Tosarani sahu

Romance Tragedy Children

4  

Tosarani sahu

Romance Tragedy Children

ସାଙ୍ଗ ର ପ୍ରେମ

ସାଙ୍ଗ ର ପ୍ରେମ

5 mins
311



 ଆଜିକାଲି ଗାର୍ଲଫ୍ରେଣ୍ଡ ମାନଙ୍କ ଜିଦ ଦ୍ରୁତରୁ ଦ୍ରୁତତର ହେଇଗଲାଣି । ପ୍ରେମିକ ମାନେ କହିବେ ଜହ୍ନ ରାଇଜରେ ଘରଟି ତୋଳିବା ସେ କଣ ସତରେ ଜହ୍ନ ରାଇଜରେ ଘର ତୋଳିବ କି? ନାଇ ନା କିନ୍ତୁ ଆମ ପ୍ରେମିକା ମାନେ ଏ କଥା ଶୁଣୁ ଶୁଣୁ ପୁରା ଡେଇଁ ପଢ଼ନ୍ତି ଏକ ଆଗନି ବନସ୍ତ ଆଡ଼କୁ ଚାରିଆଡେ ହାଲା କରିଦିଅନ୍ତି । ମୋ ବୟଫ୍ରେଣ୍ଡ ମୋ ପାଇଁ ଜହ୍ନ ରାଇଜରେ ଘର କରିବେ । ଆମେ ଦୁହେଁ ସେଇଠି ରହିବୁ । ଏ ସବୁ କଣ ଗାର୍ଲଫ୍ରେଣ୍ଡ ମାନଙ୍କୁ ଖୁସି କରିବାକୁ କହିବାକୁ ପଡୁଛି କିନ୍ତୁ ଏମାନେ ପୁରା ତ ଉଡା ଚଢେଇ। କିଏ କହିବ ଟେକା ମାରି ଝଡେଇ ଦେବି ଜହ୍ନ ଲୋ ତୁ ଟିକିଲି କରି ନାଇବୁ , ହେ ଭଗବାନ ଏହି ବୟଫ୍ରେଣ୍ଡ ଗୁଡାକ ଅଲଗା ପ୍ରକାର ପାଗଳ ତମେ ଯଦି ଜହ୍ନ କୁ ଟେକା ରେ ଝଡେଇବ ଆମେ ସବୁ ଅନ୍ଧାର ରେ ରହିବୁ କି ? ଯଦି ଗାର୍ଲଫ୍ରେଣ୍ଡ କୁ ଟିକିଲି ଲଗେଇବାର ଅଛି ଦୋକାନରେ ଦାମୀ ଟିକିଲି ପ୍ୟାକେଟଟେ ଦେଇଦେବ ଆଇଟେକ୍ସ ସବୁଠୁ ଭଲ । ଆଉ ତମକୁ ଏଇଠି ତାରା ଛୋଟ ଦେଖା ଯାଉଛି ଟେକା ଯଦି ମାରିକି ଆଣିବ ଯଦି ତାରା ଖସିବା ତମ ଗାର୍ଲଫ୍ରେଣ୍ଡ ଟିକିଲି ନାହିଁ ମୁଣ୍ଡରେ କ୍ଲିପ କରି ଲଗେଇବ । ଆଉ ଯଦି ନ ଖୋସିଲା ସେ ଟେକା ତମ ମୁଣ୍ଡରେ ହିଁ ପଡିବ । ତ ପ୍ରିୟା ପାଇଁ ଗୀତ ଗାଇବା ବେଳେ ଟିକେ ଦେଖି ନେଖି ଗାଉଥିବ।

  ଦିନେ କଲେଜ ରେ ଦିନେଶ, ମୋର ଜଣେ ସାଙ୍ଗ । ଦିନେଶ କହିଲା ମାମା ମୋ ପାଇଁ ଗୋଟେ ଗାର୍ଲଫ୍ରେଣ୍ଡ ଖୋଜିଦେ । ପୁଅ ମାନେ କଣ ଭାବନ୍ତି କେଜାଣି ଝିଅକୁ ପ୍ରପୋଜ କରିବେ ତା ପରେ ଯଦି ସେ ଝିଅ ମନା କରିବ କହେବେ ମୋ ପାଇଁ ଗୋଟେ ଗାର୍ଲଫ୍ରେଣ୍ଡ ଖୋଜି ଦଉନି । ମୁଁ ଦିନେଶ କୁ କହିଲି ମୁଁ ତତେ ଓଡ଼ିଆ ମ୍ୟାଟ୍ରିମନି ଦେଖା ଯାଉଚି । ଯଦି ଗାର୍ଲଫ୍ରେଣ୍ଡ ଦରକାର ନିଜେ ଖୋଜୁନୁ । ମୁଁ କଣ ଯାଇ ସବୁ ଝିଅକୁ କହିବି ମୋର ଜଣେ ସାଙ୍ଗ ଅଛି ତମେ ତା ଗାର୍ଲଫ୍ରେଣ୍ଡ ହବ କି ? ଯା ଯା ତୋର ସବୁ କାମ ମୁଁ ହିଁ କରିବି କି ? ତୋର ହମଅର୍କ ମୁଁ କରିବି ତୋ ପାଇଁ ଗାର୍ଲଫ୍ରେଣ୍ଡ ମୁଁ ଖୋଜିବି । ମୁଁ କଣ ତୋ ପାଖରେ ଚାକିରୀ କରୁଛି । ନିଜ ଗାର୍ଲଫ୍ରେଣ୍ଡ ନିଜେ ଖୋଜେ । ବାହାରେ ପଡିଲେ ଆମ ସୌନ୍ୟ ଶିକାର ପାଇଁ ।

  କ୍ଲାସ ସରିଲା ଦିନେଶ କହିଲା' ଆଜି ଯେମିତି ବି ହଉ ଜଣକୁ ପଟେଇବି । ମୁଁ ଜାଣେ ସେ ଜମାରୁ କିଛି କରିପାରିବନି। ମୁଁ ତାକୁ ଚାଲେଞ୍ଜ ମାରିଲି ଯଦି ପଟେଇଦବୁ ମୁଁ ସବୁବେଳେ ତୋ ହମଅର୍କ କରିବି । ସେ ପୁରା ଖୁସି ହେଇକି ଗଲା କହିଲା ,,, ଯାଦି ଏତେବଡ଼ କାମଟି କରିଦେବୁ ମୁଁ ନିଶ୍ଚିତ ଗୋଟେ ଗାର୍ଲଫ୍ରେଣ୍ଡ ଖୋଜିକି ଆଣିବି ।ମୁଁ ଗୋଟେ ସର୍ତ୍ତ ରଖିଲି ତତେ ଅଧଘଣ୍ଟା ଭିତରେ ପଟେଇବାକୁ ହବ ନ ହେଲେ ତୁ ହାରିବୁ । ସେ ବିରତ୍ୱ ଦେଖେଇ କହିଲା ଓଃ ଓ ଅଧଘଣ୍ଟା କଣ ପନ୍ଦର ମିନିଟରେ ଆଣିବି ରହ ।

 

