Bhabesh Chandra Kar

Fantasy Inspirational

3.5  

Bhabesh Chandra Kar

Fantasy Inspirational

ଦେବାବସନ୍ତ,ମାନୀ ଓ ମୁଁ

ଦେବାବସନ୍ତ,ମାନୀ ଓ ମୁଁ

6 mins
162



ଦେବାବସନ୍ତରେ ଥିବା ଆମ ଦୁଇଜଣଙ୍କର ପ୍ରେମର ସନ୍ତକ ଆମ୍ବଗଛଟି ପବନରେ ଭାଙ୍ଗିଯିବାର ଖବର ପାଇବା ପରେ ମାନୀ(ଜ୍ୟୋତି) ବହୁତ ଗୁମସୁମ ରହୁଥିଲା ।ଦଶପଦ ପଚାରିଲେ ପଦିଏ କଥାରେ ତାହାର ଉତ୍ତର ।ମୁଁ ଜାଣି ପାରୁନ ଥାଏ ତାର ଏ ଅସ୍ବାଭାବିକ ନିରବତାର କାରଣ କଣ ହୋଇପାରେ ବୋଲି ।ଯେତେ ପଚାରିଲେ କେବଳ ଫିକା ହସଟିଏ ସହ କହେ କିଛି ନାହିଁ ମ ।ତୁମ ମନର ଧାରଣା ।ବାଧ୍ୟ ହୋଇ ଚୁପ ରହେ ।ଏହିଭଳି ପାଞ୍ଚସାତ ଦିନ ଚାଲିଲା ପରେ ଦିନେ ବାପା(ମାନୀର) ଆସି ପହଞ୍ଚିଲେ ଓ କହିଲେ ମା'ରେ ସାତଆଠ ଦିନ ପାଇଁ ଗାଁକୁ ଚାଲ ।ବୋଉର ଦେହ ଭଲ ନାହିଁ ।ସେ ପଠାଇଛି ତତେ ନେବା ପାଇଁ ।ରାତିରେ ଖାଇବା ସମୟରେ ବୋଉଙ୍କ ଦେହ ଖରାପ ଥିବା ଖବର ଶୁଣି ମୁଁ ତାର ଯିବା କଥାରେ ସମ୍ମତି ଜଣାଇବାରୁ ବାପା କହିଲେ ବାବୁ ତମେ ଦୁଇଦିନ ଛୁଟି ନେଇ ଚାଲ ।ଗାଁ ଆଡେବୁଲି ଆସିବ ।ଏମିତିରେ ତମେ ବର୍ଷେ ହେବ ତ ଗାଁ କୁ ଯାଇନ ।ଦେବାବସନ୍ତରେ ଥିବା ଆମ୍ବଗଛ ଟା ଭାଙ୍ଗି ଯାଇଥିବା ଖବର ପାଇବା ପରେ ଗାଁକୁ ଯାଇ ନଥିଲି ।ଭାବିଲି ହଁ ଗାଁ କୁ ଗଲେ ଭଲ ହୁଅନ୍ତା ।ବୋଉ ମଧ୍ୟ ମଝିରେ ଫୋନ କରି କହୁଥିଲା ତୋର କଣ ଘର କଥା କି ବାପାବୋଉଙ୍କ କଥା ମନେ ପଡୁନି ।ସମୟ ଦେଖି ଗାଁ ଆଡେ ଆସନ୍ତୁନି ।


ତା ପରଦିନ ମାମୁନକୁ ନେଇ ଆମେ ଗାଁକୁ ବାହାରି ପଡିଲୁ ।ଗାଁରେ ପହଞ୍ଚୁ ପହଞ୍ଚୁ ଚାରିଟା ବାଜିଗଲା ।ଘରେ ପହଞ୍ଚିବା ପରେ ମୋ ବାପାବୋଉଙ୍କୁ ଦେଖାକରି ମାନୀ ତାଙ୍କ ଘରକୁ ଗଲା ।ମାମୁନ ତା ଜେଜେଙ୍କ ସଙ୍ଗେ କଥାରେ ମଜ୍ଜିଗଲା ।ମୁଁ ପୋଲମୁଣ୍ଡରେ ଥିବା ବଜାର ଆଡେ ବୁଲିବା ପାଇଁ ବାହାରିଗଲି ।


