Tosarani sahu

Others Children

4.0  

Tosarani sahu

Others Children

ମାଆ ହାତର ଯାଦୁ

ମାଆ ହାତର ଯାଦୁ

2 mins
160



ଅପୂର୍ବ ଶାନ୍ତି ସେତେବେଳେ ଲାଗିବ ଯେତେବେଳେ ମନ ଶାନ୍ତ ଥିବ । ହଷ୍ଟେଲ ଜୀବନ କହିଲେ ନ ସରେ , ଯେତେ ଭଲ ସେତେ ଖରାପ , ଖାସ ଖାଇବା ଟା । 


  ସକାଳୁ ୫ ଟା ରୁ ଉଠିକି ଯୋଗ ଚାଲିବ , ତା ପରେ ଯୋଉ ସମୟ ଛି ଛି କିନ୍ତୁ କଣ କରିବା ସ୍ୱାସ୍ଥ୍ୟ ପାଇଁ ତ ପିଇବା ପାଇଁ ପଡିବ ସପ୍ତାହ ରେ ତିନି ଦିନ କଲରା ସିଝା ପାଣି ପିଇବାକୁ ପଡିବ । ତା ପରେ ନିତ୍ୟ କର୍ମ ସାରି ପ୍ରାର୍ଥନା ହବ , ପ୍ରାର୍ଥନା ସରିବା ପରେ ଜଳଖିଆ ତା ପରେ ପୁଣି ପାଠ ପଢା । 

  

   ନଅ ଟା ରେ କଲେଜ ଯିବା ପାଇଁ ପ୍ରସ୍ତୁତ , ତା ପରେ କଲେଜ ସରିବ , ୨ ଟା ରେ । ଖାଇବା ପାଇଁ ବହାରିବୁ ସବୁ ଯାହା ତ ଖାଇବା , ବେଳେ ବେଳେ କାନ୍ଦି ଲାଗେ ମନ ପଡେ ଘରର ଖାଇବା କଥା ଏଇଠି ଆଉ ଭଲ ଖୋଜିଲେ ତ ହବନି କି ମା କୁ କହିପାରିବୁନି ଭଲ ଲାଗୁନି ବୋଲି ଯାହା ରୋଷେଇ ହୋଇଥିବ ହଷ୍ଟେଲ ରେ ତାହା ଖାଇବାକୁ ପଡିବ।


  ଖାଇବାରେ କେବେ ଶାନ୍ତି ନାହିଁ , ଲେଖା ଯାଇଥିବ ଛତୁ ଚିଲି କିନ୍ତୁ ଚିଲି ରେ ଛତୁ ହିଁ ନ ଥିବ ଯଦି ଥିବ ଗୋଟେ ତାହା ବି ଜଣଙ୍କ କିବା ଦୁଇ ଜଣ ପାଖକୁ ଯାଇଥିବ । ପନିର ତରକାରୀ ରେ ପନିର ନ ଥିବ ଖାଲି ଆଳୁ ଛଡା । ଅଣ୍ଡା ତରକାରୀ ରେ ଖାଲି ପାଣି ରେ ଅଣ୍ଡା ଥିବ ଦେଖିଲେ ହିଁ ରାଗ ଲାଗୁଥିବ, ଖାଇବ କଣ । 


  ୪ ଟା ରେ ବଗିଚା କାମ ତା ପରେ ଟିକେ ବଗିଚା ରେ ହିଁ ଖେଳିବୁ ସନ୍ଧ୍ୟା ସମୟ ରେ ପୁଣି ପ୍ରାର୍ଥନା ହବ ତା ପରେ ୬ ଟା ରେ ପାଠ ପଢା ଆରମ୍ଭ ହବ ସରିବ ୯ ଟା ରେ ।ପୁଣି ଖାଇବା ସମୟ ୧୦ ଭିତରେ ହିଁ ଖାଇବାକୁ ପଡିବ ନ ହେଲେ ସେ ଦିନ ଖାଇବା ବନ୍ଦ । ପୁଣି ଖାଇ ସାରି ବାହାରେ ଶହେ ପାଦ ଚାଲିକି ଶୋଇବାକୁ ଯାଉ। ସାଙ୍ଗ ମାନଙ୍କ ସହିତ ଟିକେ ମସ୍ତି କରି ସୋଇପଡୁ। 


 ଯୋଉ ଛୁଟି ମିଳିବ , ଗୋଟେ ଦିନ ପୂର୍ବରୁ ନିଦ ଲାଗୁ ନଥିବ , ଘର କୁ ଯିବୁ ପୁଣି । ମୁଁ ମୋ ମା କୁ ରାତି ରୁ କହି ଦେଇଥିବି ଭଲ ଭାବରେ ବଡି ଚୁରା କରିଥିବୁ ମୋର ଅତି ପସନ୍ଦ , ଘର କୁ ଗଲା ପରେ ମା ର ରୋଷେଇ ବାସ୍ନା ରେ ହିଁ ମୋ ପେଟ ପୁରି ଯାଇଥିବ । ମା କହିବ ଯା ଗାଧେଇ କରି ଆସେ ଖାଇବୁ । 


  ସେ ଛୁଟି ଦୁଇ ଦିନ ପାଠ କଣ ଭୁଲି ଯାଇଥିବି , କେବଳ ଭାଇ ଭଉଣୀ ମାନଙ୍କ ସହିତ ଖେଳ ଆଉ ବାବା ମା ସହିତ ସମୟ ବିତାଇବି । ଆଉ କିଛି ନାହିଁ । ଗାଧେଇ ଆସି ଖାଇ ବସିବି ମା ହିଁ ଖୁଆଇଦବ ଓହ ଯୋ ଶାନ୍ତି ଲାଗିବ ନିଆଁ ରେ ପାଣି ପକେଇଲା ପରି । ଯୋ ଶାନ୍ତି ତାହାଠୁ ଆତ୍ମ ତୃପ୍ତି ଆଉ କିଛି ନାହିଁ , ତା ସୁସ୍ୱାଦ ରୋଷେଇ କୁ ତାହାରି ହାତରେ ଖାଇବା ଆହୁରି ସ୍ୱାଦିଷ୍ଟ । ଯାହା ହେଲେ ବି ମା ହାତ ରେ ହିଁ ଯାଦୁ ଥାଏ।



Rate this content
Log in