STORYMIRROR

ପ୍ରଶାନ୍ତ କୁମାର ବିଦ୍ୟାଧର

Abstract Romance Fantasy

4  

ପ୍ରଶାନ୍ତ କୁମାର ବିଦ୍ୟାଧର

Abstract Romance Fantasy

ଚରିତ୍ରହିନ ଚାହା

ଚରିତ୍ରହିନ ଚାହା

7 mins
361


 ଅଜଣା ଅପରିଚିତ ସହର ର ଅଚିହ୍ନା ରାସ୍ତାରେ ଯିବା ସମୟରେ ହଠାତ, ସୌମ୍ୟକାନ୍ତ ବାବୁଙ୍କ ପଛରୁ କାହାର ଡ଼ାକ ଶୁଭିଲା କିନ୍ତୁ ସୌମ୍ୟକାନ୍ତ ବାବୁ ପଛକୁ ଫେରିନଚାହିଁ ସେମିତି ଆଗକୁ ଆଗକୁ ବଢ଼ିଚାଲିଥିଲେ କିନ୍ତୁ ମହିଳା ଜଣଙ୍କ ଦୌଡ଼ି ଆସି ପହଁଚିଲେ ପାଖରେ ଏବଂ ସୌମ୍ୟକାନ୍ତଙ୍କ ଦେହକୁ ଛୁଇଁ କହିଲେ .. ଆରେ ,ସୌମ୍ୟକାନ୍ତ ... କେତେ ଡାକୁଛି ପଛରୁ , କିନ୍ତୁ ତୁମେ ଶୁଣିବାପରେ ମଧ୍ୟ ଅଜଣା ହେଇ ଚାଲିଯାଉଛ ଯେ ..! କଣ ମୋତେ ଚିହ୍ନିପାରିଲ କି ନାହିଁ ?    ସୌମ୍ୟକାନ୍ତ ବାବୁ ଅବାକ୍ ହେଇ ଚାହିଁ ରହିଲେ , ସୌମ୍ୟାଙ୍କୁ। ନିଜ ଆଖିକୁ ବିଶ୍ୱାସ କରିପାରିଲେ ନାହିଁ। ଦୀର୍ଘ ଦିନ, ମାସ, ବର୍ଷର ବ୍ୟବଧାନ ଅର୍ଥାତ ଦୀର୍ଘ କୋଡ଼ିଏ ବର୍ଷ ପରେ ଆଜି ସୌମ୍ୟାଙ୍କ ସହିତ ଦେଖା ସାକ୍ଷାତ ହେଇଛି ତାଙ୍କର ବାଲ୍ୟ ବାନ୍ଧବୀଙ୍କ ସହିତ, ପିଲାଦିନର ସାଙ୍ଗ ସୌମ୍ୟା ଆଜି ଫିଲ୍ମସିଟି ହାଇଦ୍ରାବାଦ ରେ। କିନ୍ତୁ ସେ ଆଜି ହଠାତ୍ ଏହି ହାଇଦ୍ରାବାଦ ସହର ରେ ଦୀର୍ଘ କୋଡ଼ିଏ ବର୍ଷ  ରହିବାପରେ ସୌମ୍ୟା ଙ୍କୁ ଦେଖି କହିଲେ ଆରେ ତମେ ...! ଓହ , ଆଜ୍ଞା ତେବେ ଚିହ୍ନି ପାରିଲେ । ବହୁତ ବଢିଆ,କିନ୍ତୁ ସୌମ୍ୟ ତୁମେ ଏଠାରେ କିପରି ?     ସୌମ୍ୟା ଙ୍କ କଥାର ଉତ୍ତର ରେ ସୌମ୍ୟକlନ୍ତ ବାବୁ କହିଲେ ,ହଁ ମୁଁ ଏଇ ପାଖରେ ରୁହେ। କିନ୍ତୁ ତୁମେ ଏଠି ଯେ ?        