ରାତିରେ ଖାଇବା ସମୟରେ ବୋଉ କହିଲା ଜାଣିଲୁ ବାବୁ ତୋ ବାପା ଦେବାବସନ୍ତରେ ଥିବା ଆମ୍ବଗଛ ଉପୁଡି ପଡିବା ପରେ ସେହି ଗଛର ଟାକୁଆରେ ହୋଇଥିବା ଗଛଟିଏ ନେଇ ଲଗାଇଛନ୍ତି ।ମାନୀ ପାଖରେ ବସି ସବୁ ଶୁଣୁଥାଏ ।କଥା ମଝିରେ ସେ ବୋଉକୁ ପଚାରିଲା ଆଛା ବୋଉ ସେ ଗଛର ମୂଳଟା ଅଛି ନା ତାଡି କରି କିଏ ନେଇଗଲାଣି ।ବୋଉ ସାମାନ୍ୟ ହସି କହିଲା ବାୟାଣିଟା ଚେରକିଏ ନେବ ।ସେଟା ସେପରି ଅଛି ।କଥା ସେହିଠି ରହିଲା ।ଆମେ ସବୁ ଶୋଇବାକୁ ଗଲୁ ।


ତା ପର ଦିନ ଉଠୁଉଠୁ ସାମାନ୍ୟ ଡେରି ହୋଇଗଲା ।ନିତ୍ୟକର୍ମ ସାରି ଦାଣ୍ଡଘରେ ପଡିଥିବା ସୋଫାରେ ବସିଛି ।ବୋଉ ଆଣି ଚା ବିସ୍କୁଟ ରଖିବାରୁ ପଚାରିଲି ବୋଉ ମାନୀ ନାହିଁକି ?ବୋଉ ହସି କରି କହିଲା ଘରେ ତ ନାହିଁ ।ବୋଧହୁଏ ତାଙ୍କ ଘରଆଡେ ଯାଇଥିବ ।ମୁଁ ବୋଉକୁ ପଚାରିଲି ସେ କୁଆଡେ ଯାଇଛି ତତେ କହିକରି ଯାଇନି ।ବୋଉ କଥା ଛଡାଇ କରି କହିଲା ଆରେ ନାରେ ମୁଁ ଭୁଲି ଯାଇଥିଲି ।ସେ ସକାଳୁ କଣ କହୁଥିଲା କାଲି ରାତିରେ କଣ ଗୋଟେ ସପନ ସେ ଦେଖିଛି ।ଦେବାବସନ୍ତର ସେହି ଆମ୍ବଗଛକୁ ନେଇ ।ସେଇଠିକୁ ଯିବ ବୋଲି କହୁଥିଲା ।ଯାଇଥିବ ବୋଧେ ।ଏତିକି କବି ବୋଉ ଦାଣ୍ଡରେ ମୋ ଝିଅ ମାମୁନ ଡାକିବାରୁ ବାହାର ଆଡେ ଚାଲିଗଲା ।


