Tosarani sahu

Children Stories Inspirational

4  

Tosarani sahu

Children Stories Inspirational

ନିଃସ୍ୱାର୍ଥପର ମଣିଷ

ନିଃସ୍ୱାର୍ଥପର ମଣିଷ

3 mins
247



ବାପା... ଏହା କେବେଳ ଏକ ଶବ୍ଦ ହୋଇନଥାଏ। ଏ ଶବ୍ଦରେ କେତେନା..ଯାଦୁ ଅଛି। ବାପାଙ୍କ ପ୍ରକୃତିରୁ ହିଁ ଆମେ ପରିଚୟ ପାଇଥାଉ। ତୁ ତା ଝିଅଟି? 

କେତେ ଭଲ ପ୍ରକୃତି ର ଲୋକ । ସେତେବେଳେ କେତେ ଗର୍ବ ଲାଗେ। ଯାହାଠାରୁ ଅଧିକା ବା ଆଉ କଣ ଦରକାର। ବାପା ମୋ ଶକ୍ତି, ମୋ ତକତ ଆଉ ଆଉ... ମଜବୁରୀ କରୁଥିବା ଏକ ସଛାମଣିଷ ଅଟନ୍ତି । ଆମେ ମାଗୁଥିବା ଜିନିଷ କୁ ପୂରଣ କରୁଥିବା ଏକ ଦୋକାନ ଅଟନ୍ତି। ବାପା ..ଏ ଶବ୍ଦର ଅର୍ଥ ସେତେବେଳେ ପର୍ଯନ୍ତ ବୁଝି ହୋଇନଥାଏ, ଯେତେବେଳେ ପଯ୍ୟନ୍ତ ଆମେ ତାଙ୍କ ଜାଗାରେ ନ ରହିଛୁ। 


  ମାଆ ତ କେବେଳ ୧୦ ମାସ ୧୦ଦିନ ଗର୍ଭରେ ରଖିଥାନ୍ତି । କିନ୍ତୁ ବାପା ତାଙ୍କ ଦୀମାଗ୍ ରେ ରଖିଥାନ୍ତି। 

   ଆଉ ଡାକ୍ତର କହିଲେ... ଶୁଭକାମନା ଜଣାଉଛି ଆପଣଙ୍କ ଝିଅ ହେଇଛି। ଆଉ କିଛି ସମୟ ପରେ ଯେତେବେଳେ ମୁଁ ତାଙ୍କ ବାହୁରେ ରହିଲି ।  ଆ!! କି ଆନନ୍ଦ! ରାତିସାରା ଜଗିକି ମୋ ଯତ୍ନ ନେଲେ। କିଏ ବା କରିବ? ବାପା ଆଉ ମାଆ କୁ ଛାଡିଦେଲେ। ଧିରେ ଧିରେ ମୁଁ କଥା କହିବାକୁ ଲାଗିଲି। ଆଉ ସେ ଜଗିଥାନ୍ତି ମୁଁ କେତେବେଳେ ଡାକିବି "ବାପା" । 

  ଛୋଟ ଥିବାବେଳେ କେତେ ଯେ ଶବ୍ଦ ଶିଖାଇଥାନ୍ତି। ମୁଁ ଏବେ ସ୍କୁଲ ଗଲିଣି। ମତେ ପଢ଼ାଇବା ଆଉ ମୋ ଘର ଘରକାମରେ ସାହାର୍ଯ୍ୟ କରୁଥିଲେ। ଆଉ ମୋ ସହିତ ଖେଳୁଥିଲେ ମଧ୍ୟ। ଆଉ ମୁଁ ଫୋନ କରିକି କହୁଥିଲି ବାପା ମୋର ଏହି ବହିଟା ଦରକାରଆଣିଦେବ। 


   ସେ ଭୋକିଲା ରହିକି ବି ମୋର ବହିଟା ଆଣିଦେଇଥାନ୍ତି। ଏତେ ନିଃସ୍ୱାର୍ଥପର ଭଲଭପାଇବା ଆଉ କୋଉଠି ବା ମିଳିବ? କଣ ବା କରିଛି ମୁ ତାଙ୍କ ପାଇଁ। ଆଉ ଧିରେ ଧିରେ ମୋର ଅଧିକ ବହି ଖାତା ଦରକାର ହେଲା। ଆଉ ଟିକିଏ ଅଧିକା ପଇସା ଦରକାର ହେଲା। ଅଧିକ ପରିଶ୍ରମ ମଧ କରୁଥିଲେ ମୋପାଇଁ । ମୁଁ କଲେଜ ଗଲି। ଆଉ ମୋ ବାପାଙ୍କୁ ମନରେ ଭୟର ମାତ୍ରା ବଢିଯାଇଥିଲା। ମୋର ଏବେ ବି ମନ ଅଛି ଯେବେ ମୁଁ ପ୍ରଥମ ଥର କଲେଜ ଗଲି। 


