Tosarani sahu

Tragedy Others Children

4.5  

Tosarani sahu

Tragedy Others Children

ବିରହ ପ୍ରେମ

ବିରହ ପ୍ରେମ

3 mins
304


ପ୍ରେମ କଣ ? ପ୍ରେମ ର କୌଣସି ଜାତି ସଂଜ୍ଞା ନଥାଏ । ଥାଏ କେବଳ ଭାବନା । ଏ ପ୍ରଶ୍ନ ମନ ଭିତରେ ଆସିଗଲେ ମୁଣ୍ଡ ଘୁରେଇ ଯାଏ।କଣ ପାଇଁ ଜାଣିହୁଏ ନାହିଁ,ଜାଣିବାକୁ ଇଛାହେଲେ ମଧ୍ୟ ମନ ରଖିବାକୁ ମନ ମାନୁ ନାହିଁ। ପ୍ରେମିକକୁ ଯଦି ପଚାରିବ ପ୍ରେମ କଣ ସେ ବା କଣ ଉତ୍ତର ଦେବ। 


  ସମସ୍ତେ କହିବାର ଶୁଣିଥିଲି ପ୍ରେମ କରିଲେ ନିଦ ଉଡ଼ିଯାଏ।କିନ୍ତୁ ଦିନେ ଏହି ପ୍ରେମ ପାଇଁ କାନ୍ଦି କାନ୍ଦି ଆଖି ଲାଗିଯାଏ ଦିନର ବାର ଘଣ୍ଟା ରାତିର ବାର ଘଣ୍ଟା ଜଣାପଡିନଥାଏ। ହଠାତ ଦିନେ କଲେଜ କ୍ୟାମ୍ପସ ରେ ଦୁଇ କୋପଲ ଝଗଡା ଲାଗୁଥିଲେ । ମନ କହିଲା ତୁ ତ ପ୍ରେମ ନ କରିକି ବି ପ୍ରେମର ଭଲ ସଂଜ୍ଞା ଜାଣିଛୁ। ରାନୀ ମୋ ବାନ୍ଧବୀ ପ୍ରାୟତ ଆମ ଭିତରେ ଏତେ ସମ୍ପର୍କ ନ ଥାଇ ମଧ୍ୟ ବହୁତ କଥା ଆମେ ନିଜକୁ ଅନ୍ୟ ଜଣକୁ ସେୟାର କରିଛୁ।  ଏମିତି ହିଁ ଦିନେ ରାସ୍ତାରେ ମୋ ସାହାଯ୍ୟ ପାଇଁ ହାତ ବଡେଇବାକୁ ଯାଇ ମୋର ପ୍ରିୟ ବାନ୍ଧବୀ ହୋଇଗଲା। ମୋ ପ୍ରେମିକ କବି ମୋ ବିଷୟରେ ଲେଖିଲା ବେଳେ ରାନୀର ସ୍ଥାନ ଯଥେଷ୍ଟ ଥାଏ। 


କ୍ଲାସ ସରିବା ପରେ କେହିଁ କୁଆଡେ ଯାଆନ୍ତି କିନ୍ତୁ ଆମେ ଆମ ଡିପାର୍ଟମେଣ୍ଟ ପାଖାପାଖି ଥିବା ଗଛ ମୂଳକୁ ଯାଉ, ସେଇଠି ବସି କିଛି କଥା ବାର୍ତା ହେଇଗଲେ ମନ ଖୁସି ହେଇଯାଏ, ପରିବେଶକୁ ଦେଖି ଆକର୍ଷିତ ହୋଇ । ମୋ ବ୍ୟାଗ ରୁ ପେନ ଆଉ ନୋଟ ବାହାର କରି ଲେଖିଦିଏ ମୋ ମନର ଭାଷା  ସେଦିନ ଆମେ ମିଶିକି ବସିଥାଉ ଗଛମୂଳେ , ଦୁଇ ପ୍ରେମ ପକ୍ଷୀ ପ୍ରେମ କରୁ କରୁ ହଠାତ ଝଗଡା କରିବା ଆରମ୍ଭ କରିଦେଲେ। ମୁଁ ଆଉ ରାନୀ ଡରିଗଲୁ ହଠାତ କଣ ହେଇଗଲା ଏମାନଙ୍କ ଝିଅଟି କାନ୍ଦୁଛି ବେଳେ ବେଳେ ପୁଅର ଗୋଡ଼ ଧରି ଝିଅଟି କହୁଛି ପ୍ରେମ କରିବାର ମାନେ କଣ ଏହା ଏଇଥିପାଇଁ କଣ ସବୁ ପ୍ରେମ କରନ୍ତିକି? 


