Tosarani sahu

Romance Action

4  

Tosarani sahu

Romance Action

ଏ ହୃଦୟ କାହାର

ଏ ହୃଦୟ କାହାର

5 mins
262



ଆଖିରେ ଲୁହ ଦେବା ସହଜ କିନ୍ତୁ ପାଖରେ ବସି ଲୁହ ପୋଛିବା ଭାରି କଷ୍ଟ । ଜୀବନର ଯଉବନରେ ପାଦ ଥାପୁଥାପୁ କେତେବେଳେ ମୁଁ ମୋ ଯୌବନ ଅବସ୍ଥାରୁ ବୃଦ୍ଧାବସ୍ଥାରେ ପହଞ୍ଚି ଗଲିଣି ତା କେବଳ ମୋ ଭାବନା ହିଁ ଜାଣେ ମୁଁ ତ ସବୁବେଳେ ମୋ କାମ କରି ଆସିଛି ହେଲେ ଏହି ଦୈହିକ ଜଞ୍ଜାଳ ଭିତରେ ସେହି ଦିନ ଗୁଡାକ କେମିତି ଯେ ଯା ବାଟ ରେ ଚାଲି ଯାଉଛନ୍ତି ତାହା ମୁଁ ନିଜେ ଅଜଣା । 

  

  ଯୌବନ ଅବସ୍ଥା ସେତେବେଳେ ମୋର ବୟସ ପାଖାପାଖି ସତର ବର୍ଷ ହବ। କିଛି ନ ଜାଣିଲେ ମଧ୍ୟ କିଛି ଜାଣିଥିଲି। ନିଜକୁ ନିଜେ ହିଁ ମୁଁ ଅଲଗା ଲାଗୁଥିଲି । କଲେଜ ର ପରିବେଶ ଆଉ ମୋ ଚେତନା ସବୁ ଅଲଗା ଅଲଗା ହିଁ ଲାଗୁଥିଲା। ଦେଖୁ ଦେଖୁ ମୋର ଯୁକ୍ତଦୁଇ ର ପ୍ରଥମ ବର୍ଷ ସରିଗଲାଣି ହେଲେ ଆଜି ପର୍ଯ୍ୟନ୍ତ ମୋତେ କିଏ ସାଙ୍ଗ ଟିଏ ମିଳିଲେନି । ମିଳିଥାନ୍ତେ ହେଲେ ମୁଁ ଖୋଜିବାକୁ ଚେଷ୍ଟା କରିନି । କାହିଁକି ବା ଖୋଜିବା ମୋତେ ଠିକ ମୋ ଭଳି ସାଙ୍ଗ ଟିଏ ଦରକାର । ମୁଁ ଆଜି ପର୍ଯ୍ୟନ୍ତ କାହା ପାଖକୁ ଯାଇ ହାତ ମିଳାଇ ସାଙ୍ଗ ହେବା ବୋଲି କହିନି ଯଦି କହିଥାନ୍ତି, ଭାବିଛି କିଏ ତ ଜଣେ ସାଙ୍ଗ ମୋର ହେଇଯାଇଥାନ୍ତା। 


  କଲେଜ ର ପାଠ ପଢ଼ାକୁ ନେଇକି ସାଙ୍ଗସାଥି ପର୍ଯ୍ୟନ୍ତ ସବୁ ଅଲଗା, କଲେଜ ଏମିତି କିଏ ଜଣେ ନାହିଁ ସେ ଖୁସି ମନରେ ବସିଥିବ ଯାହାକୁ ଦେଖ ଫୋନ ଗୋଟେ ଧରିକି ବସିଥିବେ ହେଁ ହେଁ ଫେଁ ଫେଁ ଲାଗେଇଥିବେ । ମୋତେ ଦେଖିଦେବା ମାତ୍ରେ ଚିଡି ଲାଗେ। ମୁଁ ମୋ ମାଆ କୁ ସିଧା ସିଧା କହିଦେଇଛି । ମୋତେ ଯେମିତି କଲେଜ କୁ ମୋବାଇଲ ନେବାକୁ କହିବୁନି ମୋଟେ । ମୋ ମାଆ କହେ ତୁ ସବୁଠୁ ଅଲଗା ହଁ ମୁଁ ସତରେ ଅଲଗା । ମାଆ କହେ ଫୋନ ଧରିକି ଯାଇଥା କିଛି ବି ଆସୁବିଧା ହେଲେ ମୋତେ ଫୋନ କରିକି ଜଣେଇବୁ। ମୁଁ ମୋ ମାଆ ଶିଖାଉଥିଲି ଥାଉ ମାଆ ମୋର କିଛି ଅସୁବିଧା ହବନି ଆଉ ଯଦି ବି ହବ ମୁଁ ତାକୁ ଠିକ କରିଦେବି । 