କୁଆଡେ ଗଲା ମାନୀ ।ଦେବାବସନ୍ତକୁ ନେଇ କଣ ସ୍ବପ୍ନ ଦେଖିଛି। କାହିଁ ମୋତେ ତ କହିନି ।ଏମିତି ଭାବି ଦେବାବସନ୍ତ ଆଡେ ବାହାରି ପଡିଲି ।ସତକୁ ସତ ମାନୀ ଦେବାବସନ୍ତର ସେହି ଭାଙ୍ଗି ପଡିଥିବା ଆମ୍ବଗଛର ମୂଳ ନିକଟରେ ନୁଆକରି ଲଗା ଯାଇଥିବା ଆମ୍ବଗଛ ନିକଟରେ ବସି ଉପରକୁ ଚାହିଁ କଣ ଗୋଟେ ଭାବୁଥିଲା ।ଭାବନାରେ ଏମିତି ବୁଡି ଯାଇଥିଲା ଯେ ମୁଁ ତା ନିକଟରେ ପହଞ୍ଚିବାଟା ମଧ୍ୟ ତାକୁ ଜଣା ନଥିଲା ।ତାର ଅତି ନିକଟରେ ପହଞ୍ଚି ଦେଖିଲି ଆଖିରୁ ତାର କେଇଧାର ଲୁହ ବୋହିଯାଇଛି ଓ ସେ ଆକାଶକୁ ଚାହିଁ ରହି କଣଗୋଟେ ଭାବନାରେ ବୁଡି ଯାଇଛି ।ତା ନିକଟରେ ବସି ତା ଆଖିର ଲୁହକୁ ମୁଁ ପୋଛିବାକୁ ଯାଉଛି ସେ ଚମକି ପଡି ଉଠି ଠିଆ ହୋଇପଡିଲା ।ହସିକରି କହିଲା ନା ମ ଏମିତି ଟିକେ ଚାଲି ଆସିଥିଲି ।ପୁରୁଣା ଦିନର କଥା ସବୁ ମନେ ପଡିଗଲାତ ।ମୁଁ ତା କଥା ଶୁଣି କହିଲି ଆରେ ବାବା ତମେ ଏଇଆଡେ କାହିଁକି ଆସିଛ ।ତାହା ମୁଁ ପଚାରୁନି ।ତମେ କାନ୍ଦୁଥିଲ କଣ ପାଇଁ ।ମାନୀ ମୋ କଥାର ଉତ୍ତରରେ କେବଳ ଏତିକି କହିଲା ଘରକୁ ଚାଲ ଯିବା ।ପରେ କହିବି ସବୁ ।


ଘରେ ପହଞ୍ଚି ମାନୀ ପୁରା ଗୁମସୁମ୍ ରହିଲା। ରାତିରେ ଶୋଇବାବେଳେ ମୁଁ ପଚାରିଲି ମାନୀ ତମେ କଣ କହିବ ବୋଲି କହୁଥିଲ ।ମୋ ଆଡ଼କୁ ସାମାନ୍ୟ ହସି କରି ଚାହିଁଲା ମାନୀ ଓ କହିଲା ହଁ ତୁମକୁ କହିବିନି ତ କାହାକୁ କହିବି ।ତୁମ ଓ ମୋର ପ୍ରେମ କାହାଣୀର ଯେଉଁସବୁ ଅଭୁଲା ଘଟଣା ଘଟିଯାଇଛି ତାର ମୂକସାକ୍ଷୀ ସେହି ଆମ୍ବଗଛର ତୁମପାଇଁ ଥିବା ସନ୍ଦେଶଟା ତୁମକୁ ନ ଦେଲେ ମୁଁ ମୋର ସେହି ଧର୍ମପିତାଙ୍କ ନିକଟରେ ମିଛୁଆ ହୋଇଯିବିନି ।ତାପରେ ସେ କଥା ଆରମ୍ଭକରି କହିଲା ମୋ କଥା ଶୁଣି ତମେ ହସିଵ ମୁଁ ଜାଣିଛି ତା ସତ୍ବେମଧ୍ୟ ମୁଁ କହୁଛି କାଲି ରାତିରେ ସ୍ବପ୍ନରେ ଵୃକ୍ଷଦେବତା(ଦେବାବସନ୍ତରେ ଥିବା ସେହି ଆମ୍ବ ଗଛ) ଆସିଥିଲେ ।ମୋ ମୁଣ୍ଡକୁ ତାଙ୍କର ସେହି ମୁଲାୟମ ପତ୍ରଗୁଛରେ ଆଉଁସି ଦେଇ କହିଲେ ମା ମୋର ଅନୁପସ୍ଥିତିରେ ମନ ଦୁଃଖ କରନି ସୃଷ୍ଟିର ଚିରନ୍ତନ ସତ୍ୟ ମୃତ୍ୟୁକୁ ସ୍ବୀକାର କରିବା ଶିଖି ।ବାଵୁନିକୁ ମୋର ଗୋଟାଏ କଥା ତୋ ମାଧ୍ୟମରେ କହିବାର ଥିଲା ।ଦେଖ ମା ମୋର ପାର୍ଥିବ ସତ୍ତା ହଜିଯାଇଥିଲେ ମଧ୍ୟ ମୁଁ ତୁମମାନଙ୍କର ହୃଦୟରେ ଅଛି ଓ ରହିବି ମଧ୍ୟ। ଯେଉଁ ଦିନ ମୁଁ ତୁମ ସମସ୍ତଙ୍କ ଗହଣରୁ ବିଦାୟ ନେଇଥିଲି ସେହି ଦିନ ଏ ପୃଥିବୀ ରେ ଅନେକ ବୃକ୍ଷଙ୍କୁ ମଧ୍ୟ ଏ ମାନବ ସମାଜ ଛେଦନ କରିଥିଲା। ତେଣୁ ଏ ମାନବ ସମାଜ ବଞ୍ଚିବା ପାଇଁ ସେହି ଦିନ କିଛି ନୁଆ ଆମ୍ବ ଗଛ ଲଗାଇବା ସହ ସେଗୁଡିକ ର ଯତ୍ନ ନେବା ପାଇଁ ଆଗାମୀ ପିଢ଼ି ର ଯୁବକମାନଙ୍କୁ ସଚେତନ କରାଇବା ସହ ଆମ ବୃକ୍ଷ ଆମ ଦେବତା କାର୍ଯ୍ୟକ୍ରମ ରେ ଗାଁ ରେ ଥିବା ସମସ୍ତ ପୁରାତନ ବୃକ୍ଷ ମାନଙ୍କ ପୂଜା କରାଇବା ପାଇଁ ବାବୁନିକୁ କହିବୁ।


