Bhabesh Chandra Kar

Romance

4  

Bhabesh Chandra Kar

Romance

ପ୍ରେମ ଏକ ଗାଆଁର ନାଁ

ପ୍ରେମ ଏକ ଗାଆଁର ନାଁ

6 mins
308



କେନ୍ଦୁଝର ଭଳି ଛୋଟିଆ ସହରରେ ଥିବା ଷ୍ଟେଟବ୍ୟାଙ୍କର ର ମ୍ୟାନେଜର ଭାବରେ ଅଳ୍ପ କେତେଦିନ ହେବ ବଦଳି ହୋଇ ଆସିଥିଲା ରୂପେଶ।ଅବସର ନେବାକୁ ଆଉ ଦୁଇ ବର୍ଷ ଅଛି। ବ୍ରାଞ୍ଚ ର ଅନ୍ୟ ସହକର୍ମୀ ମାନେ ବହୁତ ଭଲ ଥିବାରୁ କାମ ଠିକ୍ ଲାଗୁଥିଲା ତାକୁ।ରୂପେଶର ପରିବାର କହିଲେ ଗୋଟିଏ ପୁଅ ଓ ଗୋଟିଏ ଝିଅ । ଝିଅ ଡାକ୍ତର ଓ ଜ୍ବାଇଁ ମଧ୍ୟ ଡାକ୍ତର। ଉଭୟ ଦିଲ୍ଲୀରେ।ପୁଅ ଡାକ୍ତରୀ ପଢୁଛି ଶ୍ରୀ ରାମଚନ୍ଦ୍ର ଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜରେ। ଭୁବନେଶ୍ୱର ରୁ ଯିବା ଆସିବା କରେ। ସ୍ତ୍ରୀ ସୀମା ଗୃହିଣୀ। ଚାକିରୀ କାଳ ମଧ୍ୟରେ ଜୟଦେବ ବିହାର ରେ ଛୋଟ ଘର ଟିଏ ବ୍ୟାଙ୍କ ରୁ ଲୋନ୍ ନେଇ କରିଦେଇ ଥିବାରୁ ତାର ଯେଉଁଠି କୁ ବଦଳି ହେଲେ ମଧ୍ୟ ପରିବାର ଭୁବନେଶ୍ୱର ରେ ରହନ୍ତି ଓ ସେ ସପ୍ତାହ କୁ କିମ୍ବା ପନ୍ଦର ଦିନରେ ଥରେ ଘରକୁ ଆସି ବୁଲିଯାଏ। 

