Tosarani sahu

Romance Classics Inspirational

3  

Tosarani sahu

Romance Classics Inspirational

ପ୍ରେମ ସ୍ୱପ୍ନ

ପ୍ରେମ ସ୍ୱପ୍ନ

3 mins
205



ଆଜି କୁ ସମାନ ୧୮ ବର୍ଷ ପୁରିଲା ମୋତେ । ମୋର ଛୋଟବେଳୁ ସ୍ୱପ୍ନ ମୁଁ ସମୁଦ୍ର ଦେଖିବି , ଆଜି ପର୍ଯନ୍ତ ବହି ରେ ପଡିବା ଛାଡ କେବେ ସତରେ କେବେ ସମୁଦ୍ର ଦେଖିନି । ଖାଲି ସ୍ୱପ୍ନ ରେ ଦେଖିଚି । ମୋ ସାଙ୍ଗ ମାନଙ୍କୁ କହିଲେ କିଏ ବିଶ୍ୱାସ ହିଁ କରୁନାହାନ୍ତି , ଯେ ମୁଁ ସମୁଦ୍ର ଦେଖିନି , ଦୁଇ ଦୁଇ ଧର ପିକିନିକ କେନେସେଲ କରିଛି ସମୁଦ୍ର ଦେଖିବାର ସୁଯୋଗ ଆଜି ପର୍ଯନ୍ତ ପାଇନି । 

  ମୁଁ କଲେଜ କ୍ଲାସ ଛୁଟି କରିକି ସାଙ୍ଗ ମାନଙ୍କ ସହିତ ସମୁଦ୍ର ଦେଖିବାକୁ ଯିବାକୁ କେତେଥର ବହାରିଲିଣି କିନ୍ତୁ ଯାଇ ପାରୁନି , ମନରେ ଭୟ ରହି ଯାଉଛି ଯଦି ମୋ ପରିବାର କି ଗାଁ ଲୋକ ଦେଖି ଦେବେ ମୋ କଲେଜ ପାଠ ପଢା ସେଇଠୁ ବନ୍ଦ ହୋଇଯିବ।

   ଘରେ ବାବା ମା ବହୁତ ଥର କହିଲିଣି ଚାଲ ସମୁଦ୍ର ବୁଲିକି ଆସିବା , ବାବା ସିଧା ସିଧା ମନା କରିଦେଲେ। ସବୁ ପୁଅ ଝିଅ ବସିଥିବେ ସେ ସବୁ ମୋ ପିଲା ମାନଙ୍କ ମନରେ ଖରାପ ଭାବ ସୃଷ୍ଟି କରିବା ସେଇଥି ପାଇଁ ଯିବାର କେନେସେଲ ହୋଇଗଲା।

   ଆମ ବ୍ରହ୍ମପୁର ପାଖରେ ଗୋପାଳପୁର କିନ୍ତୁ ସେଠାକୁ ମଧ୍ୟ ଯାଇନି , ଏ କଥା କାହାକୁ କହିଲେ କିଏ ବିଶ୍ୱାସ କରୁନାହାନ୍ତି । ଇଚ୍ଛା ହଉଥାଏ , ଲୁଚିକି ପଳେଇବି ଦେଖି ଆସିବି ସେ ମନ ଲୋଭା ସମୁଦ୍ର କୁ । ହଜିଯିବି ,ଭିଜିଯିବି ।

  ଏ କେବେ ବାସ୍ତବ ହବ କେଜାଣି । ନା ସ୍ୱପ୍ନ ରେ ରହିଯିବ । ମୁଣ୍ଡରେ ବୁଦ୍ଧି ଦିଶିଲା ମୋ ସାଙ୍ଗ ମାନେ ମୋ ଜେଜେ ମା କୁ କହିଲି ମା ବାବା ଙ୍କୁ କହ ଲୋ ସମୁଦ୍ର ଦେଖିବାକୁ ଯିବା ମା ମୋତେ ଇଲେଖେଇ ହୋଇ କହୁଛି । ରହ ଲୋ ବୁଢ଼ୀ ହୋଇଗଲୁଣି କି ତ ବର ଆସିଲେ ନେଇକି ଯିବ । ଥାଉ ତୁ କିଛି କହନି କାହାକୁ । ନିଜେ ନ ମରିଲା ପର୍ଯନ୍ତ ସ୍ୱର୍ଗ ଦେଖି ହବନି ।

    ଯା ହଉ ଗୋଟେ ସୁଯୋଗ ମିଳିଲା ମୋତେ , ଏ ସୁଯୋଗ ହାତ ଛଡା କରିଦେଲେ କଥା ସରିଲା । ଶେଷରେ ଜେଜେ ମା ର କଥା ସତ ହେଲା । ମୋର ଯେ ହେବାକୁ ଯାଉଥିବା ଭାବି ସ୍ୱାମୀ , ମୋତେ ପଚାରିଲେ ଆଉ ମ୍ୟାଡ଼ମ କୁଆଡେ ବୁଲିବାକୁ ଯିବା କି ! ମୁଁ ଲାଜେଇ କି କହିଦେଲି ନାଇଁ ମୋ ଥାଉ ବିବାହ ପରେ ଯିବା ।