ମାନୀ ଏତିକି କହି ମୋ ଆଡ଼କୁ ଚାହିଁ କହିଲା ମୁଁ ଜାଣେ ତମେ ଏ ସବୁ କଥା କୁ ମୋର ପାଗଳାମି ବୋଲି କହିବ। ମୁଁ କିନ୍ତୁ କାଲି ବାପା ଙ୍କୁ କହି ଆମ ବାଡ଼ିରେ ଥିବା ସବୁ ଆମ୍ବ ଓ ଅନ୍ୟାନ୍ୟ ଫଳନ୍ତି ବୃକ୍ଷ ମାନଙ୍କ ପୂଜା କରାଇବି। ସାମାନ୍ୟ ହସିଦେଇ ମୁଁ ମାନୀକୁ କହିଲି ବୁଝିଲ ମାନୀ ମୁଁ ତୁମ ମଧ୍ୟରେ ଏକ ଏକ ନୂତନ ସତ୍ତା ଅନୁଭବ କରୁଛି।ତୁମର ସ୍ଵପ୍ନ ତଥା ମୋ ପ୍ରତି ଥିବା ତୁମ ଧର୍ମ ବାପା ଙ୍କ ନିର୍ଦ୍ଦେଶକୁ ମୁଁ ନିଶ୍ଚୟ ପାଳନ କରିବି। କାଲି ଆମ ଗାଁ ର ଯୁବକମାନଙ୍କୁ ନେଇ ଏକ ବୈଠକ କରି ଏକ ଯୋଜନା ପ୍ରସ୍ତୁତ କରିବି। ଏତିକି ରେ କଥା ସଇଲା ।

ତା ପରଦିନ ସକାଳୁ ମୁଁ ଉଠି ବ୍ରସ କରୁଛି ଏହି ସମୟରେ ଆମ ଗାଆଁ ର କାଠବେପାରୀ ଶ୍ୟାମ ଭାଇ ଦୁଇ ଜଣ କାଠୁରିଆ ଙ୍କୁ ଧରି ଆମ ଘରେ ହାଜର।ମୋ ପାଖରେ ପହଞ୍ଚି ବାପା କୁଆଡେ଼ ଗଲେ ବୋଲି ପଚାରିଲେ। ଏହି ସମୟରେ ବାପା ଘରୁ ବାହାରି ଆସିଲେ। ବାପାଙ୍କୁ ଦେଖି ସେ ଆମ ବାଡ଼ିରେ ଥିବା ପୁରୁଣା ଆମ୍ବ ଗଛ ଟା କାଟିବା ପାଇଁ ଆସିଛି ବୋଲି କହି ଟଙ୍କା ବାହାର କରି ବାପା ଙ୍କୁ ଦେଲା। ବାପା କିନ୍ତୁ କହିଲେ ନାହିଁ ରେ ଶ୍ୟାମ ଘରେ ମନା କରୁଛନ୍ତି ତେଣୁ ତୁ ଟଙ୍କା ରଖ। ଶ୍ୟାମ ଭାଇ କିଛି ବୁଝି ନପାରି ବାପାଙ୍କୁ ବଲବଲ ହୋଇ ଅନାଇଁ ରହିଲା। କିଛି ସମୟ ପରେ ପଚାରିଲା ନନା କାଲି ପା କଥା ଛିଣ୍ଡିଥିଲା ପୁଣି କ'ଣ ହେଲା। ନୁଆ ବୋଉ ଟଙ୍କା କମ୍ ହେଲା କହୁଛନ୍ତି କହି ମନା କରୁଛନ୍ତି କି? ଆଉ କେତେ ଟଙ୍କା କହୁନ ମୁଁ ଦେଇଦିଅନ୍ତି। ବାପା ହସିଦେଇ କହିଲେ ନାଁ ରେ ମୋ ବୋହୂ ମନା କରୁଛି। ମୁଁ ତା ପରେ ଶ୍ୟାମ ଭାଇ ଙ୍କୁ କହିଲି ତମେ ସେ କାଠ କଟାଳି ଦୁଇ ଜଣ ଙ୍କୁ ଫେରାଇ ଦିଅ ଓ ମୋ ସାଙ୍ଗରେ ଘର କୁ ଆସ ସବୁ କଥା ତୁମକୁ କହିବି ଶ୍ୟାମ ଭାଇ କାଠ କଟାଳି ଦୁଇ ଜଣ ଙ୍କୁ ଫେରାଇ ଦେଇ ମୋ ସାଙ୍ଗରେ ଘର କୁ ଆସିଲେ।ଆମ ଦାଣ୍ଡ ଘରେ ତାଙ୍କୁ ବସାଇ ଚାହା ପର୍ବ ସମାପନ ପରେ ମୁଁ ଦେବାବସନ୍ତ ରେ ପୁର୍ବରୁ ଥିବା ଆମ୍ବ ଗଛ ଓ ଫଳଭରା ବୃକ୍ଷ ମାନଙ୍କ ଉପାଦେୟତା ତଥା ଗଛ ମାନବ ଜାତି ପାଇଁ କିପରି ଉପାଦେୟ ଏ ସବୁ କଥା ପ୍ରାଂଜଳ ଭାବେ ବୁଝାଇଲା ପରେ ଶ୍ୟାମ ଭାଇ କେବଳ ଏତିକି କହିଲେ ଯେ ସେ ସବୁ କଥା ଠିକ୍ କିନ୍ତୁ ପେଟପାଟଣା ପାଇଁ ଏ ସବୁ କରିବା କଥା। ଏହି ସମୟରେ ମାନୀ ସେ ଘରକୁ ଆସିଲା।ସେ ବୋଧହୁଏ ବାହାରେ ଥାଇ ଆମର କଥା ସବୁ ଶୁଣୁଥିଲା।ସେ ଯେହେତୁ ଗାଁ ଝିଅ ତେଣୁ ଶ୍ୟାମ ଭାଇ ଙ୍କୁ ତାର ଲାଜ କରିବାର ନଥିଲା।ସେ ଶ୍ୟାମ ଭାଇ ଙ୍କୁ କହିଲା ଭାଇ ପେଟ ପୋଷିବା ପାଇଁ ଅନେକ ବାଟ ଅଛି ତାହା ମଧ୍ୟ ରୁ କାଠ ବେପାର ଗୋଟିଏ ପନ୍ଥା।ଆଛା ତୁମର ତ ଜମି ଅଛି ଯାହା କି ପଡ଼ିଆ ପଡୁଛି। ତମେ ଚାହିଁଲେ ତ ଚାଷ କରି ଜୀବିକା ନିର୍ବାହ କରିପାରନ୍ତ। ଶ୍ୟାମ ଭାଇ କିଛି ସମୟ ଗୁମ୍ ମାରି ବସିଗଲେ । ତାପରେ ଏକ ଦିର୍ଘ ନିଃଶ୍ବାସ ପକାଇ କହିଲେ ତୁମେ ଦୁଇଜଣ ଆଜି ମୋ ଆଖି ଖୋଲି ଦେଲ। ହେଲେ ମୁଁ ସିନା କାଠ କଟା ଛାଡ଼ିଦେବି। ହେଲେ ଅନ୍ୟ ଲୋକ ମାନେ ତ କାଠ କାଟିବେ ନା ।ମାନୀ ହସିଦେଇ କହିଲା ତମେ ଠିକ କହିଛ ଭାଇ। ହେଲେ ଯେଉଁ ମାନେ ତୁମ ଭଳି ପରିବର୍ତନ ର ନେତୁତ୍ବ ନେଇଛନ୍ତି ସେମାନେ ପ୍ରାରମ୍ଭିକ ପର୍ଯ୍ୟାୟରେ ଏକା ହିଁ ଥାନ୍ତି। ତାଙ୍କ ବ୍ୟକ୍ତିତ୍ଵ ରେ ପ୍ରଭାବିତ ହୋଇ ଅନ୍ୟ ଲୋକ ମାନେ ପରେ ସେଥିରେ ସାମିଲ ହୁଅନ୍ତି। ଶ୍ୟାମ ଭାଇ ଙ୍କ ମନକୁ ମାନୀ ର କଥା ପ୍ରଭାବିତ କଲା ଭଳି ଲାଗିଲା। ସେ ସୋଫା ରୁ ଉଠୁଉଠୁ କହିଲେ ଆରେ ବାବୁ ଆଜି ଆମ ଗାଁ ର ପିଲାମାନେ ଏକ ମିଟିଂ ଡାକିଛନ୍ତି। ସେଇଠି ତ ଏ କଥା ଆଲୋଚନା କଲେ ଭଲ ହୁଅନ୍ତା। ମୁଁ କହିଲି ହଁ ଭାଇ ସେଠି କେବଳ ଏ ବିଷୟରେ ଆଲୋଚନା କରାଯିବନି। ଆଗାମୀ ଦିନରେ ଆମ ବୃକ୍ଷ ଆମ ଦେବତା ନାମକ ଏକ କାର୍ଯ୍ୟକ୍ରମ ମଧ୍ୟ ଆରମ୍ଭ କରାଯିବ। ହଉ ତାହେଲେ ମିଟିଂ କେତେବେଳେ ହେବ। ମୁଁ ସନ୍ଧ୍ୟାରେ ହେବ କହିବାରୁ ସେ କହିଲେ ତେବେ ମିଟିଂ କୁ କେବଳ ମୁଁ ଆସିବିନି ମୋର କାଠ ବ୍ୟବସାୟୀ କିଛି ବନ୍ଧୁ ଙ୍କୁ ମଧ୍ୟ ସଙ୍ଗରେ ଧରି ଆସିବି।


