Bhabesh Chandra Kar

Romance Tragedy

4.5  

Bhabesh Chandra Kar

Romance Tragedy

ଏମିତି ଅନେକ କିଛି

ଏମିତି ଅନେକ କିଛି

10 mins
361



 ଦୀର୍ଘ ଚାଳିଶ ବର୍ଷ ପରେ ଗାଁ କୁ ଫେରିଛି ଶାନ୍ତନୁ। ଯାଜପୁର ଜିଲ୍ଲାର ସୁଜନପୁର ଗାଁ ରେ ତାର ଘର। ବାପା, ବୋଉ, ସାନଭାଇ ଅତନୁ ଓ ସାନ ଭଉଣୀ ମିତାଲି କୁ ନେଇ ଥିଲା ଛୋଟିଆ ପରିବାର ତାଙ୍କର। ବାପା ଦିନ ମଜୁରିଆ ଭାବେ କାମ କରି ପରିବାର ଚଳାଉ ଥିଲେ। ଶାନ୍ତନୁ ର ମନେ ଅଛି ଆର୍ଥିକ ଅନଟନ ମଧ୍ୟରେ ବିଏ ପାସ କରିବା ପରେ ଚାକିରୀ ଅନ୍ବେଷଣରେ ଦୁଇ ବର୍ଷ ବିତିଗଲା ପରେ ତାର ଜଣେ ସ୍କୁଲ ସାଙ୍ଗ ଯେକି ପଂଜାବର କେଉଁ ଏକ ଫାର୍ମ ରେ କାମ କରୁଥିଲା ତା ସାଙ୍ଗରେ ପଂଜାବ ପଳାଇଲା। ସେଠି ପହଞ୍ଚି ସେଠାକାର ଚାଷ ଓ ଚାଷୀଙ୍କର ଚାଷପଦ୍ଧତି ଦେଖି ସେ ଆଶ୍ଚର୍ଯ୍ୟ ହୋଇଗଲା। ଭାରତ ପାକିସ୍ତାନ ସୀମାର ଗାଁ ଟିଏ। ତା ଭଳି ଅନେକ ଯୁବକ ସେଠାରେ ଚାଷ କାମରେ ନିୟୋଜିତ ଥିଲେ। କିଛି ବର୍ଷ କାମ କରିବା ମଧ୍ୟରେ ନିଜର ପରିଶ୍ରମ ଓ ବୁଦ୍ଧିମତା ପାଇଁ ନିଜର ଅଳ୍ପ କିଛି ଜମି କିଣି ଚାଷ କାମ କରିବା ସହ ସେହି ଗାଁ ର ଲତା ନାମକ ଝିଅକୁ ସେ ବାହା ହୋଇ ନିଜର ଘର ସଂସାର ଆରମ୍ଭ କଲା। କିନ୍ତୁ ନିୟତୀ ର ବିଧାନ କିଛି ଅଲଗା ଥିଲା। ସେଦିନ କ୍ଷେତରେ କାମସାରି ଘରକୁ ଫେରୁଥିବା ସମୟରେ ଜଣେ ରାଜା ବୋଲି ଜଣେ ଓଡ଼ିଆ ବନ୍ଧୁ ସହ ଦେଖା ହୋଇଗଲା। ଦୁଇ ବନ୍ଧୁ ସାଙ୍ଗ ହୋଇ ପାଖରେ ଥିବା ଏକ ଶିଦ୍ଧ ଆଶ୍ରମକୁ ବୁଲିବାକୁ ବାହାରି ପଡିଲେ। ଆଶ୍ରମ ନିକଟରେ ପହଞ୍ଚି ସାଧୁଙ୍କ ସହ କଥା ହେବାପରେ ଘରକୁ ବାହାରିଛନ୍ତି ସାଧୁ ଦୁଇ ବନ୍ଧୁ ଙ୍କୁ ପାଖକୁ ଡାକି ନିକଟ ପାହାଡ଼ ଏକ ବିରଳ ପ୍ରଜାତିର ବୃକ୍ଷର ଚେର ଆଣିବା ପାଇଁ କହିଲେ। ଶାନ୍ତନୁ ଆଶ୍ଚର୍ଯ୍ୟ ହୋଇ ଏହି ଚେରର ଆବଶ୍ୟକତା କଣ ପଚାରିବାରୁ ସାଧୁ ଏହି ଚେରର ବହୁ ଦିବ୍ୟ ଗୁଣ ରହିଛି ବୋଲି କହିଲେ। ଶାନ୍ତନୁ ର ଯିବାକୁ ଇଚ୍ଛା ନଥିଲେ ମଧ୍ୟ ରାଜା ବାଧ୍ୟ କରିବାରୁ ସେ ସେହି ଅନ୍ଧାର ରାତିରେ ସେହି ପାହାଡ଼ ଉପରକୁ ଗଲା। କିନ୍ତୁ ସେ ଜାଣି ନ ଥିଲା ଯେ ସେହି ସାଧୁ ଓ ଓଡ଼ିଆ ବନ୍ଧୁ ପାକିସ୍ଥାନର ଗୁପ୍ତଚର ଭାବେ କାମ କରୁଥିଲେ ବୋଲି।