Neelamadhab Rath

Romance Fantasy Inspirational

3  

Neelamadhab Rath

Romance Fantasy Inspirational

ଦିବାସ୍ବପ୍ନ

ଦିବାସ୍ବପ୍ନ

3 mins
41


 ବାହାରେ ଧୁଆଁଧାର ବର୍ଷା । ପୂର୍ଣ୍ଣିମାର ମଧ୍ୟରାତ୍ରିଟା ରେ ହଠାତ୍ ନିଦରେ ଚମକି ଉଠେ ମାଳତୀ । ବୋଧେ ସ୍ୱପ୍ନରେ ତାକୁ ରାକେଶ ଡ଼ାକ ଛାଡୁଥିଲା ଆସେ ମାଳତୀ .... ପୂର୍ଣ୍ଣିମା ରାତିଟା, ରାତିସାରା ପାହାଡ ତଳ ଚମ୍ପାଗଛମୂଳେ ବସି ଖୁବ୍ ଗପିବା । ସଜ୍ୟା ତ୍ୟାଗ କରି ବେଡ଼ରୁମ୍ ଝରକାଟା ଖୋଲି ବାହାକୁ ଦେଖେ ମାଳତୀ । ବୋଧେ ତା ପ୍ରେମିକ ରାକେଶ ଆସି ଫିସ୍ ଫିସ୍ କରି ଡ଼ାକଛାଡୁଛି । କିନ୍ତୁ ସେମିତି କିଛି ହୋଇନଥାଏ ପୂର୍ଣ୍ଣିମାର ଚନ୍ଦ୍ରଟାକୁ କଳାହାଣ୍ଡିଆ ମେଘସବୁ ଢ଼ାଙ୍କି ସାରିଥାନ୍ତି । ବର୍ଷାର ତାଣ୍ଡବଲୀଳାରେ ଗଛପତ୍ର ସେତେ ଯେମିତି ଥରିଥରି ଏପଟ ସେପଟ ଦୋହଲୁଥାନ୍ତି । ଚମକଦାର ବିଜୁଳି ଗୁଡ଼ାକ କଳାହାଣ୍ଡିଆ ବାଦଲକୁ ଫାଡି ଆକାଶ ମଧ୍ୟରୁ ଖସୁଥାନ୍ତି ଢ଼ୋ ଢ଼େ ଛାତି ଥରା ଶବ୍ଦକରି । ବୋଧେ ଶ୍ରାବଣର ଆଗମନ ହୋଇସାରିଛି । ଆଜି ଯଦି ଏ କଳା ବାଦଲ ଗୁଡ଼ାକ ପାହାଡ ଉପରେ ବସା ନ ବାନ୍ଧିଥାଏ ତେବେ ଆର ଗାଁ ଟା ସ୍ପଷ୍ଟ ଦେଖା ଦେଇଥାନ୍ତା ଝରକା ମଧ୍ୟଦେଇ । ଯେଉଁଠି ରାକେଶର ଘର । 

    ଆଜିକୁ ଠିକ ତିନିବର୍ଷ ତଳେ ରାକେଶ ସହ ଦେଖା ହୋଇଥିଲା ମାଳତୀର । ପ୍ରଥମ ଦେଖାରେ ଦୁହେଁ ଦୁହିଁଙ୍କୁ ଖୁବ୍ ଭଲପାଇ ବସିଥିଲେ । ସାଥିରେ ଜିଇଁ ବା ଓ ମରିବାର ସ୍ୱପ୍ନ ଦେଖି ଥିଲେ । ସେଦିନ ବି ଏମିତି ଏକ ବର୍ଷାରାତି ଥିଲା । ସହର ଛାଡି ଅସିଥିଲା ମାଳତୀ କୃଷିସହାୟକ ଭାବେ ନୂଆ କରି ଚାକିରିରେ ଜଇନ୍ କରିବା ପାଇଁ ଆସିଥାଏ ମଫସଲକୁ । ବଣ ଜଙ୍ଗଲ ଘେରା ଛୋଟ ଗାଁ ଟିଏ ....ଖୁବ୍ ସୁନ୍ଦର ଏହାର ପରିବେଶ । ଗାଁରେ ପହଞ୍ଚିଲା ବେଳକୁ ସନ୍ଧ୍ୟା ହୋଇସାରିଥାଏ । ମାଳତୀର ଉପରିସ୍ଥ ଅଫିସର ରହିବା ପାଇଁ ଗୋଟେ କ୍ୱାଟର ବି ଏଲଟ୍ କରିଦେଇଥାନ୍ତି । ଖୋଜି ଖୋଜି ପହଞ୍ଚିଲା ଠିକଣା ଜାଗାରେ । 

