ଏକା ଏକା
ଏକା ଏକା




ମିତାଲି ଆଉ ଶ୍ରୀୟା ପିଲା ଦିନରସାଙ୍ଗ । ବାହା ଶାହା ହୋଇ ଘର ସଂସାର କରିନିଅନ୍ତି । ମିତାଲିର ସ୍ବାମୀ ରାଜେଶ୍ , ଜୁନିୟର୍ ଇଞ୍ଜିନର ଓ ଶ୍ରୀୟାର ସ୍ବାମୀ ଜଣେ ବିଜିନନେସ୍ ମ୍ୟାନ୍ ।
ରାତି 11.45 । ମୋବାଇଲ୍ ରିଙ୍ଗ ହେବାକୁ ଲାଗିଲା । ରାତି ଅଧରେ ଫୋନ୍ କରି ଭିନ୍ନ ଭିନ୍ ଆଳ କରି ଘରକୁ ଫେରିବା ଆଙ୍କରି କାମ । ଏତେ ରାତି ଯାଏଁ କି କାମ ଚାଲିଥାଏ ଯେ । ମନେ ମନେ ବିରକ୍ତ ହୋଇ ଫୋନ ଉଠାଇଲା ମିତାଲି । କିନ୍ତୁ ଏ କଣ ସେପଟୁ କିଏ ଜଣେ ରାଜେଶ ବାବୁଙ୍କ ଫୋନ୍ ରୁ ଫୋନ୍ କରି କହୁଛି , " He is serious . Come immediately to Sadar Hospital " । ସେ ଆଉକିଛି ପଚାରିବା ଆଗରଙ ଫୋନ୍ ଟି କଟି ଯାଇଥିଲା । ମନରେ ଅସୁମାରି ଦ୍ବନ୍ଦ । କଣ ହେଇଥିବ ରାଜେଶ ବାବୁଙ୍କର ? ବୋଧେ ଅଧିକ ଟିକିଏ drinks କରିନେଇଥିବେ । ଗାଡିଫାଡି କେଉଠି accident ହେଲାକି ? କାହା ସହ ଝଗଡା ଝାଟି ହେଲାକି..... , କିନ୍ତୁ ତାଙ୍କର ତ କିଏ .....ଶତ୍ରୁ ନଥିଲେ । ଏମିତି ଅନେକ ଦୁଶ୍ଚିନ୍ତା ମଧ୍ୟରେ ଘର ଦ୍ବାର ବନ୍ଦ କରି ବାହାରି ପଡିଲା.... ଘର ପାଖ ଛକକୁ । ଏତେ ରାତିରେ ସେଠାରେ ପହଞ୍ଚିବ କିପରି । କିଛି ଅଟୋ ଖାଲି ସେମିତି ରାସ୍ତା କଡରେ ଢଳେଇ ରହିଛି କିନ୍ତୁ ....ଡ୍ରାଇଭର ନାହାନ୍ତି ସେଥିରେ । ଖୋଜୁ ଖୋଜୁ ଗୋଟେ ଅଟୋରେ ତା ମଞବାଇଲ୍ ନମ୍ବର ଲେଖାଅଛି । ରିଙ୍ଗ କଲା ସେହି ନମ୍ବରକୁ ।
ମୁ ଆସୁଛି ମ୍ୟାଡମ୍ ସେଠାରେ ଥାଆନ୍ତୁ, ସେପଟୁ ଉତ୍ତର ଶୁଣି ମିତାଲି ସେଠାରେ ଅଟକି ରହିଲା । ଭୟ ଓ ଶଂସୟରେ ହାତ ଗୋଡ ବରଡା ପତ୍ର ପରି ଥରୁଥାଏ । କାଳେ କେଉଁ ବୁଲା ମାତାଲଙ୍କ ଆକ୍ରମଣର ଶିକାର ହୋଇଜିବନି ତ ? କିଏ ମିଛ କହି ରାଜେଶଙ୍କ ଫୋନ୍ ରୁ ତାକୁ ଫୋନ୍ କରି ନାହିଁତ ? ମନରେ ଅଶୁମାରି ପ୍ରଶ୍ନ।
ମ୍ୟାଡମ୍ , କେଉଁଠିକି ଯିବେ ? ଚମକି ପଡିଲା ମିତାଲି। ମ୍ୟାଡମ୍ ଆପଣ ଫୋନ୍ କରି ଥିଲେ ନା ? ଅଟୋ ଭିତରେ ପଶୁ ପଶୁ ଡ୍ରାଇଭର ପଚାରିଲା ଓ ବସିବାକୁ କହିଲା ।