ତା ଭଳି ସଚ୍ଚୋଟ ଲୋକକୁ ସେମାନଙ୍କ ପକ୍ଷକୁ ନେବାକୁ ସେମାନଙ୍କ ଏହା ଏକ ଚାଲ୍ ଥିଲା। ପାହାଡ଼ ଉପରେ ସେହି ଗଛଟିକୁ ଖୋଜୁଥିବା ବେଳେ ହଠାତ୍ ପାକିସ୍ଥାନ ପଟୁ ଗୁଳି ର ଆବାଜ ଶୁଣି ସେମାନେ ଦଉଡ଼ି ବାକୁ ଆରମ୍ଭ କଲେ ।ଦଉଡୁ ଦଉଡୁ ଗୋଟିଏ ବଡ଼ ପଥର ଖଣ୍ଡ ରେ ଝୁଣ୍ଟି ପଡ଼ି ତଳେ ପଡ଼ିଗଲା ଶାନ୍ତନୁ ଓ ସେ ସେଠାରେ ଚେତା ହରେଇ ପଡ଼ିଲା। ଯେତେବେଳେ ତାର ଚେତା ଫେରିଲା ସେତେବେଳେ ସେ ନିଜକୁ ଗୋଟିଏ ମିଲିଟାରୀ ବାରାକ୍ ରେ ପାଇଲା। ବହୁତ ଭୋକ ଲାଗୁଥିଲା ତାକୁ। କେଉଁଠି ଅଛି ଜାଣିବା ପାଇଁ ସେ ଘରର ଚାରିପଟେ ବୁଲି କରି ଦେଖୁଥିବା ସମୟରେ କିଛି ଆର୍ମୀ ଯବାନ ତା ଆଡ଼କୁ ଦୋଉଡି ଆସିଲେ ଓ ତାକୁ ଧରିନେଇ ସେମାନଙ୍କ ଅଫିସର ଭଳି ଜଣାପଡୁଥିବା ଜଣେ ବ୍ୟକ୍ତି ଙ୍କ ନିକଟକୁ ନେଇଗଲେ। ଅଫିସର ଜଣକ ତାକୁ ସେ କିଏ, କାହିଁକି ଅନ୍ୟ ଦେଶର ସୀମା ଡେଇଁ ଆସିଲା। ସେ ଭାରତୀୟ ସେନା ର ଗୁପ୍ତଚର ଭାବେ କାମ କରୁଛି କି। ଏହିପରି ଅନେକ ପ୍ରଶ୍ନବାଣରେ ତାକୁ ଛନ୍ଦି ପକାଇଲେ। ଶାନ୍ତନୁ ର ଗୋଟିଏ ଉତ୍ତର ଥିଲା ସେ ଜଣେ ଚାଷୀ ଓ ସେ ଜଣେ ଭାରତୀୟ ବୋଲି।ତା ଠାରୁ ସନ୍ତୋଷଜନକ ଉତ୍ତର ନ ପାଇବାରୁ ପାକିସ୍ତାନ ସେନା ଦ୍ଵାରା ଆରମ୍ଭ ହୋଇଗଲା ଅକଥନୀୟ ଅତ୍ୟାଚାର। ପ୍ରବଳ ମାଡ଼ ସହିତ ମୁଣ୍ଡ ତଳକୁ ଓ ଗୋଡ଼ ଉପରକୁ କରି ତାକୁ ଝୁଲାଇ ଆରମ୍ଭ ହୋଇଗଲା ଇଲେକ୍ଟ୍ରି ହଣ୍ଟର ରେ ମାଡ଼। ସେଥିରେ ସେ ଚେତା ହରେଇ ବସିଲା। ଚେତା ଫେରିଲା ବେଳକୁ ନିଜକୁ ଗୋଟିଏ ଭର୍ତ୍ତି ଟାଙ୍କିରେ ଥିବାର ଦେଖିଲା । ପ୍ରବଳ ଦୁର୍ଗନ୍ଧ ପରିବେଶ ମଧ୍ୟରେ ପୁଣି ଚେତା ହରେଇଲା ସେ।ଏଥର କିନ୍ତୁ କୋୖଣସି ଗୋଟିଏ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଅବସ୍ଥାରେ ଦେଖିଲା।ସାଲାଇନ ଓ ଅକ୍ସିଜେନ ଚାଲିଥାଏ।ବହୁ ଦିନ ଜୀବନ ଓ ମୃତ୍ୟୁ ସହିତ ସଂଗ୍ରାମ ପରେ ଏକ ନୁଆ ଜୀବନ ପାଇଲା ସେ। ହସ୍ପିଟାଲରୁ ତାକୁ କୋର୍ଟ ରେ ହାଜର କରାଗଲା।

