ଅଭୁଲା ସ୍ମୂତି
ଅଭୁଲା ସ୍ମୂତି


ଅତୀତର କିଛି ଅଭୁଲା ସ୍ଳୃତି ଆଉ ଭବିଶ୍ୟତର ଅନଶ୍ଚିତତା ଏବଂ ବର୍ତ୍ତମାନର ଗଭିର ବ୍ୟଥାକୁ ନେଇ ଜୀବନ ନୌକାରେ ସମୟର ବୈତରଣୀକୁ ପାର କଲାବେଳେ କେତେବେଳେ ଯେ ଜୀବନଟା ଚକାଭଉଁରୀ ଭିତରେ ଫସିଯାଇ କାଳ ଗର୍ଭରେ ଲୀନ ହୋଇଯାଏ କହିବା ମୁସ୍କିଲ୍ । ଜିଇ ଜିଇଁ ମରିବା ଆଉ ମରି ମରି ଯିଇଁବାର ଦୋଛକିରେ ଆତ୍ମହତ୍ୟା କରିବାର ଚରମ ନିଷ୍ପତ୍ତି ନେଇଥାଏ ହୁଏତ ଏହା ସମସ୍ୟାର ସମାଧାନ ହୋଇନପାରେ ।
ଠିକ୍ ସେମିତି ଏକ ନିଷ୍ପତ୍ତି ନେବାକୁ ବାଧ୍ୟ ହୋଇଥିଲା ସରୋଜ । ସେଥିଲା କଲେଜର ଜଣେ ମେଧାବି ଛାତ୍ର ।। ପାଖ ଗାଁରୁ ସହରର ଏକ ନାମି କଲେଜରେ ସିଟ୍ ଟିଏ ପାଇଥିଲା ସରୋଜ । ସ୍କୁଲ୍ ପ୍ରଧାନ ଶିକ୍ଷକ ଓ ବାପା ମାଁଙ୍କର ପ୍ରେରଣା ଏଵଂ ସଦିଚ୍ଛା ତାକୁ ଏହି ସହରକୁ ନେଇ ଆସିଥିଲେ । ଧାର ଉଧାର କରି ବାପା ଛାଡିଦେଇଥିଲେ କଲେଜ ହୋଷ୍ଟେଲ୍ ରେ ।
ନୁଆ ନୁଆ କଲେଜରେ ପାଦ ଦେଇଥାଏ, ସହରିଆ ପରିବେଶଟା ଖୁବ୍ ମଜାଦେଉଥିଲା ସରୋଜକୁ ।ନୁଆ ସାଙ୍ଗସାଥି, କଲେଜ କ୍ୟାମ୍ପସ ଖଟି , କଫି କ୍ୟାନ୍ଟିନ୍, କଲେଜ ଲନ୍ , ଲାଇବ୍ରେରୀ, ଲ୍ୟାବ୍, ଜୀମ୍, ସ୍ଟୋର୍ଟ୍ସ କମ୍ପ୍ଲକ୍ସ, ସୁଇମିଂ ପୁଲ୍ ଏସବୁକିଛି ସେ ଗାଁରେ କେବେ ଅନୁଭବ କରିପାରି ନ ଥିଲା। ଦିନେ ଏମିତି କଲେଜକୁ ଗଲାବେଳେ ପଛରୁ ସରୋଜକୁ ପଛରୁ ଡାକିଥିଲା ସରିତା ।
ସରିତା ଡାକରେ ଚମକି ଗଲା ସରୋଜ କିନ୍ତୁ ପରେ ତାଠୁ ପରିଚୟଟା ପାଇ ନିଜକୁ ନିଜେ ପ୍ରକୃତିସ୍ଥ କଲା । ସରିତା ଗୋଟେ ବଡ ଘରର ଝିଅଟିଏ । ମୋର୍ଡେନ୍ ସ୍ଟାଇଲ୍ , ବବ୍ କଟ କେଶବିନ୍ୟାସ ଆଉ ଜିନ୍ସ ସାଙ୍ଗକୁ ହେଣ୍ଡ କଟ୍ ଟପ୍ ଖୁବ୍ ମାନୁଥାଏ । କଲେଜର କେତେଜେ ଟୋକା ତା ପଛରେ ପଡିଥାନ୍ତି ତାହା ଗଣତି ବାହାରେ ।
ସରୋଜ ହୋଷ୍ଟେଲ୍ ରେ ରୁହେ କେବଳ କଲେଜ ଟାଇମ୍ ରେ ହିଁ ଦେଖା ସାକ୍ଷାତ୍ ହୋଇଥାଏ ସରିତା ସହ। ସରିତା ସରୋଜର ସବୁ ଟିକ୍ ନିଖ ଖବର ରଖୁଥାଏ । ସରୋଜ ଗରିବ ହେଲେ କଣ ହେଲା ଖୁବ୍ ହେଣ୍ଡସମ ଆଉ ମେଧାବି ଯୁବକଟିଏ ।
ଏମିତି ଦେଖା ସାକ୍ଷାତ ଭିତରେ ସରୋଜକୁ ଭଲପାଇ ବସିଛି ସରିତା । ତାକୁ ଅନେକଥର ଲାଇବ୍ରେରିକୁ ଡାକି କ୍ଲାସ୍ ମିସ୍ କରି ଘଣ୍ଟାଘଣ୍ଟା ଗପେ, କଫି ପିଇବା ବାହାନାରେ ଡାକି ନେଇ ସରୋଜର ଅଧାପିଆ କଫି ଗ୍ଲାସଟା ଛଡାଇ ନେଇ ନିଜେ ପିଇନିଏ, କଲେଜ କ୍ୟାଣ୍ଟିନ୍ ରେ ସରୋଜ ସହ ମିଶିକି ଲଞ୍ଚକରେ । ଲ୍ୟାବ୍ ରେ ସରୋଜ ପ୍ରସ୍ତୃତ କରିଥିବା ଟେଷ୍ଟ ଟ୍ୟୁବ୍ କୁ ନିଜ ଷ୍ଟାଣ୍ଡରେ ରଖି ଦେଖାଇ ଦିଏ ପ୍ରଫେସର୍ ଙ୍କୁ ।
