ଅର୍ଥ ଅନର୍ଥ
ଅର୍ଥ ଅନର୍ଥ
ଜୀବନଟା ସଂଘର୍ଷମୟ । ପେଟ ଖଣ୍ଡିକ ପାଇଁ ଅନେକ ତାଡନା ଓ ଯାତନାର ସମ୍ମୁଖିନ ହେବାକୁ ପଡୁଛି । ସବୁବେଳେ ସେହି ଏକମାତ୍ର ଚିନ୍ତା ଆଗାମି କାଲି କଣ ହେବ । କିପରି ଭଲ ରୋଜଗାର କରିବ । ସୁରୁଖୁରୁରେ ଜୀବନ କିପରି ଅତିବାହିତ କରିବ । ପଇସା ରୋଜଗାର କରିବାର ନିଶାରେ ଏତେ ନିମ୍ମଜିତ ରୁହେ ଯେ ନିଜ ଆଗପଛ, ଠିକ ଭୂଲ, ପାପପୁଞ୍ୟ ସବୁକିଛି ଭୁଲିଯାଏ । ମାନବତାର ସାଞା ଭୁଲି ଯାଏ ।
* * * * * * * * * * * * * * * * * * * * * *
ସକାଳୁ ସକାଳୁ ମାନେ ଦିନ ସାତଟା । ନରାୟଣ ସାମନ୍ତରାୟ , ଡାକଦେଲେଣି ଚାହା ଧରି ବେଡ୍ ରୁମକୁ ପହଞ୍ଚାଇବ । ରାମୁକାକା ଟି ଶଶର୍ ଆଉ ଟି ପୟ ସଜାଡ ସଜଡି କରି ଦୌଡି ଯାଏ ବାବୁଙ୍କ ରୁମ୍ ପଟେ । ବାବୁ ସାଆନ୍ତାଣି ବି ଆଖି ମଳିମଳି ବାହାରିପଡିଲେଣି ବାଥରୁମ୍ ଆଡକୁ । ବେଡ ରୁମ୍ ଝାଡୁ ପୋଛା ସାରୁ ସାରୁ ରୋହନ୍ ଆଉ ସରିତାକୁ ସ୍କୁଲରେ ଛାଡିବା ପାଇଁ ପ୍ରସ୍ତୁତ ହେଲା ରାମୁକାକା ।
ହଁ ଆମ ପିଲା ଚାଲି ପାଞ୍ଚ କୋଶ ସ୍କୁଲକୁ ଯିବେ । ତାହା ପୁଣି ବାସି ପଖାଳ ଖାଇ ଆଉ ଏମାନଙ୍କ ପିଲାଙ୍କୁ ସକାଳୁ ସକାଳୁ ସୁପ୍, ଆମଲେଟ , ଫ୍ରୁଟ୍ ଯୁସ୍ , ବ୍ରେଡ ବଟର.......।
ସକାଳୁ ସଞ୍ଜ ଯାଏ ମେସିନ୍ ପରି ଲାଗିଥାଏ ରାମୁକାକା । ନିଶ୍ବାସ ନେବାକୁ ଫୁରୁସତ ନାହିଁ । ଏଣେ ବାବୁଆଣିଙ୍କ ଗଞ୍ଜଣା ଆଉ ବାବୁଙ୍କ ନାଲିଆଖି । ଛାର ପେଟଟା ପାଇଁ ଏତେ ସବୁ କରୁକରୁ ନା ସ୍ତ୍ରୀ ପାଇଁ ଭଲ ଶାଢୀଟିଏ କିଣିପାରେ ନା ପୁଅଝୀଅ ପାଇଁ ଭଲ ଡ୍ରେସ୍ । ରୋହନ୍ ସରିତାଙ୍କ କିଛି ଚିରା ଫଟା ଡ୍ରେସ୍ ଆଉ ବାବୁମାଁ ଙ୍କ ଅବ୍ୟବହୃତ ପୁରୁଣା ଶାଢୀ ମିଳିଯାଏ ବର୍ଷରେ ଥରେ ଅଧେ । ମାସର ପ୍ରଥ
ମ ସପ୍ତାହକୁ ଟାକି ବସିଥାଏ ପଞ୍ଚାୟତ ରେ ମିଳୁଥିବା ଚାଉଳ କିରୋସିନ୍ ପାଇଁ । ଏଣେ ବାବୁଙ୍କ ଘରେ ଛତିଅଣ ନ ଭଜା । ବାବୁ ପଇସା ବାଲା ଅୟେସ ଆରମ ର ଜୀବନ ବିତାଇବେନି ତ ଆଉ କିଏ ବିତାଇବ । ସମ୍ଭ୍ରାନ୍ତ ପରିବାର ର ଲୋକ ଚାକର ବାକର ବିନା କୌଣସି କାମ ଆଗକୁ ବଢେନାହିଁ । ରାମୁକାକା ଚାହିଁଲେବି ବାବୁଙ୍କ ଘରୁ କାମ ଛାଡି ପାରେନି। ପ୍ରାୟ ଗୋଟେ ବର୍ଷର ଆଡଭାନ୍ସ ନେଇସାରିଛି । ଷାଠିଏ ହଜାର ଟଙ୍କା ! କେମିତି କରଜ ସୁଝିବ ରାମୁକାକା ବୁଦ୍ଧିବାଟ ପାଏନି ।
ଦିନ ଗଡିଚାଲେ । ଦିନ ପରେ ଦିନ ଆଉ ମାସପରେ ମାସ । ହଠାତ୍ ଖବର ଆସେ କେଉଁ ଗୋଟେ ମାମଲାରେ ଜେଲ୍ ଜିବେ । କୋଠାବାଡି ନିଲାମ୍ ହେବ। ବ୍ୟସ୍ଥ ହୋଇପଡେ ରାମୁକାକା ତା ଚାକିରୀର କଣ ହେବ ? କୁଟୁମ୍ବ କିମିତି ଚଳାଇବ ? ଦେଖୁ ଦେଖୁ ପୋଲିସ୍ ଗାଡି ଗେଟ୍ ସାମନାରେ ହର୍ଣ୍ଣ ଦେଲା । କିଛି ପୋଲିସ୍ ଆସି ବାବୁଙ୍କୁ ଧରିନେଲେ । ଗାଡିରେ ବସୁ ବସୁ ନାରାୟଣ ସାମନ୍ତରାୟ ରାମୁକାକା କହିଦେଇଗଲେ ତାଙ୍କ ସ୍ତ୍ରୀ ଓ ପିଲା ମାନଙ୍କୁ ସମ୍ଭାଳିବାକୁ । ଭୋ ଭୋ ହୋଇ କାନ୍ଦିଉଠେ ରାମୁକାକା ।
ବାବୁଆଣି ,ରୋହନ ଆଉ ସରିତାକୁ ଡାକି ନେଇଯାଏ ତା' ଚାଳ କୁଡିଆକୁ। ହେଲେ ସେଠି ନା AC, କୁଲର ନା water heater, ବାବୁଆଣିଙ୍କୁ ସେହି ମୁନିଷପାଲିଟିର ସପ୍ଲାଏ ୱ।ଟର ଆଉ ଭଙ୍ଗା ଟେବୁଲ୍ ଫ୍ୟାନ୍ ପବନ ଖାଇ ଦିନ ବିତାଇବାକୁ ହେବ । ମନେ ମନେ ବ୍ୟସ୍ତ ହୋଇପଡେ ରାମୁକାକା । ଭାବିଵସେ ସତରେ କଣ ପଇସାର ମୋହ ଏତେ ଅନ୍ଧ କରିଦିଏ ମଣିଷକୁ । ଏମିତି ଗୁରୁତର ଅପରାଧ କରିବସେ ଯାହାପାଇଁ ସାରା କୁଟୁମ୍ବଟା ଯନ୍ତ୍ରଣାର ହରଡଘଣାରେ ପଡିଥାଏ। ବାଃ ବାଃ ରେ ପଇସା ବାଃ ....