STORYMIRROR

Neelamadhab Rath

Romance Fantasy Inspirational

4  

Neelamadhab Rath

Romance Fantasy Inspirational

ପାହାଡି କନ୍ୟା

ପାହାଡି କନ୍ୟା

2 mins
54

    ବଣ ଜଙ୍ଗଲ ଘେରା ଛୋଟ ଗାଁ ଟିଏ । କାଶିପୁର ସହରର ଅନତି ଦୁରରେ ଅବସ୍ତିତ। ଲମ୍ବା ଲମ୍ବା ପାହାଡ ଗାଁର ସୀମାକୁ ବନ୍ଧନ କରିଛି । ପାହାଡ ମଝିରୁ ଝରଣା ଆଉ କାଚ କେନ୍ଦୁ ପରି ପାଣି । ପୂର୍ବ ପାହାଡର ଶିଖରରେ ସୂର୍ଯ୍ୟ ଉଦୟ ଆଉ ପଶ୍ଚିମ ପାହାଡର ଶିଖରରେ ଅସ୍ତ । ଖୁବ୍ ମନୋରମ ଗାଁଟିର ଦୃଶ୍ୟ । ପାହାଡ ତଳ ଜଙ୍ଗଲ ରୁ କେତେ ଯେ ପକ୍ଷୀ ରାବ ଦିଅନ୍ତି ସତେ ଯେପରି ଗୋଟେ ଛୋଟ ଚିଡିଆଖାନା। 


   ପାହାଡ ର ଉପର ଦେଶରେ ଗୋଟ ଛୋଟ ଶିବ ମନ୍ଦିର କାହିଁ କେତେ କାଳରୁ ସେମିତି ଅକ୍ଷତ ଅବସ୍ଥାରେ ଅଛି ଓ ପ୍ରତିଦିନ ସେଠିକାର ପୂଜାରୀ ପରିବାର ପୂଜା କରିଆସୁଛନ୍ତି। ସନିଆ ପୁଜାରୀ ତା ' ବାପ ନରସିଂ ପୁଜାରୀ ଓ ତା' ପୁର୍ବ ପୁରୁଷ ସେଠାରେ ଶିବ ପୂଜା କରିଆସୁଛନ୍ତି ।


   ସନିଆ ପୁଜାରୀର ଖୁବ୍ ଚିନ୍ତା ତାର ପୁଅଟିଏ ହେଲାନି କେବଳ ଏକମାତ୍ର ଝୀଅ "ସରିତା"। ତା ପରେ ସେ ମନ୍ଦିରରେ କିଏ ପୂଜା କରିବ । ଭଗବାନ ଶିବଙ୍କ ଉପରେ ଛାଡିଦିଏ ଆଗାମି ଭବିଷ୍ୟତକୁ । ସନିଆର ଝୀଅଟା କିନ୍ତୁ ଖୁବ୍ ସୁନ୍ଦରୀଟିଏ । ସକାଳୁ ସକାଳୁ ମନ୍ଦିର ବେଢା ପହରା ପହରୀ କରିଦିଏ , ପିଣ୍ଡାକୁ ଝରଣା ପାଣି ଆଣି ଧୋଇଦିଏ । ବଣଫୁଲ ସଂଗ୍ରହ କରି ବାପାଙ୍କ ପାଇଁ ଦିଏ । ପୂଜାରେ ଲାଗିବ। ସରିତା ନିଜେ ମଧ୍ୟ କିଛି ଫୁଲର ମାଳ ଗୁନ୍ଥି ଶିବଙ୍କୁ ଚଢାଏ। ବିଭିନ୍ନ୍ ଯାନୀଯାତ୍ରା ରେ ଗାଁ ରୁ ଓ ଗାଁ ପାଖ ସହରରୁ ବହୁତ ଭକ୍ତ ସଠାକୁ ଆସନ୍ତି। ଏଠାରେ ଦର୍ଶନ କଲେ ମାନସିକ ପୁରଣ ହୁଏ ବୋଲି ସେମାନଙ୍କ ଆଶା। 


