STORYMIRROR

Jayashree Maharana

Fantasy Others

3  

Jayashree Maharana

Fantasy Others

ହାଟ

ହାଟ

1 min
154

ପ୍ରତି ସପ୍ତାହରେ ମୁଁ ହାଟକୁ ଯାଏ ।ଘରର ଜିନିଷପତ୍ର ଆଣିବାକୁ ।ବେଳେବେଳେ କିଛି ଆଣିବାର ନଥିଲେ ବି ମୁଁ ଯାଏ ।ମୋତେ ଟାଣିନିଏ ସେଇ ଝିଅଟି ।


  ବେଶି ଗୋରା ନହେଲେ ବି ଶ୍ୟାମଳୀ ନୁହେଁ ।ମୁହଁଟି ଗୋଟିଏ ଚାଉଳରେ ଗଢ଼ା ।ତା ନିରୀହ ଆଖିଗୁଡିକ ସତେ ଯେମିତି କଥା କହେ ।ଏତେ ଛୋଟ ବୟସରୁ ପରିବା ବିକ୍ରି କରେ ।ସେଥିପାଇଁ ତା ପ୍ରତି ମୋର ଅଲଗା ଗୋଟିଏ ସ୍ନେହଶ୍ରଦ୍ଧା ଆଉ ଆକର୍ଷଣ ।ଯେତେଥର ଯାଏ ତାହାଠାରୁ ହିଁ ପରିବା ଆଣେ ।କେତେ ଶାନ୍ତଶିଷ୍ଟ ଝିଅଟି ।ଧୀର ସ୍ୱରରେ କଥା ହୁଏ ।କେବେ କାହା ଉପରେ ବିରକ୍ତ ହେବାର ମୁଁ ଦେଖିନି ।ମୋତେ ଲାଗେ ଏ ହାଟର ଦେବୀ ମାଆ ।


 ଦିନେ ହାଟକୁ ଯାଇଥିଲି ।ମାତ୍ର ତାକୁ ଏଇ ଛୋଟିଆ ହାଟରେ ବହୁଥର ଖୋଜିଲି ।ପାଇଲି ନାହିଁ ।ମନ ବୁଝିଲା ନାହିଁ ।ମୁଁ ବା ଆଉ କଣ କରିବି ।ପାଖହାଟ ବାଲାକୁ ପଚାରିଲି ଏଠି ଯେଉଁ ଝିଅଟି ବିକ୍ରି କରେ ସେ ଆସିନାହିଁ କାହିଁକି ?ସେ ମୋ ମୁହଁ କୁ ଘଡ଼ିଏ ଚାହିଁଲା ।

କଣ ଭାବିଲା କେଜାଣି ।କହିଲା ଜାଣିନ କି ବାବୁ ସେ ଝିଅଟି କାଲି ....।ସେ ଅଟକି ଗଲେ ।ମୋ ହୃଦୟ ସ୍ପନ୍ଦନ କାହିଁକି କେଜାଣି ବଢିଗଲା ।

ପଚାରିଲି କାଲି କଣ ହେଲା ।ଏ ହାଟରୁ ଫେରି ଗଲାବେଳକୁ ଗୋଟିଏ ଗାଡି ଧକ୍କାରେ ସେ ଚାଲିଗଲା ।ବିଚାରି ବାପା ର ମରଣ ପରେ ଘର ଚଳେଇବା ଦାୟିତ୍ୱ ନେଇଥିଲା ।ସାନ ଭାଇ ଭଉଣୀ ଦୁଇଙ୍କୁ ମଣିଷ କରିବ ବୋଲି କହୁଥିଲା ।ମୋ ଅଜାଣତରେ ଆଖିରୁ ଦୁଇଟୋପା ଲୁହ ନିଗିଡି ଆସିଲା ।


 ସେଦିନଠାରୁ ସେଇ ଅତି ପରିଚିତ ହାଟ ମୋତେ କାହିଁକି କେଜାଣି ଆଉ ଭଲ ଲାଗୁନଥିଲା ।କୌଣସି ବାହାନା ଦେଖାଇ ବାବା କିମ୍ବା ଭାଇଙ୍କୁ ପଠାଇ ଦେଉଥିଲି ହାଟକୁ ।ଆଜି ବହୁଦିନ ପରେ ହାଟକୁ ଆସି ସେଇ ଦେବୀ ପରି ଝିଅର ସ୍ମୃତି ମନରେ ଉଙ୍କିଉଠିଛି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Fantasy