ପାକିସ୍ଥାନ କୋର୍ଟରେ ତାକୁ ହାଜର କରାଗଲା। ସେଠାରେ ପାକିସ୍ଥାନ ସେନା ତାକୁ ଭାରତୀୟ ଗୁପ୍ତଚର ବୋଲି ଦର୍ଶାଇଲା।ତାର ସବୁ କାକୁତି ମିନତି କୁ ବିଚାରପତି ଶୁଣି ନ ଶୁଣିଲା ପରି ରହି ତାଙ୍କର ରାଏ ଦେଲେ। ତାକୁ ପନ୍ଦର ବର୍ଷ ସଶ୍ରମ କାରାଦଣ୍ଡ ରେ ଦଣ୍ଡିତ କରାଗଲା। ଲାହୋର ଜେଲ୍ ତାକୁ ରଖାଗଲା। ରହିବା ଦିନ ଠାରୁ ଜେଲରେ ଥିବା ବନ୍ଦୀ ମାନଙ୍କ ଦ୍ଵାରା ତା ଉପରେ ଅମାନୁଷିକ ଅତ୍ୟାଚାର ଆରମ୍ଭ ହୋଇଗଲା। ଥରେ ଶାନ୍ତନୁ ବିକଳ ହୋଇ ଜଣେ ବୟସ୍କ ବନ୍ଦୀ ଇସମାଇଲ କୁ ତାକୁ ଏ ଭଳି ଅତ୍ୟାଚାର ରୁ ରକ୍ଷା କରିବାକୁ କହିବାରୁ ସେ ସାମାନ୍ୟ ହସିଦେଇ କହିଲେ ବେଟା ତୁ ବହୁତ ସରିଫ ଇନସାନ୍ ଅଛୁ।ତତେ ଗୋଟିଏ କଥା କହିବି ରଖିବୁ। ଶାନ୍ତନୁ କଣ କୁହନ୍ତୁ । ମୁଁ ଯଦି ପାରିବି ତେବେ ନିଶ୍ଚୟ ରଖିବି ।ଇସମାଇଲ୍ କିଛି ସମୟ ନିରବ ରହିଲା ପରେ କହିଲା ବେଟା ତୁ ଇସଲାମ ଧର୍ମ ଗ୍ରହଣ କରିନେ। ଶାନ୍ତନୁ ରୁ ଶାହାଜାହାନ ନାଁ ବଦଳାଇ ଦେ ଦେଖିବୁ ସବୁ ଠିକ ହୋଇଯିବ। ତୋର ଦଣ୍ଡ କୁ ମଧ୍ୟ ସରକାର ମାଫ କରିଦେବେ।ତୁ ତୋ ଘରକୁ ମଧ୍ୟ ଯାଇ ପାରିବୁ। ଶାନ୍ତନୁ ତାର ଏଭଳି ପ୍ରସ୍ତାବ ରେ ହତଚକିତ ହୋଇଗଲା। ତାର ପିଲାଦିନେ ଜେଜେ କହିଥିବା ଶ୍ଲୋକ ଟି ମନେପଡ଼ିଲା। ଜେଜେ କହୁଥିଲେ " ସ୍ବଧର୍ମେ ନିଧନଂ ଶ୍ରେୟ ପରଧର୍ମ ଭୟାବହ।" ଲତା କଥା ବହୁତ ମନେ ପଡ଼ୁଥିଲା। କିପରି ଘରେ ପହଞ୍ଚିବ ସେ କଥା ଭାବୁଥିଲା। ରାତିରେ ଶୋଇକରି ଚିନ୍ତା କରୁଥିଲା।କଣ ସେ ଶାହାଜାହାନ ର ପରିଚୟ ନେଇ ବଞ୍ଚିବ ନା ଶାନ୍ତନୁ ର। ଏମିତି ଭାବୁ ଭାବୁ ତାକୁ କେତେବେଳେ ନିଦ ହୋଇ ଯାଇଥିଲା ତାକୁ ମାଲୁମ ନାହିଁ। ରାତିରେ ସେ ସ୍ବପ୍ନ ରେ ତା ଘରର କୂଳଦେବତା ରାଧାମାଧବଙ୍କୁ ଦେଖୁଥିଲା। ଦୋଳ ମଣ୍ଡପ ରେ ଠାକୁର ତା ଆଡ଼କୁ ଚାହିଁ ହସୁଥିଲେ।ତା କାନରେ ପ୍ରଭୁ ଙ୍କ ଗୋଟିଏ କଥା ପ୍ରତିଧ୍ୱନୀତ୍ବ ହେଉଥିଲା।କଣ ଭାବୁଛୁ ଶାନ୍ତନୁ ତୋର ଦୁଃଖ ର ଦିନ ସରିବାକୁ ବସିଲାଣି। ମୁଁ ତୋର ପାଖେ ପାଖେ ଅଛି ।ତା ଆଖିରୁ ଧାରଧାର ଲୁହ ବୋହି ବାକୁ ଲାଗିଲା।