କଣ ପାଇଁ କେଜାଣି ମୁଁ ଜାଣି ପାରିଲିନି, ଏସବୁ ଦେଖିବା ପରେ ମୋ ମନ ଅବିଚଳ ହେଲା ଉଠିଲି ରାନୀ ମନା କରିଦେଲା ଏ ସବୁରେ ତର କଣ ଯାଉଛି , କିନ୍ତୁ ଝିଅକୁ ଦେଖିଲେ ସ୍ପଷ୍ଟ ଜଣା ପଡୁଛି ସେ ପୁଅ ବିନା ଏହାର ବଂଚିବା ଅସମ୍ଭବ । ଏତେ ନିଷ୍ଠୁର ଜଣେ କେମିତି ହେଇପାରେ।  ମୋ ମନ ବୁଝୁନି ଯାଇକି ପଚାରିଲି କଣ ଅସୁବିଧା ହେଇଛି। ଝିଅଟି ଚୁପ ହେଇଗଲା । ପୁଅଟି କହିଲା ତମର କଣ ଯାଉଛି ଆମର ଯାହା ହଉଛି ଆମେ ଠିକ କରିବୁ ଆମ ଭିତରେ ଆପଣ କଣ ପାଇଁ ଆସୁଛନ୍ତି? 

ଆରେ କେଡେ ନିର୍ଦ୍ଦୟ ମଣିଷ ଟା ଝିଅଟା ତୋ ଗୋଡ଼ ଧରୁଛି ଅଥଚ ସେଇଠୁ ଚାଲି ଆସିଲି। ସେହି ମାନଙ୍କୁ ଦେଖି ସଂଗେ ସଂଗେ କାଗଜରେ କିଛି ଲେଖିଦେଲି । ପୁଣି ପାଖକୁ ଗଲି ସେ ପୁଅ କହିଲା କଣ ପାଇଁ ତମେ ବାରମ୍ବାର ଆସୁଛ । ଥରେ କହିଲି; ଆମ ନିଜ ପ୍ରବ୍ଲେମ ନିଜେ ସ୍ଲୋଭ କରିବୁ । କଣ ବା କହିବି ନିଶ୍ୱାସ ଛାଡି କହିଲି ଯଦି ଆମ ପ୍ରବ୍ଲେମ କହୁଛ ତୁମ ଆମ ଭିତରେ ଥିବା ମଣିଷ କୁ ଅଲଗା କଣ ପାଇଁ କରୁଛ ତୁ ତୁ କହି କଥା କଣ ପାଇଁ ହଉଛ , ଯଦି ପ୍ରବ୍ଲେମ ତୁମ ଦୁହିଁଙ୍କର ପରସ୍ପର ଲୋଡ଼ିବା ଦ୍ୱାରା କଣ ହବ। ବୋଧେ ସେ କିଛି ବୁଝିଗଲା , ଚୁପ ହେଇଗଲା ମୋ ଜୁନିଅର ପିଲା ବୋଧେ । ଲେଖିଥିବା ପେପର ଟି ଦୁହିଁଙ୍କ ହାତରେ ଦେଇଦେଲି , ସେହିଠୁ ଚାଲି ଆସିଲି। 


 ମୋ ଦ୍ୱାରା ଘଟିଥିବା ସବୁ ଘଟଣା ସେ ସାଦା କାଗଜରେ ଲେଖିଦେଲି , ପ୍ରେମ କଣ ପ୍ରେମ କାହାକୁ କୁହାଯାଏ । 

