STORYMIRROR

Maheswar sahoo

Fantasy Inspirational

3  

Maheswar sahoo

Fantasy Inspirational

ଡଗରା

ଡଗରା

3 mins
442

ଡଗରା ନାମରେ ଜଣେ ପିଲା ଷଷ୍ଠ ଶ୍ରେଣୀରେ ପଢେ । ସେ ବାପା ମାଙ୍କର ଏକଇର ବଳା ବିସିକେଶନ ଥିଲା । ସବୁବେଳେ ସେ ଭଲ ପାଠ ପଢିବାକୁ ସ୍ବପ୍ନ ଦେଖେ ହେଲେ ତାର ଯାହା ପଢେ ମନେ ରୁହେନି । ଦିନ ରାତି ବହୁତ ପରିଶ୍ରମ କରି ଶେଷରେ ବାର୍ଷିକ ପରୀକ୍ଷାରେ ଫେଲ ହୁଏ । 

ଦିନେ ସେ ଜେଜେଙ୍କ ପାଖରୁ ଗୋଟେ ଗପ ଶୁଣିଲା । ଗପଟି ହେଲା ନାଗମଣି । ଯିଏ ନାଗମଣି ପାଇଯାଏ ସେ ଯାହା ଚାହେଁ କରି ପାରେ । ଏଥର ଡଗରା ଡଗଡଗ ହୋଇ ଜେଜେଙ୍କୁ କହିଲା ଜେଜେ ନାଗମଣି କେଉଁଠୁ ମିଳିବ । ଜେଜେ କହିଲେ ସେଇଟା ପାହାଡ଼ରେ ମିଳିବ ଆଉ ମଣି ପାଖରେ ସର୍ବଦା ନାଗ ଦେବତା ଜଗି ରହିଥାଏ । ମଣିଷ ସେଠାକୁ ଯିବା ଅସମ୍ଭବ । ଡଗରା କହିଲା ଜେଜେ ମଣିଷ କାହିଁକି ଯାଇ ପରିବନାହିଁ । ଜେଜେ କହିଲେ କାରଣ ନଗଦେବତାଙ୍କର ବିଷ ଜ୍ୱାଳାରେ ମୃତ୍ୟୁ ବରଣ କରିବାକୁ ପଡେ । 

ଡଗରା ଜେଜେଙ୍କୁ ପଚାରିଲା ଜେଜେ ମଣିଷ କେମିତି ଯାଇ ପାରେ ନାଗ ଦେବତାଙ୍କ ପାଖକୁ? ଜେଜେ କହିଲେ ଯିଏ ନାଗଦେବତାଙ୍କୁ ପ୍ରଶନ୍ନ କରିପାରେ ସେ ହିଁ ମଣି ପାଇପାରେ । ଡଗରା ଏମିତି ନାଗ ଦେବତାଙ୍କର ମଣି ଲୋଭରେ ବହୁତ ଭାବି ଚାଲୁଥାଏ । କେମିତି ମଣି ପାଇବ । ଯଦି ମଣିଟିଏ ପାଇଯାଆନ୍ତା ତାହାହେଲେ ସେ ଯାହା ଚାହାନ୍ତା କରିପାରନ୍ତା । ଶ୍ରେଣୀରେ ବି ପ୍ରଥମ ହେଇ ପାରନ୍ତା । ଯାହା ପଢନ୍ତା ସବୁ ମନେବି ରୁହନ୍ତା । ରାତିଦିନ ସେ ଖାଲି ମନେ ମନେ ମଣିର କାମନା କରୁଥାଏ । 

ଯାହାବି ଆଗରୁ ପଢୁଥିଲା ଏବେ ଆହୁରୀ ତାର ପଢ଼ା କମିବାରେ ଲାଗିଲା କେବଳ ତାର ମନରେ କେବଳ ମଣି କେମିତି ପାଇବ ଆଉ ମଣିକୁ ଯାହା କାମନା କରିବ ତାର ମନସ୍କାମନା ମଣିଦ୍ୱାରା ପୂରଣ ହେବ । ଏମିତି ବହୁତ କିଛି ଭାବୁଥାଏ ।