    ସେ କହିଲେ’ ବିବାହ ପରେ ତ ତମେ ନ କହିଲେ ବି ଯିବା । ଏବେ କୁଆଡେ ଯିବା କୁହ ମୁଁ ଲାଜ ଛାଡିକି କହିଲି ହଁ ଚାଲ ଗୋପାଳପୁର ଯିବା । ସେ ହସିଲେ କହିଲେ ଏଇଠିକି କେବେ ଯାଇନ କି ? କୁଆଡେ ଯାଇ ନଥିବ କୁହ ମୁଁ କହିଲି ଆମେରିକା ଯିବା ଚାଲ , ସେ କହିଲେ ଯିବା ଯେ ଏବେ ଏତେ କମ୍ ସମୟରେ ଯାଇ ହବନି ସେଇଟା ବିବାହ ପରେ ଯିବା ।

  ଆରେ ଆରେ ମୁଁ ମଜାରେ କହିଲି ମୋ ଆମେରିକା ଯିବା। ମୁଁ ଗୋପାଳପୁର ଯାଇନି ବୋଲି କହୁଛି ଚାଲ , ସେ ଆଶ୍ଚର୍ଯ୍ୟ ହୋଇକି କହିଲେ ବ୍ରହ୍ମପୁର ରେ ଥାଇକି ସମୁଦ୍ର ଦେଖିନ , ଗୋପାଳପୁର ଯାଇନ । ଶୁଣ ନେଲେ ନିଅ ନ ହେଲେ ନାଇଁ ।

  ହଉ ମୋ ଦେବୀ ତମେ ଯଉ ଆଡେ କହିବ ସିଆଡେ ଯିବା । ସମୁଦ୍ର ଗଲେ କଣ କରିବା । କିଛି ନାହିଁ ପାଦରେ ପାଦ ମିଶାଇ ଚାଲିବା , ଆଉ ଫୋଟ ଉଠେଇବା , ଚାଟ , ଖାଇବା ଆଇସକ୍ରିମ ଖାଇବା , ବାସ ଏତିକି ଆଉ କଣ ଖାଇବାର ଥିବା ଖାଇବା, ବାସ ଏତିକି , ମୁଁ ରାଗ ରେ କହିଲି ଥାଉ ମୋ ତମ ସମୁଦ୍ର ବୁଲା ମୁଁ ଯିବିନି ତମ ପାଇଁ ଏ ସବୁ ପୁରୁଣା ମୋ ପାଇଁ ତ ନୂଆ ହବ ନା ।

  ହଉ ଶୁଣ କାଲି ତମ brithday ଯେମିତି ବି ହଉ ଯିବା ବୁଝିଲ , କାଲି ମୋ brithday କି ହଁ ହଁ ବାବା ତମର ।ନିଜର brithday ନିଜେ ଭୁଲି ଯାଉଛ ମାନେ କାଲି ଜୁଲାଇ ୨ କି ହଁ ମ ମ୍ୟାଡ଼ମ କାଲି ଜୁଲାଇ ୨ ଆଉ ତମର brithday ନ ହେଲେ ଏତେ ପ୍ଲାନିଙ୍ଗ କାହା ପାଇଁ ଭାବୁଛ ।

   ଆଛା ବାବା ଶୋଇପଡ ୧୧.୪୫ ହେଲାଣି । କାଲି କଲେଜ ଯିବା ପରେ ମିଶିବା , ଶୁଣ ଆଉ ଟିକେ ରୁହ , ମୁଁ ଗୋଟେ କଥା କହିବି କୁହ ଟିକେ ରୁହ , କିଛି କହିବି କହୁଚ କୁହ ଟିକେ ରୁହ ରୁହ କହିକି , ସମାନ ୧୨ ଟା ରେ ଭିଡିଓ କଲ କଲେ , ମୁଁ ରିସିଭ କଲି , ମୋ ଶାଶୁ ମା ଥିଲେ ଆଉ ଘରର ସବୁ ଭିଡିଓ କଲ ରେ ମୋତେ wish କଲେ , ମୁଁ ଖାଲି ଆଶ୍ଚର୍ଯ୍ୟ ହଉଥାଏ । ସେ ମୋତେ ପଚାରିଲେ surprise କେମିତି ଲାଗିଲା ମ୍ୟାଡ଼ମ ମୁଁ ଖୁସିରେ କହିଲି ବହୁତ ଖୁସି ଲାଗିଲା। ତା ପରେ ସେ massage କଲେ Happy brithday my jaan ମୁଁ ମଧ୍ୟ thank you କହିଦେଲି।

 ତା ପରେ GOOD NIGHT କହିକି ଶୋଇବାକୁ ଗଲୁହେରି । ସକାଳ ହେଲା । ଉଠିଲି ବହୁତ ଖୁସିରେ ବୁଲିବାକୁ ଯିବି ବୋଲି ପୁଣି ସ୍ବପ୍ନ ମୋ ସତ ହବ । ଦେଖିଲି କିଏ ନାହିଁ ମୋ ପାଖରେ ମୁଁ ସ୍ୱପ୍ନ ଦେଖୁଥିଲି। ଏ ସବୁ ମିଛ ଥିଲା । ମୋ ଜେଜେ ମା କହିଥିବା କଥା କୁ ମନରେ ଭାଳି ଭାଳି ଶୋଇଥିବାରୁ ସ୍ୱପ୍ନ ହେଇଯାଇଥିଲା। 

  କେବେ ସତ ହବ କେଜାଣି ମୋ ସ୍ୱପ୍ନ



Rate this content
Log in

Similar oriya story from Romance