ବିରହ ନାୟିକା ର କାହାଣୀ କହିଲେ କିଛି ଅତୁଟ ହବ ନାହିଁ। 

ସେ ଦୁହେଁ ଝଗଡା ଲାଗିଥିଲେ ଶାରୀରିକ ସମ୍ପର୍କ ପାଇଁ। 

ଏ ସବୁ କାହାର ଭୁଲ୍ କେବଳ ବୟସର ଭୁଲ୍ । ବୟସ ନିଜ ଭାବନାକୁ ସ୍ୱଗତ୍ର ବୁଲେଇ ଆଣେ। ଯାହା ଦେଖେ ତାହା ପ୍ରାଟିକାଲ କରିବା ପାଇଁ ଆଗୁଆ ହୁଏ। ପ୍ରେମ କରିବା ମାନେ ଏ ବୟସରେ ଭୁଲ୍ କରିବା ସହିତ ସମାନ କିନ୍ତୁ ମନ ଯେତେ ରୋକିଲେ ମଧ୍ୟ ଇନ୍ଦ୍ରିୟ ଆତୁର ହୋଇ ଥରି ଉଠେ। ଚାଲିଯାଏ ସେହି ଭୁଲ୍ ବାଟକୁ । ଏ ବୟସ ନିଜକୁ ନିଜେ ଭଲପାଇବା ନିଜକୁ ନିଜେ ଆୟତରେ ରଖିବା। ବୋଧେ ଏମିତି କିଛି ଲେଖିଦେଇଥିଲି। ଏଇଥିପାଇଁ ମୁଁ ଆଜି ବିରହି ନାୟିକା ମୋ ପ୍ରେମିକର କବିତାରେ ମୁଁ ଛଳନା ନାରୀ , ମିଛେଇ ପ୍ରିୟା । ଥରେ ଯଦି କବି ମହାଶୟ ବୁଝିବେ ମିଛେଇ ପ୍ରିୟାର ମିଛରେ ବି ଗୋଟେ ସତ ଲୁଚିଛି। କିନ୍ତୁ କବିତାରେ ପ୍ରେମ ଶୋଭା ପାଏନି କବିତାକୁ ଶୋଭା ଦିଏ ବିରହ ଆଉ ଯନ୍ତ୍ରଣା । 


 ଯାହାଭି ହଉ ଦୁହେଁ ବୁଝି ଯାଆନ୍ତୁ , ପ୍ରେମ କଣ ଆଉ ପ୍ରେମ କରିବାର ବୟସ କୋଉଠା? ରାନୀ ମୁଁ ଘରକୁ ଆସିଲୁ , ରାନୀ ତା ଘରକୁ ଗଲାବେଳେ ସବୁଦିନ କହେ ଆଜି କଣ ଲେଖିଛ ମୋ ଦିଅ ମୁଁ ପଢିଦିଏ ମନା କରିବା ସ୍ବତେ ଜିଦ କରି ମୁଁ ଲେଖିଥିବା କବିତା ବା କାହାଣୀ ପଢିବାକୁ ନେଇଯାଏ।ପୁଣି ସକାଳୁ ମିଶିକି କଲେଜ ଯିବାବେଳେ ମୋ ଲେଖାର ମିଛ ତାରିଫ ଟିକେ କରିଦେବ ମୋ ନୋଟ ମୋ ବ୍ୟାଗ ଭିତରେ ରଖିଦେଵ।   କଲେଜ ପ୍ରଵେଶ କରୁ କରୁ ପଛରୁ ଜଣେ ମୋ ହାତ ଧରି ମୋ thankyou କହିଲା ବୋଧେ ସେହି କାଲିର ଝିଅଟିଏ ପାଖରେ ପୁଅଟିଏ ବି ଥିଲା thank you ଦିଦି କହିଲା । ଜାଣିନି ବୋଧେ ସେ ପେପର ଲେଖା କିଛି ଶିଖେଇଲା।  ମନ ଫୁର୍ତ୍ତି ଲାଗିଲା ଯା ହଉ ମୋ ଲେଖାର ମୂଲ୍ୟ ତ ରହିଲା।  ରାନୀ କହିଲା ଚାଲନ୍ତୁ ମ୍ୟାଡ଼ମ କ୍ଲାସ ଯିବା। 



Rate this content
Log in

Similar oriya story from Tragedy