ହଁ, ମୁଁ ମଧ୍ୟ ଏଇଠି ରୁହେ। ଏଇ ଅଳ୍ପ କିଛିଦିନ ହେଲା ମୁଁ ବଞ୍ଜାରା ହିଲକୁ ଆସିଲି। ସ୍ବାମୀ ସଫ୍ଟୱେର ଇଂଜିନିୟର। ମୁଁ ଜଣେ ଫ୍ୟାସନ ଡିଜାଇନର ଏବଂ ମୋର ଦଶ ବର୍ଷର ଏକମାତ୍ର ଝିଅ ସ୍ମୃତି ସହିତ ତିନି ପ୍ରାଣୀ ଖୁବ୍ ଆନନ୍ଦରେ ଅଛୁ। କିନ୍ତୁ ...! କିନ୍ତୁ , କଣ ସୌମ୍ୟା ? ଆରେ ତୁମେ ଅଟକିଗଲ କଣ ପାଇଁ ? କଣ ତୁମର ବିଶ୍ୱାସ ଭରସା ନାହିଁ ଏଇ ବନ୍ଧୁ ପାଖରେ । କୁହ କଣ କିନ୍ତୁ ? ଛାଡ଼ ..! ଏସବୁ ଜାଣି କଣ କରିବ ସୌମ୍ୟକlନ୍ତ ! ଜୀବନ ଅଛି ତ ସମସ୍ୟା ବି ଅଛି...। ସମସ୍ୟା ପାଇଁ ବାଟ ବିଅଛି..। ନିଜକୁ ଦୁଃଖି କରିଲେ ସମସ୍ୟାର ସମାଧାନ ହୋଇପାରିବ ନାହିଁଁ...l ସେଥିପାଇଁ ହସିବାକୁ ପଡ଼ିବ, ଜୀବନ ଯେମିତି ବି ହେଉ ବଞ୍ଚାଇବାକୁ ପଡିବ....! ଚାଲ ସୌମ୍ୟକlନ୍ତ,ଏମିତି ରାସ୍ତାରେ ଗଫିବା ଅପେକ୍ଷା ଘରେ ବସି ଟିକେ ଭଲରେ କଥା ହେବା ଏବଂ ଟିକେ ଚାହା ମଧ୍ୟ ପିଇବା।ଏଇ ପାଖରେ ମୋ ଘର । ଝିଅକୁ ସ୍କୁଲ ଛାଡ଼ି , ସେ ଅଫିସ ଯିବା ପରେ ଘରେ ମୁଁ ଏକାକୀ ହେଇଯାଏ । ଜଣେ ଡିଜାଇନର ଭାବେ ନାମ ଖୁବ୍ କରିଛି । ପ୍ରତିପତ୍ତି ,ଢେର୍ ସମ୍ମାନ ମିଳୁଛି କିନ୍ତୁ ଜୀବନରେ ଶାନ୍ତି ମିଳୁନି । ଖୁବ୍ ଅବଶ ଲାଗୁଚି। ରଙ୍ଗହିନ ହେଇଯାଇଛି ଜୀବନଟା ଯେପରି। ସବୁ ସ୍ୱାର୍ଥପର ଏଠି ।     ରାସ୍ତାରେ ଏମିତି ଚାଲୁ ଚାଲୁ ସୌମ୍ୟାଙ୍କ ଘର ପାଇଲା ।ଡୋର ଖୋଲି ସୌମ୍ୟା କହିଲେ ଆସ ସୌମ୍ୟକlନ୍ତ। ବସ। ଅନେକ ଦିନପରେ ତୁମକୁ ଦେଖି ଖୁବ୍ ଖୁସି ଲାଗିଲା । ମନଟା ହାଲକା ହେଇଗଲା । ହଁ ,ଶୁଣ ..!! କିଛି କାମ ନାହିଁ ଯଦି, ତେବେ କିଛି ସମୟ ରହିବ..! ଚାହା ପିଇବା ପରେ ,ମୁଁ କିଛି ଖାଦ୍ୟ ପାନୀୟବ୍ୟବସ୍ତା କରିବି ସାଙ୍ଗ ହେଇ ଖାଇବା ଏବଂ ତାପରେ ଚାଲିଯିବ ! କଣ କହୁଚ୍ଛ ? ତୁମ ସମୟରୁ କିଛି ମୋତେ ଦେଇପାରିବ ନାଁ...! ନିଶ୍ଚିନ୍ତ । କାମ ଥିଲେ ମଧ୍ୟ ମୁଁ ଆଜି ସବୁ କାମ ବାତିଲ କରିଦେଇଥାନ୍ତି। ଦୀର୍ଘ କୋଡ଼ିଏ ବର୍ଷ ବ୍ୟବଧାନ ପରେ ତୁମେ ଦେଖା ହେଇଛ। ପାଠପଢା