Bhabesh Chandra Kar

Classics

2  

Bhabesh Chandra Kar

Classics

ରିପୋର୍ଟ

ରିପୋର୍ଟ

7 mins
490


ତୁମର କଣ ହୋଇଛି ଶୁଣେ । କଲେଜରୁ ଫେରିବା ପରେ ଚୁପହୋଇ ବସିଛ । କାହା ସହିତ କଥାବାର୍ତ୍ତା ନାହିଁ । ସନ୍ଧ୍ୟାବେଳେ ଟିଉସନ୍ ପିଲାମାନଙ୍କୁ ଫେରାଇ ଦେଲ । ପୁଅ ବିଟୁ ଭି କଣ ଗୋଟେ ବୁଝିବା ପାଇଁ ଯାଇଥିଲା ତାକୁ ଭି ଗାଳିକଲ ଯେ ସେ ତା ଷ୍ଟଡିରୁମରେ ଗୁମସୁମ ହୋଇବସିଛି । କଲେଜରେ କଣ ଆଜି କାହାସହ ପାଟିତୁଣ୍ଡ ହୋଇଛି କି? ପତ୍ନି ରତ୍ନାର ଏହିଭଳି ବହୁ ପ୍ରଶ୍ନକୁ କେବଳ ଗୋଟିଏ ସଂକ୍ଷିପ୍ତ ଉତ୍ତର ହୁଁ ରେ ଦେଇ ପୁଣି ଭାବନା ରାଜ୍ୟରେ ବୁଡିଗଲା ନିହାର ।

ନିହାର ସୁବର୍ଣପୁର କଲେଜର ଇଂରାଜି ଅଧ୍ୟାପକ । ପତ୍ନି ରତ୍ନା ରାଜନିତୀ ବିଗ୍ୟାନର ଅଧ୍ୟାପିକାଭାବେ ସୁବର୍ଣପୁର ଠାରୁ ତିରିଶ କିଲୋମିଟର ଦୁର ଆଉ ଏକ କଲେଜରେ କାର୍ଯ୍ୟରତ। ପୁଅ ବିଟୁ ଓ ଝିଅ ସୀମାକୁ ନେଇ ସେମାନଙ୍କର ଛୋଟ ପରିବାରଟିରେ ବନ୍ଧୁବାନ୍ଧବଙ୍କର ସବୁବେଳେ ଗହଳଚହଳ ଲାଗିଥିଲେ ମଧ୍ୟ କାହାରିକୁ ଆତିଥ୍ୟତା ପ୍ରଦାନରେ କୌଣସି ହେଳା କରି ନାହାନ୍ତି ଦୁଇଜଣ । ରତ୍ନା ଓ ନିହାର ଉଭୟ ଗୋଟିଏ ବିଦ୍ୟାଳୟରେ ଏକସଙ୍ଗେ ପାଠ ପଢିବା ସମୟରୁ ହିଁ ସେମାନଙ୍କର ବନ୍ଧୁତା ଏବଂ ପରବର୍ତ୍ତି ସମୟରେ କଲେଜ ଜୀବନରେ ଏହି ବନ୍ଧୁତା ଭଲପାଇବାକୁ ରୁପାନ୍ତରିତ ହୁଏ । ଚାକିରୀ କରିବା ପରେ ଉଭୟଙ୍କ ପରିବାରର ସହମତିରେ ପରସ୍ପର ବିବାହ ବନ୍ଧନରେ ଆବଦ୍ଧ ହୁଅନ୍ତି । ସେମାନଙ୍କର ବିବାହ ଆଜକୁ ୨୩ ବର୍ଷ ହେବ । ପୁଅ ବିଟୁ ଯୁ୍କ୍ତ ତିନି ବିଗ୍ୟାନର (ରାସାୟନ ବିଗ୍ୟାନ ଅନର୍ସ)ପ୍ରଥମ ବର୍ଷର ଛାତ୍ର ଓ ଝିଅ ସୀମା ଯୁକ୍କଦୁଇ ବିଗ୍ୟାନର ପ୍ରଥମ ବର୍ଷର ଛାତ୍ରୀଭାବେ ନିହାର ଅଧ୍ୟାପନା କରୁଥିବା କଲେଜରେ ଅଧ୍ୟୟନରତ ।

