Jayashree Maharana

Children Stories Inspirational Others

3  

Jayashree Maharana

Children Stories Inspirational Others

ଅଗ୍ନିଠାରୁ ଶିକ୍ଷା

ଅଗ୍ନିଠାରୁ ଶିକ୍ଷା

4 mins
305


ମାଆ ରୋଷେଇ କରୁଥାନ୍ତି ।ଛୁଟିଦିନ ହେତୁ ସରୋଜ ମାଆଙ୍କ ପାଖରେ ବସି କଣ ଗୋଟିଏ ଗପୁଥାଏ ।ସରୋଜ ତୃତୀୟ ଶ୍ରେଣୀରେ ପଢେ ।ନିଆଁ କୋଉଠୁ ଆସିଲା ,କିପରି ଆସିଲା ବୋଲି ମାଆଙ୍କୁ ପଚାରୁଥାଏ ।ମାଆ କହିଲେ ପାଗଳା ତୋର ପରିବେଶ ବହିରେ ଏ ବିଷୟରେ ବର୍ଣ୍ଣନା କରାଯାଇଛି ।ଆଗକୁ ନିଶ୍ଚୟ ତୁମ ଶ୍ରେଣୀରେ ସେ ପାଠ ପଢ଼ାଯିବ ।ତଥାପି ମୁଁ ତୋତେ ନିଆଁର ଆବିଷ୍କାର ବିଷୟରେ କହିବି ।ମନଦେଇ ଶୁଣିବୁ ।


ଆଗକାଳରେ ଲୋକମାନେ ବଣ ଜଙ୍ଗଲ ରେ ରହୁଥିଲେ ।ଘରଦ୍ୱାର କଣ ଜାଣିନଥିଲେ ।ନିଆଁ କଣ ଜାଣିନଥିଲେ ।ଭାଷା ଜାଣିନଥିଲେ ।ସେମାନେ ଯାଯାବର ଜୀବନଯାପନ କରୁଥିଲେ ।ପଶୁପକ୍ଷୀର ମାଂସ ଖାଉଥିଲେ ।ଜଙ୍ଗଲରେ କୌଣସି କାରଣରୁ ନିଆଁ ଲାଗିଗଲା ।ନିଆଁରେ ଅନେକ ପଶୁପକ୍ଷୀ ପୋଡି ହୋଇଗଲେ ।ଆଦିମ ମଣିଷ ସେମାନଙ୍କ ମାଂସ ଆଣି ଖାଇଲା ।କଞ୍ଚା ମାଂସ ଠାରୁ ପୋଡା ଥିଲା ସୁସ୍ଵାଦୁ ।ତେଣୁ ସେମାନେ ନିଆଁ ଆବିଷ୍କାର ପାଇଁ ଚେଷ୍ଟା ଚଳେଇଲେ ।ସେମାନେ ଲକ୍ଷକଲେ ପଥର ସହ ପଥର ବାଡେଇ ହୋଇ ନିଆଁ ବାହାରୁଛି ।ତେଣୁ ସେମାନେ ପଥରକୁ ପଥରରେ ଘଷି ନିଆଁ ବାହାର କଲେ ।ଏହିପରି ଭାବରେ ନିଆଁର ସୃଷ୍ଟି ହେଲା ।


ସରୋଜ ଭାରି ଖୁସି ହେଲା ।ନିଆଁ ବିଷୟରେ ଜାଣି ।

ମାଆ ପଚାରିଲେ ନିଆଁକୁ ଆମେ କୋଉ କୋଉ କାମରେ ଲଗାଉଛୁ କହିଲୁ ?


ସରୋଜ ସଂଗେ ସଂଗେ କହିଲା ମାଆ ପ୍ରଥମେ ରୋଷେଇ କରିବା କାମରେ ।କୌଣସି ଜିନିଷ ପୋଡିବା ପାଇଁ ମଧ୍ୟ ବ୍ୟବହାର କରାଯାଏ ।ଦୀପ ଜାଳିବା ପାଇଁ ମଧ୍ୟ ଆମେ ନିଆଁକୁ ବ୍ୟବହାର କରିଥାଉ ।


