STORYMIRROR

Tosarani sahu

Romance Thriller Others

3  

Tosarani sahu

Romance Thriller Others

ଦୁଇ ହୃଦୟ

ଦୁଇ ହୃଦୟ

2 mins
216


ଅତି ସୁନ୍ଦର ଅତି ନିର୍ମଳ ସେ ପାଣି , ଏଇ ଯେମିତି ଆମ ଗାଁ ଗହଳିରେ କହିଲା ଭଳି କାଉ ଆଖି ଭଳି ପାଣି , ଏ ସମୟରେ ପାଣିରେ ସୁନା ପଡିଲେ ମଧ ଉଠେଇ ଦେଇ ପାରିବ। ଯଦି ଦିପ୍ରହରରେ ପୋଖରୀକୁ ଯିବ ଦେଖିବ ସେ ଦୃଶ୍ୟ ,କାଉ ଆଖି ଭଳି ପାଣି, ଦିନେ ବୁଲୁ ବୁଲୁ ଦେଖିଲି ପୋଖରୀ ଭିତରେ କଣ ଗୋଟେ ଚକ୍ ମକ୍ କରୁଛି , ଖୁସି ମନରେ ପାଖକୁ ଗଲି ଦେଖିଲି ସୂର୍ଯ୍ୟ ଙ୍କ କିରଣରେ ପାଣି ଟା ଚକ୍ ମକ୍ କରୁଛି। 


ଭୋକିଲା ଲୋକ ଏହି ପାଣିକୁ ପିଇ ଦେଲେ ଆତ୍ମତୃପ୍ତି ପାଇଁଯିବ, ସେହି ପାଣିକୁ ଦେଖିଦେଲେ ହିଁ ପେଟ ଭରିଯିବ। ଯଦି କବିଟିଏ ପୋଖରୀ ପାଖରେ ବସିବ ତା ହେଲେ କେତେ କଣ କବିତା ଲେଖି ପାରିବ ଏହା ମୋ ମନ କହେ।


କିଏ ଆକର୍ଷିତ ହଉ କି ନ ହଉ କିନ୍ତୁ ମୁଁ ନିଶ୍ଚୟ ହୋଇପାରେ, ଆଉ ଜଣେ ବାଟୋଇ ମଧ ବୁଲି ବୁଲି ଆସି ଏହି ପୋଖରୀ ଭିତରେ ଗୋଡ଼ କୁ ଥାପି ଦେଲେ ଏତେ ଯେ ଖୁସି ପାଇବ ତାହା ମୁଁ ବର୍ଣ୍ଣନା ତ କରିପାରିବି ନାହିଁ , ଯଦି କେବେ ବାଟୋଇ ହୋଇଛ କି? ଆସିକି ପାଣି ଭିତରେ ପାଦ ଥାପିଛ କି?


ପାଣିର ଆକର୍ଷିତ ରେ ପୋଖରୀ ପାଖ ପାହାଚ ଉପରେ ବସିଲି ଯାଇକି! ପୋଖରୀ ସାମ୍ନାରେ ଗୋଟେ ବଡ଼ ବର ଗଛ ଟିଏ ଅବସ୍ଥିତ ଅଛି, ସେ ଯେ କେତେ ବାଟୋଇ ମାନଙ୍କୁ ଖୁସି ଦେଇଛି। କେତେ ଯେ ପଶୁ ପକ୍ଷୀ ମାନଙ୍କୁ ଖୁସି ଦେଇଛି। ତେଜ ଖରା ରୁ ଛାୟା ପ୍ରଦାନ କରିଛି। 


ପାହାଚ ଉପରେ ବସିକି ପାଣି କୁ ଗୋଟେ ଲୟରେ ଦେଖୁଛି , ଆଉ ପାଣି କୁ ମୋ ଜୀବନ ସହିତ ମୁ ତୁଳନୀୟ କରୁଛି, ଆଉ ମୋର ମନ ପଡ଼ିଯାଏ ପଛ କଥା ମୁଁ ଯେ ମନ ପକେଇ ବାକୁ ବାଧ୍ୟ କଲି ମୋ ମନ କୁ ବହୁତ ଭଲ ଥିଲା ନା? ବହୁତ ଭଲରେ ଚାଲିଥିଲା ନା! ଆମେ ଉଦାସ ଥିଲା ବେଳେ ଜଣେ ଏମିତି ମନ କୁ ଆସିଯାଇଥାନ୍ତି , ଯାହା ପାଇଁ ଆମ ଜୀବନର ପୁରା ନକ୍ସା ବଦଳି ଯାଇଥାଏ। 


ପାଣିର ସ୍ଥିରତାରେ ଉପରୁ ଗୋଟେ ବରଗଛର ପତ୍ର ଆସି ପାଣିରେ ପଡିଲା ଚହଲି ଗଲା ପାଣି ଆଉ ମୋ ମନ ରେ ଥିବା ଭାବନା ମଧ ଉଭେଇ ଗଲା ସେ ଝଲ୍ ମଲ୍ ପାଣିରେ । ମୁଁ ହଜିଗଲି ସେ ଝଲ୍ ମଲ୍ ପାଣିରେ ଆଉ ସବୁ ବେଦନା ଜଣେଇଦେଲି ସେ ଝଲ୍ ମଲ୍ ପାଣିକୁ । 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Romance