ବ୍ୟାଙ୍କ ନିକଟରେ ଘର ଭଡ଼ା ନେଇ ଥାଏ।ଦିନେ ବ୍ରାଞ୍ଚ୍ ରେ କାର୍ଯବ୍ୟସ୍ତ ଥାଏ ସେ। ଏହି ସମୟରେ ଜଣେ ବୟସ୍କ ଦମ୍ପତି ଚାମ୍ବରକୁ ଆସିଲେ। ଭଦ୍ରଲୋକ ଜଣକ ତାଙ୍କୁ ନମସ୍କାର କଲେ କିନ୍ତୁ ତାଙ୍କ ସ୍ତ୍ରୀ ତା ଡାକ ନାଁ ଧରି ଅର୍ଥାତ୍ ବାବୁନି ଭଲ ଅଛ ପଚାରିବାରୁ ସେ ଚମକି ପଡି ତାଙ୍କୁ ଚାହିଁଲା। ଭଦ୍ରମହିଳା ଜଣକ ଚିହ୍ନା ଚିହ୍ନା ଜଣା ପଡୁଥିଲେ। କେବଳ ତାଙ୍କ ନାଁ ଟା ଯାହା ମନେ ପକେଇ ପାରୁନଥିଲା। ହଠାତ୍ ତା ମନକୁ ଆସିଲା ଏ ମିତା ନୁହେଁ ତ । ସେହି ସମୟରେ ଭଦ୍ରମହିଳା ଜଣକ କହିଲେ କଣ ବସିବାକୁ କହିବନି।ତା ପାଟିରୁ ବାହାରି ପଡ଼ିଲା ହଁ ମିତା ବସ। ଉଭୟ ତା ସମ୍ମୁଖରେ ଥିବା ଚେୟାର ରେ ବସିବା ପରେ ଭଦ୍ରମହିଳା ଜଣକ କହିଲେ ମୋ ଭାଗ୍ୟ ତମେ ମୋତେ ମନେ ରଖିଚ। ତାପରେ ସେ ତାଙ୍କ ସ୍ବାମୀ ଙ୍କୁ ଚାହିଁ କହିଲେ ବୁଝିଲ ବାବୁନି ହେଉଛନ୍ତି ମୋ ବଡ଼ ଭାଉଜ ଙ୍କ ଭାଇ।ଆମେ ଉଭୟ କଲେଜରେ ସାଙ୍ଗ ହୋଇ ପଢୁଥିଲୁ।ଆଉ ବାବୁନି ଏ ମୋର ସ୍ବାମୀ ଅମରେଶ।ଏ ସହରର ଜଣେ ପ୍ରତିଷ୍ଠିତ ବ୍ୟବସାୟୀ। ମିତା କଥା କୁ ମଝିରେ ରୋକି ରୂପେଶ କହିଲା ହଁ ତୁମ ବାହାଘର ସମୟରେ ମୁଁ ଟ୍ରେନିଂ ରେ ଥିଲି।ଆସିକରି ଶୁଣିଲି ତୁମ ବାହାଘର କଥା।ତା ପରେ ଆଉ ଦେଖାସାକ୍ଷାତ ହୋଇ ପାରିନାହିଁ। ନିରବ ରହି ଦୁଇ ଜଣଙ୍କର କଥାକୁ ଶୁଣୁଥିବା ଅମରେଶ ବାବୁ କହିଲେ ନାହିଁ ଆମେ ବ୍ୟାଙ୍କ କାମ କିଛି ଥିଲା ସେଥିପାଇଁ ଆସିଥିଲୁ।ନେମ୍ ପ୍ଲେଟ୍ ରେ ଆପଣଙ୍କ ନାମ ଦେଖି ମିତା କହିଲା ଏ ନାଁ ଟା ଜଣା ଜଣା ଲାଗୁଛି।ଚାଲ ଦେଖା କରିଦେବା। କିଛି ଖରାପ ଭାବିବେନି। ତାଙ୍କ କଥା ଶୁଣି ରୂପେଶ କହିଲା ନାଁ ସେମିତି କାହିଁକି କହୁଛନ୍ତି। ଆସିଲେ ବୋଲି ବହୁତ ଦିନ ପରେ ଆପଣମାନଙ୍କ ସହ ଦେଖା ହେଲା। ଏହା ଶୁଣି ଅମରେଶ ବାବୁ କହିଲେ ତେବେ କାଲି ସନ୍ଧ୍ୟା ରେ ଆମ ଘର ଆଡେ ଆସନ୍ତୁ।ଆପଣ ହଁ କହିଲେ ମୁଁ ଗାଡ଼ି ପଠାଇ ଦିଅନ୍ତି। ରୂପେଶ ହସିଦେଇ କହିଲା ହଉ ଦେଖିବା ଆପଣ ମୋବାଇଲ୍ ନମ୍ବର୍ ଦେଇଯାଆନ୍ତୁ ମୁଁ କାଲି ଆପଣଙ୍କୁ କନଫର୍ମ କରିଦେବି। ଏହି ସମୟରେ ସେମାନଙ୍କ ପାଇଁ ଜଳଖିଆ ଓ କଫି ଧରି ବ୍ୟାଙ୍କ ର ରମେଶ ପହଞ୍ଚି ଯିବାରୁ ରୂପେଶ ଉଭୟଙ୍କୁ ଖାଇବାକୁ ଅନୁରୋଧ କଲା। କିନ୍ତୁ ଉଭୟ କଫି କପ୍ ଟିକୁ ନେଇ ଜଳଖିଆ ପ୍ଲେଟ୍ ଫେରାଇ ଦେଲେ। କିଛି ସମୟ କଥା ହେଲା ପରେ ସେମାନେ ତା ନିକଟରୁ ବିଦାୟ ନେଲେ। ସେମାନେ ଗଲା ପରେ ରୂପେଶକୁ କାମରେ ମନ ଲାଗିଲା ନାହିଁ। ପୁରୁଣା ଦିନର କଥା ସବୁ ମନ ମଧ୍ୟକୁ ଆସିଯାଉଥିଲା। ସହକାରୀ ଶାଖା ପରିଚାଳକ ଙ୍କୁ ଦାୟିତ୍ଵ ଦେଇ ବସାକୁ ଫେରିଲା।