ତାପର ଦିନ ସକାଳୁ ଉଠୁଉଠୁ ଜେଲ୍ ୱର୍ଡନ ଆସି ତା ନାଁ ଧରି ଡାକିବାରୁ ନିଦରୁ ଉଠି ତା ପାଖକୁ ଯିବାରୁ ସେ କେହି ଜଣେ ତାକୁ ଖୋଜୁଥିବା ର ସେ କହିଲା। କଏଦୀମାନେ ଦେଖା କରିବା ସ୍ଥାନରେ ପହଞ୍ଚିବା ପରେ ଦେଖିଲା ଜଣେ ଯୁବ ଆଡଭୋକେଟ୍ ତାକୁ ଅପେକ୍ଷା କରିଥିଲେ। ସେ ତାଙ୍କ ନିକଟରେ ପହଞ୍ଚିବା ପରେ ଯୁବ ଆଡଭୋକେଟ୍ ଜଣକ କହିଲେ ଭାରତୀୟ ଖବରକାଗଜ ରେ ଆପଣଙ୍କ ବିଷୟରେ ଖବର ପ୍ରକାଶିତ ହେବା ପରେ ମାନବିକ ଅଧିକାରର ସୁରକ୍ଷା ପାଇଁ କାର୍ଯ୍ୟରତ ଏକ ସଂଗଠନ ରୁ ସେ ଆସିଛନ୍ତି। ଓକିଲାତି ନାମାରେ ଦସ୍ତଖତ କରିବା ପରେ ସେ ବିଦାୟ ନେଲେ। ପ୍ରାୟ ବର୍ଷେ ଲାଗିଲା ତାକୁ ନ୍ୟାୟ ମିଳିବା ପାଇଁ। ଜେଲରୁ ସେହି ସଂଗଠନ ର କାର୍ଯ୍ୟାଳୟ କୁ ଯିବାପରେ ଦୁଇତିନିଦିନ ମଧ୍ୟରେ ତାକୁ ପଂଜାବ ର ସେହି ସୀମାନ୍ତ ଅଞ୍ଚଳରେ ଛାଡି ଦିଆଗଲା ଯେଉଁଠାରୁ ତାକୁ ପାକ୍ ସୈନିକ ମାନେ ନେଇଯାଇଥିଲେ।। ସେଦିନ ସେ ବହୁତ ଖୁସି ଥିଲା। ଭାବୁଥିଲା ଲତା ତାକୁ ଦେଖି ବହୁତ ଖୁସି ହୋଇଯିବ। ଝିଅ ଟା ଆସିଲାବେଳେ ତିନି ବର୍ଷର ହୋଇଥିଲା। ଏବେ ସେ ସ୍କୁଲ ଯିବଣି। ଏମିତି ଭାବୁ ଭାବୁ ସେ କେତେ ବେଳେ ଗାଁ ନିକଟରେ ପହଞ୍ଚି ଗଲାଣି ତାକୁ ମାଲୁମ ନାହିଁ। ହଠାତ୍ ତାର ନଜର ଆରପଟରୁ ଆସୁଥିବା ଲୋକଟି ଉପରେ ପଡ଼ିଲା।ସେ ଲତାର ମାମୁଁ ପ୍ରସନଜୀତ ଚାଚା ଥିଲେ। ତାଙ୍କ ନିକଟକୁ ଗଲା ସେ। ଭାବୁଥିଲା ତାକୁ ଦେଖି ସେ ବହୁତ ଖୁସି ହୋଇଯିବେ। କିନ୍ତୁ ଶାନ୍ତନୁ କୁ ଦେଖି ନ ଦେଖିଲା ପରି ପଳାଇବାକୁ ବାହାରିଛନ୍ତି ତା ପାଟିରୁ ବାହାରି ପଡ଼ିଲା ଚାଚା କଣ ଚିହ୍ନି ପାରୁନ। ମୁଁ ପରା ଶାନ୍ତନୁ। ପଛକୁ ବୁଲି ପଡି ତାକୁ ଚାହିଁ ସେ ଚମକି ପଡି କହିଲେ ଶାନ୍ତନୁ ସେ ତ ପାକିସ୍ତାନୀ ସେନାସହ ତାକୁ ଧରି ନେଇ ଥିଲେ। ସେଠାରେ ତାକୁ ବହୁତ ଅତ୍ୟାଚାର କରିବା ପରେ ସେତ ହିନ୍ଦୁ ଧର୍ମ ଛାଡ଼ି ଇସଲାମ ଧର୍ମ ଗ୍ରହଣ କରି ନେଇ ପାକିସ୍ଥାନ ରେ ଥିଲା।କଣ ଗୋଟେ ଗଣ୍ଡଗୋଳ ସେଠାରେ ହେଲା ଯେ ସେଠାକାର ପଠାଣ ମାନେ ତାକୁ ପିଟିପିଟି ମାରିଦେଲେ। ପ୍ରସନଜୀତ ଚାଚା ର ହାତକୁ ଧରି ପକେଇ ଶାନ୍ତନୁ ପଚାରିଲା ତୁମକୁ ଏ ଡାହା ମିଛ ସବୁ କିଏ କହିଲା।ଚାଚା ଚାରିଆଡକୁ ଚାହିଁ କହିଲା ସେ କଥା ପଚାରନି।ଏଠି କାନ୍ଥ ବାଡର ମଧ୍ୟ କାନ ଅଛି । ଶାନ୍ତନୁ ତା ହାତକୁ ଧରି ପକେଇ କହିଲା ଚାଚା ତୁମେ ଭଲ କରି ଦେଖ ମୁଁ ଶାନ୍ତନୁ। କିଛି ସମୟ ତାକୁ ନିରିଖି ଚାହିଁବା ପରେ କହିଲେ ହଁ ତମେ ଶାନ୍ତନୁ ପରି ତ ଦେଖା ଯାଉଛ। କିନ୍ତୁ........ ଏତିକି କହି ସେ ରହିଗଲେ। ଶାନ୍ତନୁ ପଚାରିଲା ହଁ କଣ କୁହ।ରହିଗଲ କାହିଁକି।ଚାଚା ଚାରିଆଡକୁ ଚାହିଁ କହିଲେ ବାପା ଆମ ରାଜା ଶିଦ୍ଧ ଆଶ୍ରମରୁ ଶୁଣି କରି ଆସି ଏ ସବୁ କଥା କହୁଥିଲା । ଶାନ୍ତନୁ ର ରାଗ ପଞ୍ଚମକୁ ଉଠିଗଲା।ସେ ନିଶ୍ଚିତ ହୋଇଗଲା ଯେ ରାଜା ଭାରତୀୟ ହୋଇ ମଧ୍ୟ ଟଙ୍କା ଲାଳସାରେ ପାକିସ୍ଥାନର ଗୁପ୍ତଚର କାମ କରୁଛି। ତାଙ୍କ ସହିତ କଥା ସେତିକିରେ ସାରି ସେ ଘର ମୁହାଁ ହେଲା।

