Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!
Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!

Bhabesh Chandra Kar

Inspirational Thriller

4.2  

Bhabesh Chandra Kar

Inspirational Thriller

ବାପା ତମେ ଠିକ କହୁଥିଲ

ବାପା ତମେ ଠିକ କହୁଥିଲ

5 mins
622


ଆଜି ସରସ୍ବତୀ ପୂଜା ।ଝିଅ ମାମୁନି କଲେଜ ଯିବାପାଇଁ ବାହାରୁଥିଲା।ମିତା ଝିଅ ପାଇଁ ପୂର୍ବଦିନ ସେ ବଜାରରୁ ଆଣିଥିବା ନୁଆ ଡ୍ରେସକୁ ଗଡରେଜ ଆଲମୀରାରୁ ଆଣି ପିନ୍ଧିବା ପାଇଁ ଝିଅକୁ ରୋଷେଇ ଘରୁ ଥାଇ କହିଲା ।ଆଜିଦିନଟା ତା ପାଇଁ ଥିଲା ଏକ ଅଭିଶପ୍ତ ଦିନ ।ତିନିବର୍ଷତଳେ ଠିକ ଆଜିର ଦିନରେ ବାବୁନିଙ୍କର ଏକ ସଡକ ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା ।ସେହିଦିନଠାରୁ ମୀତା ବହୁ ଘାତପ୍ରତିଘାତ ମଧ୍ୟଦେଇ ଝିଅକୁ ପାଠ ପଢାଇଛି ।ନିଜେ ଏକ ଇଂରାଜି ମିଡିୟମ୍ ସ୍କୁଲରେ ଶିକ୍ଷୟତ୍ରୀଭାବେ କାର୍ଯ୍ୟ କରିବା ସହ ପ୍ରାଇଭେଟ ଟିଉସନ କରି ଦୁଇଜଣିଆ ପରିବାରଟିକୁ ଚଳାଇଛି ।ମାମୁନି ବେଡରୁମରୁ ଥାଇ କହୁଥିଲା ମା ମୁଁ ପ୍ରତିବର୍ଷ ଯେଉଁ ଜାମାକୁ ମୁଣ୍ଡିଆ ମାରିଯାଏ ସେ ଜାମାଟା କୁଆଡେ ଗଲା ।ଆଲମୀରାରେ କାହିଁ ନାହିଁତ ।ମୀତାର ମନେ ପଡିଗଲା କାଲି କାମବାଲୀ ମାଉସୀଙ୍କୁ ପୁରୁଣା ଜାମାପଟା କିଛି ଦେଇଥିଲା ।ସେ ଜାମାଟି ମଧ୍ୟ ତାହାରି ମଧ୍ୟରେ ଥିଲା ।ଗଡରେଜ୍ ଖୋଲିଲେ ମୀତାର ସେ ଜାମାଉପରେ ଆଗେ ନଜର ପଡେ ଓ ବାବୁନି ତାର ବହୁତ ମନେ ପଡନ୍ତି ।ତାପରେ ଘଣ୍ଟେଖଣ୍ଡେ ବିଛଣାରେ ପଡି ଭୋଭୋ ହୋଇ କାନ୍ଦିବା ପରେ କଷ୍ଟ କିଛିଟା ଲାଘବ ହୁଏ ।ମନକୁ ବୁଝାଇ ତାପରେ କାମରେ ନିଜକୁ ହଜାଇ ଦୁଃଖକୁ ଭୁଲିବାକୁ ଚେଷ୍ଟାକରେ ।ତେଣୁ ଜାଣିକରି ସେ ଜାମାଟାକୁ ସେ କାମବାଲୀ ମାଉସୀଙ୍କୁ ଦେଇଦେଇଥିଲା ।ପୁଣି ମାମୁନ୍ ପାଟିକରି ପଚାରିଲା ମା କେଉଁଠି ରଖିଛୁ କହ ମୋରପା ଡେରି ହେଇଯାଉଛି ।କଣ କହି ତାକୁ ବୁଝାଇବ ସେ କଥା ସେ ଚିନ୍ତା କରିପାରୁନଥିଲା ।