  ଦିନେ କ୍ଲାସ ବାହାରେ ବସିଥିଲି , ଜଣେ ଝିଅ ଆସି କହିଲା ମୁଁ ତମ ପାଖରେ ବସି ପାରିବି କି ? ମୁଁ କହେ ହଁ ନିଶ୍ଚିତ । ମୋତେ କିଛି ସମୟ ନିରେଖେଇ ଦେଖିଲା କହିଲା ଆପଣଙ୍କ ନାଁ କଣ କଣ ପଢୁଛ ? ବୋଧେ ପ୍ରଥମ ଥର କିଏ ମୋତେ ଏ ସବୁ ପଚାରିଲେ ମୁଁ କହିଦେଲି ମୋର ଏଇଟା ଦ୍ୱିତୀୟ ବର୍ଷ ଆଉ କଳା ବିଭାଗ । ମୁଁ ମୋ କର୍ତ୍ତବ୍ୟ କୁ ଆଖି ଆଗରେ ରଖି ପଚାରିଦେଲି ଆପଣଙ୍କ ନାଁ କଣ ଆଉ କଣ ପଢ଼ନ୍ତି। ସେ ମୋତେ କହିଲେ ମୁଁ ମଧ୍ୟ ଦ୍ୱିତୀୟ ବର୍ଷ ଆଉ କଳା ବିଭାଗରେ ହେଲେ ତମେ ମୋତେ କେବେ ଦେଖି ନ ଥିବ ତାଙ୍କ କଥା ସରିବା ପରେ ମୁଁ ପଚାରିଲି କାହିଁହି ଦେଖିନଥିବି । ଆରେ ମୁଁ ତୁମକୁ କ୍ଲାସରେ ସବୁବେଳେ ଲକ୍ଷ କରିଛି , ତମେ କାହାକୁ ବି ଦେଖୁନ କେବଳ ପଢା ଆଉ ମୁଣ୍ଡ ପୋତିବାର ହିଁ ଦେଖିଚି ସବୁବେଳେ ଏକା ହିଁ ବସୁଥିଲା । ମୁଁ କହିଦେଲି ତମେ ମୋତେ କଣ ପାଇଁ ଦେଖୁଥିଲ। ସତରେ ତମପରି ଝିଅ କଲେଜରେ ବିରଳ । ମୁଁ ଟିକେ ମୃଦୁ ହସ ଦେଇ କହିଲି ନା ମୋତେ ସେମିତି ଭଲ ଲାଗେ। ମୁଁ କହିଲି ତମେ ଠିକ ମୋ ପରି । ସେହି ଦିନ ଠାରୁ ମୋତେ ମୋ ଭଳି ଜଣେ ସାଙ୍ଗ ମିଳିଗଲା।


  ଆମେ ସବୁଦିନ ମିଶିକି ହିଁ ରହୁଥିଲୁ। ଟିଫିନ୍ କୁ ଭାଗ ବାଣ୍ଟି ହିଁ ଖାଉଥିଲୁ । ଦିନେ ଦେଖାଦେଲା ଘଟିଗଲା ଏକ ଆଶ୍ଚର୍ଯ୍ୟ ଜନକ ଘଟଣା, ସୀତା ର ଜୀବନରେ ଜଣେ କିଏ ନୂଆ ଲୋକ ଆସିଲା ସେ ତା ପ୍ରେମୀର ଫୋଟ ମୋତେ ଦେଖାଇଲା । ଅବଶ୍ୟ ପୁଅ ଟା ଦେଖିବାକୁ ବହୁତ ସୁନ୍ଦର ହେଲେ ବି ମୋତେ ସେତେବେଳେ ଭାରି ରାଗ ଲାଗୁଥାଏ । ଧୀରେ ଧୀରେ ସେ ମୋ ସହିତ ଆଉ କଥା ହେଲେନି କି ମିଶିକି ବସିଲେନି ସାଙ୍ଗ ଭଳି କଥା ବି ହେଲାନି । ବହୁତ କାନ୍ଦିଲି ହେଲେ ସେ ଲୁହ ପୋଛିବାକୁ ବି କିଏ ଆସିଲେନି। 