କବି,ଗାଳ୍ପିକ,ପ୍ରାବନ୍ଧିକ ଓ ଅନୁବାଦକଭାବେ ପରିଚିତ ନିହାରର କଲେଜ ସମୟକୁ ବାଦ ଦେଲେ ବାକି ସମୟଟା କଟୁଥିଲା ବିଭିନ୍ନ ସାହିତ୍ୟ ଅନୁଷ୍ଠାନଦ୍ବରା ଆଯୋଜିତ ସଭାସମିତିରେ ଯୋଗଦେବାରେ । ଘର ଓ ପିଲାଦୁଇଜଣଙ୍କ ପାଠପଢା ପ୍ରତି ବିଶେଷ ଧ୍ୟାନ ଦେଇପାରୁନଥିଲେବି ତାହାକୁ ନେଇ ସ୍ବାମୀସ୍ତ୍ରୀଙ୍କ ମଧ୍ୟରେ କେବେ ମତାନ୍ତର ହୋଇନି ବରଂ ରତ୍ନା ହସିହସି ପିଲାଙ୍କ ପାଠପଢା ,ଘର ଓ ବନ୍ଧୁବାନ୍ଧବଙ୍କ କଥା ସମ୍ଭାଳି ନେଇଛି । କେବେକେବେ ନିହାରଙ୍କ ଭୁଲାମନ ପାଇଁ ତାଙ୍କ ଉପରେ ରାଗିଛି ପୁଣି ପରେ ନିଜ ମନକୁ ବୁଝାଇ ନେଇଛି । ଥରେ ରବିବାର ଦିନ ଘରେ କିଛି ଅତିଥି ଆସିବାରୁ ଘରେ ଚିନିନଥିବାର ଦେଖି ରତ୍ନା ବଜାରରେଥିବା ନିହାରଙ୍କୁ ଚିନି ଆଣିବା ପାଇଁ ଫୋନକରିଥିଲା କିନ୍ତୁ ବହୁ ବିଳମ୍ବରେ ନିହାର ଘରେ ପହଂଚିଥିଲେ । ସେତେବେଳକୁ ଅତିଥିମାନେ ଯାଇସାରିଥିଲେ । ଗାଡିରୁ ଲୁଣ ପ୍ୟାକେଟଟା ବାହାର କରି ରତ୍ନାହାତକୁ ବଢାଇଦେଇ ନିହାର କହିଲା କୌଣସି ଜିନିଷ ସରିବା ବହୁ ଆଗରୁ କହିବ ନା ହଉ ଚା ଟିକେ ତିଆରି ଆଣ । ଚିନି ବଦଳରେ ଲୁଣ ଦେଖି ରତ୍ନାର ରାଗ ପଂଚମକୁ ଉଠିଯାଇଥିଲା । ସେ ଯାଉଯାଉ କହିଲା ତୁମକୁ କହିଲି କଣ ତୁମେ ଆଣିଲ କଣ । ହଉ ଲୁଣ ଚା କରି ଆଣୁଛି ପିଇବ । ନିହାରର ମନେପଡିଗଲା ଆରେ ସତତ ମୋତେତ ରତ୍ନା ଚିନିଆଣିବାକୁ କହିଥିଲା । ହଉ ଆଜି ଭାଗ୍ୟରେ ଲୁଣ ଚା ପିଇବାର ଅଛି । ଏମିତି ଭାବୁଥିବାବେଳେ ରତ୍ନାର ଡାକରେ ସେ ପ୍ରକୃତିସ୍ତ ହେଲା । ଚା ନିଅ ପିଇସାରି ଗାଧୋଇବ ଯାଅ କହି ରତ୍ନା ପୁଣି ରୋଷାଇ ଘରକୁ ଚାଲିଗଲା । ଚା କପଟାକୁ ଡରିଡରି ପିଇବାକୁ ଆରମ୍ଭ କଲା । କିନ୍ତୁ ଚା ତ ମିଠା ଲାଗୁଥିଲା । ପଡିଶାଘରୁ ଧାରରେ ଆଣିଥାଇପାରେ ଭାବି ସେ ଚା ପିଇବାରେ ମନଦେଲା ।