ଶେଷରେ ମାମୁନିପାଖରେ ପହଂଚି ବୁଝାଇବା ଭଳି କହିଲା ମାଲୋ କାଲି କାମବାଲୀ ମାଉସୀ ତାର ନାତୁଣୀ ପାଇଁ ପୁରୁଣାଜାମା ମାଗୁଥିଲାତ ମୁଁ ସେ ଜାମାଟା ତାଙ୍କୁ ଦେଇଦେଇଛି ।ତାର ଏକଥା ଶୁଣି ମାମୁନି ଆଖିରୁ ଧାରଧାର ଲୁହ ବହିବାକୁ ଲାଗିଲା ।କାନ୍ଦିକାନ୍ଦି ମାକୁ କହିଲା ମାମା ତୁମେ ଏକଣ କଲ ।ସେ ଜାମାଟାରେ ମୋ ବାପାଙ୍କ ସ୍ମୃତୀ ଜଡିତ ।ସେ ଜାମାଟାକୁ ମୁଁ ସବୁଦିନ ଦେଖିକରି କଲେଜ ଯାଏ ।ସେ ଜାମାଟାକୁ କାହିଁକି ଦେଲ ।ଯାଅ କାମବାଲୀ ଆଈଠାରୁ ମାଗିକରି ସେ ଜାମାଟା ଆଣ ।ଟିକେ ଚଢାଗଳାରେ ମାମୁନୀ ଏତିକି କହି ଗୋଡ କଚାଡି ମା ଆଗରେ କାନ୍ଦିବାକୁ ଲାଗିଲା ।ମୀତାରଭି ରାଗ ମୁଣ୍ଡକୁ ଉଠିଗଲା ।ସେଭି ଝିଅକୁ ରାଗିକରି କହିଲା ଝିଅ ପିଲା ଏତେ ଜିଦ୍ କଣ ।ତୁ ଯାହା ମାଗିବୁ ତାହା ସଙ୍ଗେ ସଙ୍ଗେ ଯୋଗାଇ ଦିଆଯିବ ଏଭଳି ମନୋବୃତ୍ତି ଛାଡ ।ଖାସ୍ ତୋରି ଜିଦ୍ ପାଇଁ ଆଜି ମୋତେ ଏ ଭଳି ଦିନ ଦେଖିବାକୁ ହେଲା ।ମା ତୁମେ ଏ କଥା କହିପାରିଲ । ଆଜି ମୁଁ ତୁମକୁ ଚିହ୍ନିଲି ।ମୁଁ ଯଦି ଝିଅଟେ ନହୋଇ ପୁଅଟେ ହୋଇଥାନ୍ତି ତୁମେ କଦାପି ଏ କଥା କହିନଥାନ୍ତ ।ଏତିକି କହି ମାମୁନି ଶୋଇବା ଘରେ ଟଙ୍ଗା ଯାଇଥିବା ବାବୁନିଙ୍କ ଫଟୋ ପାଖରେ ଭୋ ଭୋ ହୋଇ କାନ୍ଦିବାକୁ ଲାଗିଲା ।ମୀତା ତାକୁ କଣ କହି ସ୍ବାନ୍ତନା ଦେବ ଭାବିପାରୁନଥିଲା ।ନିଜ ଲୁହକୁ ଲୁଚାଇବାକୁ ସେ ବେଡରୁମରୁ ବାହାରି ଆସୁଥିବାବେଳେ ମାମୁନିର କେଇପଦ କଥା ତା କାନରେ ପଡିଲା ।ମାମୁନି ଫଟୋ ପାଖରେ କହୁଥିଲା ବାପା ସେଦିନ ତୁମେ ଠିକ କହୁଥିଲ ମାଲୋ ବାପା ଏକ ବିରାଟ ବରଗଛ ଯାହାର ଛାଇତଳେ ପୁରା ପରିବାର ନିରାପଦରେ ରହନ୍ତି ।ତୁମେ ତୁମଝିଅକୁ ଛାଡି କୁଆଡେ ଗଲ ବାପା ।ମୋତେ ସମସ୍ତଙ୍କ ପାଖରେ ସବୁଦିନପାଇଁ ଦୋଷୀ କରିଦେଇଗଲ ବାପା ।କାନ୍ଦିକାନ୍ଦି ବିଛଣାରେ ଶୋଇପଡିଥିଲା ସେ ।ମୀତା ବେଡରୁମର ଝରକାଗୁଡା ବନ୍ଦ କରି ଡ୍ରଇଁରୁମକୁ ଆସି ସୋଫାଉପରେ ବସିପଡିଲା।ଶିଶୁ ମନ୍ଦିରର ପ୍ରଧାନ ଆଚାର୍ଯ୍ୟଙ୍କ ପାଖକୁ ଫୋନକରି ଝିଅର ଦେହ ଭଲନାହିଁ ତେଣୁ ବିଦ୍ୟାଳୟକୁ ଯାଇପାରିବନାହିଁ କହି ଛୁଟି ନେଇଗଲା ।ବୀଗତ ଦିନର କଥା ସବୁ ତା ମନକୁ ଆପେ ଆପେ ଆସିଯାଉଥିଲା ।