ବିଛଣାରେ ପଡି ସ୍କୁଲ ଓ କଲେଜ ବେଳର କଥା ଓ ତାର ପ୍ରେମିକା ମିତା କଥା ଭାବୁଥିଲା ସେ। ତାର ବଡ଼ ଭଉଣୀ ସୀମା ନାନୀଙ୍କ ବାହାଘର ସମୟରେ ସେ ଅଷ୍ଟମ ଶ୍ରେଣୀରେ ପଢୁଥାଏ।ବଡ ଭାଇନା ରାଜନିତୀ କରୁଥିଲେ। ସୀମା ନାନୀ ର ଶାଶୁ ଘରେ ତା ବିଧବା ଶାଶୁ, ତିନି ନଣନ୍ଦ ଓ ଗୋଟିଏ ଦିଅର । ସୀମା ନାନୀ ର ସାନ ନଣନ୍ଦ ହେଉଛି ମିତା।ଖରା ଛୁଟି ରେ ନାନୀ ଘରକୁ ଗଲେ ମିତା ସହିତ ଗପସପ ରେ ସମୟ କଟେ ରୂପେଶର। ତାର ମନେ ଅଛି ସେଦିନର କଥା। ମାଟ୍ରିକ ପରୀକ୍ଷା ଦେଇ ନାନୀ ଘରକୁ ଯାଇଥାଏ। ସେଦିନ ସନ୍ଧ୍ୟାରେ କଥା ହେବା ସମୟରେ ରୂପେଶ ପଚାରିଲା ମିତା ପରୀକ୍ଷା ତ ସରିଛି କାଲି ଫିଲ୍ମ ଦେଖିବା ପାଇଁ ସାଲେପୁର ଗଲେ କିପରି ହୁଅନ୍ତା। ହଁ ଭଲ ହୁଅନ୍ତା ଯେ ବୋଉ (ନାନୀ ର ଶାଶୁ) କଣ ଛାଡ଼ିବ।ହଉ ଦେଖିବା କାଲି କଥା କାଲି କୁ ଅଛି କହି ସନ୍ଧ୍ୟା ଦେବାକୁ ଚାଲିଗଲା ମିତା। ବସି ରହି ଭାବୁଥିଲା ସେ ମିତା କଥା। 

 ଏହି ସମୟରେ ତା କାନ୍ଧରେ କାହାରି ହାତର ସ୍ପର୍ଶ ପାଇ ଚମକି ପଡି ପଛକୁ ଚାହିଁଲା।ସେ ମିତା ଥିଲା।କଣ ଏତେ ଚିନ୍ତା କରୁଛ ବାବୁନି । କାଲି ନିଶ୍ଚୟ ଫିଲ୍ମ ଦେଖି ଯିବା। ନାହିଁ ମ ମୁଁ ତୁମ କଥା ଭାବୁଥିଲି। ସାମାନ୍ୟ ହସିଦେଇ ତାର ଅତି ନିକଟରେ ବସି ମିତା ପଚାରିଲା ମୋ କଥା କଣ ଭାବୁଥିଲ। ନାହିଁ ସେ କିଛି ନାହିଁ କହି କଥା ଭୁଲାଇବାକୁ ଚାହୁଁଥିଲା ସେ। ମିତା ତା ହାତ ଧରି ପକେଇ କହିଲା କହିବନି ତ କଣ ମୋ ବିଷୟରେ ଭାବୁଥିଲ ବୋଲି। ତେବେ କାଲି ଫିଲ୍ମ ଯିବା କ୍ୟାନସେଲ୍ । ଏତିକି କହି ସେ ଉଠି ଯାଉଥିଲା।ରୂପେଶ ତା ହାତକୁ ଧରି ପକେଇ କହିଲା ରାଗନି। ତୁମକୁ କହିବି କିନ୍ତୁ ଆଜି ନୁହେଁ କାଲି ଫିଲ୍ମ ଦେଖି ଯିବା ବେଳେ ବାଟରେ କହିବି। ଏହି ସମୟରେ ନାନୀ ର ଶାଶୁ ଆସି ପହଞ୍ଚି ଯିବାରୁ ମିତା ସେଠୁ ଉଠି ପଳାଇଲା।