ସାରି ମୁଁ ଚାଲି ଆସିଲି ବାହାରକୁ। ମୁଁ ଗାଁ କୁ ଫେରି ଦେଖିଲା ବେଳକୁ ତୁମର ବିବାହ ଶେଷ ହେଇଯାଇଛି । ତୁମ ଗୃହର ଅଭିନବ ନୃତନିକରଣ ହେଇଚି ତଥା ସାରା ଘର ଟା ସବୁଜ ଓ ଗୋଲାପି ରଙ୍ଗରେ ରଙ୍ଗାୟିତ ହେଇ ଦାଣ୍ଡଦୁଆର କାନ୍ଥରେ ଯେତେବେଳେ ଦେଖିଲି ଲେଖା ଯାଇଥିଲା "ଶୁଭ ବିବାହ " ଓ ହlଡ଼ିବାଜା ଚିତ୍ର ଏବଂ ସୌମ୍ୟା ସହିତ ଅଜେୟ , ତାପରେ ବୁଝିବାକୁ ଆଉ କିଛି ବାକି ରହିଲା ନାହିଁ । ବହୁତ୍ ମନଦୁଃଖ ହେଲା। କାଳ ବୈଶାଖୀ ଭଳି ହୃଦୟରେ ଅନୁଭୂତ ହେଲା ଝଡ଼ ତୁଫାନ୍ । ଆଖିରେ ଆସିଗଲା କଳା ରଙ୍ଗର ମେଘ।ସେ ଖୁବ୍ ବରଷି ଗଲା ମଧ୍ୟ। କିନ୍ତୁ ମୁଁ ନିରୁପାୟ। ଚୁପ୍ ଚାପ୍ ଫେରି ଆସିଲି ତୁମ ଦାଣ୍ଡ ଦୁଆରୁ । କାହାକୁ ପଚାରିବାର ସତ ସାହସ ନଥାଏ। ତାପରେ ତୁମ ଘର ସାମ୍ନାରୁ ଫେରି ଆସିଲି ଯେ ଆଜି ପର୍ଯ୍ୟନ୍ତ ସେହି ରାସ୍ତା ଦେଇ କେବେ ଯାଇନାହିଁ ମୁଁ । କପ୍ ରେ ଚା.. ପରିବେଷଣ କରିବା ସମୟରେ ସୌମ୍ୟା ପଚାରିଲେ କିନ୍ତୁ ,କଣ ପାଇଁ ସୌମ୍ୟକlନ୍ତ..! ସେ ରାସ୍ତାର ଭୁଲ କଣ ? ସେ ସମୟର ଭୁଲ କଣ ? କଣ ତୁମେ କେବେ ଇଚ୍ଛା କରିନ ଜାଣିବା ପାଇଁ ,ଯେ ମୁଁ କେଉଁଠି ଅଛି ବୋଲି ? ନାଁ , ମୁଁ ତୁମର ପସନ୍ଦ ନଥିଲି ...!! କଣ କହିବି ସୌମ୍ୟା , ପ୍ରକୃତରେ ଜିତିବାର ମଜା କେବଳ ସେତେବେଳେ ହିଁ ମିଳିଥାଏ ଯେତେବେଳେ ସମସ୍ତେ ତୁମକୁ ହରାଇବା ପାଇଁ ଅପେକ୍ଷା କରିଥାନ୍ତି!" କିନ୍ତୁ ମୋତେ ଅପେକ୍ଷା କରିବା ପାଇଁ କେହି ନଥିଲେ । ଅସହାୟ ମନେହେଲା । ମୋ ପ୍ରାଣ ଯେପରି କେହି ଛଡ଼ାଇ ନେଇଥିଲେ । ତେଣୁ ଯେଉଁ ରାସ୍ତାରେ ମୋ ପ୍ରାଣ ସଙ୍କଟାପନ୍ନ ସେ ରାସ୍ତା ମୁଁ ପରିବର୍ତ୍ତନ କରିଲି । ଘୃଣା କରିଲି ସେହି ରାସ୍ତାକୁ। ଘୃଣା କରିଲି ସେହି ସମୟକୁ । ପୁନଃ କପ୍ ରେ ଚାହା ଢାଳିବା ପୂର୍ବରୁ ସୌମ୍ୟା ପଚାରିଲେ ଆଛା କୁହ ଏବେ ତୁମେ କିଭଳି ଚାହା ପିଇବାକୁ ପସନ୍ଦ କରିବ ? ଆଇ ମିନ.."