STORYMIRROR

Tosarani sahu

Inspirational Children

2  

Tosarani sahu

Inspirational Children

ଅପେକ୍ଷା ସେହି ଦିନକୁ

ଅପେକ୍ଷା ସେହି ଦିନକୁ

2 mins
75

 

 କଣ ସତରେ ଭଗବାନ ଅଛନ୍ତି। ମୁଁ ସମସ୍ତଙ୍କୁ ଗୋଟେ କଥା କହିବି, ହଁ ମୁଁ ମାନୁଚି ମୁଁ ଯାହା କହୁଛି ଭୁଲ୍ କିନ୍ତୁ ଏଇ ପ୍ରଶ୍ନ ଗୁଡିକ ମୋ ମନରେ ବାରମ୍ବାର ଆସୁଛି।

 ବ୍ରାହ୍ମଣ କହିଥିଲେ ପାହାନ୍ତିଆ ୪ ଟାରେ ଉଠିବ ସ୍ନାନ କରିବ ତା ମଧ୍ୟ ଖାଲି ପାଦରେ ଚାଲିଚାଲି ପୋଖରୀ ମୂଳକୁ ଯିବ ପୋଖରୀ କହିଲେ ଜାଣିଥିବେ କେତେ ଗୋଡି, ପଥର ଇତ୍ୟାଦି। ତଥାପି ମୁଁ ଚାଲିଥିଲି, କାହିଁକିନା ଏମିତି କରିଲେ ମୋତେ ଭଲ ଜୀବନ ସାଥିଟିଏ ମିଳିବ ମୁଁ ଏଇଥିପାଇଁ କରୁନଥିଲି ମୋ ବାପା ମାଆଙ୍କ ମୁହଁରେ ହସ ଆଣିବା ପାଇଁ କରୁଥିଲି।

 ଖାଲି ପାଦରେ ଯଦି ଚାଲିଲେ ଭଗବାନ ଡାକ ଶୁଣନ୍ତେ ତା ହେଲେ ଆଜି ବି ବଜାର ଦାଣ୍ଡରେ କେତେ ଛୁଆ ଖାଲି ପାଦରେ ବୁଲୁଛନ୍ତି ଖାଲି ପାଦ କଣ ଖାଲି ଦେହରେ ମଧ୍ୟ। ହେଲେ ମୋ କହିବା ଅର୍ଥରେ ଭଗବାନ ମୋ ଡାକ ଶୁଣିବା ଆଗରୁ ସେମାନଙ୍କ ଡାକ ଶୁଣିବା କଥା।


ବାକି ରହିଲା ପାହାନ୍ତିଆ ୪ଟାରେ ଉଠିବା, ମୁଁ କଣ ଏମିତି ଅନେକ ଲୋକ ଅଛନ୍ତି ଯାହାର ଘରଖଣ୍ଡେ ନାହିଁ, ବଜାର ଦାଣ୍ଡରେ ଷ୍ଟେସନ ବାରଣ୍ଡାରେ ରାତି କାଟନ୍ତି ତା ମଧ୍ୟ ବେଳେ ବେଳେ ଅନିଦ୍ରା ରହି, ହେଲେ ମୋ କହିବା ଅନୁସାରେ ଭଗବାନ ସେମାନଙ୍କ ଡାକ ଶୁଣିବା ଦରକାର।

 ଗଛ ମୂଳେ ଦୀପ ଜାଳିବା, ଆଉ ମୁଣ୍ଡିଆ ମାରି ଭଗବାନଙ୍କୁ ଡାକିବା ମୁଁ କହିବା ଅନୁସାରେ ଏମିତି କିଛି ଲୋକ ଅଛନ୍ତି ଯାହାର ବିଜୁଳି ନାହିଁ ,ଗଛମୂଳେ ଦୀପ ଜାଳି ଆଖିରୁ ଲୁହ ଢାଳି ଭଗବାନଙ୍କୁ ଡାକନ୍ତି ହେଲେ ସେମାନଙ୍କ ଡାକ ଜଲ୍ଦି ଶୁଣିବା ଦରକାର।

