Neelamadhab Rath

Abstract Children Stories Inspirational


4.0  

Neelamadhab Rath

Abstract Children Stories Inspirational


ସେଇ 24ଦିନ

ସେଇ 24ଦିନ

3 mins 11 3 mins 11

ନାଁଟି ତାର ରମେଶ। ଘର ଗଞ୍ଜାମ ଜିଲ୍ଲା ର ଏକ ଅକ୍ଷାତ ପଲ୍ଲୀରେ । ଗାଁଟିର ନାଁ ପଲାସପଲ୍ଲୀ । ପିଲା ଦିନେ ଖୁବ ଅମାନିଆ , ଅଝଟିଆ ଥିଲା। ସ୍କୁଲ୍ ମାଷ୍ଟ୍ରେ ଖୁବ୍ ପିଟନ୍ତି। ହେଲେ ପାଠସାଠ କିଛି ହୁଏନି। ଯେତେ ପଢିଲେବି କିଛି ମୁଣ୍ଡରେ ପଶେନି । ସତେ ଯେମିତି ଗୋଟେ ଗୋବର ଗଦା । କିନ୍ତୁ ମନ ଲାଗିଲେ ଯାହା କାମ ବତାନ୍ତି ସବୁ କରିଦିଏ , ଖାଲି ପାଠ ଛଡା । ନିହାତି ଗୋଟେ ଗଧଟିଏ । ଖାଇବାରେ ଖୁବ୍ ଆଗ୍ରହି । ଯାହା ଦେଲେ ଖାଇ ନିଏ, ବାଛ ବିଚାର ନାହିଁ । ଏତେ ଖଟଣି ଭିତରେତ ପୁଣି ଶକ୍ତି ଦରକାର ...ଖାଇବନି କେମିତି । ବାପା ମାଁ କୁଲିମଜୁରିଆ । ଦିନେ ଖାଇଲେ ଦିନେ ଓପାଶ । ଦିନ ଗୁଡିକ ଦୁଃଖେ କଷ୍ଟେ ସରିଚାଲିଥାଏ । 


    ଇତି ମଧ୍ୟରେ ରମେଶ ଯଉଵନରେ ପାଦଦିଏ। ପାଠଟିକେ ତ ପଢି ପାରିଲାନି । କୁଲିମଜୁରୀ, ଓଜନଟେକା, ସଫାସୁତୁରା କରିବା ଏମିତି ସବୁ କାମ କରିବା ପାଇଁ ଖୁବ୍ ଆଗ୍ରହି। ହେଲେ ଗାଁ ପାଖ ହୋଟେଲ୍ରେ କାମଟିଏ ମିଳିଗଲା । ଭୋକ ର ଦାଉ ସମ୍ଭାଳି ପାରି ହୋଟେଲ୍ ରୁ ଯାହା କିଛି ବଳା ବଳି ଚରି ଯାଏ। ଆଉ ଯାହା ରୋଜଗାର କରେ ଘରକୁ ୩ଟା ମିଲ୍ ଧରିଆସେ, ବାପ ମାଁ ଓ ସେ ରାତିକୁ ଖାଇବେ । ଦିନେ କଣ କଲା ନା, ହୋଟେଲ୍ କାଉଣ୍ଟରରେ ମାଲିକ ନଥିବା ଦେଖି ମିଠା ବକ୍ସରେ ହାତ ପୁରେଇ ଚାରି ପାଞ୍ଚଟି ମିଠା ପାଟିରେ ପୁରାଇ ଦେଲା । ଏତିକି ବେଳେ ମାଲିକ ସେଠାକୁ ପହଞ୍ଚି ଗଲେ । ରମେଶକୁ ଖୁବ୍ ଛେଚିଲେ । ଚୁପ୍ ଚାପ୍ ଘରକୁ ଫେରିଲା । ସାଙ୍ଗ ସାଥିସହ କଥାବାର୍ତ୍ତା ହୋଇ ସୁରତ୍ ଯିବା ପାଇଁ ଠିକ୍ କଲା । 


   କିଛି ସାଙ୍ଗ ମିଶି ସୁରତ୍ ରେ ପହଞ୍ଚିଲେ । ଏଥର ଟେନସନ୍ କାମ କଣ କରିବେ । ରମେଶ ଦିନେ କାହା ଘରେ ସଫା ସୁତୁର କାମ କରେ ତ କେଉଁ ହୋଟେରେ ବାସନ ମାଜେ । ଯାହା କାମ ଯିଏ ବତାଏ ସବୁ କରିନିଏ । ଏବେ କିନ୍ତୁ ପୂର୍ବରେ କରିଥିବା ଭୂଲ୍ ସବୁକୁ ସଜାଡି ନିଏ । ଏକ ଶାନ୍ତ,ଶିଷ୍ଟ , ସରଳ, ନଷ୍କପଟ ମଣିଷ ବନିଯାଏ । ସକାଳ ପାଇଲେ ବସ୍ତିରେ ସମସ୍ତେ ବଉଳାକୁ ଖୋଜନ୍ତି । ଖୁବ୍ ସ୍ନେହ , ଶ୍ରର୍ଦ୍ଧା, ଆଦର ପାଏ। ସମସ୍ତେ ଚାହା, ଜଳଖିଆ, ଭୋଜନ ଦେଇ କାମ ହାସଲ କରି ନିଅନ୍ତି । ସୁରତର ମହଲ୍ଲାଟାରେ ବସ୍ତିର ରମେଶଟା ଖୁବ୍ ପରିଚିତ ମଣିଷଟିଏ ପାଲଟିଯାଏ । 