ସରୋଜ ଆଉ ସରିତା ଏକ ରଙ୍ଗିନ ଦୁନିଆ ଆଡକୁ ଚାଲିଯାଆନ୍ତି । ଏକା ସାଙ୍ଗେ ଜିଇଁବା ଆଉ ମରିବାର ରାଣ ଖାଆନ୍ତି । ଏକ ସୁନେଲି ଭବିଷ୍ୟତର ବାଲିଘରଟିଏ ଗଢିବସନ୍ତି । ଦିନ ଗୁଡିକ ହସଖୁସିରେ ସରିଯାଏ। ସରୋଜର କଲେଜ ପାଠ ସାରି ଗାଁ କୁ ଫେରିଗଲା ।
ଫାଈନାଲ ରେଜଲ୍ଟ ବାହାରିବାକୁ ଆହୁରି ଦୁଇମାସର ଅପେକ୍ଷା ଏପଟେ ସରିତାର ବାହାଘର ପ୍ରସ୍ତାବ ଫାଇନାଲ୍ ହୋଇଯାଇଥାଏ ରାକେଶ ସହ। ରାକେସ ସେହି ସହରରେ କେଉଁ ଏକ ମଲ୍ଟିନେସନାଲ୍ କମ୍ପାନିରେ ସି,ଈ,ଓ। ବାପାମାଁ ଙ୍କ ଜିଦ୍, ଆଭିଜାତ୍ୟ ଓ ପ୍ରତିପତ୍ତି ଆଗରେ ହାର ମାନି ରାଜି ହୋଇଯାଏ ସରିତା।
ବାହା ହୋଇ ଘରସଂସାର କରିନିଏ ସରିତା । ଭୁଲିଯାଏ ସରୋଜ କୁ ଦେଇଥିବା କଥା ।
ସରୋଜ କଲେଜ ରେଜଲ୍ଟ ଜାଣିବାକୁ ଆସୁଥାଏ କଲେଜକୁ । ହଟାତ୍ ଚକ୍ ଚକିଆ ମଷ୍ଟୁରିଜ କାର୍ ଟିଏ ତା ଆଗରେ ଅଟକି ଯାଏ ।
ମୁହଁଟି ଖୁବ୍ ଚିହ୍ନା ଚିହ୍ନା, ନିଜର ନିଜର ଲାଗୁଥିଲା ସରୋଜର । କାରରୁ ଓହ୍ଲାଇ ଆସେ ସରିତା, ମୁଣ୍ଡରେ ସିନ୍ଦୁର , ହାତରେ ଶଙ୍ଖା ଦେଖି ସ୍ତବ୍ଦ ହୋଇ କାଠଟିଏ ପରି ଠିଆ ହୋଇଯାଏ ।
I am sorry. ମୁଁ ମୋ କଥା ରଖି ପାରିଲିନି .... ବାପାମାଁଙ୍କ decision ରେ ରାଜି ହେବା ମୋଇଁ ଶେଷ ରାସ୍ତା ଥିଲା । ମୋତେ କ୍ଷମା କର ସରୋଜ । କହୃ କହୃ ହାତଯୋଡି ଦେଇ କାରରେ ପଶିଗଲା ସରିତା ।
ସେଦିନ ଆଉ ନିଜକୁ ସମ୍ଭାଳି ପାରରିଲାନି ସରୋଜ .. ଏପଟେ ବାପାମାଁ, ହେଡମାଷ୍ଟ୍ରଙ୍କ ସ୍ବପ୍ନ-ବହୁତ ଭଲ ନମ୍ବର ରଖି ବଡ ଚାକିରି କରିବ ସେପଟେ ସରିତାର ବିରହ ଜନ୍ତ୍ରଣା। କଣ କରିବ କଣ ନ କରିବ କିଛି ଠିକ୍ କରିପାରୁ ନଥାଏ ।
ସନ୍ଧ୍ୟା ସମୟ ହୋଷ୍ଟଲ୍ ର ବାଲକୋନି ଉପରେ ନିଜଳ ପୁରୁଣା ଡାଇରିଟା ଧରି ଚିଠିଟିଏ ଲେଖିବସେ ସେଇ ଅତୀତର କଥାସବୁ ... ଲୁହରେ ଭିଜିଯାଇଥାଏ ଚିଠିଟା.. । ସରିତା ସହ ବିତାଇଥିବା ସେହି ମୁହୂର୍ତ୍ତଗୁଡିକ ଲେଖିଲା ବେଳକୁ ହାତଗୋଡ ଥରିଉଠେ । ଛାତିଟାର କମ୍ପନ ବଢିଯାଇ ଏକ ଅହେତୁକ ଜନ୍ତ୍ରଣାରେ ଧଡପଡ ହେଉଥାଏ। ଲୁହଭିଜା ଚିଠିଟାକୁ ସେହି ହୋଷ୍ଟେଲ୍ ବାଲକୋନୀରେ ରଖିଦେଇ ଲମ୍ଫ ଦିଏ ତଳକୁ ଆଉ ସବୁ ଦିନ ପାଇଁ ଭୁଲିଯାଏ ସରିତାକୁ ।