  ବ୍ରାହ୍ମଣ କହିଥିଲେ ନୂଆ ବସ୍ତ୍ର ପିନ୍ଧି ଭଗବାନଙ୍କୁ ଡାକିବା ପାଇଁ ସେଇ ଗୋଟିଏ ତ ଅଭାବ ସେମାନଙ୍କ ଯେଉଁମାନେ କେବଳ ଡ୍ରେସ ଜାଣନ୍ତି, ଜାଣନ୍ତିନି ନୂଆ, ପୁରୁଣା ,ସ୍ୱାଦଅସ୍ଵାଦ ବୋଧେ ସେଇଥିପାଇଁ ଭଗବାନ ତାଙ୍କ ଡାକ ଶୁଣନ୍ତିନି।

 ଉପବାସ କରିବା ହଁ ଦିନଟା ଯାକରେ କେବଳ ଥରେ ଭାତ ଆଉ ରାତିରେ ଜଳଖିଆ ଖାଇ ଉପବାସ କରିବ। ତା ବି ମୋ ମାଆ କହିବ ତୋ ପାଇଁ ଭଲରେ ରୋଷେଇ କରିବି ଭଲ ପାଣିରେ। ନିଜେ ପାଣି ଆଣି ରଖିବୁ କାହାକୁ ଛୁଇଁବୁନି । ମୁଁ ଏବେ ଜାଣିଲି ପାଣି ମଧ୍ୟ କେତେ ପ୍ରକାର ଅଛି ତା ଛୁଆଁ ଅଛୁଆଁ।

ଉପବାସ ତ ସେଇମାନେ ସବୁଦିନ କରନ୍ତି, ଦିନରେ ଖାଇ ରାତିରେ ଖାଲିପେଟରେ ଶୁଅନ୍ତି, ହେଲେ ଭଗବାନ କାହିଁକି ସେମାନଙ୍କ ଡାକ ଶୁଣୁନାହାନ୍ତି। ସେହିମାନେ ବି ଭଗବାନଙ୍କୁ ଭକ୍ତିମନରେ ପ୍ରାର୍ଥନା କରନ୍ତି, କିନ୍ତୁ କାହିଁକି ଆଜି ମଧ୍ୟ ଆମ ଦେଶରେ ଦାରିଦ୍ର୍ୟତା କମୁନି? ଏଇ ପ୍ରଶ୍ନର ଉତ୍ତର କିଏ ଦେଇ ପାରିବେ।

 ଆଜି ପର୍ଯ୍ୟନ୍ତ ଯିଏ ବି ଭଗବାନଙ୍କୁ ଡାକିଛନ୍ତି,କେବଳ ସ୍ୱାର୍ଥ ଥାଇ ଡାକିଛନ୍ତି, ବିନା ସ୍ୱାର୍ଥରେ ଲୋକ ପାଦଟିଏ କଣ ଟିପଟିଏ ମଧ୍ୟ ଘୁଞ୍ଚାଇବେନି। ମନ୍ଦିରକୁ ବିନା କାରଣରେ କିଏ ଯାଆନ୍ତିନି। କାର୍ତ୍ତିକ ମାସ ତ ମନ୍ଦିର ଯିବାକୁ ହବ, ବାକି ଅନ୍ୟଦିନରେ ଶୂନ୍ୟ ମନ୍ଦିର।

 ମାନସିକ ଥିବା ପର୍ଯ୍ୟନ୍ତ ଭଗବାନଙ୍କୁ ଡାକନ୍ତି, ମାନସିକ ପୂର୍ଣ୍ଣ ହେଲା ପରେ କିଏ କାହାର? ଏଥିରେ କଣ ସ୍ୱାର୍ଥ ନାହିଁ? ପ୍ରକୃତରେ ଭଗବାନଙ୍କୁ କେବଳ ସେହିମାନେ ହିଁ ଡାକନ୍ତି, ଯେଉଁମାନଙ୍କୁ ଖାଇବାକୁ ଗଣ୍ଡେ ମିଳେନି, ଯା ଦ୍ୱାରା ଭଗବାନଙ୍କ ନାଁ ଧରି ଭିକ୍ଷା ବୃତ୍ତି କରନ୍ତି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational