Tosarani Mama

Comedy

3  

Tosarani Mama

Comedy

ସ୍ୱର୍ଗାଦି ସୁଖ

ସ୍ୱର୍ଗାଦି ସୁଖ

4 mins
314


କାଲି ବାପାଙ୍କ ଜନ୍ମ ଦିନ କାଲି କଣ କଣ ଆୟୋଜନ କରା ହବ ତାହା ମୋତେ ଆଜି ରାତିରୁ ହିଁ ଭାବିବାର ଅଛି । କାଲି ବହୁତ ଖୁସିର ଦିନ ଆଉ ଆମ ସାହିର ସବୁ ପିଲାମାନେ ଆସିବେ, ଆଉ କେକ୍ କଟା ହବ, ଚକଲେଟ ଦିଆ ହବ, ଯେମିତି ବି ହଉ ଘରେ କ୍ଷୀରି, ପୁରୀ ଆଉ ବାବାଙ୍କ ପସନ୍ଦ ଚକୁଳି ପିଠା ନିହାତି କରିବାକୁ ହବ, ମାଆଙ୍କୁ କହିବାକୁ ପଡିବ । ଆଉ ଚକୁଳି ପିଠା ମୋତେ ହିଁ କରିବାକୁ ହବ, ଯଦି ଚକୁଳି ପତଳା ନ ହବ ବାବା ଖାଇବା ଦୂରର କଥା ଛୁଇଁବେନି ମଧ । ଏତେ ଆୟୋଜନ କରୁଛି ମୁଁ, ବାବାଙ୍କୁ ଏ ସବୁ ପସନ୍ଦ ନାହିଁ । ଯଦି ଗାଳି ଦେବେ ତାହା ହେଲେ ମୋର ସବୁ ଆୟୋଜନ ବେକାରରେ ଯିବ । 

ଏମିତି ଭାବୁଭାବୁ ମାନିକୁ ନିଦ ହୋଇଗଲାଣି। ସକାଳୁ ଉଠିକି ତା ବାବାଙ୍କୁ ଜନ୍ମ ଦିନର ଶୁଭେଚ୍ଛା ଜଣାଉଛି । ବାବା ଶୁଣୁ ନାହାନ୍ତି, ପଛେ ପଛେ ଯାଏ ବାବା ଆଜି ସନ୍ଧ୍ୟାରେ ଟିକେ ଜଲଦି ଫେରି ଆସିବ, ବାବା ରାଗି ଯାଇ କହୁଥାନ୍ତି କଣ ପାଇଁ ଶୁଣେ, ବାବା ଆଜି କେକ୍ କାଟିବା ଆଉ ସାହି ପିଲାମାନଙ୍କୁ ଡାକି କ୍ଷୀରି ପୁରୀ କରିବାର ସାମଗ୍ରୀ ଟିକେ ଘରକୁ ପଠେଇ ଦେଇଥାନ୍ତ । ତୋର ଏତେ ସାହସ ମୋତେ ନ ପଚାରିକି ଏତେ ଭାବନା କଣ ପାଇଁ, ରାଗରେ ବାବା ମାନିକୁ ଗୋଟେ ନିର୍ଘାତିଆ ଚାପୁଡ଼ାଟେ ମାରିଲେ, ତା ପରେ ମାନି ଧଡ଼ ପଡ଼ ହୋଇ ଉଠିଲା । ବାବାଙ୍କୁ ଅଧିକା ହସିବା ପସନ୍ଦ ନାହିଁ, ଅଧିକା କଥାବାର୍ତା ମ ହେଲେ ପସନ୍ଦ ନାହିଁ । କଣ କରିବି ବାବାଙ୍କୁ କହିବି ନା ନାହିଁ ଥାଉ କହିବିନି, ମୋ ପାଖରେ ଯାହା ପଇସା ଅଛି କରିଦେବି ଆଉ ବାବାଙ୍କୁ କିଛି କହିବିନି । 

ଧୀରେ ଧୀରେ ବାବାଙ୍କ ପାଖକୁ ଗଲି ମନରେ ଭୟ ଥାଏ, ସ୍ୱପ୍ନର କଥା ସତ ହୋଇଯିବନି ତ, ମୁହଁରେ ଛୋଟ ହସ ଟିଏ ଦେଇ କହିଲି ବାବା HAPPY BRITH DAY କହିକି ପାଦ ତଳେ ମୁଣ୍ଡିଆଟି ମାରିଦେଲି । ବାବା ହଁ କହିକି ଚାଲିଗଲେ, ପଛରୁ ଡାକିଲି ବାବା ଆଜି ସନ୍ଧ୍ୟାରେ ଟିକେ ଜଲଦି ଆସିବ କି ???  

ବାବା ପ୍ରଶ୍ନ କଲେ କଣ ପାଇଁ, କିଛି ନାହିଁ ବାବା, ଆସିବ କି; କିଛି ଉତ୍ତର ନ ଦେଇ ଚାଲିଗଲେ । ମନକୁ ମନ ଭାବୁଥାଏ, ମୁଁ କେବେ ମନ ଖୋଲି ହସିବି କେଜାଣି ? ବାହାରିଲି ମାର୍କେଟ ମନରେ ଭୟ ଯେ ଭୟ ଯଦି ବାବା ଦେଖିଦେବେ ସେଇଠି ମାରିଦେବେ, ମୁହଁରେ ଓଢଣୀଟି ବାନ୍ଧି ସ୍କୁଟି ଧରି ବାହାରିଲି ବ୍ରହ୍ମପୁରକୁ ଆଉ ଯାହା ସବୁ ସାମଗ୍ରୀ ଦରକାର ଥିଲା ଆଣିଲି, ଗୋଟେ ଭଲ ଚକଲେଟ ଵାଲା କେକ୍ ଆଣିଲି, ଆଉ ଯାହା ସବୁ ବାକି ସାମଗ୍ରୀ ଧରି ଚାଲି ଆସିଲି । 

ରାସ୍ତାରେ ଆସିଲା ବେଳେ ଜଣକର ଗାଡ଼ିରେ ମୋ ଗାଡି ବାଜିଗଲା, ମୁଁ ପଛକୁ ଗାଡି ନେଇଗଲି କିଏ କାହା ଗାଡିରେ ବାଜିଲା ଜାଣି ପାରିଲି ନାହିଁ । ଆଉ ଭାବୁଥାଏ ଯଦି ବାବା ହୋଇଥିବେ, ଯଦି ବାବାଙ୍କ କିଏ କର୍ମଚାରୀ ହୋଇଥିବେ ଯଦି ଜାଣିଦେବେ ସରିଲା ମୁଁ ମରିଲି ଏଠି । 

ପଛରୁ ମୋତେ ଡାକିଲେ, ଓଃ ମ୍ୟାଡାମ ମୁଁ କିଛି ନ ଦେଖି SORRY SORRY କହିକି ଚାଲିଲି, ପାଟି କରନ୍ତୁନି ଦୟାକରି, ତା ପରେ ସେ କଣ ଭାବିଲେ କେଜାଣି ହଉ ଯାଅ କହିଲେ ମୁଁ ଚାଲି ଆସିଲି । ରାତିରେ ବାବା ଆସିବା ଆଗରୁ ବେଲୁନ ଲଗାଇ ସବୁ ସାଜସଜ୍ଜା କରିଲି, ବାବାଙ୍କ ପସନ୍ଦର ଚକୁଳି, କ୍ଷୀରି, ପୁରୀ କଲି । ମାଆକୁ ଡାକିଲି ବାବା ସହିତ କଥା ହୋଇକି ଡାକିବା ପାଇଁ, ଫୋନ ଲଗାଇ ଦେଇଦେଲି ମାଆକୁ କହିଲେ ଯଦି କାମ ସାରିଯାଇଥିବ ଘରକୁ ଆସ ଜଲଦି, କଣ ହୋଇଛି କି ! ! ! ଆସ ଆଗ । 