ଦିନେ ସକାଳ ସମୟ ରବିବାର । ବିଦ୍ୟାଳୟ ଛୁଟି ଦିନ । ସେ ଘରୁ ଲୁଚି ପାହାଡ଼ ଆଡକୁ ମୁଁହାଇଲା । ନାଳ ବଣ ଡେଇଁ ଚାଲୁଥାଏ । ଚାଲି ଚାଲି ଗୋଟିଏ ବଡ ନଦୀ ପାଖରେ ପହଁଚିଲା । ଆଉ ସେ ଯାଇ ସେଇ ନଦୀ କୂଳରେ ଟିକିଏ ବସିପଡିଲା । ଥଣ୍ଡା ପବନ ବହୁଥାଏ । ତାକୁ ଟିକିଏ ନିଦ ଆସିଗଲା । ହଠାତ ଗୋଟିଏ ଛୋଟିଆ ସ୍ବପ୍ନ ଦେଖିଲା ଯେ'କି ତା ବାପା ଆଉ ମା' ତାକୁ ଖୋଜୁଛନ୍ତି । ମା' କନ୍ଧୁଛନ୍ତି । କ'ଣ ବା ସେ କରିବ । ତାର ଲକ୍ଷ କେବଳ ମଣି । ସେ ମରିଯାଇ ପାରେ ହେଲେ ମଣି ବିନା ଘରକୁ ଫେରିବନି । 

ପୁଣି ଉଠିପଡ଼ି ଆଗକୁ ଯିବାକୁ ଲାଗିଲା । ତାକୁ ଭୋକ ଲାଗିବାକୁ ଆରମ୍ଭ ହେଲା । ସେ ଭାବୁଥାଏ ଭୋକ ଲାଗୁ ହେଲେ ତାର ମଣି ଦରକାର । ପୁଣି ଜଙ୍ଗଲ ଆଡ଼କୁ ଚାଲିବାକୁ ଲାଗିଲା । ନିର୍ଜନ ଜଙ୍ଗଲରେ ଏକୁଟିଆ କିନ୍ତୁ ସେ କୌଣସି ଭୟ ଆଉ ବାଧାବିଘ୍ନକୁ ଖାତର ନକରି ଆଗକୁ ଆଗକୁ ବଢ଼ିବାରେ ଲାଗିଛି। 

ପାହାଡ଼ର ପାଦ ଦେଶରେ ଯାଇ ପହଁଚିଲା । ମାଙ୍କଡ଼ ଶିଆଳ ବାରା ଆଦି ପଶୁ ମାନେ ଗର୍ଜନ ତର୍ଜନ କରୁଥାନ୍ତି ତଥାପି ଭୟ ଅସୁନଥାଏ । କିଛି ଦୂର ଗଲାପରେ ସନ୍ଧ୍ୟା ଆସିଯାଇଥାଏ ଆଉ ଚାରିଆଡ଼ ଅନ୍ଧକାର ଛାଇଯାଇଥାଏ । ହଠାତ ତାର ନଜର ପଡିଯାଇଥିଲା ଜଣେ ଋଷି ତାପଷ୍ୟା କରୁଥିବାର ନଜର ଆସିଲା । ଋଷି ଜଣଙ୍କର ପାହାଡ଼ର ଗୁମ୍ଫା ମଧ୍ୟରେ ଏକ ଆଶ୍ରମ ପରିସରରେ ସେ ଧ୍ୟାନ ମଗ୍ନ ଅଛନ୍ତି । ଡଗରା ଆଉ ଆଗକୁ ନ ଯାଇ ସେଇଠି ଟିକିଏ ବସିପଡ଼ିଲା । ଋଷି ଧ୍ୟାନ ମଗ୍ନ ଥାଆନ୍ତି । ଡଗରା ଜେଜେଙ୍କ ଠାରୁ ଜାଣିଥିଲା ଯଦି କୌଣସି ଧ୍ୟାନ ମଗ୍ନ ଋଷିଙ୍କୁ ଧ୍ୟାନ ଭଙ୍ଗ କରାଯାଏ ତାହାହେଲେ ସେ ଅଭିଶାପ ଦେବେ। ତେଣୁ ସେ ସେଇଠି ବସିରହିଲା । ଧ୍ୟାନରେ ଋଷି ଜଣଙ୍କ କହିଲେ ବସ୍ସ ତୁମେ ବି ଧ୍ୟାନ କର ଆଉ ମୁଁ ଯେଉଁ ମନ୍ତ୍ର କହୁଛି ମୋ ସାଥିରେ ଉଚ୍ଚାରଣ କର ଏମିତି କଲେ ତୁମ ଇଛା ପୁରଣ ହେବ ଆଉ ନାଗ ଦେବ ଶାନ୍ତି ହେବେ।

