STORYMIRROR

Sunanda Mohanty

Romance Thriller Others

4  

Sunanda Mohanty

Romance Thriller Others

ଏମିତି ପ୍ରେମ

ଏମିତି ପ୍ରେମ

4 mins
0

ତିନିଝିଅ ଓ ଗୋଟିଏ ପୁଅର ସଂସାର ନୀଳମଣିଙ୍କର. ବଡ଼ ଦୁଇ ଝିଅ ବାହା ହୋଇ ଏବେ ଭଲରେ ଅଛନ୍ତି. ତାଙ୍କ ଦୁହିଁଙ୍କ ବାହାଘର ପରେ ପୁଅ ଅଖିଳ ବିଦେଶ ଯାଇ ଟଙ୍କା କମାଉଛି ସତ ହେଲେ ଝିଅ ଦୁହିଁଙ୍କ ବାହାଘରରେ କରିଥିବା କରଜ ଶୁଝୁ ଶୁଝୁ ତାର ଯୌବନ ଅଧେ ସରିବାକୁ ବସିଲାଣି. ଏଯାଏଁ ହାତକୁ ଦିହାତ ହୋଇନି ଭାଇ. ସବା ସାନ ଭଉଣୀ ଟି ଗାଁ ସ୍କୁଲରେ ପଢେ. ଘରେ ଛେଳିଟିଏ ରଖିଛି ସାନ ଝିଅ ମାମି. ରାତି ପାହିବା ଠାରୁ ରାତି ଆସିବା ଯାଏଁ ଛେଳି ହିଁ ତାର ଜୀବନ. ଏତେ ଦିନ ପରେ ବିଦେଶରୁ ଭାଇ ଫେରିଛି. ମାମି ପାଇଁ କେତେ କଥା ଆଣିଛି. ସେଦିନ ଭାଇ ଆସିବା ଖବର ପାଇ ବଡ଼ ଦୁଇଭଉଣୀ ସେମାନଙ୍କ ଶାଶୁ ଘରୁ ଆସି ପହଁଞ୍ଚିଥିଲେ. ସେମାନଙ୍କ ପାଇଁ ଭାଇ ଆଣିଥିବା ଶାଢ଼ୀ ଦେଖି ମାଆ ସୁମତି ଙ୍କୁ କେତେ କଥା କହିଗଲେ ଦୁଇ ବଡ଼ ଭଉଣୀ. ମାମି ପାଇଁ ଏତେ କଥା ଆଣିଲା ବେଳେ ଆମ ଦୁହିଁଙ୍କ ପାଇଁ ଖାଲି ଶାଢ଼ୀ. ଆମେ ନେବୁନି କହୁଥିଲେ ଦୁଇଭଉଣୀ ତ ମାଆ ଏଥର ମୁଁହଁ ତୋଡ ଜବାବ ଦେଇଥିଲେ ଓ କହିଥିଲେ ତୁମ ଦୁହିଁଙ୍କ ବାହାଘର ପାଇଁ ବାପା କରିଥିବା କରଜ ଭରଣା କରୁ କରୁ ଭାଇ ତା ବାହା ବୟସ ର ବାରଣା ସାରି ସାରିଲାଣି. ଏବେ ଯୋଉ ବାକି ଚରଣା ଅଛି ସେ ସମୟ ସେ ସବା ସାନ ଭଉଣୀ କୁ ପଢ଼େଇ ବଢ଼େଇ ଶିକ୍ଷିତ କରିବାକୁ ଚାହିଁଛି. କାରଣ ମାମି ରୋଜଗାରକ୍ଷମ ହେଲେ ଅନ୍ତତଃ ବଡ଼ ଦୁଇଭଉଣୀ ଙ୍କ ଭଳି ଯୌତୁକ ରକ୍ଷାସ କବଳ ରେ ପଡି ବାପା ଭାଇଙ୍କୁ ସର୍ବସାନ୍ତ କରିବନି କି ନିଜେ ଟିକେ ସୁଖ ଶାନ୍ତି ପାଇବ. ଏସବୁରେ ତୁମେ ଦୁଇ ଭଉଣୀ ଭାଇ ବାପାଙ୍କୁ ସହାୟ ହେବା ଦୂର କଥା ସହଯୋଗ କର ଅନ୍ତତଃ. ଦୁଇଭଉଣୀ ଏଥର ଚୁପ ରହିଥିବା ବେଳେ ମାଆ, ଏତେଦିନ ପରେ ଘରକୁ ଫେରିଥିବା ପୁଅ ର ମୁଣ୍ଡ ଆଉଁସି ଦେଇ ପଖାଳ ବାଢୁଥିଲେ ଓ ଦୁଇ ବଡ଼ ଭଉଣୀଙ୍କ ସହ ପଖାଳ ଖାଉ ଖାଉ ଭାଇ କହୁଥିଲା ଆରଥର ଆସିଲା ବେଳକୁ ତୁମ ଦୁଇଭଉଣୀ ପାଇଁ ରୁପା ପାଉଁଜି ଓ ସୁନା କାନଫୁଲ ଆଣିଦେଵି. ମନ ଊଣା କରନାହିଁ. ମାଆ ବଡି ଭାଜି, ଦହି ପଖାଳ ଛୁଙ୍କ କରି ଛୁଇଁ ଆଳୁ ଭଜା ସହ ସମସ୍ତଙ୍କ ପାଇଁ ପଖାଳ ବାଢୁ ବାଢୁ ବାପା ଫେରିଥିଲେ ଘରକୁ.