ମାନୀ ରୋଷେଇ ଘରକୁ ଗଲା ଓ ମୁଁ ସୋଫା ଉପରେ ବସି ଭାବୁଥିଲି ଦେବାବସନ୍ତ ରେ ଥିବା ଆମ୍ବ ଗଛ ର ସନ୍ଦେଶ କୁ ମୁଁ ପୁରଣ କରି ପାରିବି କି ନାହିଁ ।ମାନୀର ଡାକରେ ମୁଁ ପ୍ରକୃତିସ୍ଥ ହେଲି। ସେ କହୁଥିଲା ବେଳ କେତେ ହେଲାଣି ଯାଅ ଗାଧୋଇବ । ମୁଁ ତରତର ହୋଇ ଗାଧୋଇବା ପାଇଁ ଯାଉଛି ଗାଁ ର ଜଣେ ସାନଭାଇ ପ୍ରଭାତ ଫୋନ କଲା।ମାନୀ ଫୋନ ଟାକୁ ରିସିଭ କରି ମୋ ହାତକୁ ବଢାଇ ଦେଲା।ସେପଟୁ ପ୍ରଭାତ ପଚାରୁଥିଲା ଭାଇ ସନ୍ଧ୍ୟା ବେଳେ ମିଟିଂ କୁ ଆସୁଛ ତ । ମୁଁ ହଁ କହି ଫୋନ୍ ରଖି ମାନୀ ଆଡ଼କୁ ତା ମୁହଁ ରେ ଥିଲା ଏକ ପରିତ୍ରୁପ୍ତିର ହସ ।


Rate this content
Log in

Similar oriya story from Fantasy