ମାଆ କହିଲେ ତୁ ଠିକ କହିଛୁ ।ନିଆଁକୁ ଆମେ ଅନେକ କାମରେ ବ୍ୟବହାର କରୁ ।ନିଆଁ ବିନା ଆମର ଖାଦ୍ୟ ରୋଷେଇ ଅସମ୍ଭବ ।ଏଇ ନିଆଁ ବା ଅଗ୍ନି ଠାରୁ ଏ ସଂସାର ଅନେକ ମହତ କଥା ଶିଖିଥାଏ ।ମଣିଷ ଯଦି ଏ ବିଷୟରେ ଶିକ୍ଷା ପାଇ ଜୀବନରେ କାମରେ ଲଗାଇବ ତେବେ ତାହାର ଜୀବନ ସୁଖମୟ ହୋଇଉଠିଵ ।ଏସବୁ ଶୁଣି ସରୋଜ ଯେତିକି ଆଶ୍ଚର୍ଯ୍ୟ ହେଲା ସେତିକି ଜାଣିବା ପାଇଁ ମନରେ କୌତୁହଳ ସୃଷ୍ଟି ହେଲା ।ସେ ମାଆଙ୍କୁ ଏ ବିଷୟରେ ବୁଝାଇ କହିବା ପାଇଁ ଅନୁରୋଧ କଲା ।ମାଆ ଟିଏ ତ ସନ୍ତାନର ପ୍ରଥମ ଗୁରୁ ।ମାଆଠାରୁ ହିଁ ତାହାର ଶିକ୍ଷା ଆରମ୍ଭ ହୁଏ ।ସେ ଶିକ୍ଷା ଜୀବନ ଶିକ୍ଷା ।କଥା କହିବା,ପ୍ରକୃତିର ପ୍ରତିଟି ଜିନିଷକୁ ଚିହ୍ନିବା,ବିଭିନ୍ନ ସମ୍ପର୍କକୁ ଚିହ୍ନିବା ,ସମାଜ ,ସଂସ୍କାର,ଆଚରଣ,ଚାଲିଚଳନ ,ଭାବାବେଗକୁ ପ୍ରକାଶ କରିବା ଏସବୁ ମାଆଠାରୁ ହିଁ ଶିଖିହୁଏ ।ମାଆ ଶିଖାଇଥାଏ ଈଶ୍ୱରଙ୍କର ସାନ୍ନିଧ୍ୟ ।ମାଆ ଶିଖାଇଥାଏ ସଂସାର ପଥରେ ଚାଲିବାର କୌଶଳ ।ସେଇ ମାଆ ସନ୍ତାନର ଶିଖିବା ପ୍ରତି ଆଗ୍ରହ ଦେଖିଲେ ହୁଏ ଉତଫୁଲିତ ।ମାଆଙ୍କ ଓଠରେ ଖେଳିଗଲା ଧାରେ ହସ ।ସଂଗେ ସଂଗେ କୋଳେଇ ନେଲେ ପୁଅକୁ ।ଆରମ୍ଭ କରିଦେଲେ ଶିକ୍ଷା ।


 ତୁ ତ ଦେଖୁଛୁ ।ନିଆଁ ଜାଳିଲେ ତାହା ସବୁବେଳେ ଉପରକୁ ଉଠିଥାଏ ଅର୍ଥାତ ଉର୍ଦ୍ଧ୍ବମୁଖୀ ।ମଣିଷ ସବୁବେଳେ ଅଗ୍ନି ପରି ଉପରକୁ ଉଠିବା ପାଇଁ ଚେଷ୍ଟା କରିବା ଉଚିତ ।ଉପରକୁ ଉଠିବା ଅର୍ଥ ନୁହେଁ ଆକାଶକୁ ଛୁଇଁବା ପାଇଁ ଚେଷ୍ଟା କରିବା ।ଜୀବନରେ ଉନ୍ନତି କରି ସମାଜରେ ନିଜର ମାନ ସମ୍ମାନ ପ୍ରତିଷ୍ଠା କୁ ବଢ଼ାଇବା ହିଁ ଉପରକୁ ଉଠିବା ।ନିଜର ଆଶା ଆକାଂକ୍ଷାକୁ ଗୁରୁତ୍ୱ ଦେଇ ସେ ଦିଗରେ ସଫଳତା ପାଇଁ ଦୃଢ଼ ନିଶ୍ଚିତ ହୋଇ ସଫଳତାର ଶୀର୍ଷ ଛୁଇଁବା ।ମଣିଷ ଏ ସଂସାରର ସର୍ବଶ୍ରେଷ୍ଠ ଜୀଵ ।ମଣିଷ ପାଖରେ ସମସ୍ତ ପ୍ରକାର ସାମର୍ଥ୍ୟ ଅଛି ।ନିଜର ସାମର୍ଥ୍ୟକୁ ଚିହ୍ନି ତାହାର ଉପଯୋଗ କରି ସମାଜରେ ନିଜର ନିଜ ପରିବାରର ,ସମାଜର, ରାଜ୍ୟ ତଥା ଦେଶର ଉନ୍ନତି ପାଇଁ ସଂକଳ୍ପବଦ୍ଧ ହେବା ପାଇଁ ଅଗ୍ନି ଶିକ୍ଷା ଦେଇଥାଏ ।