    ସାକାଳୁ ସକାଳୁ ବାହାରି ପଡ଼େ କର୍ମକ୍ଷେତ୍ରକୁ । ସୁନ୍ଦର ଯୁବକଟିଏ କ୍ଷେତ କଷି ବିହନ ବୁଣିବାରେ ବ୍ୟସ୍ତ । ପରିଚୟ ଦେଇ ମାଳତୀ ତାକୁ ପାଖକୁ ଡ଼ାକେ । ତାର କଥା ବାର୍ତ୍ତାରୁ ଜାଣିପାରେ ଯୁବକଟି ଉଚ୍ଚଶିକ୍ଷିତ କିନ୍ତୁ ବେକାର । ଚାକିରି ବାକିରି ନ ପାଇ ଏହି ଚାଷ ବେଉଷା କରିଛି । ମାଳତୀକୁ ଯୁବକଟିର କଥାବାର୍ତ୍ତା ଓ ଚେହେରାରେ ଏକ ଅଦୃଶ୍ୟ ସମ୍ପର୍କର ସେତୁ ବାନ୍ଦିବସେ ରାକେଶ ସହ । ରାକେଶ କୁ ନିଜର ମନର ମଣିଷ ଭାବି ତାର ଦେଖଚାହାଁ ଖୁବ କରିଚାଲେ ମାଳତୀ । ଅନେକ ସ୍ୱପ୍ନର ଜାଲ ବୁଣିବସେ ରାକେଶ କୁ ନେଇ । ରାତିସାରା ଖାଲି ସ୍ୱପ୍ନ ଆଉ ସ୍ୱପ୍ନ .......ରାକେଶ ଗୋଟେ ଭଲ ଚାଷି ହୋଇ ଖୁବ୍ ସାରା ନା କରିବ । ଢ଼େର ପୁରସ୍କାର ଆଉ ମାନ ପତ୍ର ପାଇବ ା ମାଳତୀ ଓ ତା ଫୋଟ ସବୁ ଖବର କାଗଜରେ ବାହାରିବ । ଗୋଟେ ସଫଳ ଚାଷି ର ସ୍ତ୍ରୀ ହୋଇ ନିଜକୁ ଗର୍ବାନ୍ୱିତ ମନେକରିବ କରିବ ମାଳତୀ । 

   ହେଲେ ମାଳତୀ ରାକେଶକୁ ଭଲପାଇବା କଥାଟା ବାପମାଁ ଙ୍କୁ ଜଣାଇ ପାରୁ ନଥାଏ । ରାକେଶ ସିନା ଉଚ୍ଚଶିକ୍ଷିତ ହେଲେ ବେକାର । ତା ହାତକୁ ମାଳତୀକୁ କେବେବି ଟେକି ଦେବେନି । ବାପା ତାର ଖୁବ ରାଗି ଓ ରକ୍ଷଣଶୀଳ । ମାଁ କୁ କହିବି କିଛି ଲାଭନାହିଁ କାରଣ ସେ ବାପାଙ୍କ ଆଗରେ ଉଚ୍ଚସ୍ୱରରେ କଥା ହେବାର ସାହାସ କରେନି । ବାପା କଥାଟା ଜାଣିଲେ ସିଧା ସୁଟ୍ କରିଦେବେ । ମାଳତୀ ଚୁପ୍ ରହିଯ଼ାଏ, କଥାଟା କାହାକୁ କୁହେନି । ଖାଲି ସ୍ୱପ୍ନ ସବୁ ବୁଣିଚାଲେ ରାକେଶ କୁ ନେଇ । ସ୍ବପ୍ନ ରେ ବିଲ ହୁଡାରେ ବସି ତା ସହ ପଖାଳ ପିଆଜ ଆଉ ଶାଗ ଖରଡା ଖାଏ । ରାକେଶର ଝାଳୁଆ ଦେହଟାକୁ ନିଜ ପଣତକାନିରେ ପୋଛିଦିଏ । ବିଡା ବିଡା ଧାନ ଗୋଛା ତା ମୁଣ୍ଡକୁ ଟେକିଦିଏ । ରାକେଶ ସହ ଶଗଡରେ ବସି ଫସଲ ବିକିବାକୁ ସହରକୁ ଯାଏ । ଏମିତି ଅନେକ ଅନେକ ।। ସ୍ୱପ୍ନଟା ବୋଧେ ଦେଖିବାପାଇଁ ଠିକ୍ । ସ୍ୱପ୍ନ ଟା ଭାଙ୍ଗିଲା ବେଳକୁ ସବୁ କିଛି ଖାଁ ଖାଁ ... ଠିକ୍ ଆଜିର ସ୍ବପ୍ନ ପରି ......। ଝରକା ପଟୁ ବର୍ଷାର କିଛି ବୁନ୍ଦ ମାଳତି ଦେହକୁ ଓଦା କରି ସାରିଥାଏ ।



Rate this content
Log in

Similar oriya story from Romance