ଚରିତ୍ରହିନ ଚାହା" ନାଁ ଚରିତ୍ରବାନ ଚାହା ! କିନ୍ତୁ ସୌମ୍ୟା ଙ୍କ କଥାକୁ ବୁଝି ପାରିଲେ ନାହିଁ ସୌମ୍ୟକlନ୍ତ ବାବୁ । କହିଲେ ତୁମେ କୁହ ଏଇ ଦୁଇ ଚାହl ର ମହତ୍ତ୍ଵ କଣ ?     ସୌମ୍ୟା ,ଟିକେ ହସିଲେ ଏବଂ କହିଲେ ,ମାଟିରେ ଗଢା ମଣିଷ । ତାକୁ ଛୁଇଁଲେ ପାପ ଏବଂ କେହି ଯଦି ତାର ସେହି ସୁକୁମାରୀ ଦେହକୁ ଛୁଇଁ ଦିଏ ତେବେ ସେ ଅଛୁଆଁ ହେଇଯାଏ। ସମସ୍ତେ ତାପରେ ତାକୁ  କୁହନ୍ତି ଚରିତ୍ରହିନ । ଠିକ୍ ସେହିପରି ଏହି ମାଟି ର ତିଆରି କପ୍ ର କିଛି ସିପ ଚାହା ନେବାପରେ ତାହାକୁ ଛୁଇଁବାକୁ ଆଉ କାହାର ଇଚ୍ଛା ହୁଏ ନାହିଁ କାରଣ ସେ କପ୍ ଜଣଙ୍କ ଛୁଆଁ ପରେ ପୁନଃ ମାଟିରେ ମିଶିଯାଏ ତେଣୁ ଏହି କପ୍ ର ଚାହା ,"ଚରିତ୍ରବାନ ଚାହା "ଏବଂ ଚିନାମାଟି କିମ୍ବା ଲୌହପାତ୍ର କପ୍ ଜଣେ ବେଶ୍ୟା ଭଳି ସମସ୍ତଙ୍କ ଓଠକୁ ଛୁଇଁ ପୁଣି ସଫା ସୁତୁରା ହେଇ ସଜବାଜ ହେଇ ବସିରୁହେ ପୁଣି କାହାର ଅପେକ୍ଷାରେ ତେଣୁ ସେ ଚରିତ୍ରହିନ।    ମାଟିର ତିଆରି କପ୍ ଚାହା ଚରିତ୍ରବlନ ଏବଂ ଚିନା ମାଟି କପ୍ ଚରିତ୍ରହିନ...! "ମୁଁହ ରେ ତ ସମସ୍ତେ ଏମିତି ନିଜର ନିଜର ବୋଲି କହିଥାନ୍ତି, କିନ୍ତୁ ପ୍ରକୃତରେ କିଏ କେତେ ନିଜର ତାହା କେବଳ ସମୟ ହିଁ କହିଥାଏ !!" ଠିକ୍ ସେହିଭଳି ମୋ ସମୟ ମୋତେ ଚରିତ୍ରହିନ ରୂପେ ସଜେଇ ଦେଇଛି । ତୁମର ମନେଅଛି ପୁରୁଣା ଦିନର ସେହି କାହାଣୀ ? କଣ ସୌମ୍ୟକାନ୍ତ ? ସୌମ୍ୟାଙ୍କ କଥା ଶୁଣି , ସୌମ୍ୟକାନ୍ତ ବାବୁ କିଛି ଚିନ୍ତା କରିବା ପରେ କହିଲେ । ସେ ଭାଗ୍ୟ ମୋର କାହିଁ । ଚରିତ୍ରବାନ୍ ଚାହା ତୁମେ ପିଅ ଏବଂ ମୋତେ ତୁମେ ସେ "ଚରିତ୍ରହିନ ଚାହା " ଦିଅ ସୌମ୍ୟା । କିନ୍ତୁ , ଏମିତି କାହିଁକି ସୌମ୍ୟକାନ୍ତ ! ଅଛି ,ସୌମ୍ୟା । ମୁଁ ଜଣେ ଚରିତ୍ରହିନ। ମୁଁ ଏକ ପତ୍ନୀ ବ୍ରତା ନୁହେଁ । ପ୍ରେମ ଜଣଙ୍କୁ କରିବ ଆଉ ବିବାହ ଆଉ କାହା ସହିତ । ତେବେ ତୁମେ କୁହ ମୁଁ କଣ ? ମନେ ପକା ସୌମ୍ୟା । ଗାଁ , ରେ ସେଦିନ ଥିଲା ଫାଲଗୁନ ମାସ ଶୁକ୍ଳ ପକ୍ଷ ପଞ୍ଚମୀ । ଦୋଳ ମଣ୍ଡପ ପାଖରେ ଅଖଣ୍ଡ ହରି ନାମ ସଙ୍କୀର୍ତ୍ତନ ପାଇଁ ବ୍ୟବସ୍ଥା ଚାଲିଥାଏ । ଗାଁ ଗୋଟାକ ସାରା ଛୋଟ ପୁଅ ଝିଅ "ଲୁଚକାଳି ଖେଳ" ରେ ବ୍ୟସ୍ତ । ଆକାଶିଆ ଗଛ ଡ଼ାଳ ପତ୍ର ସହିତ ନୀଳଗିରି ଏବଂ ଝାଉଁ ତଥା ବ୍ଲlକ ବେରି ... ସରି .... ସରି। ଜlମୁ ଡାଳ ପତ୍ର ସବୁ ଆସି ଗଦା ହେଇଥାଏ । "ଲୁଚକାଳି ଖେଳ" ରେ ମୁଁ ପୁଲିସ ଆଉ ତୁ ଚୋର ହେଉଥାଉ। ସମସ୍ତେ ମୋ ଆଖିରେ ଗାମୁଛା ବାନ୍ଧି ଲୁଚିବାକୁ ଚାଲିଗଲେ । ତାପରେ ମୁଁ ଆଖି ରୁ ଗାମୁଛା ଖୋଲି ପ୍ରଥମେ ତୋତେ ଧରିବା ପାଇଁ ଖୋଜିଲି । କାରଣ ମୁଁ ଚାହୁଁଥିଲି ତୁ ପଛରେ ଆସି ମୋ ପିଠିରେ ହୋ କରି ଥlପୁଡ଼ା ମାରିବୁ। ଆଉ ମୁଁ ସେମିତି ବାରମ୍ବାର ପୋଲିସ ହେଇ ସମସ୍ତଙ୍କ ପାଖରେ  ହାରୀ ଯାଇ ପୁଣି ଖୋଜିବି ଚୋର । ତୁମେ କେଉଁଠି ଲୁଚିଛ ମୁଁ ଜାଣି ପାରିଲି । କାରଣ ତୁମ ପାଦର ପାଉଁଜି ର ରୁଣୁ ଝୁଣୁ ଶବ୍ଦ ମୋତେ ଜଣାଇ ଦିଏ ଯେ ମୋ ସୌମ୍ୟା କେଉଁଠି ଅଛନ୍ତି ବୋଲି । ମୁଁ ମନେ ମନେ ଖୁସି ହୁଏ ଆଉ ଝାଳ ନାଳ ହେଇ ସେଇ ଆକାଶିଆ ,ନୀଳଗିରି ,ଝାଉଁ ତଥା ଜlମୁ ଗଛ ଡ଼ାଳ ପତ୍ର ମଧ୍ୟରେ ତୁମକୁ ଖୋଜି କୁଣ୍ଢେଇ ଧରି କୁହେ ଏ ... ସୌମ୍ୟା । ସାରା ଜୀବନ ପାଇଁ ମୁଁ ତୋର ପୁଲିସ ଆଉ ତୁ ମୋର ଚୋର ହୁଅ । ଏମିତି ମୋ ଆଖି ସାମ୍ନାରେ ତୋତେ ମୁଁ  ଦେଖୁଥାଏ ଏବଂ ନଜର ବନ୍ଦୀ କରି ରଖିବାକୁ ଇଛା କରୁଛି । କିନ୍ତୁ ତୁମେ ଫେଁ...