STORYMIRROR

Neelamadhab Rath

Romance Tragedy Inspirational

4  

Neelamadhab Rath

Romance Tragedy Inspirational

ଚମେଲୀ

ଚମେଲୀ

3 mins
71


    ରାସ୍ତା ପାଖରେ ଜମିଥିବା ଗହଳି ଦେଖି କାରଣଟା ଖୋଜିବାକୁ ବାହାରିଲି ସେ ପାଖକୁ ...। ଗୋଟେ ସୁନ୍ଦରୀଆ ତରୁଣି, ମୁଣ୍ଡରେ ଲମ୍ବା ଓଢଣିଟାଣି ଭଳି ଭଳିକା ରଙ୍ଗ ବେରଙ୍ଗୀ ମୁର୍ତ୍ତୀ ଓ କଣ୍ଢେଇ ବିକ୍ରି କରୁଥାଏ। ମୁର୍ତ୍ତୀ ସବୁ ପ୍ୟାରିସ୍ ପ୍ଲାଷ୍ଟରରେ ତିଆରି । 

    ଖୁବ୍ ସୁନ୍ଦର ଓ ଜୀବନ୍ତ ଲାଗୁଥାଏ ଦେଖିବାକୁ...। କିଏ କିଏ ଦି ଚାରିଟା ମୁର୍ତ୍ତୀ ଏକାଠି କରି ମୁଲ୍ୟ ଛିଡାପଡା କରୁଥାନ୍ତି..... ଆଉ କିଏ କିଏ ରେଟ୍ ଫାଇନାଲ୍ କରି ମୁର୍ତ୍ତୀ ନେଇ ଚାଲି ଯାଉଥାନ୍ତି । ତରୁଣିଟି ତା ଲେହେଙ୍ଗା ର ଅଣ୍ଟିରେ ପଇସା ତକ ରଖୁଥାଏ। 

    ମୁଁ ବି ସେଠାରୁ କିଛି ମୂର୍ତ୍ତୀ ପସନ୍ଦ କରି ଅଲଗା ରଖିଲି ଆଉ ଭାବଟା ପଚାରୁଥାଏ ଓ ତରୁଣୀଟି କୁ ତା ନାମ ପଚାରିଦିଏ.... । ଉତ୍ତର ଆସିଲା ...ଚମେଲି.…. 

    ଆଉ ତା ହାତକୁ ଦୁଇଶହ ଟଙ୍କା ଦେଉ ଦେଉ କହିଲା ବାବୁ ଆମେ ଏଠାକୁ ବହୁତ ଦୁରରୁ ଏଠାକୁ ଆସିଛୁ...... ଜନ୍ମମାଟି ରାଜସ୍ଥାନର ଏକ ଅକ୍ଷାତ ପଲ୍ଲୀରେ ବିକାନିର ପାଖେ....ହେଲେ ପେଟ ଚାଖଣ୍ଡକ ପାଇଁ ପୁରାପରିବାର ଏମିତି ବୁଲି ବୁଲି ଏଇ ପ୍ଲାଷ୍ଟର ମୁର୍ତ୍ତୀ ବିକ୍ରିକରି ପେଟ ପୋଷୁଛୁ । ବାପା ଗୋଟେ ଗାଁରେ ମାଁ ଗୋଟେ ଗାଁରେ ଆଉ ମୁଁ ଏଇ ସହରରେ ଏଇ ପଲିଥିନ୍ ତମ୍ବୁ କରି ସାମାନ୍ ତିଆର କରୁଛି ଓ ବିକ୍ରି କରୁଛି....। ଘର ମାନେ .......କେତେ ବେଳେ କେଉଁ ସ୍କୁଲ ପିଣ୍ଡାରେ ତ କେତେବେଳେ କେଉଁ ମଠ ମନ୍ଦିର ବେଢାରେ ନ ହେଲେ ଏଇ ପଲିଥିନ ଘେରା ଘରେ ଜୀବନ ବିତିଥାଏ । 

    ଦିନ ପ୍ରାୟ 2ଟା ବାଜିବାକୁ ବସିଲାଣି .... ଚମେଲି ଲୋକ ଗହଳି ଭାଙ୍ଗିବାର ଦେଖି ତାର ସେଇ ପଲିଥିନ ଘେରା ଛୋଟ ଘରକୁ ଜିବାପାଇଁ ବାହାରୁଥିଲା। ମୋର ଚମେଲିର ଏଇ ପେଶା ଓ ଚାଲିଚଳନୀ ବିଷୟରେ ଜାଣିବାର ଉତ୍ସୁକତା ବଢ଼ିବଢି ଚାଲିଥାଏ ...। 