   ଏମିତି ଏକ ଯାତ୍ରା ସମୟରେ ପାଖ ସହରରୁ ସୂରଜ ଆସିଥିଲା ସେହି ପାହାଡି ମନ୍ଦୀରକୂ ତାର ମାନସିକ ରଖିବାକୁ । ସୂରଜ ଗୋଟେ ଉଚ୍ଚ ଶିକ୍ଷିତ ଯୁବକ , ଚାକିରୀ ବାକିରି କିଛି ନ ପାଇ ହତାସ । ସଂମ୍ଭ୍ରାନ୍ତ ଓ ଶିକ୍ଷିତ ପରିବାର । କାଳେ କେଉଁ ଭଗବାନ କିଛି ଆର୍ଶ୍ରିବାଦ ଦେବେ , ଘୁରି ବୁଲୁଥାଏ ଏଇଠି ସେଇଠି । ମନ୍ଦିର ଦର୍ଶନ କରି ପାହାଡ ଓହ୍ଲାଉ ଓହ୍ଲାଉ ନଜର ପଡିଯାଏ ସରିତା ଉପରେ । ଖୁବ୍ ସୁନ୍ଦର, ଶୁଶୀଳ,ସୁଗଠିତ ଝିଅଟିଏ । ସତେ ଯେପରି ପାହାଡି ଫୁଲଟାଏ । ମହାପ୍ରଭୁ ଶିବଙ୍କ ସଂରଚନା । ପ୍ରଥମ ଦେଖାରେ ଭଲପାଇ ବସେ ସୂରଜ । ମନେ ମନେ ଭାବିନିଏ ଝୀଅଟି ତା ପାଇଁ ଜନ୍ମ ହୋଇଛି । ସାହାସ ଯୁଟାଇ ଝୀଅଟି ପାଖକୁ ଯାଏ ଓ ପାଣିଟିକିଏ ମାଗିବା ବାହାନାରେ ନା ଠିକଣା ପଚାରିନିଏ । ଏଣେ ଡର ଆଉ ଭୟରେ ବରଡା ପରି ଥରୁଥାଏ । କାଳେ କିଏ ଦେଖିଦେବ । ଝୀଅଟି ମଧ୍ୟ ସହରୀ ବାବୁଙ୍କୁ ଦେଖି ଖୁସିରେ ପାଣି ଢାଳେ ଦେଇଦିଏ ଓ ବାବୁଙ୍କୁ ଆଖିପୁରାଇ ଦେଖୁଥାଏ । ମନେ ମନେ ଲାଜେଇ ଲାଜେଇ ଭଲପାଇବା ସନ୍ତକ ସ୍ବରୁପ ସ୍ମିତ ହସଟିଏ ଦେଇ ମୁହଁ ତଳକୁ କରି ପାହାଡର ପାହଚରେ ନଜର ସ୍ଥିର ରଖେ। ସୂରଜ ବୁଝିଯାଏ ସରିତା ତାକୁ ପସନ୍ଦ କରିଛି। ହେଲେ ତାଙ୍କ ସହରୀ ସମାଜ କଣ ୟାକୁ ଗ୍ରହଣ କରିବ ? ମନରେ ଅହେତୁକ ଆଶଙ୍କା ନେଇ ସେଦିନ ଘରକୁ ଫେରିଲା ।


ସୂରଜ ବାପାମାଁଙ୍କୁ ସେହି ପାହାଡି ଫୁଲ କଥା କେମିତି କହିବ ବୁଝିପାରୁ ନଥାଏ । ଏପଟେ ଚାକିରୀର ଟେନସନ୍ ସେପଟେ ପାହାଡି ଫୁଲ-ସରିତା । ପୁଅର ବିଷର୍ଣ୍ଣ ବଦନ ଦେଖି ମାଁ ସୂରଜକୁ ଏହାର କାରଣଟା କଣ ବୁଝିଲେ ଓ ରୋକ୍ ଠୋକ୍ ମନା କଲେ ସେହି ପାହାଡି କନ୍ୟାକୁ ଘରକୁ ଆଣିବାକୁ । ସୂରଜ ନଶ୍ଚିତ ହୋଇଗଲେ ମାଁ ଯେତେବେଳେ ମନା କରୁଛନ୍ତି ବାପାଙ୍କ ରାଜି ହେବାର ପ୍ରଶ୍ନ ଉଠିବ ବା କେଉଁଠୁ ।

ଦିନେ ଆଉ କିଛି ବିଚାର ନ କରି ବାହାରିଯାଏ ସେଇ ପାହାଡା ଶିବ ମନ୍ଦୀର ଆଡକୁ.......



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Romance