   ଏବେ କିନ୍ତୁ ସହରଟା ଶୁନ୍ ଶାନ୍ । ଚାରିଆଡେ ଖାଁ ଖାଁ । ସରକାର ଲକ୍ ଡାଉନ୍ ଘୋଷଣା କରିଛନ୍ତି। କଥା କଣ ବୁଝିଲା ବେଳକୁ । ଅଜଣା ଶତ୍ରୁ ଆକ୍ରମଣ କରିଛି । କୁଆଡେ କୋରନା ବ୍ୟାପୁଛି । ସୁଦୁର ଚାଇନା ଦେଶରୁ ବ୍ୟାପିଛି ଏହି ରୋଗଟା। ଯାହାକୁ ଛୁଇଁବ ସେ ଆକ୍ରାନ୍ତ ନିଶ୍ଚିତ ହେବ। ସମସ୍ତେ କହିଲେଣି ଘରେ ରୁହନ୍ତୁ ସୁସ୍ଥ ରୁହନ୍ତୁ। ତେଣୁ ଆଉ ରମେଶକୁ କୁ କିଏ ଡାକୁ ନାହାନ୍ତି । ଭୋକିଲା ପେଟରେ ବା କେତେ ଦିନ ରହିବ ? ଯାହା କିଛି ସଞ୍ଚିଥିଲା ଏକ ପୁରୁଣା ସାଇକଲ୍ କିଣି କଷ୍ଟେ ମଷ୍ଟେ ସୁରତ୍ ଛାଡି ଗାଁ କୁ ବାହାରିଲା । ତାର ସମସ୍ତ ସଞ୍ଚିତ ଟଙ୍କାପଇସା, କିଛି ଚୁଡା, ଚାଉଳ ଭଜା ବ୍ୟାଗରେ ବାନ୍ଧି ସାଇକଲ ଚଢିଲା। ପଛରେ ଛାଡି ଆସୁଥିଲା ଅନେକ ଛୋଟ ବଡ ଗାଁ ସହର , ପାହାଡ ପର୍ବତ, ନଈନାଳ । କେତେବେଳେ ପୋଲିସ୍ ର ଆକଟ ତ କେତେବେଳେ ଗାଁ ସହରର ଲୋକଙ୍କ ଘୃଣା ଚକ୍ଷୁ । ସତେ ଯେମିତି ମଣିଷ ମାରିଛି । କିଏ ଦୟାରେ କିଛି ଖାଇବା ଥୋଇ ଦେଇ ଯାନ୍ତି ତ କେଉଁ ଠାରୁ ଟିକେ ପାଣି ମିଳିଯାଏ । କେଉଁ ସ୍କୁଲ୍ ପିଣ୍ଡାରେ ନହେଲେ ନିଛାଟିଆ ରାସ୍ତାପାଖ ଗଛମୁଳେ ରାତିଟା କଟିଯାଏ ତାର ହିସାବ ନାହିଁ । ଖାଁ ଖାଁ ପରିବେଶଟା ଖୁବ୍ ଡରାଉଥିଲା ରମେଶକୁ । କିଛି ଲୋକ ମୁହଁରେ ମାସ୍କ ପିନ୍ଧି ଡରାଇଲା ଭଳି ଚାଲିଯାଉଥାନ୍ତି । ଏମିତି ଆସୁ ଆସୁ କେମିତି ୨୪ ଦିନ କଟିଗଲା ତାହା ଭାବିବା ମୁସ୍କିଲ୍ । 


  ଗାଁରେ ରମେଶ ପହଞ୍ଚିଲା ବେଳକୁ , ଦୁଇ ପାଦରେ ବିଣ୍ଡି ବସି ଫାଟିବା ଆରମ୍ଭ କରିଥାଏ ଆଉ ସେଥିରୁ ମେଞ୍ଚେ ମେଞ୍ଚେ ରକ୍ତର ଧାର । ରମେଶ ଗାଁରେ ପହଞ୍ଚିବା ଖବରଟା ସରପଞ୍ଚ କାନରେ ପଡିସାରିଥିଲା । ସରକାରୀ କ୍ବାରେଣ୍ଟାଇନ୍ ରେ ରହିବାକୁ ପଞ୍ଚାୟତ ସ୍କୁଲ୍ ଘରେ ରହିବ ୧୪ଦିନ ପାଇଁ । ତାପରେ ଯାଇ ଘରକୁ ଯିବ । ଏବେ ଖୁବ୍ ପଶ୍ଚାତାପ କରୁଥିଲା କାହିଁକି ସେ ସୁରତ ଯାଇଥିଲା । କରୋନାର କରାଳ ରୁପଟାକୁ ପାଖରୁ ଦେଖି ଠିକ୍ କରି ନେଇଥିଲା ଆଉ ଯିବନି ସେଠିକି ।



Rate this content
Log in

More oriya story from Neelamadhab Rath

Similar oriya story from Abstract