   ମୁଁ ଏକଟୁଆ କଲେଜର ଗୋଟେ ଗଛ ତଳେ ବସିଥିଲି, ଜଣେ ସୁନ୍ଦର ଯୁବକ ଆସି ମୋ ଆଖିରୁ ଲୁହ ପୋଛିଦେଲେ ଆଉ ମୋ କାନ୍ଦିବାର କାରଣ ପଚାରିଲେ। ସାଙ୍ଗ ସହିତ ମିଶିକି ରହିବା ସମୟ ବିତାଇବା ମୋର ଅଭ୍ୟାସରେ ପରିଣତ ହେଇଯାଇଥିଲା। ମୁଁ ମୋ ଦୁଃଖକୁ କାହା ଆଗରେ କହିବି କହିବି ହଉଥିଲି । ସେ ଆସିବାକୁ ଆଉ ମୁଁ ମୋ ଦୁଃଖ କହିବାକୁ ଖୋଜୁବାକୁ ସବୁ ସମାନ ହେଇଗଲା । ତାକୁ ଏଡେଇ ପାରିଲି ନାହିଁ କହିଦେଲି ମୋ ଭିତରେ ଥିବା ସବୁ ଦୁଃଖ । 


  ସେ ମୋତେ ବହୁତ ସୁନ୍ଦର କଥା କହି ବୁଝେଇଲେ ଆଉ କହିଲେ ମୁଁ ତମ ପାଖରେ ଅଛି ସେ ଦି ପଦ କଥା ମୋତେ ସ୍ୱନ୍ତନା ଦେଇଥିଲା । ହେଲେ ମୋତେ ସେତେବେଳେ ବହୁତ ଡର ଲାଗୁଥିଲା ମୁଁ ତାଙ୍କୁ ବି ଯଦି ହରେଇ ଦେବି ପୁଣି ଏକା ହେଇଯିବି। ଧୀରେ ଧୀରେ ସାଙ୍ଗ ଆଉ ସାଙ୍ଗରୁ ପ୍ରେମିକ ମଧ୍ୟ ହେଇଗଲେ। ଏଥର ମୁଁ ମଧ୍ୟ ଘରେ ଫୋନ ପାଇଁ ଜିଦ କରିଲି ଘରେ ସବୁ ଆଶ୍ଚର୍ଯ୍ୟ ହୋଇଗଲେ ମୁଁ ଫୋନ ମାଗିବା ଜାଣି । ତଥାପି ଦେଲେ । 


  କିଛି ଦିନ ଚାଲିଲା ଆମ ସାଙ୍ଗର ଅଭିନୟ ଆଉ କିଛିଦିନ ଚାଲିଲା ଆମ ପ୍ରେମ ର ଅଭିନୟ। ଏମିତି କେତେବେଳେ ମୋର ଜୀବନରେ ତିନି ବର୍ଷ ବିତିଗଲା ଜାଣି ପାରିଲି ନାହିଁ । ମୁଁ ଯେତେବେଳେ ଠୁ ଫୋନ ଧରିଲି ଘରେ ସବୁ ଅଶାନ୍ତି ଭାବ ଆଚରଣ କଲେ । ମୋତେ ସେ ସବୁ ଅବଶ୍ୟ ଭଲ ଲାଗୁନଥିଲା। କିନ୍ତୁ ମୋତେ ତ ପ୍ରେମ ହେଇଛି କେମିତି ବା ମୁଁ ଫୋନ କୁ ଛାଡି ପାରିବି । ମୋର ଯୁକ୍ତ ତିନି ସରିଲା । ସେ ଆଉ ମୋ ପାଖରେ ନ ଥିଲେ । ସେ ମଧ୍ୟ ଅନ୍ୟ ଜଣଙ୍କର ହେଇ ସାରିଥିଲେ । 


  ମୋ ଘରେ ମଧ୍ୟ ମୋ ବାହାଘର ଠିକ କରିଦେଲେ । ଆଉ ମୁଁ ଜଣେ ଅଜଣା ଲୋକର ହାତ ଧର ମୁଁ ମଧ୍ୟ ମୋ ଜୀବନ ଅତିବାହିତ କରିବାରେ ଲାଗିପଡ଼ିଲି। ସେତେବେଳେ ଭାବିଥିଲି ଏ ଦୁନିଆରେ କିଏ ନିଜର ନାହିଁ । ସମସ୍ତେ ଆସିବେ ଆଉ ଯିବେ ଏ ସବୁ ଲାଗି ରହିଥିବ । ଯାହାକୁ ଯିଏ ରସିଲା ମଲ୍ଲୀ ଫୁଲ ପରି ବସିଲା । ଠିକ ସେମିତି ଏକୁଟିଆ ମଣିଷ ଟି ଥିଲି କିଏ ଜଣେ ଆସି ସାଙ୍ଗ ହେଲା ପୁଣି ସେ ଚାଲିଗଲା । ଆଉ ଜଣେ ସେ ଦୁଃଖ ଦେଖି ଲୁହ ପୋଛିବାକୁ ଆସିଥିଲା, ସେ ମଧ୍ୟ ରହିଲାନି । ମୁଁ କାହାକୁ ପଚାରିନି କେବେ କଣ ପାଇଁ ମୋତେ ଏକା କରି ଚାଲିଯାଉଛ। ପୁଣି ଭାବେ ପଚାରିଲେ କଣ ସେ ମୋ ପାଖକୁ ଆସିଯିବ । ସେଇଥିପାଇଁ ପଚାରିବାକୁ ଚାହିଁନି । ଏକା ଥିଲେ ବି ଖୁସି ରେ ରହିବାକୁ ଚେଷ୍ଟା କରିଚି। 