ନିଆଁ ଜଳିଲେ ତାହାର ଆଲୋକରେ ସେହିସ୍ଥାନ ଆଲୋକିତ ହୋଇଉଠେ ।ଅନ୍ଧାର ଦୂରେଇ ଯାଏ ।ଅଗ୍ନି ପରି ଅନ୍ଧକାର ଦୁରେଇ ଆଲୋକ ଆଡ଼କୁ ଗତୁ କରିବାକୁ ଶିକ୍ଷା ମିଳେ ।ଜୀବନରେ ଅନେକ ବିପଦ ଆପଦ ଆସିବ ।ନିଜକୁ ଦୃଢ଼ କରି ସେସବୁ ସମସ୍ୟାକୁ ଦୁରେଇ ନିଜ ଜୀବନରେ ଆଲୋକ ବୁଣିବା ସହ ନିଜ ଚାରିପାଶେ ଥିବା ଅନ୍ଧକାରକୁ ଦୁରେଇ ଆଲୋକିତ କରିବାର ପ୍ରୟାସ କରିବା ପାଇଁ ଅଗ୍ନିଠାରୁ ଶିକ୍ଷା ମିଳେ ।ମାଆ ଟିକେ ଅଟକି ଗଲେ ।ଛୋଟ ଛୁଆଟିଏ ଆଲୋକ ଅନ୍ଧାରକୁ ନେଇ ଏ ମାର୍ମିକ କଥା କିପରି ବୁଝିବ ?ମାଆ ବୁଝାଇ ଦେଲେ ଯେତେ ଯାହା ଅସୁବିଧା ଆସିଲେ ମଧ୍ୟ ନିଜର ବିଚାର,ଜ୍ଞାନ,ଆଚରଣ ଦ୍ୱାରା ସମାଜର ସମସ୍ତ ଖରାପ ଅବସ୍ଥାକୁ ଦୁରେଇ ଦେବା ପାଇଁ ଅଗ୍ନିଠାରୁ ଶିକ୍ଷା ମିଳେ ।


ଅଗ୍ନି ରେ ଯେ କୌଣସି ଜିନିଷ ପଡିଲେ ଭସ୍ମ ହୋଇଯାଏ ।କିନ୍ତୁ ଅଗ୍ନି ସେପରି ଝଟକୁ ଥାଏ ।ଅର୍ଥାତ ସଂସାରରେ ଲୋଭ ,ମୋହ ,ସ୍ୱାର୍ଥ ,ଛଳନା ,କପଟ ପରି ଜିନିଷ କୁ ଭସ୍ମ କରି ନିଜର ମହତ୍ତ୍ୱ ପ୍ରତିପାଦନ କରିବାକୁ ଅଗ୍ନି ଶିକ୍ଷାଦିଏ ।ଅଗ୍ନି କେବଳ ନିଜର ତେଜ ବଜାୟ ରଖେ ।ଜୀବନରେ ନିଜର ସୁଗୁଣ ବଜାୟ ରଖି ଅଗ୍ନି ପରି ସମାଜରେ ନିଜର ଜୀବନର ମହତ୍ତ୍ୱ ତେଜିୟାନ କରିବାକୁ ଅଗ୍ନି ଶିଖାଇଥାଏ ।


ଅଗ୍ନି ନଥାଏ ଆକାର ନଥାଏ ରୂପ ।ତଥାପି ସେ ନିଜର ଗାରିମା ପ୍ରକଟ କରିଥାଏ ।ଯେଉଁ ବସ୍ତୁ ଜଳିଥାଏ ଅଗ୍ନି ସେହି ଆକାର ଧାରଣ କରି ସମାଜର ହିତ କରିଥାଏ ।ଆରମ୍ଭ ଓ ଅନ୍ତ ମଧ୍ୟରେ ତାହାର ମୂଳ 