ତାପର ଦିନ ଖରାବେଳେ ମିତା ଓ ସେ ଫିଲ୍ମ୍ ଦେଖିବା ପାଇଁ ବାହାରିଗଲେ। ସାଲେପୁର ନାନୀ ଘରଠାରୁ ଚଉଦ କିଲୋମିଟର ଦୂର। ରାସ୍ତାରେ ମିତା ପଚାରିଲା ବାବୁନି କାଲି କଣ ମୋ ବିଷୟରେ ଭାବୁଥିଲ।କହିଥିଲ ଆଜି କହିବ ବୋଲି। ଆଗରେ ଗୋଟିଏ ଉଠାଣି ରାସ୍ତା ଥିବାରୁ ମିତାକୁ ସାଇକେଲରୁ ଓହ୍ଲାଇବାକୁ କହିଲା ଓ ମିତା ସାଇକେଲରୁ ଓହ୍ଲାଇବା ପରେ ନିଜେ ସାଇକେଲ ରଖି କହିଲା ତମେ ବ୍ୟସ୍ତ କାହିଁକି ହେଉଚ ମୁଁ ଫେରିବା ବେଳେ କହିବି। ମିତା ତା କଥା ଶୁଣି ରାଗିଗଲା ଓ କହିଲା ତୁମ ଭଳି ମିଛୁଆ ସହିତ ମୁଁ ଫିଲ୍ମ୍ ଦେଖି ଯିବିନି। ତମେ ଯାଅ ମୁଁ ଘରକୁ ଯାଉଛି। ଏତିକି କହି ସେ ପଛକୁ ଫେରି ଘର ମୁହାଁ ହେଲା।ରୂପେଶ ସାଇକେଲ ଷ୍ଟାଣ୍ଡ ମାରି ତା ହାତକୁ ଧରି ପକେଇ କହିଲା ହଉ ମୁଁ ଏବେ କହିବି କିନ୍ତୁ ତୁମେ ରାଗିବନି ଯଦି କହିବି। ମିତା ମୁହଁ ରେ ହସ ଫୁଟେଇ କହିଲା କୁହ କଣ ଭାବୁଥିଲ କାଲି। ବଡ଼ ଚିନ୍ତା ରେ ପଡ଼ିଲା ସେ।କଣ ବର୍ତ୍ତମାନ କରିବ ସେ। ଏମିତି ଭାବୁ ଭାବୁ ତା ପାଟିରୁ ବାହାରି ପଡ଼ିଲା ମିତା ମୁଁ  .....ମାନେ। ମୁଁ...... ମିତା ରାଗିଗଲା ଆଉ କହିଲା ଆରେ ମୁଁ ମୁଁ କଣ ବାର ବାର କହୁଛ।ରୂପେଶ କହିଲା ମିତା  ତୁମକୁ ମୁଁ ଭଲପାଏ। ଏତିକି କହିବା ମଧ୍ୟରେ ସେ ଝାଳରେ ଗାଧୋଇ ପଡ଼ିଥିଲା।ତା କଥା ଶୁଣି ମିତା ସାମାନ୍ୟ ଲାଜେଇ ଗଲା ଆଉ କହିଲା ଏଇ ପଦିଏ କଥାରେ ତୁମେ ଝାଳରେ ଗାଧୋଇ ପଡିଲଣି।ହଉ ଚାଲ ମ୍ୟାଟିନ୍ ସୋ ଟାଇମ୍ ଗଡିଯିବ।ତା ପରେ ରାସ୍ତାରେ ମିତା ସହିତ ସେ କଥା ହୋଇନି। ତାକୁ ଲାଗୁଥିଲା ମିତା କଣ ଖରାପ ବୁଝିଲା କି। ଆନନ୍ଦ ଟକିଜ୍ ରେ ପହଞ୍ଚିବା ବେଳକୁ ସୋ ଟାଇମ୍ ହେବାକୁ କିଛି ସମୟ ଥାଏ ।କଣ ଗୋଟିଏ ଓଡ଼ିଆ ଚଳଚ୍ଚିତ୍ର ପଡ଼ିଥାଏ ଟିକେଟ କାଟି ହଲ୍ ଭିତରକୁ ଗଲେ। ହଲ୍ ରେ ପାଖାପାଖି ବସି ଫିଲ୍ମ୍ ଦେଖିବା ସମୟରେ ବେଳେ ବେଳେ ମିତାକୁ ଚାହୁଁଥାଏ ସେ। ସେ ରାଗିନାହିଁ ତ ତା ଉପରେ।ଇନଟରଭାଲ ସମୟରେ ବାଦାମ ପ୍ୟାକେଟ କିଣି କରି ମିତାକୁ ଦେବା ପରେ ପଚାରିଲା ମିତା ଫିଲ୍ମ କିପରି ଲାଗୁଛି। ସାମାନ୍ୟ ହସିଦେଇ ସେ ତା କାନରେ କହିଲା ଫିଲ୍ମ ଭଲ ଲାଗୁ କି ନ ଲାଗୁ ତୁମେ ବହୁତ ଭଲ ଲାଗୁଛ। ତାର ଏହି ପଦିଏ କଥାରେ ଗଡ଼ ଜିତିଲା ପରି ଲାଗିଲା ତାକୁ।ଆଉ କିଛି ଘଟିବା ପୂର୍ବରୁ ମିତା ତା ପାଟିରେ ହାତ ଚାପି କହିଲା ଏଇ ଏଟା ପବ୍ଲିକ ପ୍ଲେସ। ବଦମାସୀ ହେଲେ ମାଡ଼ ଖାଇବ। ଫିଲ୍ମ ଦେଖିବା ପରେ ଘରକୁ ଫେରିଲେ ଆଉ ସେହି ଦିନଠାରୁ ଉଭୟଙ୍କ ମଧ୍ୟରେ ଏକ ନୂତନ ସମ୍ପର୍କ ର ଆରମ୍ଭ ହେଲା।