  ମୋ ଜୀବନରେ କେବଳ ସେ ଦୁଇଜଣକ ହିଁ ଆସିଥିଲେ ତା ଛଡା ଆଉ କିଏ ଆସିବା ପୂର୍ବରୁ ମୋ ପ୍ରକୃତ ଜୀବନସାଥି ଆସିଯାଇଥିଲେ । ଘଟିଥିବା ସବୁ ଘଟଣାବଳି ଗୋଟି ଗୋଟି କରି ସବୁ କହିଦେଇଥିଲି । ସେ ମଧ୍ୟ ମୋତେ ସାନ୍ତ୍ୱନା ଦେଇ ଦଉଥିଲେ । ହଠାତ ଦିନେ ସ୍ୱପ୍ନ ସୀତା ଆସିଲା ପଚାରିଲା ଖୁସି ଅଛୁ ତ ମୁଁ ମୃଦୁ ହସ ଦେଇ କହିଦେଲି ହଁ ବହୁତ ଖୁସି ଅଛି, ପୁଣି ମୋ ପ୍ରେମୀ ଆସି ପଚାରିଲେ ତୁମେ ଖୁସି ଅଛ ତ ମୁଁ ହଁ ଖୁସି ଅଛି କହିଦେଲି । 

  ହେଲେ ଯେତେବେଳେ ମୋ ସ୍ୱାମୀ ଆସି ପଚାରିଲେ ତୁମେ ଖୁସି ଅଛ ତ ମୁଁ କାନ୍ଦି ପକେଇଥିଲି । କହିଥିଲି ନାହିଁ ମୁଁ ଖୁସି ନାହିଁ । ତାଙ୍କ ପାଖକୁ ଯାଇ ଆଉ ଆଲିଙ୍ଗନ କରି କାନ୍ଦିବାକୁ ଯିବାବେଳେ ସେ ଉଭେଇ ଗଲେ ଧୂଳି କଣିକା ପରି ଉଭେଇ ଗଲେ ଆଉ କିଛି ଧୂଳି ତଳେ ପଡି ଉଡିଲା ମୁଁ କିଛି ଧୂଳି ଆଣି ତାକୁ ସାଇତି ରଖିଲି । ସେଇଟା ମୋ ସ୍ୱାମୀର ପାଦ ଧୂଳି ଭାବିକି । ଉଠିକି ଦେଖିଲି ମୋ ନାତି ମୋ ପାଖରେ ଶୋଇଛି । ଆଉ ମୋ ସ୍ୱାମୀର ଫୋଟ ମୋ ସାମ୍ନାରେ ଝୁଲୁଛି ଫୋଟ ଉପରେ ଗୋଟେ ଫୁଲମାଳ ଆଉ ସିନ୍ଦୂର ଲାଗିଛି । 


  ସେତେବେଳେ ମୋ ଯୁଗ ଯୁଗ ର ସାଥି ମଧ୍ୟ ମୋ ପାଖରେ ନ ଥିଲେ, କହିଥିଲେ ମୋତେ.... କେବେ କାହା ସ୍ନେହ ପାଇବା ପାଇଁ ଆଶା ରଖିବନି, ଯିଏ ସ୍ନେହ ସମ୍ମାନ ଦେଉଛି ଗ୍ରହଣ କରିବ ତମେ ତାକୁ ସ୍ନେହ ଦେଇ ଶିଖିବ, ଏଇ ଦୁନିଆ କେବେ ଏକା ଲାଗିବନି ସମସ୍ତେ ତମ ପାଖରେ ଥିବା ଭଳି ମନେ ହବ । ସତ କଥା ଜୀବନରେ କିଏ ସବୁବେଳେ ସବୁ ସମୟରେ ରହିପାରିବେ ନାହିଁ ବେଳେ ବେଳେ ଏକୁଟିଆ ରହି ଶିଖିବା ଜରୁରୀ ହୋଇଥାଏ । କାହିଁକିନା ଆମ ଜୀବନ ଟା ମଧ୍ୟ ଠିକ ମ୍ୟାଜିକ କରି ହଠାତ୍ ସେ ବଦଳିଯାଏ । 



Rate this content
Log in

Similar oriya story from Romance