ବିଛଣାରେ ଶୋଇକରି କିଛିଦିନ ତଳର କଥାକୁ ମନେପକାଉଥିଲା ନିହାର । ସେ ଦିନ କଲେଜରେ କ୍ଲାସ ନେଉଥିବା ସମୟରେ ସାମାନ୍ୟ ଅସୁସ୍ଥ ଅନୁଭବ କଲା ସେ । କ୍ଲାସ ଅଧାରୁ ବନ୍ଦକରି କମନରୁମରେ ବିଶ୍ରାମ ନେଲାପରେ ସୁସ୍ଥ ଅନୁଭବ ସେ । ଘରେ ରତ୍ନାକୁ ଏ କଥା କହିନଥିଲା ସେ । କିଛିଦିନ ପରେ ସହରର ଏକ ପ୍ରତିଷ୍ଠିତ ନର୍ସିଂହୋମରେ ରୋଗୀ ଦେଖୁଥିବା ଜଣେ ମେଡିସିନ ସ୍ପେଶାଲିଷ୍ଟଙ୍କ ନିକଟକୁ ଯାଇ ସ୍ବାସ୍ଥ୍ୟ ପରୀକ୍ଷା ପରେ ସେ କେତୋଟି ଟେଷ୍ଟପାଇଁ ଲେଖିଲେ । ନମୁନା ରକ୍ତ ଦେଇସାରି ତାଙ୍କଠାରୁ ଦଶଦିନପରେ ରିପୋର୍ଟ ଆସିବ ଜାଣିବା ପରେ ସେ ଘରକୁ ଆସିଥିଲା । କାଲି କଲେଜରୁ ସେହି ନର୍ସିଂହୋମ ହୋଇ ଆସିଲା ସେ । ତାର ରିର୍ପୋଟ ଆସି ଯାଇଥିଲା । ତାକୁ ଦେଖି ପାଥୋଲୋଜିଷ୍ଟ ପଚାରିଲେ ଆପଣଙ୍କ ନାମ ନିହାର ମିଶ୍ରତ। ଆପଣଙ୍କ ରିର୍ପୋଟ ନେଇ ସାରଙ୍କୁ ଦେଖା କରନ୍ତୁ । ଡକ୍ଟରଙ୍କୁ ରିର୍ପୋଟନେଇ ଦେଖାକଲା ନିହାର । ରିର୍ପୋଟ ଦେଖିସାରି ଡକ୍ଟର ଯାହା କହିଲେ ସେଥିରେ ହତବାକ୍ ହୋଇପଡିଲା ସେ । ଡକ୍ଟର କହିଲେ ଦେଖନ୍ତୁ ଆପଣଙ୍କର ବ୍ଲଡ କ୍ୟାନସର୍ ଇନ୍ ଆଡଭାନସଡ୍ ଷ୍ଟେଜ । ମୁମ୍ବାଇର ଟାଟା ମେମୋରିଆଲରେ ଏହାର ଭଲ ଟ୍ରିଟମେଣ୍ଟ ପାଇବାରିବେ କିନ୍ତୁ expensive ଏବଂ ଆଶାଭି କମ୍ । ଆମର ଓଡିଶାରେଭି ଏହାର ଟ୍ରିଟମେଣ୍ଟ ହେଉଛି । ଏହା କହି କିଛି ମେଡିସିନ୍ ଲେଖିଦେଲେ ଡକ୍ଟର । ମେଡିସିନ୍ ଷ୍ଟୋରରୁ ମେଡିସିନ କିଣି ସେ ଘରକୁ ଆସିଲା । ରତ୍ନାକୁ କହିବ କି ନା ସେ କଥାକୁ ନେଇ ସେ ଦ୍ବନ୍ଦରେ ପଡିଯାଇଥିଲା । ରାତିରେ ଖାଇବାକୁ ଇଛା ନଥିଲେ ମଧ୍ୟ ରତ୍ନା ବାଧ୍ୟକରିବାରୁ ଦୁଇପଟ ରୁଟି ଖାଇ ଶୋଇବାକୁ ଗଲା ସେ।