ଘରେ ପହଞ୍ଚି ସେ ଯାହା ଦେଖିଲା ସେଥିରେ ସେ ନିଜକୁ ବିଶ୍ଵାସ କରିପାରିଲାନି ।ତା ଘରେ ଲତା କି ଝିଅକୁ ପାଇଲା ନାହିଁ।ତା ଘରେ ଲତା ର ଜଣେ ସମ୍ପର୍କୀୟ ଭାଇ ରହୁଥିଲେ। ସେ କିଛି ସମୟ ଠିଆ ହେବା ପରେ ଜଣେ ବୟସ୍କ ବ୍ୟକ୍ତି ପଦାକୁ ଆସି ଲତା ପଡୋଶୀ ଗାଆଁର ଗୋଟିଏ ଯୁବକକୁ ବାହା ହୋଇ ସେହି ଗାଁ ରେ ରହୁଛି ବୋଲି କହିଲେ। ଲତା ଏପରି କରିଥିବ ବୋଲି ତାର ବିଶ୍ୱାସ ହେଲାନାହିଁ। ସନ୍ଧ୍ୟା ହୋଇ ଯାଇଥିଲା ତେଣୁ କାଲି ସେ ଗାଁ କୁ ଯିବ ଭାବି ଲତାର ସେହି ସମ୍ପର୍କୀୟ ଭାଇ ରାଜନ ଭାଇଙ୍କୁ ଡାକିଲା।ରାଜନ ଭାଇ ତା ଡାକ ଶୁଣି ଆସିଲେ କିନ୍ତୁ ବହୁତ ଗମ୍ଭୀର ହୋଇ। ଶାନ୍ତନୁ ତାଙ୍କୁ ପଚାରିଲା ଭାଇ ଲତା ଏ ଘରେ ଅଛି କି ନାହିଁ ତାହା ଅଲଗା କଥା କିନ୍ତୁ ଘର ତ ମୋର ନା। ତେଣୁ ମୁଁ ଯେତେବେଳେ ଆସିଲିଣି ଆପଣମାନେ ଘର ଖାଲି କରନ୍ତୁ।ତାର ଏଭଳି ରୋକ୍ ଠୋକ୍ କଥା ଶୁଣି ରାଜନ୍ ଭାଇ ପ୍ରଥମେ ହଡବଡେଇ ଗଲେ ତାପରେ କହିଲେ କଣ ତୁମେ ମୋତେ ଧମକାଉଛ। ଶାନ୍ତନୁ ହସିଦେଇ କହିଲା ନା ଆପଣ ମୋଠାରୁ ବୟସରେ ବଡ଼ ତେଣୁ ମୁଁ ଆପଣଙ୍କୁ ଧମକ ଦେଉନାହିଁ। ରାଜନ୍ ଭାଇ କଣ ଭାବିଲେ କେଜାଣି ହଠାତ୍ କହିଲେ ନାଁ ତୁମ ଘର ତୁମେ ରହିବ। ମୋର କିଛି କହିବାର ନାହିଁ। କିନ୍ତୁ ମୋତେ ମାସେ ପନ୍ଦର ଦିନ ସମୟ ଦିଅ ମୁଁ ମୋ ଘରକୁ ପଳାଇବି।ତାର ଉତ୍ତର କୁ ଅପେକ୍ଷା ନ କରି କହିଲେ ସେ କଥା ପରେ ହେବା।ରାତି ବହୁତ ହେଲାଣି ତୁମେ ଘରକୁ ଆସ।ଧୁଆ ଧୋଇ ହୋଇ କଣ ଟିକେ ଖାଇଦେଇ ବିଶ୍ରାମ ନିଅ। କାଲି କଥା ହେବା।ଘର ଭିତରକୁ ଯାଇ ଧୁଆ ଧୋଇ ହୋଇ ତା ପାଇଁ ଉଦ୍ଦିଷ୍ଟ ରୁମକୁ ଯାଇ ବିଛଣାରେ ଗଡୁଛି। ଏହି ସମୟରେ ରାଜନ୍ ଭାଇ ଙ୍କ ସ୍ତ୍ରୀ ତା ପାଇଁ ରୋଟି ଓ ଭଜା ଧରି ଆସି ତା ନିକଟରେ ରଖିଦେଇ ଗଲେ।ସେ ଖାଦ୍ୟ ଖାଇବାକୁ ସେ ଦାଣ୍ଡରେ ଥିବା ପିଣ୍ଡି ଉପରକୁ ଗଲା। ସାଥିରେ ପାଣି ବୋତଲଟା ମଧ୍ୟ ଧରି କରି ଗଲା। ପିଣ୍ଡି ରେ ବସି ଖାଇବାକୁ ଯାଉଛି ଏହିସମୟରେ ଦୁଇତିନିଟି କୁକୁର ଆସି ପହଞ୍ଚି ଗଲେ। ଶାନ୍ତନୁ ର ମନେ ପଡିଗଲା ତାର ବଳିଆ କୁକୁର କଥା।ସେ ଚାଷ କରୁଥିବା ସମୟରେ ସବୁବେଳେ ତା ପାଖରେ ରହୁଥିଲା। ଖରାବେଳେ ଘରୁ ଆଣିଥିବା ଖାଦ୍ୟରୁ ପ୍ରଥମେ ବଳିଆ କୁକୁର କୁ କିଛି ଦେବା ପରେ ସେ ଖାଏ। ସେଦିନ ବଳିଆ ଥିଲେ ତାକୁ ପାକିସ୍ତାନ ସେନା ନେଇ ପାରି ନ ଥାନ୍ତେ। ସେ ତାଙ୍କ ପଛରେ ଆସୁଥିଲା କିନ୍ତୁ ରାଜା ତାକୁ କିଛି ଖାଦ୍ୟ ଦେବାପରେ ସେ ଆଉ ତାଙ୍କ ପଛରେ ଆସିଲାନି। ବୋଧହୁଏ ରାଜା ସେ ଖାଦ୍ୟ ରେ ବିଷ ମିଶାଇ ଥିଲା। ଏମିତି ଭାବୁ ଭାବୁ କୁକୁର ନିକଟରେ ରୁଟିରୁ ଛିଣ୍ଡାଇ କିଛି ପକାଇ ଦେଲା ସେ। ଖାଇବାକୁ ଯାଉଛି ଏହି ସମୟରେ ରାଜନ୍ ଚାଚା ତାକୁ ଖୋଜି ଖୋଜି ଆସି ପହଞ୍ଚିଲେ।ଆରେ ଶାନ୍ତନୁ ତୁମେ ଏଠି ବସିଛ ମୁଁ ଘରେ ଖୋଜୁଛି।ଚାଲ ଆମ ଘରେ ଖାଇକରି ଆସିବ। ଏତିକି କହି ସେ ତା ନିକଟରେ ବସିପଡ଼ି ଗାଁ କଥା ଗପିବାକୁ ଲାଗିଲେ। ଏହି ସମୟରେ କାହାର ଗଁ ଗଁ ଶବ୍ଦ ଶୁଣି ସେ ଚମକି ପଡି ଦେଖେତ କୁକୁର ଦୁଇଟି ତଳେ ପଡି ଛଟପଟ ହେଉଛନ୍ତି। ତେବେ କଣ ସେ ଖାଦ୍ୟରେ ବିଷ ମିଶାଯାଇ ଥିଲା।ବଳକା ଖାଦ୍ୟକୁ ତା ବ୍ୟାଗ୍ ରେ ରଖି ରାଜନ୍ ଚାଚା ଙ୍କୁ ସେ ଖାଇ ସାରିଛି କହି ଘରକୁ ଶୋଇବାକୁ ଗଲା। ବହୁତ ଭୟ ଲାଗୁଥିଲା ତାକୁ। ରାତିରେ ଭଲରେ ନିଦ ହେଲାନି ତାକୁ।ରାତି ଅଧରେ କିଏ ଜଣେ କବାଟ ବାଡଉଥିଲା।ସେ କିନ୍ତୁ ଭୟରେ କବାଟ ଖୋଲିଲା ନାହିଁ।ତାପର ଦିନ ସକାଳୁ ଉଠୁଉଠୁ ରାଜନ୍ ଭାଇ ଆସି ହାଜର। ସେ ତାକୁ ଆଶ୍ଚର୍ଯ୍ୟ ହୋଇ ଦେଖୁଥାନ୍ତି। କାହାକୁ କିଛି ନକହି ଶାନ୍ତନୁ ସିଧା ପୋଲିସ ଷ୍ଟେସନ ରେ ପହଞ୍ଚି ରାଜନ୍ ଭାଇ ନାମରେ ଅଭିଯୋଗ କରିବା ପରେ ପୁଲିସ୍ ଗାଁ କୁ ଆସି ରାଜନ୍ ସମେତ କିଛି ଲୋକଙ୍କୁ ଆରେଷ୍ଟ କରି ନେଇ ଥାନାରେ ପଚରାଉଚରା କରିବା ପରେ ରାଜନ୍ ଭାଇ ସବୁ ମାନିଗଲେ। ଥାନା ରୁ ସନ୍ଧ୍ୟା ବେଳେ ଫେରି ଗାଁ ମୁଣ୍ଡରେ ହୋଇଛି ପ୍ରଧାନଙ୍କ ସହିତ ତାର ଦେଖା ହୋଇଗଲା। ପ୍ରଧାନ ସବୁ ଘଟଣା ଶୁଣିବା ପରେ ଆଜି ରାତିରେ ଗାଁ ବୈଠକ ଡାକି ଏହାର ଆଲୋଚନା କରିବା ପାଇଁ କହିଲେ।