ଆଜକୁ ଚାରି ବର୍ଷତଳର କଥା ।ସରସ୍ବତୀ ପୂଜା ପୂର୍ବଦିନ ଅଫିସରୁ ଫେରିବା ବାଟରୁ ଝିଅ ମାମୁନୀ ପାଇଁ ଆଣିଥିବା ନୁଆ ଜାମାକୁ ପୂଜାଦିନ ସକାଳେ ତାକୁ ଦେଖାଇ ବାବୁନି ପଚାରିଲେ ଦେଖତ ମା ଜାମାଟା ତୋ ମନକୁ ପାଉଛିତ ।ଝିଅ ସହିତ ବନ୍ଧୁଭଳି କଥା ହୁଅନ୍ତି ବାବୁନି ।ବାପଝିଅଙ୍କର ଥଟାମଜାକୁ ଦେଖି ପଡୋଶୀ ଓ ବାବୁନିଙ୍କ ସାଂଗମାନେ ଲଘୁମନ୍ତବ୍ୟ ଛଳରେ ବାପାଝିଅ ଦୁଇ ସାଙ୍ଗ ବୋଲି କହନ୍ତି ।ମାମୁନୀ ଜାମାଟାକୁ ଓଲଟାଇ ଏପଟସେପଟ କରି ଦେଖୁଥାଏ ।ଜାମାର କଲର୍ ଟା ତାକୁ ଭଲ ଲାଗୁଥିଲା ।ହଠାତ ତା ନଜର ଆସିଲା ଗୋଟେ ସୋ ବଟମ୍ ଟା ଟିକେ ଭାଂଗି ଯାଇଥିବାର ।ଜାମାଟାକୁ ବାପାଙ୍କ ଆଡକୁ ଠେଲି ଦେଇ କହିଲା ଦେଖତ ବାପା ବଟମଟା କିପରି ଭାଙ୍ଗି ଯାଇଛି ।ବାବୁନିଭି ତାହା ଦେଖି ଝିଅକୁ ବୁଝାଇ କହିଲେ ତୁ ବ୍ୟସ୍ତ ହୋନା ମୁଁ ସଙ୍ଗେସଙ୍ଗେ ସେ ଦୋକାନରୁ ବଦଳାଇ ଆଣୁଛି ।ମୀତା କିନ୍ତୁ ଜାମାକୁ ଦେଖି ଚଳିବବୋଲି କହି ତାଙ୍କୁ ଯିବାକୁ ମନା କରୁଥିଲା ।କିନ୍ତୁ ମୀତାର ବାରଣ ନମାନି ବାବୁନି ସ୍କୁଟି ନେଇ ଦୋକାନକୁ ଜାମାଟିକୁ ବଦଳାଇବାକୁ ବାହାରିଗଲେ ।ଘଣ୍ଟେ ଯାଇ ଦୁଇ ଘଣ୍ଟାଗଲା ବାବୁନି ଫେରିଲେନି ।ମୀତା ବାଧ୍ୟହୋଇ ତାଙ୍କୁ ଫୋନ୍ କଲା ।ତାଙ୍କ ମୋବାଇଲଟା ରିଂଗ୍ ହେଲା କିନ୍ତୁ ସେ ଫୋନ୍ ଉଠାଇଲେନି ।ମୀତା ଭାବିଲା ଗାଡି ଚଲଉଥିବେ ବୋଧହୁଏ ।କିଛି ସମୟପରେ ବାବୁନିଙ୍କର ମୋବାଇଲରୁ କଲ ଆସିଲା ।ବାପାଙ୍କ ଉପରେ ରାଗିକରି ରହିଥିବା ମାମୁନୀ କଲ ରିସିଭ କଲା ।କିନ୍ତୁ ବାପା ନୁହେଁ ଆଉ ଜଣେ ଅଜଣା ଲୋକ ଫୋନ କରୁଥିଲେ ।ମାମାଙ୍କୁ ଫୋନ୍ ଦିଅ ବୋଲି କହିବାରୁ ମାମାକୁ ଫୋନଟା ବଢାଇଦେଲା ମାମୁନୀ।ମାମା ଫୋନଟା ନେଇ କଥା ହେବାକୁ ଆରମ୍ଭ କରିଛନ୍ତି ସେପଟରୁ ଫୋନ କରିଥିବା ଲୋକଜଣଙ୍କ କି ଖବର ଦେଲେ କେଜାଣି ମାମା ଭୋଭୋ ହୋଇ କାନ୍ଦିବାକୁ ଲାଗିଲେ ।ପଡୋଶୀମାନେ ମା ର କାନ୍ଦଶୁଣି ପହଂଚି ଯାଇଥିଲେ ।ମୀତା ମେଡିକାଲରେ ପହଂଚିଲା କିନ୍ତୁ ସେତେବେଳକୁ ସବୁ କିଛି ସରିଯାଇଥିଲା ।ବାବୁନି ସବୁଦିନ ପାଇଁ ଆମକୁ ଛାଡି ଚାଲିଯାଇଥିଲେ ।ପୋଲିସ ଇନସପେକ୍ଟର ଗୋଟେ ରକ୍ତଭିଜା ଜାମାଟା ମୀତା ହାତକୁ ବଢାଇଦେଇ କହିଲେ ଦୁଃଖର ସହ କହିବି ମ୍ୟାଡାମ ଟ୍ରକଟା ପଛରୁ ସାରଙ୍କ ଗାଡିକୁ ପିଟିବା ପରେ ଗାଡିରୁ ଛିଟିକି ଟ୍ରକ ତଳେ ସାର୍ ଓ ବ୍ୟାଗ ରୁ ଜାମାଟା ପଡିଥିଲା ।ଏହାକୁ ଆପଣ ରଖନ୍ତୁ ମ୍ୟାଡାମ୍ ।ତାଜା ରକ୍ତଗୁଡା ଜାମାଟାକୁ ଓଦା କରିଦେଇଥିଲା ।ପଥର ପାଲଟି ଯାଇଥିଲା ସେ ।ଗାଁରେ ବାବୁନିଙ୍କର ଦଶାହ କ୍ରିୟା ସାରି ସହରକୁ ପଳାଇ ଆସିଥିଲା ମୀତା ।ବାବୁନିଙ୍କର ସ୍ମୃତୀକୁ ସାଥିରେ ପାଥେୟ କରି ମାମୁନିକୁ ପାଠ ପଢାଇ ମଣିଷ କରିବା ପାଇଁ ଲହୁ ଓ ଲୁହକୁ ଏକାଠି କରିଦେଲା ସେ ।ସେହିଦିନଠାରୁ ସେହି ରକ୍ତଭିଜା ଜାମାଟା ମାମୁନୀର ଅତି ଆପଣାର ହୋଇଗଲା ।ପ୍ରତ୍ୟକ ଦିନ ଜାମାଟି ଭିତରେ ତା ବାପାଙ୍କ ଉପସ୍ଥିତିକୁ ଯେପରି ଅନୁଭବ କରୁଥିଲା ସିଏ ।ବାବୁନୀଙ୍କର ମୃତ୍ୟୁପରେ କିନ୍ତୁ ତା ପାଠପଢାରେ ବହୁତ ପରିବର୍ତ୍ତନ ଆସିଥିଲା ।ମାଟ୍ରିକ ପରୀକ୍ଷାରେ ପ୍ରଥମ ଦଶଜଣଙ୍କ ମଧ୍ୟରେ ରହିବା ସହ କଲେଜରେ ଯୁକ୍ତ ଦୁଇ ବିଗ୍ୟାନରେ ନାମ ଲେଖାଇଲା ।ଏ ବର୍ଷ ଦ୍ବିତୀୟ ବର୍ଷର ଛାତ୍ରୀ । ରାଜ୍ୟସ୍ତରୀୟ ବିଭିନ୍ନ ବିତର୍କରେ ଭାଗ ନେବା ସହ ପୁରସ୍କୃତ ମଧ୍ୟ ହେଲା ।ଶେଷଥର ଭୁବନେଶ୍ବରଠାରେ ଅନୁଷ୍ଟିତ ହେଉଥିବା ଏକ ରାଜ୍ୟସ୍ତରୀୟ ବିତର୍କରେ ଭାଗନେଇ "ବିକଶିତ ଭାରତରେ ବିକାଶର ସଂଗ୍ୟା ଓ ସାଧାରଣ ଜନତା"ଶିର୍ଷକ ବିତର୍କରେ ଭାଗନେଇ ତାର ବଳିଷ୍ଠ ଯୁକ୍ତି ଉପସ୍ଥାପନ କରିବା ବେଳେ ଉପସ୍ଥିତ ବୁଦ୍ଧିଜିବୀମାନେ ମଧ୍ୟ ତାର ବାଗମିତା ଓ ବଳିଷ୍ଠ ଯୁକ୍ତିକୁ ଉଚ୍ଚ ପ୍ରଶଂସା କରିଥିଲେ ।ରେକଡିଂ କରାଯାଇଥିବା ତାର ଯୁକ୍ତିକୁ ପରେ ମାମୁନି ନିଜେ ଶୁଣି ମଧ୍ୟ ବିଶ୍ବାସ କରିପାରୁନଥିଲା ଯେ ଏହା ସେ କହିଛି ବୋଲି ।ମୂଖ୍ୟ ଅତିଥିଙ୍କଠାରୁ ପୁରସ୍କାର ଗ୍ରହଣ କରିବା ଅବସରରେ ତାଙ୍କୁ କହିପକାଇଥିଲା ମୋ ଦିବଂଗତ ବାପାହିଁ ମୋ ମାଧ୍ୟମରେ ଏ କଥା କୁହାଇଛନ୍ତି ।ମୂଖ୍ୟ ଅତିଥି ଓ ଅନ୍ୟ ଅତିଥିମାନେ ବାପାଙ୍କ ନାଁ ରଖିବା ସହ ଆମ ରାଜ୍ୟର ନାମ ଆଗାମୀ ଜାତିୟସ୍ତରୀୟ ତର୍କ ପ୍ରତିଯୋଗିତାରେ ରଖ ବୋଲି ଆଶିର୍ବାଦ କରିଥିଲେ ।ମାମୁନୀର କଥାବାର୍ତ୍ତାର ଶୈଳୀ ବାବୁନିଙ୍କ କଥାଭଳି ତାକୁ ଲାଗୁଥିଲା ।