କଲେଜ ଜୀବନରେ ତାର ଆଉ ଜଣେ ନାନୀ , ନାନୀ ର ଜଣେ ସାଙ୍ଗ ଓ ସେ ସାଲେପୁର ରେ ଘର ଭଡ଼ା ନେଇ ରହିବାରୁ ପରେ କଲେଜ ଯିବା ଆସିବା ରେ ହଇରାଣ ହେବାରୁ ମିତା ମଧ୍ୟ ଆସି ସେହିଠାରେ ରହିଲା। କଲେଜ ଜୀବନରେ ଛାତ୍ର ରାଜନୀତି ସହିତ ସଂଶ୍ଳିଷ୍ଟ ଥିବା ରୂପେଶ ଯଦି ଆଉ କେଉଁ ଝିଅ ସହ କଥା ହେବାର ମିତା ନଜରରେ ଆସୁଥିଲା ସେଦିନ ରୁମକୁ ଆସିଲା ପରେ ମିତାର ପ୍ରଶ୍ନବାଣରେ ଅତିଷ୍ଠ ହୋଇ ପଡ଼ୁଥିଲା ସେ। ମିତା ଓ ରୂପେଶର ଏହି ସମ୍ପର୍କ ବିଷୟରେ କେବଳ ସୀମା ନାନୀ ର ବଡନଣନ୍ଦ ଆରତୀ ଅପା ଜାଣିଥିଲେ। ଏମିତି ପାଠପଢ଼ା, କଲେଜ ଜୀବନର ବ୍ୟସ୍ତତା ମଧ୍ୟରେ କେତେ ବେଳେ ଉଭୟ ବି.ଏ ପାସ୍ କରିଗଲେ ଜଣା ପଡ଼ିଲା ନାହିଁ। ସେଦିନ ରୂପେଶ ନାନୀ ଘରକୁ ବୁଲି ଆସିଥାଏ। ଦାଣ୍ଡରେ ବସି ତା ସହିତ କଥା ହେଉ ହେଉ ମିତା ପଚାରିଲା ଏବେ ତୁମର ଯୋଜନା କଣ। ମଉସା ଙ୍କ ହୋଟେଲ ରେ କେତେ ଦିନ ଖାଉଥିବ।ଆମ ଘରେ ମୋ ପାଇଁ ପ୍ରସ୍ତାବ ମଧ୍ୟ ଆସୁଛି। ସେତେବେଳକୁ ସୀମା ନାନୀ ର ଦୁଇ ନଣନ୍ଦ ଙ୍କ ବାହାଘର ସରିଯାଇଥାଏ।ତା ଆଡକୁ ଚାହିଁ କିଛି ସମୟ ପରେ ସେ କହିଲା ବ୍ୟାଙ୍କ ଓ କେତେ ଗୁଡିଏ ପ୍ରାଇଭେଟ୍ କମ୍ପାନୀରେ ଚାକିରୀ ପାଇଁ ଆପ୍ଲାଏ କରିଛି। ଷ୍ଟେଟବ୍ୟାଙ୍କର କ୍ଲରିକାଲର ଲିଖିତ ପରୀକ୍ଷା ରେ ମନୋନୀତ ହୋଇ ଯାଇଛି କେବଳ ପରସନାଲ ଇଣ୍ଟରଭିଉ ଟା ବାକି ଅଛି। ଲାଗୁଛି ହୋଇଯିବ। ଏହି ସମୟରେ ବଡନାନୀର ଶାଶୁ ଡାକିବାରୁ ସେ ଘର ଭିତରକୁ ଚାଲିଗଲା। ଗଲାବେଳେ କେବଳ କହିଗଲା ଯାହା ବି ହେଉ ମାସେ ମଧ୍ୟରେ କିଛି ଗୋଟାଏ କର କାରଣ ଘରେ ଗୋଟିଏ ଜାଗାରେ ଏକରକମ ଫାଇନାଲ ଭଳି କଥାବାର୍ତ୍ତା କରି ସାରିଛନ୍ତି।କଣ କରିବ ବୋଲି ସେ ଚିନ୍ତା କରି ପାରୁ ନ ଥିଲା। ତାର ଜଣେ ନନା ଯେକି ଗୋଟିଏ ପ୍ରାଇଭେଟ୍ କମ୍ପାନୀରେ ମୁଖ୍ୟ ଭାବେ କାମ କରୁଛନ୍ତି ତାଙ୍କୁ କହିବାକୁ ଚିନ୍ତା କରି ତା ପର ଦିନ କଟକ ଯିବାକୁ ଠିକ କଲା ଏବଂ ନାନୀ କୁ କହି ଘରକୁ ଯିବାପାଇଁ ଉଠିଗଲା।