ରାତିରେ ଶାନ୍ତନୁ ଗାଁ ଲୋକଙ୍କ ଆଗରେ ସବୁ ଘଟଣା କହିବା ପରେ ଗାଁ ଲୋକମାନେ ରାଜନ୍ ଭାଇ ପରିବାରକୁ ସାତଦିନ ମଧ୍ୟରେ ଶାନ୍ତନୁ ର ଘରଛାଡିବାକୁ କହିଲେ ଓ ସେତିକି ଦିନ ପର୍ଯ୍ୟନ୍ତ ଶାନ୍ତନୁ ଗାଁ ମୁଖିଆଙ୍କ ଘରେ ରହିବାର ବ୍ୟବସ୍ଥା କରିଦେଲେ। ଏହା ମଧ୍ୟରେ ଗାଁ ର କିଛି ଯୁବକ ଶାନ୍ତନୁ କୁ ଥାନା କେସକୁ ଦଫା କରିବା ପାଇଁ କହିଲେ। ରାଜନ୍ ଭାଇ ବେଲ୍ ରେ ଆସି ଏହି ଯୁବକମାନଙ୍କୁ ତା ପାଖକୁ ପଠାଇଥିବା ଭଳି ତାକୁ ଲାଗିଲା। ଶାନ୍ତନୁ ସେମାନଙ୍କ ପ୍ରସ୍ତାବ ରେ ବାଧ୍ୟ ହୋଇ ରାଜି ହୋଇଗଲା। ଗୋଟିଏ ଦିନ ସମସ୍ତେ ସାଙ୍ଗହୋଇ ଥାନାକୁ ଗଲେ। କିନ୍ତୁ ଥାନାଧିକାରୀ ଯେହେତୁ ଏହା ଏକ ହତ୍ୟା ମାମଲା ତେଣୁ ରଫାଦଫା କରିହେବ ନାହିଁ ବୋଲି କହିଲେ। ତେଣୁ ସେମାନେ ବାଧ୍ୟ ହୋଇ ଗାଆଁକୁ ଫେରିଲେ। ଏହା ମଧ୍ୟରେ ତା'ର ଲତା ବାହାହୋଇଥିବା ଗାଆଁ ର ଗ୍ରାମରକ୍ଷୀ ସହିତ ଦେଖା ହେଲା । ସେ ତାଆଡୁ ଲତା ବିଷୟରେ ଯାହା କହିଲା ସେଥିରେ ସେ ଆଶ୍ଚର୍ଯ୍ୟ ହୋଇଗଲା। ଲତା ସେଠାରେ ବିବାହ କରିନଥିଲା। ରାଜନ୍ ଗାଆଁ ର କିଛି ଲୋକଙ୍କ ସହ ମିଶି ଲତାକୁ ସେ ଗାଁ ର ଜଣେ ପ୍ରଭାବଶାଳୀ ରାଜନେତାଙ୍କୁ ବିକ୍ରି କରି ଦେଇଥିଲେ । ସେଠାରେ ଲତାକୁ ଚାଷ କାମରେ ନିୟୋଜିତ କରାଯିବା ସହ ଯୈ।ନଦାସୀ ଭାବେ ନିୟୋଜିତ କରାଯାଇଥିଲା।ସେ କଥା ଶୁଣିବା ପରେ ମୁଣ୍ଡକୁ ତାର ପିତ୍ତ ଚଢ଼ିଗଲା। ତାପରେ ନିଜକୁ ନିୟନ୍ତ୍ରଣରେ ଆଣି ଗାଁ କୁ ସେମାନଙ୍କ ସହ ଫେରିଲା। ରାତିରେ ଶୋଇବା ସମୟରେ ଏ ବିଷୟରେ କଣ କରିବ ଏ ବିଷୟରେ ଚିନ୍ତା କରି ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ଏ ସମ୍ପର୍କରେ ଅବଗତ କରାଇବା ପାଇଁ ସିଦ୍ଧାନ୍ତ ନେଲା।