ଅଧରାତିରେ ହଠାତ ନିଦ ଭାଙ୍ଗିଯିବାରୁ ଦେଖିଲା ରତ୍ନା ତା ମୁଣପାଖେ ବସି ତା ମୁଣ୍ଡ ଆଉଁସୁଛି । ତା ନିଦ ଭାଙ୍ଗିବା ଦେଖି ସେ ପଚାରିଲା କଣ ଏମିତି ବିଳିବିଳଉ ଥିଲ । ମୁଁ ବିଳବିଳଉଥିଲି? କହି ପ୍ରଶ୍ନିଳ ଆଖିରେ ରତ୍ନା ଆଡକୁ ଚାହିଁଲା ନିହାର । ତୁମେ ଅଳ୍ପ ସମୟପୁର୍ବେ ବିଟୁ ବିଟୁ ସୀମା ସୀମା ବେଲି ବିଳବିଳଉ ଥିଲ । ମୁଁ ତୁମପାଖକୁ ଆସି ତୁମ ଦେହରେ ହାତ ମାରିଲି ଦେଖିଲି ପ୍ରବଳ ଜ୍ବର । କାନ୍ଦିକାନ୍ଦି ତୁମ ଆଖିଟା ପୁରା ଫୁଲି ଯାଇଛି । ମୁଣ୍ଡରେ ପାଣିପଟି ଦେବାପରେ ତୁମେ ଏବେ ଉଠିଲ । କଣ ହୋଇଛି ତୁମର ମୋତେ କୁହ । ନକହିଲେ ମୁଁ ଜାଣିବି କିପରି । ନା କିଛି ନାହିଁ । ସାମାନ୍ୟ ଜ୍ବର । ତୁମେ ଯାଅ ଶୋଇବ । ସକାଳୁ ପୁଣି କଲେଜ ଯିବ କହି ତାକୁ ତଡିକରି ପଠାଇଦେଲା ନିହାର । ବେଡରୁମକୁ ଆସି ବେଡଉପରେ ବସି ଭାବୁଥିଲା ରତ୍ନା । କଣ ହୋଇଛି ନିହାରଙ୍କର । କେଉଁ କଥା ମୋତେ ସେ ଲୁଚାଉଛନ୍ତି । ଉଠିକରି ବେଡରୁମର ଲାଇଟା ଜଳାଇଲା ସେ । ହଠାତ ତା ଆଖିରେ ପଡିଲା ସେଲଫ ଉପରେଥିବା ଗୋଟେ ଜରି ଉପରେ । ସେଲଫରୁ ଜରିଟା ଆଣି ଦେଖିଲା କିଛି କାଗଜ ଓ ମେଡିସିନ୍ ଥିଲା ସେଥିରେ । କାଗଜଗୁଡା ବାହାରକରି ଖୋଲି କରି ଦେଖୁଥିଲା ସେ । ଡକ୍ଟର ରିର୍ପୋଟଥିଲା ସେଇଟା ତାକୁ ପଢିବାପରେ ତା ପାଦତଳୁ ମାଟି ଖସିଗଲାପରି ଲାଗିଲା ତାକୁ । ସେ ଭୂଲ ଦେଖୁନିତ ସେଏଇଟା ନିହାରଙ୍କର ବାୟୋପସି ରିର୍ପୋଟ । କ୍ୟାନସର ପଜିଟିଭ । ଡାକ୍ତରଙ୍କର ପ୍ରେସକ୍ରିପସନକୁ ପଢିଲା ସେ । ସେଥିରେ ଡକ୍ଟର କ୍ଲିଅରଲି ଲେଖିଥିଲେ କ୍ୟାନସର ଇନ ଆଡଭାନସ୍ଡ ଷ୍ଟେଜ । ପ୍ରେସକ୍ରିପସନ୍ ଓ ରିର୍ପୋଟଧରି ଉପର ମହଲାରେଥିବା ତାର ଓ ନୀହାରଙ୍କର ଷ୍ଟଡିରୁମକୁ ପଳାଇଲା । ସେଠାରେ ବସି ପୁଣିଥରେ କାଗଜଗୁଡା ଉପରେ ଆଖି ବୁଲାଇଆଣିବା ପରେ ନିଜକୁ ନିୟନ୍ତ୍ରଣରେ ରଖିପାରିନଥିଲା ସେ । କାନ୍ଦିବାକୁ ଲାଗିଲା ସେ । କଣ କରିବ ପିଲାଦୁଇଜଣ ବାପାର ସ୍ନେହରୁ ହଂଚିତ ହେବେ । ଏହିଭଳି ଚିନ୍ତା କରୁଥିବାବେଳେ ବମ୍ବେର ଟାଟାମେମୋରିଆଲ କ୍ୟାନସର ହସ୍ପିଟାଲରେ ଆସୋସିଏଟ ପ୍ରଫେସରଭାବେ କାର୍ଯରତଥିବା ସାନଭାଇ ହିମାଂଶୁ କଥା ତାର ମନକୁ ଆସିଲା ଯେକି । ରାତି ଦୁଇଟା ବାଜିଥିଲା ହିମାଂଶୁ ପାଖକୁ ଫୋନ କରିବକିି ନାହିଁ ଭାବୁଭାବୁ କେତେବେଳେ ତାକୁ ମୋବାଇଲରେ କଲ୍ କରିସାରିଥିଲା ସେ ।    । ହିମାଂଶୁ କଲ ରିସିଭ କଲା । ନାନୀ କଣ ଅସୁବିଧା ହୋଇଛି କି ? ଏତେ ରାତିରେ କଲ କଲୁତ ସେଥିପାଇଁ ପଚାରୁଛି । ନାହିଁରେ ସମସ୍ତେ ଭଲ ଅଛନ୍ତି ଯେ ଆଜି ତୋ ଭାଇନାଙ୍କ ଦେହ ହଠାତ ଖରାପ ହେବାରୁ ଏବଂ ତାଙ୍କ ଅଜାଣତରେ ମୁଁ ସେ କରାଇଥିବା ଗୋଟେ ରିର୍ପୋଟ ଦେଖି ମନ ଭଲନଲାଗିବାରୁ ତୋ ପାଖକୁ ଫୋନ୍ କଲି । କି ରିର୍ପୋଟ ଏବଂ ରିର୍ପୋଟରେ କଣ ଆସିଛି ବୋଲି ହିମାଂଶୁର ପ୍ରଶ୍ନରେ ରତ୍ନା ବାୟପସି ଟେଷ୍ଟରେ ବ୍ଲଡ କ୍ୟାନସର ପଜେଟିଭ ଓ ଡାକ୍ତରଙ୍କ ପ୍ରେସକ୍ରିପସନରେ କ୍ୟାନସର ଇନ ଆଗଭାନସଡ୍ ଷ୍ଟେଜ ବୋଲି କହିଲା ପରେ ହସିକରି କହିଲା ହିମାଂଶୁ ନାନୀ ତୁ ଟେନସନ୍ ନେନି ଯା ରେଷ୍ଟନେ କାଲି ରିର୍ପୋଟର ଫଟୋକପି ମୋ ହ୍ବାଟସଅଫରେ ପଠାଇବୁ । ମୁଁ କିଛିଗୋଟେ ବାଟ ବାହାର କରିବି । ପ୍ରାରମ୍ଭିକ ପର୍ଯ୍ୟାୟରେ କ୍ୟାନସରକୁ ଚେକ ଦେଇହେବ । ତୁ ବ୍ୟସ୍ତ ହୋନି । ତୋର ବିପଦରେ ତୋର ଭାଇ ଅଛି । ମୁଁ ମୋ ଭଉଣୀର ଖୁସିପାଇଁ ସବୁକିଛି କରିବି । ଏତିକି କହି ଫୋନ ରଖିଲା ହିମାଂଶୁ । ତାର ଏହି କେଇପଦ କଥା ରତ୍ନାର ଭାରାକ୍ରାନ୍ତ ମନକୁ ହାଲକା କରିଦେଲା । ସେ ଶୋଇବାକୁ ତଳ ମହଲାକୁ ଗଲା ।