ବାବା ଆସିଲେ ଆଉ ସବୁ ପିଲାମାନଙ୍କୁ ଦେଖି ଚମକି ଗଲେ । ଆଉ କେକ୍ କାଟିବା ପାଇଁ ଡାକିଲି । ବାବା ଆସିକି କେକ୍ କଟିଲେ ଆଉ ଫୋଟ ଉଠେଇବା ପାଇଁ ଭାଇ ଥିଲେ ବାବା ସହିତ ମୋର ଫୋଟ ଉଠେଇଲେ ମୁଁ ବହୁତ ଖୁସି ହେଲି, ଯାହା ହଉ ଗୋଟେ ଫୋଟୋ ରହିବ ବାବାଙ୍କ ସହିତ । ପିଲାମାନଙ୍କୁ କ୍ଷୀରି, ପୁରୀ ଖୁଆଇ କକଲେଟ ଦେଇ ନିଜ ଘରକୁ ପଠେଇଦେଲି ।

ରାତିରେ ବାବାଙ୍କୁ ଚକୁଳି କରି କରି ଖାଇବାକୁ ଦେଲି, ଖାଇଲେ ବାବା ମୁହଁ ରୁ ଛୋଟ ହସ ଟିଏ ଦେଖିଲି ବାବା ମାଆକୁ କହିଲେ ଆଜି ରୋଷେଇ ବହୁତ ସ୍ୱାଦିଷ୍ଟ ହୋଇଛି, ମାଆ କହିଲେ ମାନି କରିଛି । ବାବା ମନରେ କଣ ଭାବିଲେ କେଜାଣି, ମାଆ ପଚାରିଲେ ଏ ସବୁ ଆୟୋଜନ କିଏ କରିଥିଲା, ମାଆ କହିଲେ ସେ ନିଜେ ମାର୍କେଟ ଯାଇକି ଆଣିକି କରିଛି । ବାବା ମନରେ ଟିକେ ହସିଲେ ଆଉ ମୁଁ ଏପଟେ ରହିକି ଟିକେ ହସିଲି । ଭାବୁଥାଏ କେବେ ମିଶିକି ହସିବୁ । ପାଖରେ ବସିକି । 

ତା ପରେ ମୋ ବିବାହ ସ୍ଥିର ହେଲା, ବାବା ସବୁ ଜିନିଷ ଦେଲେ ଭରପୁର ଦେଲେ । ଆଉ ବିଦାୟ ବେଳେ ବାବାଙ୍କ କାନ୍ଦ ଦେଖି ମୁଁ ଆଶ୍ଚର୍ଯ୍ୟ, ବାବା ପୁଣି ମୋ ପାଇଁ କାନ୍ଦୁଛନ୍ତି, ତାହା ମୋତେ ଅବାସ୍ତବ ଲାଗୁଥିଲା ମୁଁ ବି ଛଳନାରେ କାନ୍ଦିଲି, ବାହାଘର ବେଳେ କୋଉ ଝିଅ କେବେ କାନ୍ଦନ୍ତିନି ଓଲଟି ଅଧିକା ଖୁସି ହୁଅନ୍ତି ମନରେ ମନରେ, କାହିଁକିନା ନୂଆ ନୂଆ ମଣିଷକୁ ଭେଟିବା ପାଇଁ, ମୁଁ ତ ଅଧିକା ଖୁସି କାହିଁକିନା ସେ ବାବାଙ୍କ ପରି ହୋଇନଥିବେ, ବହୁତ ହସକୁଳା ହୋଇଥିବେ ଠିକ୍ ମୋ ପରି ହସୁଥିବା ଦରକାର, କାହିଁକିନା ବାବା ମାଆକୁ କହିବାର ମୁଁ ଶୁଣୁଛି, ବାବା କହିଲେ ପୁଅଟା ଠିକ୍ ଆମ ମାନି ପରି ଆମ ମାନି ପାଇଁ ଠିକ୍ ହବ । 

ମୁଁ ଅପେକ୍ଷା କରିଥିଲି, ସେ ମଣିଷକୁ ଦେଖିବା ପାଇଁ ଆଉ ମୁଁ ଓଢଣୀ ଟାଣି ବସିବା ବଦଳରେ କବାଟ କଣରେ ଲୁଚିକି ରହିଥିଲି ତାଙ୍କୁ ଡରେଇବା ପାଇଁ, ସେ ଭିତରକୁ ଆସି ଖୋଜିଲେ ମୋତେ ମୁଁ ପଛପଟୁ ଡରେଇଲି, ଆଉ ସେ ସ୍ନେହ କରିବା ବଦଳରେ ଗାଳି ଦେଲେ । ମୁଁ କାନ୍ଦିଲି । ବାବା ଯେମିତି ଏ ମାଙ୍କଡ଼ ମଣିଷଟା ବି ସେମିତି । ସେ ମୋତେ କହିଲେ ମୋତେ ଗାଳି କଣ ପାଇଁ ଦେଲ, ମୁଁ କହିଲି ଆପଣଙ୍କୁ କେମିତି ଶୁଭିଲା, ମୁଁ ଶୁଣିପାରେ ରୁହ ତୁମ ବାପାଙ୍କୁ କହିବି, ମୁଁ ତଳେ ପଡିକି ତାଙ୍କୁ SORRY ମାଗିଲି ସେ କହିଲେ ସେଦିନ ଗାଡି ଲାଗେଇକି ବି ଏମିତି SORRY ମାଗିଥିଲ ନା । ଆପଣ କେମିତି ଜାଣିଲେ । କେମିତି ଜାଣିଲି ।ମୋତେ ଲାଗେଇକି ମୁଁ ଜାଣିବିନି କେମିତି ଗାଡି ମୋର ଥିଲା ମ୍ୟାଡାମ। ଓଃ ସେ ଦିନ ମୁଁ ବ୍ୟସ୍ତ ଥିଲି ସେ ଦିନ, ମୁଁ ଜାଣେ ଆଉ ମୁଁ ଏଥିପାଇଁ ଛାଡିଥିଲି ଯେ ମୁଁ ଆଗରୁ ଜାଣିଥିଲି ତମେ ମୋ ହେବାକୁ ଯାଉଥିବା ପତ୍ନୀ ଆଉ ମାଆ ତମ ଫୋଟ ମୋତେ ଛାଡିଥିଲେ । 

ମୁଁ ମୁହଁ ଶୁଖେଇବା ଦେଖି ପଚାରିଲେ କଣ ପାଇଁ ମ୍ୟାଡାମ ହାଣ୍ଡି ପରି ମୁହଁ କରିଛ । ତମେ ମୋ ବାବାଙ୍କ ପରି କି !!!!! ଛିଃ ଏତେ ଚୁପ ମୁଁ ରହି ପରିବିନି, ମୁଁ ଖୁସିରେ ମନ ଖୋଲିକି ହସିକି ଜାବୁଡି ଧରିଦେଲି । ତମେ ମୋତେ ଡ଼ରଉଛ ମୁଁ ବି ଟିକେ ଡରେଇଦେଲେ । ତମେ ବି ନା !!!! ହଉ ଚାଲ ଆମେ ଯିବା । କୁଆଡେ ଶୋଇବନି କି ???? ହଁ .......... କହିକି ମନ ଖୋଲାରେ ହସିଲି । ଲାଗିଲା ସ୍ୱର୍ଗ ସୁଖ ପାଇଗଲି । 



Rate this content
Log in

Similar oriya story from Comedy