    ମୋ ସାଇକେଲରୁ ଧୂଳି ଝାଡ଼ିକି କହିଥାନ୍ତି। ଦେଖିକି ଯିବୁ ମାଆ। କି! ଯାଦୁ ଅଛି ଏ କଥାରେ। ଯେବେ ବି କଲେଜ୍ ଯିବାକୁ ବାହାରୁଛି ପଛରୁ ଏମିତି କିଛି କଥା ଶୁଭେ । ଦେଖିକି ଯିବୁ ମା । ମୋର ଯୌବନ ବୟସରେ ସୁନ୍ଦରର ମାତ୍ରା ବଢିଯାଇଥିଲା। ସେ ଭୟ କରୁଥାନ୍ତି ଏ କଥାକୁ ନେଇ । ସେ ସବୁବେଳେ କହିଥାନ୍ତି ଦେଖିକି ଯିବୁ ମାଆ ଆଉ ଭଲ ସଂସ୍କାର ମଧ୍ୟ ଶିଖେଇଛନ୍ତି।


  ମୋର ଆଖିର ଲୁହ ତାଙ୍କୁ କମଜୋର କରିଦଉଥିଲା। ଆଉ ମୁଁ ଏବେ ଟିକେ ବଡ ହେଇଗଲିଣି ସେ ଦୁଃଖରେ ଥିଲେ ମୋ ଆଖିରେ ଲୁହ ଆସିଯାଉଥିଲା। କାରଣ ସେ କେବେ ବି ତାଙ୍କ ଚିନ୍ତା, ଦୁଃଖ କହୁନଥିଲେ କାହାକୁ। କେମିତି ବା କହିବେ? କିଏ ବା ଚାହିଁବ ତାଙ୍କ ଝିଅର ମନ ଦୁଖ ହେଉ ବୋଲି । 


    ଆଉ ମୋର ବୟସ ବଢିଯାଇଥିଲା ଏବେ ଝିଅକୁ ବିଦା କରିବାର ସମୟ ଆସିଲା। ଯାତ୍ରା ଦେଖିବାକୁ ଗଲେ ମୋତେ ଦେଖାଯାଉନଥିଲା ମୋତେ ସେ ତାଙ୍କ କାନ୍ଧରେ ବସାଇ ଦଉଥିଲେ। ସେତେବେଳେ ଭାବୁଥିଲି ମୋ ବାପାଙ୍କ ରାଜ୍ୟର ରାଣୀ କେବଳ ମୁଁ ତାଙ୍କ କାନ୍ଧ ମୋ ପାଇଁ ରାଜଗାଦି ଭାବି ନେଇଥିଲି । ହେଲେ ଆଜି ରାଜଗାଦିରୁ ମୋତେ ଓହ୍ଲେଇ ଦେଉଛ। ଅସୁବିଧାରେ ମୋ ହାତ ଧରି ଆଖିରୁ ଲୁହ ପୋଛି ମୋତେ ସାହାରା ଦେଉଥିଲେ ଆଜି ଏ ହାତ ଅନ୍ୟ ହାତରେ ଛନ୍ଦି ଦେଉଛ।  

   ମୋତେ ତମ ହାତ ଦରକାର ସେହି ନିଃସ୍ୱାର୍ଥପର ରକ୍ତ, ମାଂସରେ ଗଢ଼ା ହାତ ।ଏମିତି କହିଦେବାକୁ ଇଛା ହଉଥିଲା କିନ୍ତୁ ତମେ ଯେ ନିରୁପାୟ ଏହି ସମାଜ ଆଗରେ ।


   ଯେତେବେଳେ ମୁଁ ତାଙ୍କଠୁ ଦୂରକୁ ଗଲି ମୋ ଛାତିର କଲିଜା ଛାଡିକି ଗଲାପରି ଲାଗୁ ଥାଏ। କି! ଦୁଃଖ ଆଖିରୁ ଲୁହ ବନ୍ଦ ହେଉନଥାଏ। ଆଉ ଏବେ ତ ସେ ମୋ ପାଖରେ ନାହାନ୍ତି। ଫୋନ ରେ ପଚାରୁଛି କେମିତି ଅଛ ବାବା, ତମ ଦେହ ଭଲ ଅଛି ନା । ଆଉ ଧିରେ ଧିରେ ମୁଁ ବ୍ୟସ୍ତ ହୋଇଗଲି ମୋ ପରିବାର ଭିତରେ। ବହୁତ ମନ ପଡୁଥାଏ। ଖାସ ସେ ମୋ ପାଖରେ ଥାନ୍ତେ କି!


    ଯେତେବେଳେ ଶାଶୁ ଘର ଲୋକ କଡା କଥା କହିଥାନ୍ତି ମନେ ପଡେ ସେହି କଥା କେମିତି ଅଛୁ ମାଆ । କହିପାରୁନଥାଏ ମୁଁ ଦୁଃଖରେ ଅଛି। ତଥାପି ଖୁସି ଅଛି। ଏବେ ଜଣା ପଡିଲା କେତେ ଯେ କଷ୍ଟ ବାପା ମାଆ ହେଲେ। ଏତେ ନିଃସ୍ୱାର୍ଥପର ଭଲ ପାଇବା କୋଉଠି ବା ମିଳିବ?



Rate this content
Log in