'ପରେ କଣ ହେଲା ଜାଣିଛ ..?
ହଠାତ୍, ସ୍ୱପ୍ନର ତାଜମହଲ ଟା' ,ଭାଙ୍ଗିରୁଜି ଚୂର୍ ମାର୍ ହେଇଗଲା। ସଞ୍ଜ ନଇଁ ଆସିଲା ପରେ ନାଁ ମିଳିଲା ଶୁଣିବାକୁ ତୁମ କଣ୍ଠ ସ୍ୱର ନାଁ ଦେଖିବାକୁ ମିଳିଲା ତୁମ ମୁରୁକି ହସ। ଯେଉଁ ହସରେ ଥିଲା କେବଳ ମୋ ପ୍ରତି ତୁମ ପ୍ରେମ ..!
ଯେଉଁ ଆଖିରେ ଥିଲା, ତୁମ ବିଶ୍ୱାସ..!
ଯେଉଁ ହୃଦୟରେ ଥିଲା ମୋ ପାଇଁ ସ୍ପନ୍ଦନ..!
କିନ୍ତୁ...!
"ହାତ ଧରି ଚାଲିଥିବା" ସେହି ପ୍ରାଣଟା ହଠାତ୍ ଏମିତି ଅଧା ରାସ୍ତାରେ ହାତ ଛାଡ଼ି ଚାଲିଯିବ ବୋଲି ବିଶ୍ୱାସ ନଥିଲା...!

ଆକାଶର ଯେମିତି ଆଦି ନାହିଁ କି ଅନ୍ତ ନାହିଁ..! ସମୁଦ୍ର ର ଯେମିତି କ୍ଷୟ ନାହିଁ କି ବୃଦ୍ଧି ନାହି ..! ସୂର୍ଯ୍ୟଙ୍କର ଯେମିତି ଉଦୟ ନାହିଁ କି ଅସ୍ତ ନାହିଁ..!
ମନୋକାମନା ର ସେମିତି ପୂର୍ଣ୍ଣତା ନାହିଁ କି ଶୂନ୍ୟତା ମଧ୍ୟ ନାହିଁ ଠିକ୍ ସେମିତି ଆମ ସଂପର୍କର ସଂଜ୍ଞା ନାହିଁ କି ଶେଷ କଥା ନାହିଁ। ତେବେ ଏପରି କାହିଁକି ହେଲା ..?
ତେବେ,କୁହ ପ୍ରିୟେ ତୁମ ବିସୟରେ ଏହି ପତ୍ର ଖଣ୍ଡିକରେ ଶେଷ କଥା ଲେଖିବି କିପରି ?
ଜୀବନର ସବୁକିଛି କହିବା ପରେ ବି' ଶେଷ କଥା ରହିଯାଏ..!
ସବୁକିଛି ପାଇବା ପରେ ବି' ପୂର୍ଣ୍ଣତା ରହିଯାଏ..!
ସବୁ କିଛି ଇତି ହେଇଗଲା ପରେ'ବି' ଆରମ୍ଭ ବାକି ରହିଯାଏ ..!
କାହାର ଆରମ୍ଭ ଏବଂ କାହାର ଶେଷ..?
ଯିଏ ସୃଷ୍ଠି ସେ- ତ' ପ୍ରଳୟ।
ଯିଏ ପ୍ରାରମ୍ଭ ସେ- ତ' ବିଲୟ ..!
କାହାର ମଧୁର ଗନ୍ଧ ବାରି ଜୀବ ଏ ଦେହ ଛାଡ଼ି ଚାଲିଯାଏ ଏବଂ କେଉଁଠାକୁ ଯାଏ ତଥା କେଉଁଠାକୁ ଆସେ ..!
ତେବେ, ଆମ ପ୍ରେମ ସମାପ୍ତ କିପରି ହେବ ...?
ମେଘର ଝଙ୍କାର ରେ ଏତେ ନିନାଦ ନାହିଁ ଯେ ସେ ଆମକୁ ଅଲଗା କରିପାରିବ ?

ଏ ଶୁଣ ..!
ତୁମର ମନ୍ ଅଛି ନାଁ ..! ଦିନେ ମିଛରେ ଗୋଟେ ଝିଅ ବିଷୟରେ ତୁମକୁ କହୁଥିଲି ...!
ପୁଣି କହିବି କି ..?
ହୁଁ ,ସେତେବେଳେ ତ' ରାଗି ଥିଲ୍ କିନ୍ତୁ ଏବେ ତୁମେ ଦୂରତା ବଜାୟ ରଖିଛ।ତଥାପି ମନ ପକାଇ ଦେଉଛି..!