ମିତାଲି ପହଞ୍ଚିଲା ସଦର ହସପିଟାଲ୍ ରେ । ରାଜେଶ ବାବୁଙ୍କର ପତା ଖୋଜୁ ଖୋଜୁ ସୁଚନା ପାଇଲା ସେ ICU ରେ ଭର୍ତ୍ତି ହୋଇଛନ୍ତି । ଦୁର୍ଘଟଣାରେ ମସ୍ତିସ୍କରେ ଗଭୀର ଆଘାତ ଯୋଗୁଁ , କୋମାରେ ଚାଲି ଯାଇଛନ୍ତି ରାଜେଶ । ମନେ ମନେ ଭଗବାନଙ୍କୁ ଡାକ ପକାଇ ଶିଘ୍ର ଭଲ କରିଦେବାପାଇଁ ପ୍ରାର୍ଥନା କରି ICU ଆଗରେ ବସିରହିଲା । ରତିସାରା ସେମିତି ବସି ରହିଲା ସେଠି । ଏଣେ କିଛି ଡକ୍ଟର ଓ ନର୍ସ ଯିବା ଆସିବା କରୁଥାନ୍ତି । ସେମାନଙ୍କ ଠାରୁ ସେଇ ଗୋଟିଏ ଉତ୍ତର no improvement ।
ଦେଖୁ ଦେଖୁ କେତେବେଳେ ସକାଳ ହୋଇଗଲା ....ସେ ଯାଣେନା ।
ସମୟ ପ୍ରାୟ ୧୦ ଟା ଜଣେ ଡକ୍ଟର ଓ ନର୍ସ ବାହାରି ରାଜେସ ବାବୁଙ୍କର କିଏ attendant ଅଛନ୍ତି, ଖୋଜି ଖୋଜି ମିତାଲି ପାଖରେ ପହଞ୍ଚିଲେ ଓ ମିତାଲିକୁ କହିଦେଇ ଗଲେ sorry, we could not saved him. ମସ୍ତିସ୍କରୁ Excess ରକ୍ତ ଶ୍ରାବ ଯୋଗୁ, ତାଙ୍କର ଜୀବନ ଚାଲିଗଲା ।
ପାଦତଳୁ ସତେ ଯେମିତି ମାଟି ଫାଟି ପଡିଲା । ଭୋ ଭୋ କାନ୍ଦି କାନ୍ଦି ଦୌଡୁଥାଏ ICU ପଟେ । ସେପଟୁ ଦୁଇଜଣ attendant ରାଜେଶଙ୍କ ଲାଶକୁ stracher ରେ ନେଉ ଆସୁଥାନ୍ତି ।
ଘରକୁ ରାଜେଶଙ୍କ ଲାଶ୍ ଓ ମିତାଲି କୁ ଛାଡିଦେବା ବ୍ୟବସ୍ଥା କରିଦେଇଥାନ୍ତି ମେଡିକାଲ୍ କତ୍ରୃପକ୍ଷ ।
ତାଙ୍କ ଘରଲୋକ ଆସନ୍ତି । ସତ୍କାର କାର୍ଯ୍ୟ ସାରିଲା ପରେ ଯିଏ ଯା ଘରକୁ ଚାଲିଯାଆନ୍ତି । ରହିଯାଏ ଏକା ମିତାଲି । ସବୁ କିଛି ହାରିସାରିଛି ମିତାଲି । ସଂସାରର ଏତେବଡ ବୋଝ ଏକା କେମିତି ଉଠାଇବ ଭାବି ଭାବି ଗୁମୁରି ଗୁମୁରି କାନ୍ଦୁଥାଏ ମିତାଲି ।
ମିତାଲି ର ସାଙ୍ଗ ଘରକୁ ଆସିଥା ଦୁଃଖ ସୁଖ ର ଘଣ୍ଟା ଚକଟା ଭିତରେ ଶ୍ରୀୟା ଦୁଃଖର ସହ ପିଠିରୁ ପଣତ କାନୀ କାଢୀନେଇ କାଲିରାତି ବେଳ୍ଟର ମାଡ ଦାଗ ମିତାଲିକୁ ଦେଖାଏ ଆଉ କୁହେ, ତା ପାହାଡ ପରି ଜୀବନ ଜନ୍ତ୍ରଣାର ବୋଝ, ନିତି ନିତି ସ୍ବାମୀଙ୍କ ଟର୍ଚର, ଲେଟ ନାଇଟ୍ ରେ drinks କରି ମାଡ । ଶାଶୁ ସସୁରଙ୍କ ଗାଳୀଦଣ୍ଡ । ପଚାରି ବୁଝେ ତାର ବୋଝ ମିତାଲି ଠାରୁ କମ୍ ନା ଅଧିକ ।