   ତାର ଅନୁମତି ନେଇ ମୁଁ ମଧ୍ୟ ଚମେଲି ସହ ସେଇ ପଲିଥିନ ତମ୍ବୁ କୁଡିଆ ଭିତରକୁ ପଶିଗଲି । 

   ପଲିଥିଲ ଘର ଭିତରେ କେହିଟା ବସ୍ତା ପ୍ଲାଷ୍ଟର ପାଉଡର କିଛି ରଙ୍ଗ ଓ ତୁଳି , ଗୋଟେ ଦିଟା ଝୁଲା ବ୍ୟାଗ୍ ଓହଳି ରହିଥାଏ ଓ ପିନ୍ଦା ଲୁଗାପଟା ଆଉ ରୋଶେଇ ପାଇଁ ଗୋଟେ ଷ୍ଟୋଭ , ଗୋଟିଏ ତାୱା ଓ ଗଡ଼େଇ ସାଙ୍ଗରେ ଚଟୁଟିଏ । ଏଇ ହେଲା ଚମେଲି ଘରର ଆସବାବପତ୍ର । 

ମୁଁ ଇକୋନୋମିକ୍ସ ରେ ପଢିଥିବା ସେହି ଧାଡିଟା Human wants are Unlimited ବୋଧେ ମିଛ ଥିଲା ଏଇ ଚମେଲି ପାଇଁ...... କାରଣ ଚମେଲି ଘରେ ଆମ ଘରପରି ନା ଥିଲା ଖଟ, ଡାଇନିଂ ଟେବୁଲ୍, ନା ପଙ୍ଖା , ଫ୍ରୀଜ, ଟିଭି, ୱ।ସିଂମେସିନ୍, ନାଥିଲା ଗ୍ୟାସ ଚୁଲା ମାଇକ୍ରୋ ଓଭେନ୍। ଖୁବ୍ ସରଳ ଓ ନୀରାଡମ୍ବର ଜୀବନ ଜାପନ । ଗୋଟିଏ ଗଣ୍ଠଳୀରେ ଘରର ସବୁତକ ସାମାନ ବାନ୍ଧି ମୁଣ୍ଡେଇ ନେଇହେବ । 

     ସୂର୍ଯ଼୍ୟର ପ୍ରଖର କିରଣ ପଲିଥିନ ବାଟଦେଇ ଭିଷଣ ତାପ ବିତ୍ସୁରିତ କରୁଥାଏ । ସ୍ଟୋଭ ଭପରୁ ଗହମ ଓ ମକାଗୁଣ୍ଡରୁ ତିଆରି ମୋଟାମୋଟା ଦୁଇଟି ରୁଟି ବେଲାଏ ଡାଲି ଓ ଗୋଟେ ଗୋଟା ପିଆଜ ବାହାର କରି ଖାଇବାକୁ ପ୍ରସ୍ତୁତ ହେଉଥିଲା ଚମେଲି.... । 

    ମନରେ ଖୁବ୍ ଦୟା ଆସୁଥାଏ ଚମେଲିର ଚାଲିଚଳନ ଦେଖି । ହୃଦୟଟାରେବି ଏକ ଅହେତୁକ ଶୁନ୍ୟ ସ୍ଥାନ ସୃଷ୍ଟି ହେଉଥାଏ । ଏଇ ସହରି ଝିଅ ମାନଙ୍କ ପରି ଏତେ ଫୀରୱାର୍ଡ ଆଉ ଷ୍ଟାଇଲିଷ୍ଟ ନୁହେଁ ଚମେଲି .... ଖୁବ୍ ସରଳ, ଶୁଶିଳ ଓ ସୁନ୍ଦର । ଦେହରେ ସେହି ପାରମ୍ପାରିକ ଲେହେଙ୍ଗା ଚୋଲି । ଘନ କେଶ ରାଶି ର ବେଣିଟା ଲମ୍ବି ଆସିଥାଏ ଅଣ୍ଟା ପର୍ଯ୍ୟନ୍ତ । କାନରେ ଦୁଇଟି ବଡ଼ ବଡ଼ କାନଫୁଲ... ନାକରେ ଝଲ ଝଲ କରୁଥିବା ନାକଫୁଲଟିଏ ... । 

   କିଛିଦିନ ଏମିତି ପ୍ୟାରିସ୍ ପ୍ଲାଷ୍ଟର ମୁର୍ତ୍ତି ତିଆରି କରି ଭଳି ଭଳିକା ରଙ୍ଗ ଭରୁଥିବ ..... ଆଉ ଚାଲିଯିବ ଆଉ ଏକ ନୂଆ ସହରକୁ ହେଲେ, ତାଠାରୁ ଯାହା କିଛି ବୁଝି ପାରିଲି .....ସତରେ ସେମାନଙ୍କ ଜିବନ ଖୁବ୍ କଷ୍ଟଦାୟକ । ଛାର ପେଟଟା ପାଇଁ ଏ ଗାଁ ସେ ଗାଁ ପୁରା କୁଟୁମ୍ବ ସହ ବୁଲିବାକୁ ପଡ଼େ ..... ନିଜର କୌଳିକ ବୃତ୍ତିକୁ ପେଶା କରି । ଏମିତି ବାରବୁଲା ଜାଜାବର ଯିବନ ଯାପନ କରିବାଟା ସେମାନଙ୍କର ନିଶା ଓ ପେଶା ବୋଧେ । ଖୋଲା ଆକାଶଟା ହିଁ ସେମାନଙ୍କର ସ୍ବର୍ଗ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Romance