ଡଗରା ଶୁଣି ବହୁତ ଖୁସି ହୋଇ ଋଷିଙ୍କର ନୂଆ ନୂଆ ମନ୍ତ୍ର ଗୁଡିକୁ ପୁରା ରାତ୍ରି ଶିଖିବାରେ ଲାଗିଲା । ବାରମ୍ବାର ଉଚ୍ଛେଦ ପ୍ରକ୍ରିୟା ଜାରି କରି ମନ୍ତ୍ର ଗୁଡିକୁ ଶିଖିବାରେ ସଫଳ ହେଲା। ଏମିତିକି ଋଷିଙ୍କ ସହ ସେ ମନ୍ତ୍ରରେ ଏମିତି ଜଡିତ ହୋଇଗଲା ଯେ ଭୋକ ଶୋଷ ରାତି ଦିନ ସବୁ ଭୁଲି ଗଲା । ଦିନ ଦିନ ମାସ ମାସ ବିତିବାରେ ଲାଗିଥାଏ । ଶେଷରେ ପିଲାଟିର କଠୋର ସାଧନାରେ ନାଗ ଦେବ ପ୍ରସନ୍ନ ହୋଇ ଗଲେ ଆଉ ଆସି ଡଗରା ପାଖରେ ପହଁଚିଲେ । 

ଡଗରା ନାଗଦେବତାଙ୍କୁ ଦେଖି ପ୍ରଣାମ ଜଣାଇଲା । ନାଗଦେବତା ତାକୁ କହିଲେ ପୁତ୍ର ତୁମେ ଏବେ ମହା ଜ୍ଞାନୀ ହୋଇ ସାରିଛ ତୁମେ ଏବେ ଆଉ ଡଗରା ହୋଇ ନାହଁ। ତୁମେ ଦୀର୍ଘ ପାଞ୍ଚ ବର୍ଷ କଠୋର ତାପସ୍ୟା କରିଛ । ଯାହା ଜଣେ ମଣିଷ ପାଇଁ ଏହା ଅସାଧାରଣ । ତୁମ ଜ୍ଞାନ ପାଖରେ ମୁଁ ବି ତୁଚ୍ଛ ହୋଇ ଯାଇଛି। ତୁମେ ଯାଅ ନିଜ ଦେଶର ମଙ୍ଗଳ କାମନା କର ଆଉ ଗରିବ ଜନତାଙ୍କର ସେବା କର । ତୁମେ ଯେଉଁ ଜ୍ଞାନର ନରେନ୍ଦ୍ର ପ୍ରାପ୍ତି କରିଛ ଦିନେ ତୁମେ ବିଶ୍ୱଗୁରୁ ରୁପେ ବିବେଚିତ ହେବ ।

ଡଗରା ନରେନ୍ଦ୍ରର ନାମ ନେଇ ଘରକୁ ଫେରିଥିଲା । ଆଉ ତାର ଜ୍ଞାନ ପ୍ରତିଭାରେ ଶିକ୍ଷକ ବାପା ମାଆ ଖୁସି ହେଇ ଯାଇଥିଲେ । ଯାହାର କେତେବି ପଢିଲେ ମନେ ନ ରୁହେ ସେ ଶିକ୍ଷକଙ୍କ ପ୍ରଶ୍ନର ଉତ୍ତର ଆପେ ଆପେ ଦେଇ ପାରୁଥିଲା । ଶିକ୍ଷକ ହସି ହସି କହିଥିଲେ ଥରେ ପଢି ମନେ ନରହିଲେ ଆମେ ସେହି ଜ୍ଞାନ ପ୍ରାପ୍ତି ପାଇଁ ପାଞ୍ଚ ବର୍ଷ ଯାଏ ତପସ୍ୟା କରିବା ଯେପର୍ଯ୍ୟନ୍ତ ମଣି ରୂପୀ ଜ୍ଞାନ ପ୍ରାପ୍ତି ନ ହୋଇଥାଏ ।


Rate this content
Log in

Similar oriya story from Fantasy