ତାଙ୍କର ଶାଢ଼ୀ ପ୍ରତି ଏକ ଅହୁତୁକ ପ୍ରେମ ଥିଲା..!
ସେ ଶାଢ଼ୀ ପିନ୍ଧିବାକୁ ଖୁବ୍ ଭଲପାଏ। ଯେବେ ତାଙ୍କର ଇଚ୍ଛା ହୁଏ ଶାଢ଼ୀ ପିନ୍ଧିବାକୁ, ସେ ସେଇ ଶାଢ଼ୀ ପସନ୍ଦ କରେ ଯାହାକୁ ମୁଁ ଦେଖି ଖୁସି ହୁଏ। ମେରୁନ ରଙ୍ଗର ଶାଢ଼ୀ ପିନ୍ଧିବାକୁ ସେ ଖୁବ୍ ଭଲ ପାଏ। ମଥାରେ ଟିପାଚନ୍ଦନ ସହିତ ଛୋଟ କୁଙ୍କୁମ ବିନ୍ଦୀ। ଓଠରେ ରକ୍ତନାଲି ଲିପଷ୍ଟିକ୍ ଏବଂ କାନରେ ଖୁବ୍ ସୁନ୍ଦର ତାରକସି ଝୁମୁକା..!
ବାଃ... ବାଃ କି ସୁନ୍ଦର ଦିସେ ସେ ..! ତାକୁ ଲୁଚି ଲୁଚି ଦେଖି ମୁଁ କିଛି ମୁହୂର୍ତ୍ତ ପାଇଁ ସ୍ତମ୍ଭିଭୂତ ହେଇ ନିଜକୁ ପ୍ରଶ୍ନକରେ ସତରେ ମୋ ପ୍ରିୟେଙ୍କୁ ଯିଏ ଗଢିଛି, "ସେ ସତରେ ବହୁତ ସମୟ ବାହାର କରି ଫୁରୁସତ ରେ ଗଢିଛି ...!"
କେଶ ମୁକୁଳାକରି, ସେ ଆଇନା ସାମ୍ନାରେ ଘଣ୍ଟେ ନିଜକୁ ସଜେଇ ହୁଏ। ପାଦରେ ଝୁମୁକାଲଗା ପାଉଁଜି ପିନ୍ଧି ସେ ଟିକେ ଛମ୍ ଛମ ହୁଏ ଆଉ ଫୁଲେଇ ହେଇ କୁହେ -
ଯାଆ...!
ମୁଁ ତୁମର କିଏ କି ..?
କଣ ପାଇଁ ମୁଁ ତୁମ ପାଇଁ ସଜେଇ ହେବି ।
ସତ କହିଲ ,ତୁମେ କଣ ଆଜୀବନ ମୋ ହାତ ଧରି ଚାଲିବ କି ?
ପାଗେଳି ଟା' - ପ୍ରେମ କରୁଛି କିନ୍ତୁ କହିବାକୁ ସାହାସ ନାହିଁ ତାର, ତେଣୁ ସଂପୂର୍ଣ୍ଣ ରଫ ଖାତାକୁ ଗୋଲ ବୁଲେଇ... ଫେ..ଏଁ କରି ହସିଦିଏ ।
ତାପରେ ମୁଁ କୁହେ ଏ ଶୁଣ ଆମେ ଦୁହେଁ ଏମିତି " ହାତ ଧରି ଚାଲିଥିବା " ...
କିନ୍ତୁ..
ତୁମେ ଜାଣିଛ ଆଜି ତୁମେ କାହିଁ ବେଶୀ ମନ୍ ପଡ଼ୁଛ..!
ନାଁ ମୋ ପାଖରେ କେହି ଅଛନ୍ତି ଈର୍ଷା କରିବାକୁ କି ହାତଧରି ଚାଲିବାକୁ ତୁମେ..!
ତୁମେ କହିଥିଲ ନାଁ, ମୁଁ ଜଣେ ହାରି ଯାଇଥିବା ମଣିଷ।
ତେବେ...
ଗୋଟେ ପ୍ରଶ୍ନର ଉତ୍ତର ଦେବ କି?
ତୁମେ ମୋତେ ହରାଇବା ପାଇଁ କାହିଁକି ଚାହିଁଲ।
କୁହ ପ୍ରିୟେ ,"ତୁମ ପାଇଁ ଲେଖୁଛି"...ଏମିତି ସେମିତି ଅନାବନା ...

ଏଇ ଶୁଣ ,
ଆଜି ଏଇ ମିଳ୍କ କେକ ଆଉ କାଜୁ ବର୍ଫି ଟା ଅଭିମାନ କରିଛି ! କାହିଁକି ଜାଣିଛ ତୁମେ ପରା ଋଷିଛ।
ତୁମେ ଥରେ ଆସିବ କି ?
ତୁମ ଏତେଦିନ ଧରି ସାଇତି ରଖିଥିବା ଅଭିମାନ କୁ ମୋ ବୁକୁ ରେ ଢ଼ାଳି ଦେବ କି ..?
ମୋତେ ଥରେ କହିବ କି ?
ତୁମେ ଜମା ଭଲଲୋକ ନୁହେଁ ।
ଏଇ ଶୁଣ, ପୁଣି ଥରେ " ହାତଧରି ଚାଲିବ" କି.?

।।ଇତି ।।
ତୁମର ଖରାପ ମଣିଷ ..!!

✍️ପ୍ରଶାନ୍ତ କୁମାର ବିଦ୍ୟାଧର
ଉଦୟଗିରି, ଖୋର୍ଦ୍ଧା, ଓଡ଼ିଶା।।



Rate this content
Log in

Similar oriya story from Abstract