ତାପର ଦିନ ସକାଳୁ ଉଠୁଉଠୁ ଡେରି ହୋଇଗଲା ରତ୍ନାର । ତରବର ହୋଇ ଉଠିପଡି ନିତ୍ୟକର୍ମ ସାରିଲା ବେଳକୁ ସାଢେ ନଅଟା ବାଜିଯାଇଥିଲା । ନିହାର ସେ ପର୍ଯ୍ୟନ୍ତ ଉଠିନଥିଲେ । ଝିଅ ସୀମା ମା ହାତକୁ ଚା ବଢେଇଦେଇ କହିଲା ମାମା ସକାଳୁ ମାମୁଁ ତୁମକୁ ଫୋନ କରିଥିଲେ ତୁମେ ଶୋଇଛ କହିବାରୁ ତୁମକୁ ନଉଠାଇବାକୁ କହିଲେ । ଆଉ କହିଛନ୍ତି ସେ ଗୋଟେ ଅପରେସନରେ ଦିନ ବାରଟା ପର୍ଯ୍ୟନ୍ତ ବ୍ୟସ୍ତ ରହିବେ ତାପରେ ତୋସହ କଥା ହେବେ । ମା ବାପାଙ୍କର କଣ ହୋଇଛି କି ? ବୋଲି ବିଟୁର ପ୍ରଶ୍ବରେ ଚମକି ପଡିଲା ରତ୍ନା । ନାତ କିଛି ହୋଇନି କାହିଁ କଣ ହେଲାକି । ନା ମ ମାମା କାଲି ରାତିରେ ତୁମେ ଯେଉଁ କାଗଜ ଦେଖୁଥିଲ । ମୁଁଭି ସକାଳୁ ସେହି କାଗଜ ଦେଖିଛି । ମୋତେ ଲୁଚାଉଛ କଣ ପାଇଁ ମାମା । ଶରୀର ଅଛି ତ ରୋଗ ଅଛି । ବିପଦର ସମ୍ମୁଖିନ ହେବାକୁ ପଡିବ । ତୁମେ ଏପରି ଭାଂଗି ପଡିଲେ ବାପାଙ୍କ କଥା କିଏ ବୁଝିବ । ଏହି ସମୟରେ ନିହାରଙ୍କ ମୋବାଇଲଟା ବାଜିଉଠିଲା । କେହିଜଣେ କଲ କରୁଥିଲେ । ନିହାରଙ୍କୁ ନଉଠାଇ ମୋବାଇଲଟା ଆଣି ଦେଖିଲା ରତ୍ନା । ନର୍ସିଂହୋମ ନାମରେ ସେଭ୍ ଥିବା ନମ୍ବରରୁ କଲ ଆସୁଥିଲା । ଫୋନ ରିସିଭ କଲା ରତ୍ନା । ସେପଟରୁ ଜଣେ ମହିଳା କହୁଥିଲେ ମ୍ୟାଡାମ ନମସ୍କାର । ଏଇଟା ନିହାର ମିଶ୍ରଙ୍କ ନମ୍ବରତ । ହଁ କୁହନ୍ତୁ ମୁଁ ତାଙ୍କର ସ୍ତ୍ରୀ କହୁଥିଲି ବୋଲି କହିବାପରେ ସେପଟରୁ ମହିଳାଜଣକ କହିଲେ ମ୍ୟାଡାମ ବହୁତ ବଡ ଭୂଲ ହୋଇଯାଇଛି । ନିହାର ମିଶ୍ର ନାମରେ ଦୁଇଜଣଙ୍କର ବାୟୋପସି ଟେଷ୍ଟ ହେବାକୁ ଯାଇଥିଲା । ମୁଁ ଭୂଲରେ ଆରଜଣଙ୍କର ରିର୍ପୋଟ ସାରଙ୍କୁ ଦେଇଦେଇଛି । କାଲି ରିର୍ପୋଟ ନେବାକୁ ଆସିଥିବା ଜଣେ ଭଦ୍ରଲୋକ ଏଟା ତାଙ୍କର ରିର୍ପୋଟ ନୁହେଁ କାରଣ ସେଥିରେ ଲେଖାଥିବା ବୟସ ଓ ମୋବାଇଲ ନମ୍ବର ଠିକ ନୁହେଁ ବୋଲି କହିବାରୁ ମୁଁ ଆର ରିର୍ପୋଟର କପି ଚେକ୍ କରିବାପରେ ରିର୍ପୋଟ ବଦଳ ହୋଇଥିବାର ଜାଣି ଆପଣଙ୍କୁ ଫୋନ କଲି । ସାରଙ୍କର ରିର୍ପୋଟରେ ସବୁଠିକ ଅଛି । କଣ କହୁଛନ୍ତି ଆପଣ କହି କାନ୍ଦିବାକୁ ଲାଗିଲା ରତ୍ନା । ସେ ଅଶ୍କୁ ଖୁସିର ଥିଲା । କଲିଂବେଲର ଶବ୍ଦଶୁଣି ପୁଅ ବିଟୁ କବାଟ ଖୋଲିବାକୁ ଉଠିଗଲା । ନିହାରଙ୍କ ନିଦ ଭାଙ୍ଗିଗଲା ଦେଖିଲା କଲେଜର ପ୍ରିନସିପାଲ ଓ କିଛି ଅଧ୍ୟାପକବନ୍ଧୁ ଫୁଲତୋଡାସହ ଭିତରକୁ ଆସି ତାଙ୍କୁ ବଧାଇଜଣାଇଲେ ଓ କହିଲେ ଆପଣଙ୍କର ପରମାୟୁ ବଢିଗଲା । କଥା ଆରମ୍ଭ କରି କଲେଜର ପ୍ରିନସିପାଲ କହିଲେ ଆପଣ ଯେଉଁ ଡକ୍ଟରଙ୍କୁ ଦେଖାଇଥିଲେ ସେ ମୋର ବନ୍ଧୁ । ସେ ଆପଣଙ୍କ ଦେହ ଖରାପ ବିଷୟରେ ଆପଣଙ୍କ ଘରେ କହିବାପାଇଁ ମୋତେ କହିଥିଲେ । ପୁଣି ଆଜି ରିର୍ପୋଟ ଅଦଳବଦଳ କଥା ଓ ଆପଣ କ୍ୟାନସର ମୁକ୍ତ ଖବର ସେହିଁ ମୋତେ ଦେଲେ । ତେଣୁ ଖୁସିଖବରଟା ଦେବାପାଇଁ ଆମେ ସମସ୍ତେ ଆସିଥିଲୁ । ସମସ୍ତଙ୍କୁ ହାତଯୋଡି କୃତଗ୍ୟନ୍ତା ଜଣାଇଲା ନିହାର । ରତ୍ନା ସମସ୍ତଙ୍କୁ ଜଳଖିଆ ପରସୁଥିବା ବେଳେ ଝିଅ ସୀମା କହିଉଠିଲା ମାମା ହଁ ମୁଁ ଗୋଟେ କଥାଭୁଲିଯାଇଥିଲି ତୁମକୁ କହିବା ପାଇଁ ମାମୁଁ ଆମ ଚାରିଜଣଙ୍କ ପାଇଁ ଫାଇଟଟିକେଟ ବୁକ୍ କରି ଦେଇଛନ୍ତି । ରତ୍ନା ହସି କରି କହିଲା ଭଲ ହେଲା ସମସ୍ତେ ମୁମ୍ବାଇ ଯିବା ମାମୁଁ ପାଖରୁ ଶିରିଡି ଯାଇଁ ବାବାଙ୍କ ଦର୍ଶନ କରି ଆସିବା । ପାଖରେ ଥିବା ଶିରିଡି ସାଇଙ୍କ ମନ୍ଦିରରେ କିଏ ଜଣେ ଭକ୍ତ ଗାଉଥିଲେ ସଦଗୁରୁ ସାଇ ନମୋନମଃ । ସିରିଡିସାଇ ନମୋନମଃ । ଜୟ ଜଗନ୍ନାଥ ।

ସାଇରାମ ।



Rate this content
Log in

Similar oriya story from Classics