  ରାଜକୁମାର ଚାଲିଗଲେ ତାଙ୍କ ରାଜକୁମାରୀଙ୍କ ଅନୁସନ୍ଧାନରେ ମୁଁ ଗୋଟେ ଗଛତଳେ ବସିଛି ହାତରେ ଗୋଟେ ବହି ଧଟି ଏପଟ ସେପଟ ଓଲଟାଉଛି। ମୋ ପାଖରେ ଜଣେ ଝିଅ ବସିଛି । ମୋ ଠୁ ଜୁନିୟର ହବ ବୋଧେ । ବୋଧେ କଣ ଜୁନିୟର ହିଁ ସେ ତା ବୟଫ୍ରେଣ୍ଡ ସହିତ କଥା ହଉଥାଏ । ମୁଁ ତାକୁ ଦୃଷ୍ଟି ଦଉନଥାଏ। ମୋ ବହିର ପୃଷ୍ଠା ଓଲେଟେଇ ଚାଲିଥାଏ । ସେ ପୁରା କାନ୍ଦିଲା ସୋରି ସୋରି ଲଗେଇ ଚାଲିଲା। ତା ବୟଫ୍ରେଣ୍ଡ କଣ କହୁଛି କେଜାଣି ସରି ସରି କହି ଚାଲିଛି । କେବଳ ଥରେ ଆଉ କେବେ ନୁହେଁ । ଝିଅ ଜଣକ ଜିଦ କରୁଥାଏ ଆଉ କେବେ କହିବିନି ଥରେ ହିଁ ଯିବା । ଶେଷରେ ସେ ପୁଅ ମାନିଗଲା । ତା ପରେ ଝିଅ ଟା କହିଲା ଆମେ ଗୋଟେ ଆଇସକ୍ରିମ ମିଶିକି ଖାଇବା ମୋତେ ଶୁଣିକି ହସ ଲାଗିଲା । ମୁଁ ଫେଁ କରି ହସିଦେଲି ସେ ଝିଅ ମୋ ଆଡ଼କୁ ଅନେଇଲା, ପଚାରିଲା ଆପଣ କଣ ପାଇଁ ହସିଲେ ମୁଁ କହିଲି ନାଇଁ ନାଇଁ ମୋ ଜକ୍ସ ବହି ପଢ଼ୁଛି ତ ହସ ଲାଗୁଛି । କିଛି ସମୟ ପରେ ଏ ଝିଅ ପୁଣି କହିଲା ଆମେ ଗୋପାଳପୁର ବୁଲିବାକୁ ଯିବା , ଏଥର କିଛି ହେଲିନି ଚୁପ ରହିଗଲି। ତା ପରେ ଝିଅ କହିଲା ଏଇଟି ଶୁଣ ମୋର ଆଜି ରିଚାର୍ଜ ସରିଯିବ । ବାଲେନ୍ସ ପକେଇଦବ । କେଡେ ଗେଲ ଏଥର ମୁଁ ନ ହସି ରହି ପାରିଲି ନାହିଁ । ଏ ପୁଣି ପଚାରିଲେ ଏଥର କଣ ପାଇଁ ହସିଲେ, ଆରେ ଥରେ କହିଲି ପରା ଜସ୍କ ବହି ପଢୁଛି । ଆଉ କିଛି କହିଲାନି ସେ ମୋ ପାଖରୁ ଆଉ ଟିକେ ଦୂରକୁ ଚାଲିଗଲା ।

  ଦିନେଶ ଆସିଲା, ମୁଁ ତାକୁ ଦେଖି ଆଶ୍ଚର୍ଯ୍ୟ ସେ ସତରେ ଗୋଟେ ଝିଅ କୁ ଧରିକି ଆସିଛି ଏଥର ମୋର କାଳ ପୁରିଲା । ଦିନେଶ କହିଲା ଏଥର ମୋର ସବୁଦିନ ହଅଅର୍କ ତୁ କରିବୁ । ମୋତେ ସେତେବେଳେ ଚିଡି ଲାଗୁଥାଏ । ମୋତେ ଦେଖି ତା ଗାର୍ଲଫ୍ରେଣ୍ଡ କୁ କହିଲା ମିଟ ମାଇଁ ବେଷ୍ଟ ଫ୍ରେଣ୍ଡ ମାମା । ମୁଁ ଦାନ୍ତ ଦେଖେଇ ଦେଲି । ସେ ଝିଅ କହିଲା ଚାଲ ବେବି ଯିବା ମୁଁ ଆଶ୍ଚର୍ଯ୍ୟ ବେବି.... ଆରେ ତା ମାଆର ପୁଅ କୁ ଏ ଝୁଅ ୟା ବେବି ବନେଇ ସାରିଲାଣି । ଦିନେଶ ଚାଲିଗଲା ।