ତାପର ଦିନ ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟକୁ ଯାଇ ଆରକ୍ଷୀ ଅଧିକ୍ଷକଙ୍କୁ ସାକ୍ଷାତ କରି ଏହି ବିଷୟରେ ଅଭିଯୋଗ ଜଣାଇଁ ତା ସ୍ତ୍ରୀ କିପରି ସେ ନର୍କ କୁଣ୍ଡ ରୁ ଉଦ୍ଧାର ହେବ ଏଥିପାଇଁ ବହୁ ଅନୁନୟ ବିନୟ ହେଲା। ନୁଆ କରି ଯୋଗ ଦେଇଥିବା ମହିଳା ଆଇପିଏସ୍ ଅଫିସର ସ୍ୱାଗତିକା ସିଂ ତାକୁ ଲତା କୁ ସେ ଫେରି ପାଇବ ଏହି ପ୍ରତିଶ୍ରୁତି ଦେଲେ। ଅନେକ ଦ୍ବନ୍ଦନେଇ ସେ ଘରକୁ ଫେରିଲା। ଗାଁ ରେ ପହଞ୍ଚି ପୁଣି ଚାଷକାମ ରେ ମନଦେଲା। ଦିନେ ଦ୍ବିପହରରେ ସେ ଖାଇବାକୁ ଯାଉଛି ଏହିସମୟରେ ଦାଣ୍ଡରେ ଗାଡ଼ି ଶବ୍ଦ ଶୁଣି ସେ ଖାଇବା ପାଖରୁ ଉଠି ଦାଣ୍ଡ ଦୁଆରେ ପହଞ୍ଚି ଦେଖିଲା ଚାରିଟା ଗାଡ଼ିରେ ପୁଲିସ ଫୋର୍ସ ସହିତ ସେହି ମହିଳା ଆଇପିଏସ୍ ଜଣକ ଆସିଛନ୍ତି। ତାକୁ ଦେଖି ସେ ଗାଡିରୁ ଓହ୍ଲାଇ ତା ନିକଟକୁ ଆସି କହିଲେ ତୁମେ ଶାନ୍ତନୁ ବାବୁ ନା।ତାର ଉତ୍ତର କୁ ଅପେକ୍ଷା ନ କରି କହିଲେ ତୂମ ସ୍ତ୍ରୀ ଓ ଝିଅକୁ ସେଠାରୁ ଉଦ୍ଧାର କରିବା ସହ ଦୋଷୀ କୁ ଆରେଷ୍ଟ କରାଯାଇଛି। ତାପରେ ସେ ତା ସ୍ତ୍ରୀ ର ନାମ ଧରି ଡ଼ାକିଲେ। ଲତା ଓ ତା ଝିଅ ଗାଡ଼ି ରୁ ଓହ୍ଲାଇ ତା ପାଖରେ ପହଞ୍ଚିଲେ।