ସ୍ଵଭାବ ଅର୍ଥାତ ଜଳିବା ସାମର୍ଥ୍ୟ ପ୍ରତିପାଦନ କରିଥାଏ ।ତେଣୁ ଅଗ୍ନି ପରି ଜନ୍ମ ମୃତ୍ୟୁକୁ ଅଣଦେଖା କରି ଜୀବନ କାଳ ମଧ୍ୟରେ ମହତ କାମ କରି ନିଜର ସ୍ଥିତି ପରିପ୍ରକାଶ କରିବା ଉଚିତ ।ଆରମ୍ଭ ସମୟରେ ଅଗ୍ନି ଧୀରେ ଜଳିଥାଏ ଏବଂ ଶେଷ ହେବା ବେଳକୁ ମଧ୍ୟ ତାହାର ତେଜ କମିଯାଇଥାଏ ।ମାତ୍ର ମଧ୍ୟ ସମୟରେ ସେ ଅଧିକରୁ ଅଧିକ ଜଳି ତେଜ ,ଆଲୋକ ପ୍ରଦାନ କରିଥାଏ ।ସେହିପରି ପ୍ରତ୍ୟକ ମଣିଷ ଜନ୍ମ ବେଳେ ଅଜଣା,ଅବୁଝା ଥାଏ ଆଉ ମୃତ୍ୟୁ ବେଳକୁ ମଧ୍ୟ ସାମର୍ଥ୍ୟ ବିହୀନ,ଶକ୍ତି ବିହୀନ ପାଲଟିଯାଏ ।ମାତ୍ର ଜୀବନର ମଧ୍ୟ ଭାଗରେ ନିଜର ଦକ୍ଷତା,ସାମର୍ଥ୍ୟ,ବୁଦ୍ଧି କୁ ପ୍ରୟୋଗ କରି ନିଜକୁ ପ୍ରତିଷ୍ଠିତ କରି ନିଜ ପାଇଁ ସମ୍ମାନ ଅର୍ଜନ କରିବା ସହ ପରିବାର,ସମାଜ ପାଇଁ ଗୌରବ ଆଣିବା ଉଚିତ ।


ମାଆଙ୍କର ତୁଣ୍ଡରୁ କଥା ନ ସରୁଣୁ ସରୋଜ କହିଲା ମାଆ ମୁଁ ଜଣେ ଭଲ ଡାକ୍ତର ହୋଇ ରୋଗୀସେବା କରିବି ।ମୁଁ ବୁଢା ହେଲେ ବି ଲୋକମାନେ ମୋର ସମ୍ମାନ କରିବେ ।ମାଆ ପୁଅର ଏ ପ୍ରକାର ଚିନ୍ତାଧାରରେ ଖୁସି ବ୍ୟକ୍ତ କଲେ ।


ପୁଣି ମାଆ ଆରମ୍ଭ କଲେ ଯେ କୌଣସି ଜିନିଷର ଆରମ୍ଭ ଅଛି ମାନେ ଶେଷ ଅଛି ।ଅଗ୍ନି ଜଳି ଉଠେ କିଛି କ୍ଷଣ ପରେ ଶେଷ ହୋଇଯାଏ ।ତେଣୁ ଆରମ୍ଭ ମାତ୍ରକେ ଶେଷ ଅଛି ।ତେଣୁ ଆରମ୍ଭ ସମୟକୁ ନେଇ ଗର୍ବ କର ନାହିଁ କାରଣ ଦିନେ ନା ଦିନେ ଅନ୍ତ ହେବ ।ଜନ୍ମ ନେଇଛେ ସଂସାରରେ ତେଣୁ ମୃତ୍ୟୁ ତ ସୁନିଶ୍ଚିତ ।ଅହଂକାର ,ଗର୍ବ କୁ ଦୁରେଇ ଜଳି ଉଠିବା ।


ଅଗ୍ନିରେ ସୁନା କି ରୁପା କିମ୍ବା ଲୁହା ପଡିଲେ ଅଧିକ ଝଲସି ଉଠେ ।କାହାର ଜୀବନରେ ଦୁଃଖ ନ ଭରି ଅଗ୍ନି ପରି ସେମାନଙ୍କ ଜୀବନ ଝଲସି ଉଠିବ ଯେମିତି ସହଯୋଗ କରିବା ।

ଅଗ୍ନିର କୌଣସି ନିର୍ଦ୍ଦିଷ୍ଟ ସ୍ଥିତି କଳି ହୁଏ ନାହିଁ ।ଅଗ୍ନିର ଜନ୍ମ।ପାଇଁ ଅନ୍ୟ ଜିନିଷ ଯେପରିକି କାଠ ବା ଜାଳେଣି,କିରାସିନି ଏପରି ଅନେକ ପଦାର୍ଥ ଆବଶ୍ୟକ ।ସେହିପରି ମଣିଷ ଜୀବନର ସ୍ଥିତି ପାଇଁ ଆମ ପ୍ରକୃତି ପାଣି ,ପବନ ,ବାଲି ମାଟି ଉପରେ ନିର୍ଭର କରେ ।ତେଣୁ ଜୀବନରେ ନିଜର ଜୀବନ ଗଠନ କରୁଥିବା ଯେ କୌଣସି ବସ୍ତୁ ହେଉ କି ବ୍ୟକ୍ତି ସେମାନଙ୍କୁ କେବେ ଅଣଦେଖା କରିବା ଉଚିତ ନୁହେଁ ବୋଲି ଅଗ୍ନି ଠାରୁ ଶିକ୍ଷା ମିଳେ ।



Rate this content
Log in