Bhabesh Chandra Kar

Others

3  

Bhabesh Chandra Kar

Others

ବିଦାୟୀ ବର୍ଷ ୨୦୧୯

ବିଦାୟୀ ବର୍ଷ ୨୦୧୯

1 min
313


ବିଦାୟୀ ବର୍ଷ ୨୦୧୯ ମୋ ପାଇଁ ଏକ ଘଟଣାବହୁଳ ଓ ସ୍ମରଣୀୟ ବର୍ଷ ଥିଲା । ଏହି ବର୍ଷ ମଧ୍ୟରେ କିଛି ନୁତନ ବନ୍ଧୁଙ୍କୁ ପାଇଛି ଓ କିଛି ବନ୍ଧୁଙ୍କୁ ହରାଇଛି ମଧ୍ୟ । କର୍ମକ୍ଷେତ୍ରରେ ଆର୍ଥିକ,ମାନସିକ ଚାପରେ ରହିମଧ୍ୟ କାମ କରୁଥିବା ପାଳଲହଡା । ସୁନ୍ଦରଗଡ ଅନ୍ତର୍ଗତ ତୁଲେଇସରା,ମହୁଲପଦା ପଂଚାୟତ ଓ ଝାରସୁଗୁଡା ଜିଲ୍ଲାର କିରମିରା ବ୍ଲକର ବିଭିନ୍ନ ଗାଁର ଲୋକମାନଙ୍କ ସାମାଜିକ ,ଅର୍ଥନୈତିକ ଓ ସାଂସ୍କୃତିକ ବିକାଶରେ ସହାୟକ ଭୂମିକା ଗ୍ରହଣ କରିବା ସହ ଲୋକମାନଙ୍କର ଶ୍ରଦ୍ଧାଭାଜନ ହୋଇପାରିଛି । ଆଦିମ ଜନଜାତି ପାହୁଡି ଭୂୟାଁମାନଙ୍କ ମହାପୀଢ ବୈଠକରେ ସମ୍ବର୍ଦ୍ଧିତ ହେବାର ସୁଯୋଗ ପାଇଛି । କର୍ମକ୍ଷେତ୍ରରେ ଇର୍ଷା କରୁଥିବା କିଛି ବନ୍ଧୁମାନଙ୍କର ଚକ୍ରାନ୍ତର ଶିକାର ହୋଇ ମଧ୍ୟ ସେମାନଙ୍କର ମଂଗଳ କାମନା କରିଛି । କିଛି ଆର୍ଥିକ କ୍ଷତିର ସମ୍ମୁଖିନ ହୋଇଛି ।


ସାରସ୍ବତ ଜୀବନରେ ବହୁ ନୂତନ ବନ୍ଧୁମାନଙ୍କ ସହ ବନ୍ଧୁତା ସ୍ଥାପନର ସୁଯୋଗ ମିଳିଛି । ପ୍ରାୟ ସତରଟି ଗଳ୍ପ,ସାତଟି କବିତା ସହ ଆଦିମ ଜନଜାତି ପାହୁଡି ଭୂୟାଁମାନଙ୍କର ଜିବନଶୈଳୀ,କୃଷିପଦ୍ଧତି,ପରମ୍ପରା ଉପରେ ମୋର ଅନୁଭୂତିକୁ ମଧ୍ୟ ଶେଷ କରିଛି । ଏଥିପାଇଁ ପାଠକୀୟ ମତାମତ ସହ ବିଭିନ୍ନ ସମାଜସେବୀ ସଂଗଠନ, ବ୍ୟକ୍ତିବିଶେଷ, ସାମ୍ବାଦିକ ବନ୍ଧୁ,କବି, ଗାଳ୍ପିକମାନେ ମୋତେ ଲେଖନୀ ଚାଳନା କରିବା ପାଇଁ ଉଛାୟିତ କରିଛନ୍ତି । ପରିବାରର ସମର୍ଥନ , ଭଣଜା, ଭାଣେଜୀ,ଭାଇଭଉଣୀ , ପୁତୁରା ଝିଆରୀ, କକେଇ , ମଉସା ,ସାମାଜିକ କର୍ମୀମାନଙ୍କର ସମର୍ଥନ ବିଗତ ବର୍ଷ ୨୦୧୯ରେ ପାଇଥିଲି ।


ଆଉ ଅଳ୍ପ କେଇ ଘଣ୍ଟାପରେ ଆମେମାନେ ନୂତନ ବର୍ଷ ୨୦୨୦ ରେ ପହଂଚିବା । ଏହାର ଅବ୍ୟବହିତ ପୁର୍ବରୁ ସମସ୍ତଙ୍କୁ ମୋର ଆଗୁଆ ଅଭିନନ୍ଦନ ଓ ଶୁଭେଛା ଜଣାଉଛି । ନୂତନ ବର୍ଷ ସମସ୍ତଙ୍କ ପାଇଁ ଶୁଭଙ୍କର ତଥା ମଙ୍ଗଳମୟ ହେଉ ଜଗନ୍ନାଥଙ୍କ ନିକଟରେ ଏତିକି ପ୍ରାର୍ଥନା କରୁଛି ।



Rate this content
Log in