ଖୁସିରେ ଲତା ଭୋଭୋ ହୋଇ କାନ୍ଦିବା ସହ ତା ପାଦତଳେ ପଡ଼ିଗଲା। ଝିଅକୁ କୋଳେଇ ନେଲା ସେ। ସ୍ବାମୀ ସ୍ତ୍ରୀ ଙ୍କ ଏହି ମିଳନର ଅପୁର୍ବ ମୁହୁର୍ତ୍ତ କୁ ଦେଖି ଯୁବ ଆଇପିଏସ୍ ସ୍ୱାଗତିକା ସିଂ ମଧ୍ୟ କାନ୍ଦି ପକାଇଲେ। କିଛି ସମୟ ପରେ ନିଜକୁ ପ୍ରକୃତିସ୍ଥ କରି ଲତାକୁ କହିଲେ ଅପା ତୁମର ଦୁର୍ଦ୍ଦିନର ଅନ୍ତ ଘଟିଛି। ତୁମେ ତୁମ ସ୍ବାମୀଙ୍କୁ ଫେରି ପାଇଛ। ତୁମେ ଦୁଇଜଣ ଆମ ସମାଜ ପାଇଁ ଏକ ଦୃଷ୍ଟାନ୍ତ। ମୋର କାର୍ଡ ରଖ ତୁମର ତଥା ଏ ଅଞ୍ଚଳର କୈାଣସି ନାରୀମାନଙ୍କୁ ଯଦି କୌଣସି ମାନସିକ ତଥା ଶାରୀରିକ ନିର୍ଯ୍ୟାତନା ଦିଆଯାଏ ତେବେ ମୋତେ ଫୋନ୍ କରି ଜଣାଇବ। ତୁମର ଏହି ସଂଗ୍ରାମ ରେ ତୁମର ଏ ଭଉଣୀ ତୁମ ସହିତ ଅଛି। ଏତିକି କହି ସେ ବିଦାୟ ନେଲେ। ବହୁ ଦିନ ନିର୍ଯାତନା ଶୀକାର ହୋଇଥିବା ଲତା ବହୁତ ଦୁର୍ବଳ ହୋଇ ପଡ଼ିଥିଲା। ନିଜ ପାଇଁ କରିଥିବା ଖାଦ୍ୟକୁ ସେ ମା ଝିଅଙ୍କୁ ବାଢିଦେଲା। ଖାଦ୍ୟ ଦେଖି ବହୁତ ଦିନ ର ଭୋକିଲା ଥିବା ଲତା ତାକୁ ନ ଡାକି ଖାଇବାକୁ ଲାଗିଲା। ଶାନ୍ତନୁ ର ମୁହଁ ରେ ଥିଲା ପରିତୃପ୍ତିର ହସ। କିଛି ଖାଇବା ପରେ ଲତା ପଚାରିଲା ତୁମେ ଖାଇବନି କି। ହସିଦେଇ ଶାନ୍ତନୁ କହିଲା ମୋ ପାଇଁ ଚିନ୍ତା କରନି। ମୋତେ ତୁମ ରୁଣ ସୁଝିବାକୁ ସୁଯୋଗ ଦିଅ। ତୁମର ଶରୀର ଅସୁସ୍ଥ ଅଛି। ତୁମେ ଖାଅ। ଏବେ ମୁଁ ରୋଷେଇ ଆରମ୍ଭ କରିଦେଉଛି ସନ୍ଧ୍ୟା ବେଳକୁ ମୁଁ ଖାଇନେବି। ତୁମେ ଖାଇସାରି ବିଶ୍ରାମ ନିଅ। ମୁଁ ଗାଁ ମୁଣ୍ଡରେ ଥିବା ପରିବା ଦୋକାନ ରୁ ପରିବା ନେଇ ଆସୁଛି କହି ଶାନ୍ତନୁ ଘରୁ ବାହାରି ଗଲା ।

ରାତିରେ ଖାଇସାରି ଦୁଆର ମଝିରେ ଖଟିଆ ପକାଇ ଗଡୁଥିଲା ଶାନ୍ତନୁ। ଲତା କାମସାରି ଆସି ତା ନିକଟରେ ବସି ଗପ ଆରମ୍ଭ କଲା। ଶାନ୍ତନୁ ଠାରୁ ତାକୁ ପାକିସ୍ଥାନ ସେନା ଦେଇଥିବା ନିର୍ଯାତନା ର କରୁଣ କାହାଣୀ ଶୁଣିବା ପରେ ଲତା ଆଖିରେ ଲୁହ ଆସିଗଲା। ଏହି ସମୟରେ ଝିଅ ମାମା ମାମା ଡାକିବାରୁ ସେ ଉଠିଗଲା।



Rate this content
Log in

Similar oriya story from Romance