Neelamadhab Rath

Romance Action Inspirational

4.0  

Neelamadhab Rath

Romance Action Inspirational

ଗାଁ ହାଟରେ

ଗାଁ ହାଟରେ

2 mins
12.1K


ସନିଆ କୁକୁଡା ନ ଡାକୁଣୁ ତା'ସାମାନ ପତ୍ର ସାଜସଜ୍ଜା କରିନିଏ । ସକାଳ ପାହିଲେ ହାଟ । ଝିଅ_ସାରିଆ ଓ ସ୍ତ୍ରୀ-ରୁପୁକୂ ଉଠିବାକୁ ପାଟିକରେ । ସବୁ ପୁଣି ତ ଲାଗିଲେ କାମ ଶିଘ୍ର ସରିବ ? ଏକା ଏକା କଣ ସବୁ ନେଇଯିବ । କିଛି ମାଣ କୋଳଥ ଆଉ ମାଣ୍ଡିଆ ବି କାଢିଛି ରୁପୁ ମୁଣ୍ଡରେ ବୋହି ନେଇ ହାଟକୁ ଯିବ । ଏ ବର୍ଷ ସାରିଆକୁ ବାହା ଦେବ । ପଇସା ପତ୍ର ଯୋଗାଡିବା ଚିନ୍ତା । ସାରିଆ ଖଲି ପତ୍ର ଆଉ ଦାନ୍ତ କାଠି ବିଡା ଧରିବ ଆଉ ସେ ତିଆରୀ କରିଥିବା ମାଟି ହାଣ୍ଡି ଆଉ କିଛି ଟେରାକୋଟା ମାଟି ଖେଳନା। ହଁ ଆଜିକାଲି ସରୁଛି ବା କେତେ ଲୋକେତ ଷ୍ଟିଲ, ରସ ଓ ପ୍ଲାଷ୍ଟିକ୍ ସାମାନ ବ୍ୟବହାର କରୁଛନ୍ତି । ନିତ୍ୟ କର୍ମ ସାରିଦେଇ ବାହାରିଲେ ସେମାନେ ହାଟକୁ । ହାଟ ଆଦିବାସୀ ସଂପ୍ରଦାୟଙ୍କ ଏକ ଭେଟଘାଟର, ଭାବ ଆଦାନ ପ୍ରଦାନ କରିବାର ପେଣ୍ଠ ସ୍ଥଳୀ । ସେଠାରେ ବିଚାର ହୁଏ କାହା ଝିଅ କାହାକୁ ପସନ୍ଦ କରିଲା, କାହା ପୁଅ କେଉଁ ଝିଅକୁ ମନ କରିଛି । କାହା ଦୁର ସଂମ୍ପର୍କିୟଙ୍କ ଦେହାନ୍ତ ହୋଇଛି ଇତ୍ୟାଦି । ଖବରର ଆଦାନ ପ୍ରଦାନର ମାଧ୍ୟମ ହିଁ ଏମାନଙ୍କ ହାଟ ।

     ସନିଆ ଆଉ ତା କନିଆ ଓ ଝିଅ ହାଟକୁ ଫେରିଥାନ୍ତି। ହାଟ ଭିତରେ ଅସମ୍ଭାଳ ଗହଳି । ସାରିଆ ଚାଲିଯାଏ ପତ୍ର ବିକାହେବା ପଣ୍ଠ ଆଡେ, ରୁପୁ ଚାଲିଯାଏ ମାଣ୍ଡିଆ, କୋଳଥ ବିକିବା ଧାଡି ପଟେ । ହାଟର ଶେଷ ଭାଗରେ ସନିଆର ଯାଗା , ଯେଉଁଠି ବିକା ହେବ ମାଟି ହାଣ୍ଡି ଆଉ ଟେରାକୋଟା କାମ । ହାଟର ଗହଳି ବଢିବାରେ ଲାଗିଥାଏ । ଏଣେ ସନିଆର ଚିନ୍ତା ସାରିଆ କୁ କେଉଁ ପୁଅ ଆଜି ପସନ୍ଦ କରିବ କି ନା । କାରଣ ଏଠି ପୁଅଝିଅ ଦେଖା ଦେଖି ହେଲେ ବାହା ଘର କଥା ପାକ୍କା ହେଇଯିବ। ସନିଆର ନଜର ଥାଏ ପାଖ ଗାଁ ଚନ୍ଦ୍ର ନାଇକ ଘର ବଡ ପୁଅ ଉପରେ । ପିଲାଟି ଖୁବ୍ ସରଳ, ନିସ୍କପଟି ଆଉ ପରିଶ୍ରମି ମଧ୍ୟ । ନିକଟରେ ଜିଲ୍ଲା ଲୋକ ମହୋତ୍ସବରେ ଭଲ ଟେରାକୋଟା କାମ ପାଇଁ ମନ୍ତ୍ରୀଙ୍କଠୁ ପୁରସ୍କାର ପାଇଛି । ଭାବୁଥିଲା, ତା ବାପାକୁ ଝିଅର ପ୍ରସ୍ତାବ ବିଷୟରେ କହିବ । କିନ୍ତୁ ସେ ଟିକେ ଧନୀ ଘର, ସାହାସ ପାଏନି ସନିଆ ।

     ଦେଖୁ ଦେଖୁ ସନ୍ଧ୍ୟା ହୋଇଯାଏ , ରୁପୁ ଫେର ସନିଆ ପାଖକୁ ହେଲେ ସାରିଆ ଆଉ ଆସିଲା ନାହିଁ । ଖୋଜା ଖୋଜି ଚାଲିଲା, ଭଙ୍ଗା ହାଟ ସାରା ଖବରଟା ୟା କାନରୁ ତା କାନକୁ ବ୍ୟାପୁଥିଲା। ସାରିଆ କାହା ସହ ପଳାଇ ଯାଇଛି । ଲୋକଙ୍କ ଫୁସୁରୁ ଫାସୁରୁ ଶୁଣି ଶୁଣି ସନିଆ ଫେରିଯାଏ ଘରକୁ ।

     ସାତ ଦିନ ଗଲାଣି । ସାରିଆ ମାଁ ସାରିଆକୁ ଝୁରି ଝୁରି କଣ୍ଟା ହେଲାଣି । ସନିଆ ବି ଝିଅ ଚାଲିଯିବା ଦୁଃଖରେ ପେଟ ହାଣ୍ଡିଆ ପିଇ ମାତାଲ ରହୁଛି । ଆଉ କିଛି କାମ ଦାମ କରୁନି ।

  

   ତା" ପରଦିନ ସକାଳୁ ସକାଳୁ ପାଖ ଗାଁ ଚନ୍ଦ୍ର ନାଇକ ଦୁଇଟି ଭାର , ଗୋଟେ ଛେଳି, ଦୁଇ ହାଣ୍ଡି ମହୁଲି ଧରି ସନିଆ ଘରେ ହାଜର ହୋଇଗଲେ । ସାରିଆ ତାଙ୍କ ଘରେ ଥିବା ଖବରଟା ଶୁଣି ସନିଆ ଆନନ୍ଦରେ ନାଚି ଉଠିଲା । ବାହା ଘର ପାଇଁ ଦିନ କାଳ ଠିକ୍ ଠାକ୍ ପାଇଁ ଗାଁ ପୁଜାରୀ କୁ ଡକାଗଲା । 



Rate this content
Log in

Similar oriya story from Romance