ହଠାତ ଗୋଟେ ଚିତ୍କାର ଶୁଣି ସେ ଚମକି ପଡିଲା ।ବେଡରୁମରୁ ମାମୁନିର ପାଟି ଶୁଭୁଥିଲା ।କଣ ହେଲା ମୋ ଝିଅର କହି ସେ ବେଡରୁମକୁ ଦୌଡିଗଲା ।ମାମୁନି କାନ୍ଦିକାନ୍ଦି ତାରି ଆଡକୁ ଆସୁଥିଲା ।ହାତରେ ତାର ସେହି ରକ୍ତଲଗା ଜାମାଟା ଥିଲା ।ମାମୁନୀ କଣ ମାଉସୀଙ୍କ ଘରୁ ଯାଇ ଜାମାଟା ନେଇ ଆସିଲା ।ମାମୁନି ତା କାନ୍ଧ ଉପରେ ହାତ ରଖି କହିଲା ମାମା ,ମୁଁ ଶୋଇଥିଲି ।ମୋର ସ୍ବପ୍ନରେ ବାପା ଆସିଥିଲେ ।ମୋର ମୁଣ୍ଡକୁ ଆଉଁସି କହିଲେ ମାଲୋ ଏ ଛୋଟିଆ କଥା ପାଇଁ ଏତେ ଜିଦ୍ କଲୁ ।ଏହା ଭଲ ନୁହେଁ । ତୁ ଯେଉଁ ଜାମାଟା ଖୋଜୁଥିଲୁ ମାଉସୀ ସେ ଜାମାଟା ନନେଇ ଶିଡିଘର କାଠଡବା ଭିତରେ ପକାଇ ଦେଇ ଯାଇଛି । ମା'କୁ କହିବୁ ମୁଁ ତୁମ ଦୁଇଜଣଙ୍କ ନିକଟରେ ଛାଇ ପରି ଥିଲି, ଅଛି ଓ ରହିବି ମଧ୍ୟ । ମାମା ମୁଁ ସିଡିତଳକୁ ଯାଇଁ ଦେଖେତ ଜାମାଟି ଅଛି ।ଝିଅକୁ ଧରି କାନ୍ଦୁଥିଲା ମୀତା ଓ କହୁଥିଲା ମାଲୋ ଚାଲ ସାଙ୍ଗ ହୋଇ ଖାଇବା ଆଜିଠୁ ଆମେ ଦୁଇଜଣ ନୁହେଁ ତିନିଜଣ ।


Rate this content
Log in

More oriya story from Bhabesh Chandra Kar

Similar oriya story from Inspirational