  ଦିନେ କଲେଜ ରେ ବସି ମୁଁ ପଢୁଥାଏ ଦିନେଶ ମୋ ପାଖରେ ବସି ତା ଗାର୍ଲଫ୍ରେଣ୍ଡ ସହିତ କଥା ହଉଥାଏ। ବୋଧେ ସେଦିନ ତା ଗାର୍ଲଫ୍ରେଣ୍ଡ ରାଗିଯାଇଥିଲା ତାକୁ ମାନଉଥିଲା ଆମ ହୀର। କହୁଥାଏ ଦେଖ ମନାଲିସା ତମେ ସତରେ ବହୁତ ସୁନ୍ଦର ତମ ହସ ତ ମାଧୁରୀ ଦୀକ୍ଷିତ ଆଉ ତମେ ରାଗିଲେ ତ ଆହୁରି କୁଟି । ଆରେ ସେଇଟା କ୍ୟୁଟି ରେ ମୁଁ ଏମିତି କହିଦେଲି , ଦିନେଶ କହିଲା ରହ ଲୋ ସେଇଟା ଗେଲରେ ଡାକନ୍ତି । ହେ ଭଗବାନ ଏମାନେ ଶବ୍ଦକୁ ଅନ୍ୟ ଶବ୍ଦରେ ପରିଣତ କରି ଦିଅନ୍ତି । ତା କଥା ସରିଲା ଆମେ ଚାଲିଲୁ ଘରକୁ ।

   ଦିନେଶ ମୋତେ ଫୋନ କରି କାନ୍ଦିଲା , ମୁଁ ତା କାରଣ ପଚାରିଲି ସେ କହିଲା ମୋ ଗାର୍ଲଫ୍ରେଣ୍ଡ ମୋ ସହିତ ବ୍ରେକଅପ କରିଦେଲା । ଆରେ ଆରେ ପ୍ରେମ ହେଇକି ଚାରିଦିନ ହେଇନି । ମୁଁ କାରଣ ପଚାରିଲି ସେ କହିଲା ମୋତେ ମୋ ଗାର୍ଲଫ୍ରେଣ୍ଡ କହୁଛି ସାତରଙ୍ଗୀ ଦିଲ ଦରକାର , ମୁଁ ଆଶ୍ଚର୍ଯ୍ୟ ଆରେ ଏମିତି କେମିତି ମୁଁ ଦିନେ କହିଥିଲି ତାକୁ ଖୁସି କରିବା ପାଇଁ ତମେ ଜହ୍ନ ହେଲେ ମୁଁ ଆକାଶ , ତମେ କଇଁ ହେଲେ ମୁଁ ଜଳ , ଏମିତି କହୁ କହୁ କହିଦେଲି ଆମ ମୋ ରଙ୍ଗୀନ ହୃଦୟ ଭିତରର ରାଣୀ କେବଳ ତମେ ସେ ଏବେ ଜିଦ କରୁଛି ମୋ ରଙ୍ଗୀନ ହୃଦୟ ଦେଖିବା ପାଇଁ ,, ଆରେ ତୁ ରଙ୍ଗୀନ ହୃଦୟ ଆଣିବୁ କୋଉଠି , ସେ କଥା ଛାଡ ଯେ ସେ ମୋର ଏତେ ଟଙ୍କା ସରେଇଲା ଏବେ କହୁଛି ସେ ମୋତେ ଛାଡିକି ପଳେଇବ ଏତେ ଟଙ୍କା କଣ କଲୁ ପ୍ରେମ ହେବା ର ଗୋଟେ ଦିନ ପରେ ତାର ରିଚାର୍ଜ ସରିଗଲା ମୋତେ ହିଁ ତ କରିବାକୁ ପଡିବ , ତାକୁ ବୁଲେଇ ନେଲି , ତାକୁ କେତେ ଭିନ୍ନର ଡ୍ରେସ କିଣିଲି ।