ସମସ୍ତେ ସାଙ୍ଗ ହୋଇ ପଖାଳ ଖାଉଥିଲେ ତ ମାଆ ଭାବୁଥିଲେ ପରିବାର ଭିତରେ ଏ ପ୍ରେମ ର ଫଲ୍ଗୁ ଭାରି ନିଆରା ସତରେ .
      ସମସ୍ତେ ଖାଇସାରିଲା ପରେ ବାପା କହିଥିଲେ ମାମି ପାଇଁ ଗୋଟେ ଭଲ ପ୍ରସ୍ତାବ ଆସିଛି. ଝିଅ ପାଠ ସାରିବ, ଚାକିରୀ କରିବ ତ ସେତେବେଳକୁ ଏମିତି ପ୍ରସ୍ତାବ ଆସିବ ନଆସିବ କହି ହେବନି. ସମସ୍ତେ ଏଠି ଏକାଠି ଅଛ. ପ୍ରସ୍ତାବଟି ଶୁଣିନିଅ. ମାଆଟିଏ ଓ ପୁଅଟିଏ. ପୁଅଟିକୁ ସରକାରୀ ଚାକିରୀ କରେଇ ପ୍ରତିଷ୍ଠିତ କରିବାରେ ବାପା ନଥିବା ମାଆ ପୈତୃକ ଘରଟିକୁ ବନ୍ଧା ପକେଇ ଋଣ ଆଣିଛନ୍ତି. ସୁଧ ଓ ମୂଳ ମିଶି ଯାହା ହୋଇଛି ସେମାନେ ଶୁଝିବେ କିନ୍ତୁ ସେଇଥିପାଇଁ ଆମକୁ ତିରିଶହଜାର ଟଙ୍କା ଦେବାକୁ ପଡିବ. ଯଦି ରାଜି ହେବ ସମସ୍ତେ ତେବେ ପ୍ରସ୍ତାବ ପକ୍କା. ଏହାର କାରଣ ଝିଅକୁ କଲେଜ ରେ ସେମାନେ ଦେଖି ପସନ୍ଦ କରିସାରିଛନ୍ତି. ବାପା ପୁଣି କହିଥିଲେ ବଡ଼ ଝିଅ ଓ ମଝିଆଁ ଝିଅ ବାହାଘରକୁ କରିଥିବା ଋଣ ଆମେ ବାପା ପୁଅ ମିଶି ଶୁଝିବା ପରେ ବଡ଼ ଜୋଇଁ ଓ ସାନ ଜୋଇଁ ଙ୍କ ପାଇଁ ମଟର ସାଇକେଲ କିଣିବାରେ ଯୋଉ କରଜ ହୋଇଛି ତାହା ଶୁଝା ପ୍ରାଏ ସରିଆସିଥିଲେ ମଧ୍ୟ ଆଉ କୋଉଠୁ ଟଙ୍କାଟିଏ ଯୋଗାଡ଼ କରିବା ମୋ ପକ୍ଷରେ ସମ୍ଭବ ନୁଁହଁ. ଯଦି ପ୍ରସ୍ତାବ ମନକୁ ଆସୁଛି ତେବେ ମୁଁ ଭାବୁଛି ଆମ ଘର ବ୍ୟାଙ୍କ ରେ ଥୋଇ ଟଙ୍କା ଆଣି ବାହାଘର କରିଦେବା.ଏଥର ମାଆ କହିଲେ ମୋ ପୁଅ ଏଯାଏଁ ଖଟି ଖଟି ତାର ବିବାହ ବୟସ ଗଡିଗଲାଣି ତେଣୁ ଆଉ ଟଙ୍କା ରୋଜଗାର କରିବାକୁ ମୁଁ ତାକୁ ବିଦେଶ ଛାଡ଼ି ପାରିବି ନାହିଁ ବରଂ ହାତକୁ ଦୁଇହାତ କରାଇ ଘରକୁ ବୋହୁ ଆଣିବି. ମାମି ବାହାଘର ବରଂ ପରେ କରିବା. ଦୁଇ ଝିଅ ଏଥର କହିଲେ ଆମେ ସରକାରୀ ଚାକିରୀ କରିନୁ ସତ ହେଲେ ଗାଁରେ ସଂଘ କରି ହାତବୁଣା କାମ କରିବା ସହିତ ଫଳ ଓ ଫୁଲ ଚାଷ ତଥା ଛତୁ ଚାଷ କରି ଯିଏ ଯାହା ଗାଁର ନାମ ରଖିବା ସହିତ ବେଶ ଦୁଇ ପଇସା ରୋଜଗାର କରୁଛୁ ତେଣୁ ଆମେ ଦଶ ହଜାର ଲେଖାଏଁ ସାହାଯ୍ୟ କରିବା ସହ ବେକ, କାନ, ହାତ କୁ ମଧ୍ୟ ଦେବୁ ଭଉଣୀକୁ . ଭାଇ ଅଖିଳ ମଧ୍ୟ କହିଥିଲା ମାମି ନାମରେ ମୁଁ ପାସ ବୁକ ଖୋଲିଛି. ବାହାଘର ହୋଇଯିବ.ମାଆ କହିଲେ ଭଉଣୀ କୁ ବାହା କରିବୁ ବୋଲି କଣ ନିଜର ସମସ୍ତ ସଞ୍ଚିତ ଅର୍ଥ ସାରିଦେବୁ ପୁଅ?ଦୂରରେ ମାମି ଠିଆ ହୋଇ ଶୁଣୁଥିଲା ଏସବୁ ଓ କହିଥିଲା ମୋର ଏବେ ବିବାହ କରିବାର ନାହିଁ. ପ୍ରସ୍ତାବକ ହାତରେ ଭାବି ଜୋଇଁ ଘରକୁ ମନା କରି ବରଂ ବୋହୁ ଖୋଜିଦେବାକୁ କୁହାଯାଇଥିଲା. ବାପା କଣ ଭାବିଲେ କେଜାଣି ତା ପରଦିନ ଆସି ତିରିଶ ହଜାର ଧରାଇ ଦେଇ କହିଲେ ଏହା ଯୌତୁକ ପଇସା. ମାମିର ହକ. ମାମି ଦେଖିଥିଲା ଗୁହାଳରେ ତା ଛେଳି ଓ ତା ଦୁଇ ଛୁଆ ନାଁହାଁନ୍ତି. ସେ କାନ୍ଦି ଉଠିଥିଲା. ବାପା ସତ ମାନି ଯାଇଥିଲେ ଯେ ସେ ଛେଳି ବିକ୍ରୀ କରିଦେଇଛନ୍ତି. ଏତିକି ବେଳେ ଭାବି ଜୋଇଁ, ଓ ତାଙ୍କ ପରିବାର ସମସ୍ତେ ବିକ୍ରୀ ହୋଇ ସାରିଥିବା ମାଆ ଛେଳି ସହ ଦୁଇ ଛୁଆ ଛେଳି ଧରି ଘରେ ଉପସ୍ଥିତ ହେଲେ.ଭାବି ଜୋଇଁ ସନ୍ତୋଷ କହିଥିଲେ ମାମିକୁ ଦେଖିବା ପରଠାରୁ ସେ ତାକୁ ଭଲ ପାଇସାରିଛନ୍ତି. ଆଜି ମାମି ଙ୍କ ପୋଷା ଛେଳି ତିନୋଟି ବିକ୍ରୀ ହେବା କଥା ଶୁଣି ସେ ସହି ନପାରି ଅଧିକା ପଇସା ଦେଇ ରାଜା ଖାନ ଭାଇଙ୍କ ଠାରୁ ଛେଳି ମୁକୁଳେଇ ଆଣିଛନ୍ତି. ଏବେ ତାଙ୍କର ଯୌତୁକ ତିରିଶ ହଜାର ଦରକାର ନାହିଁ ବରଂ ମାମିର ହାତ ଦରକାର. ସେ ସରକାରୀ ଚାକିରୀ କରିଥିବାରୁ ଆସ୍ତେ ଆସ୍ତେ ଘର ମୁକୁଳେଇ ପାରିବେ କିନ୍ତୁ ମାମି ର ହାତ ତାଙ୍କୁ ଦରକାର. ଏଥର ମାମି ତାଙ୍କ ମାଆ ଓ ମାମୁଁଙ୍କୁ ପ୍ରଣାମ କରୁଥିଲା.ଦୁଇ ଭଉଣୀ, ଭାଇ ଓ ବାପା ମାଆ ସମସ୍ତେ କହୁଥିଲେ ଏମିତି ପୁଅ ଝିଅ ଓ ପରିବାର ଯାହାର ଥିବ ତାର ଆଉ ଅଭାବ କଣ. ଦୁଇଭଉଣୀ କଥା ଛଡେଇ କହୁଥିଲେ ଏମିତି ଭଲ ପାଇବା ବା ପ୍ରେମ ଥିଲେ ସବୁ ସମ୍ଭବ ମାଆ.



Rate this content
Log in

Similar oriya story from Romance