ବଡନାନୀ ତାକୁ ଘରକୁ ବାହାରିବା ଦେଖି ପଚାରିଲା ଆରେ କାଲି ସନ୍ଧ୍ୟା ରେ ଆସିଛୁ।ଆଉ ଗୋଟିଏ ଦିନ ରହିଯାଆ। ଆଜି ମଧ୍ୟ ପୁପୁ ର (ନାନୀ ର ପୁଅ) ଜନ୍ମଦିନ। ସେ କିନ୍ତୁ ରହିଲା ନାହିଁ। ନାନୀ ଘରୁ ବାହାରି ଆସୁଛି ବାଡିପଟ ପୋଖରୀ ନିକଟରେ ମିତା ଓ ନାନୀ ଉଭୟଙ୍କୁ ଦେଖି ସାଇକେଲ ରୁ ଓହ୍ଲାଇ ପଡ଼ି ମିତା କୁ ଘରକୁ ଯିବା କଥା କହୁ କହୁ ନାନୀ କହିଲା ଦେଖ୍ ବାବୁ ତୋର ଓ ମୀତାଙ୍କ ମିଳାମିଶା କୁ ବୋଉ ଭଲ ବୁଝୁ ନାହାନ୍ତି ତେଣୁ ତୁ ଟିକିଏ ଆମ ଘରକୁ ଆସିବା କମ କରିଦେ। ରୂପେଶ କିଛି ସମୟ ମିତା ଆଖି କୁ ଚାହିଁ ରହିଲା।ତା ଆଖି ରେ ଲୁହ ଦେଖି ସେ କହିଲା ନାନୀ ଆମେ ଉଭୟ ପରସ୍ପର କୁ ଭଲ ପାଉ ଏହା ସତ୍ୟ କିନ୍ତୁ ମର୍ଯ୍ୟାଦା ର ଲକ୍ଷ୍ମଣରେଖା ଆମେ ଡେଇଁନୁ। ଆମେ ବିବାହ କରିବାର ସିଦ୍ଧାନ୍ତ ନେଇ ସାରିଛୁ। ଏହି କଥା ଶୁଣିବା ପରେ ମିତା ଓଠରେ ହସ ଦେଖା ଦେଲା କିନ୍ତୁ ନାନୀ ସେତେ ଖୁସି ନ ଥିବା ପରି ଲାଗିଲା।ସେ ଘରକୁ ଯାଉ ଯାଉ କହିଲା ଯାହା ଉଚିତ ମନେ କରୁଛୁ କର।ସେ ଯିବା ପରେ ମିତା ତା ନିକଟକୁ ଆସି ତା ସାର୍ଟ କଲର୍ ଉପରେ ହାତ ରଖି କହିଲା ସତରେ ବାବୁନି ତୁମକୁ ଓ ତୁମର ଭଲ ପାଇବାକୁ ନେଇ ମୁଁ ଗର୍ବ କରୁଛି। ଏତିକି କହି ସେ ତା ଛାତିରେ ଆଉଜି ପଡ଼ିଲା।



Rate this content
Log in

Similar oriya story from Romance