ଫେଁ ହେଇ ହସି କୁହ ... ଏଇ ଶୁଣ , ତୁମେ ମୋତେ ପସନ୍ଦ କରୁଛ? ମୁଁ କୁହେ ଧେତ୍ । ତୋ ଦେହ ଟା ଝାଳୁଆ ଝାକୁଆ ବାସ୍ନା ହେଉଛି । କଣ ତୁମେ ଲକ୍ସ ସାବୁନ ରେ ଗାଧଉନ କି , ପୋଚଡ଼ି । ପୁଣି ତୁମେ ହସି କୁହ ତେବେ ମୋର ଏଇ ଖାଲୁଆ ଦେହର ବାସ୍ନା ରେ ତୁମେ ମୋହିତ ହେଇ କଣ ପାଇଁ ମୋ ପାଖକୁ ଆସୁଛ । ଦେଖ ମୋତେ ତୁମେ ଛୁଅଁ ନାହିଁ । ଛୁଆଁ କରି ଦିଅନି ମୋତେ । ମୁଁ ଅପବିତ୍ର ହେଇଯିବି । ସମସ୍ତେ ମୋତେ କହିବେ ଚରିତ୍ରହିନା। ତାପରେ ତୁମ ଓଠରେ ଶକ୍ତ ଚୁମ୍ବନ ଦେଇ ମୁଁ କୁହେ ଆରେ ପାଗଳି । ମୁଁ ପରା ତୁମର ଆଉ ତୁମେ ମୋର । ଦେଖ ସୌମ୍ୟା ମୁଁ ତୁମକୁ ବିବାହ କରିବି ନଚେତ ଆଉ କାହାକୁ ନୁହେଁ । କିନ୍ତୁ ସମୟ ବଦଳି ଗଲା । ସମୟ ସହିତ ତୁମେ ଏବଂ ମୁଁ । ଆସ୍ତେ ଆସ୍ତେ ଆମେ ବଡ଼ ହେଲେ । ପିଲା ସମୟରେ ଯାହା ନିର୍ଦୋନ୍ଦ ରେ କହିପାରୁଥିଲେ ତାହା ବଡ଼ ହେବା ସହିତ ଉଭାନ ହେଇଗଲା । ତୁମର ସେଇ ପଦେ କଥା ,ଦେଖ ମୋତେ ତୁମେ ଛୁଅଁ ନାହିଁ । ଛୁଆଁ କରି ଦିଅନି ମୋତେ । ମୁଁ ଅପବିତ୍ର ହେଇଯିବି ।ସମସ୍ତେ ମୋତେ କହିବେ ଚରିତ୍ରହିନା । ତାପରେ ମୁଁ ତୁମକୁ ମୋର ମନର କଥା କହିପାରିଲି ନାହିଁ । ତୁମେ ମଧ୍ୟ ତୁମର ପ୍ରେମକୁ ମୋ ସାମ୍ନାରେ ବ୍ୟକ୍ତ କରିପାରିଲ ନାହିଁ । ତୁମେ ଚାହୁଁଥିଲ ମୋ ସାନିଧ୍ୟ କିନ୍ତୁ ମୁଁ କିପରି ତୁମକୁ ଚରିତ୍ରହିନା କରିପାରିଥାନ୍ତି । ବରଂ ମୁଁ ନିଜକୁ ଚରିତ୍ରହିନ କରିବାକୁ ବାଧ୍ୟ ହେଲି । ସୌମ୍ୟକାନ୍ତ ବାବୁଙ୍କ କଥା ଶୁଣିବା ପରେ ସୌମ୍ୟା କହିଲେ ତାପରେ ତୁମେ ମୋ ଠାରୁ ଦୂରେଇ ଗଲ । ମୁଁ ତୁମକୁ ଖବର ଦେଲା ପରେ ମଧ୍ୟ ତୁମେ ଫେରିଲ ନାହିଁ । କାରଣ ତୁମେ ଭଲ ଭାବେ ଜାଣିଥିଲ ଯେ ମୁଁ ବ୍ରାହ୍ମଣ କନ୍ୟା ଆଉ ତୁମେ କ୍ଷତ୍ରୀୟ ପୁଅ । ମୋତେ ଛୁଇଁଲେ ତୁମର ଅମଙ୍ଗଳ ହେବ । ତୁମର ଶ୍ରୀ ନଷ୍ଟ ହେବ । କିନ୍ତୁ ତୁମେ କଣ ଥରେ ଚିନ୍ତା କରିନଥିଲ ଯେ ମୁଁ କିପରି ବଞ୍ଚିପରିବି ତୁମ ବିନା ? ବିବାହ ପରଠାରୁ ମୁଁ ମଧ୍ୟ ଚରିତ୍ରହିନା ହେଇ ଯାଇଛି ସୌମ୍ୟକାନ୍ତ । ତୁମର ସ୍ପର୍ଶ ଏବଂ ତୁମର ପ୍ରେମ ରେ ମୁଁ ଛୁଆଁ ହେଇଛି । ମନ ତୁମ ପାଖରେ ଆଉ ଏଇ ମାଟି ର ଦେହ ଟା ମୋ ସ୍ଵାମୀଙ୍କ ପାଖରେ ଅଛି କେବଳ । ମୁଁ ସ୍ୱlର୍ଥି ନୁହେଁ । ଅନେକ ବର୍ଷ ଖୋଜିବା ପରେ ଆଜି ତୁମ ଦେହର ବାସ୍ନା ବାରି ମୁଁ ତୁମକୁ ପାଇଛି । ଏବେ ତୁମେ କୁହ ମୁଁ କଣ ତେବେ ? ଏଇ ମାଟି କପ୍ ର ଚାହା ଭଳି " ଚରିତ୍ରବାନ ଚାହା " ନାଁ ଲୌହ କପ୍ ର ସେହି " ଚରିତ୍ରହିନ ଚାହା" ... ସତରେ ସେଦିନର ସେଇ " ଲୁଚକାଳି ଖେଳ "ରେ ତୁମର ସ୍ପର୍ଶ ମୋତେ " ଚରିତ୍ରହିନ ଚାହା" ...ଭଳି ସଜେଇ ଦେଇଛି । ସୌମ୍ୟକାନ୍ତ ବାବୁ ଦୀର୍ଘ ନିଶ୍ଵାସ ନେଇ କହିଲେ । ସତରେ ଏଇ ପ୍ରେମ ମଣିଷକୁ ନେଇ କେଉଁ ସ୍ଥାନରେ ପହଞ୍ଚାଇ ଦିଏ କିଏ ଜାଣେ। "ସଂସାର ରୂପକ କୋଷlଗାର ରୁ ଯଦି ପ୍ରେମ, ଶାନ୍ତି ଏବଂ ଆନନ୍ଦର ଧନ ବାହାର କରିବାକୁ ଚାହୁଁଛନ୍ତି ତେବେ ତାର ଚାବି ହେଲା ଧ୍ୟାନ ଆଉ ପ୍ରାର୍ଥନା . ଧ୍ଯାନ ନିଜକୁ ନିଜ ସ‌ହିତ ଯୋଡିବ ଆଉ ପ୍ରାର୍ଥନା ପରମାତ୍ମାଙ୍କ ସହିତ !!" ସୌମ୍ୟକlନ୍ତ ବାବୁ ଏବଂ ସୌମ୍ୟା ଙ୍କ ଆଖିରେ ଅଦିନ ମେଘ ଟା ଲୁହ ହେଇ ଜକେଇ ଆସୁଥିଲା କିନ୍ତୁ ସବୁ କିଛି ସମ୍ଭାଳି ସୌମ୍ୟକାନ୍ତ ବାବୁ କହିଲେ ହଉ ଚାଲ ଏବେ ଟିକେ ଆମେ ," ଚରିତ୍ରହିନ ଚାହା" ପିଇବା ...!! ।।ସମାପ୍ତ ।। ତେବେ ଆସନ୍ତୁ ଟିକେ ପିଇବା କିନ୍ତୁ ଆପଣ ମାନେ କୁହନ୍ତୁ ଆପଣ "ଚରିତ୍ରହିନ ଚାହା" ପିଇବେ କି "ଚରିତ୍ରବାନ ଚାହା" । କହିବା ପୂର୍ବରୁ ଥରେ ଭାବି ଚିନ୍ତି କୁହନ୍ତୁ ପ୍ରକୃତରେ ଆପଣ କଣ ...?😄 ✍️ପ୍ରଶାନ୍ତ କୁମାର ବିଦ୍ୟାଧର ଉଦୟଗିରି, ଖୋର୍ଦ୍ଧା, ଓଡ଼ିଶା ।। ମୋ_ ୯୦୨୩୭୭୫୨୩୮  


Rate this content
Log in

Similar oriya story from Abstract