  ଆରେ ଚାରିଦିନରେ ଏତେ ସବୁ , ହଁ ତୁ ମୋତେ ରଙ୍ଗୀନ ହୃଦୟ କୋଉଠି ଆଣିବି କହ ? କି ଅଜବ ଏ ପ୍ରେମୀ ମୁଁ କହେ ଚାଲ ଯିବା ମାର୍କେଟ ଯଦି ସେମିତି କିଛି ମିଳିବ କିଣିକି ଆଣିବା । ଦୁହେଁ ଗଲୁ ମାର୍କେଟ ଦୋକାନରେ ପଚାରିଲୁ ରଙ୍ଗୀନ ହୃଦୟ ଅଛି କି ? ଯିଏ ଶୁଣିବ ହସିବ ଆଉ ପାଗଳ ନିଶ୍ଚିତ କହିବ । ତଥାପି ସାଙ୍ଗ ପାଇଁ କରିବାକୁ ପଡିବ । ମିଳିଲାନି କା ପ୍ରାୟ ଆଠ ଟା ଦୋକାନ ଖୋଜିଲୁ ଯଦି ସେମିତି କିଛି ଖେଳଣା ମିଳିଯିବ ଦେଇକି ମନେଇବ। ହେଲେ ବି ମୁଳୁନି ।

  ମୁଣ୍ଡରେ ଗୋଟେ ବୁଦ୍ଧି ଆସିଲା । ବେଲୁନ ଭିତରେ ଫୁଲ ରାଖୀକି ସେ ଉପରେ ସାତ ରଙ୍ଗର କଲର ମାରିକି ତାକୁ ରଙ୍ଗୀନ କରି ମନେଇବ ଶେଷରେ ସେମିତି କଲୁ । ସେ ଝିଅ ପାଖକୁ ଗଲୁ ସେ ତା ଷ୍ଟାଇଲରେ ତଳେ ଆଣ୍ଠୁ ପକେଇ ରଙ୍ଗୀନ ହୃଦୟର ବେଲୁନ ଦେଖାଇ ପ୍ରପୋଜ କରିଲା ଗାର୍ଲଫ୍ରେଣ୍ଡ ତ ଖୁସି ହେଇଗଲା । ମୁଁ ଆସୁଛି କହି ଚାଲି ଆସିଲି । କିଛି ସମୟ ପରେ ସେ ମୋ ସହିତ ପଳେଇ ଆସିଲା , ପଛପଟୁ ଡରେଇଲା ମୁଁ କହିଲି ଯାଉନୁ ତୋ ଗାର୍ଲଫ୍ରେଣ୍ଡ ସହିତ ବୁଲୁବୁ ସେ କହଲା ନାଇଁ ସେ ବ୍ରେକଅପ କରିଦେଲା । ଆଶ୍ଚର୍ଯ୍ୟ ଆରେ କଣ ହେଲାରେ ନାଇଁ ସେ କିଛି ନାହିଁ କହ କଣ ହେଲା କାନ୍ଦିକି କହିଲା ସେ କହୁଛି ତତେ ଭୁଲି ଯିବାକୁ ତୋ ସହିତ କଥା ହବାକୁ ମନା କରୁଛି ରେ , ହଁ ତ ଯା ମୁଁ ତ ସହିତ କଥା ହେବିନି ।

  ଛି ସେ କି ଝିଅ ତୁ ମୋର କେତେ ଦିନ ର ସାଙ୍ଗ ଆଉ ସେ ଆସିବାର ଚାରିଦିନ ହେଇନି ଆମ ସାଙ୍ଗ ଭାଙ୍ଗି ଦେବ ତୁ ନ ଥିଲେ ମୋତେ ସବୁ କାମ ସାହାର୍ଯ୍ୟ କିଏ କରିବ , ଚାଲ ଆମେ ପାଠ ପଢିବା ପରେ ଏ ସବୁରେ ଧ୍ୟାନ ଦେବା ଜା ହଉ ଶେଷରେ ସେ ସୁଧୁରୀଗଲା । ମୁଁ କହିଲି ଏଥର ତୋ ହମଅର୍କ ତୁ କରିବୁ । ହଁ କରିବି ଆଉ ପଢିବି ମଧ୍ୟ ।

  

 କି ଯୁଗ ଏଇ............



Rate this content
Log in

Similar oriya story from Romance