Maheswar sahoo

Children Stories

3  

Maheswar sahoo

Children Stories

ମୁଇଁ ତ ଗରିବ ଛାତ୍ର(ଦ୍ଵିତୀୟ ଭାଗ)

ମୁଇଁ ତ ଗରିବ ଛାତ୍ର(ଦ୍ଵିତୀୟ ଭାଗ)

4 mins
188


ସମ୍ପୂର୍ଣ୍ଣ ରାତି ଉଜାଗର ରହିଲା ଭଳି ତପନ ନିଜର କପଡା ଦେଖୁଥାଏ । ଜାମା ଖଣ୍ଡକୁ ଟାଣି ସରେଇ ଦେଉଥାଏ ହେଲେ ତାହା ପୁଣି ମୋଡି ଯାଉଥାଏ । ଶେଷରେ ଗୋଟେ ଥାଳିକୁ ଗରମ କରି ଇସ୍ତ୍ରୀ କଲା ଭଳି ଜାମା ଉପରେ ରଖିଦେଲା । ଏବେ ତ ଟିକେ ସିଧା ହେଉଛି ଜାମା । ହଁ ଏମିତି ଥରେ ଦୁଇଥର ଘରର ବାସନ ଥାଳିରେ ଜାମାକୁ ଇସ୍ତ୍ରୀ ଦେଉ ଦେଉ ଜାମାଟିର ଗୋଟେ ପାଖରୁ ଟିକେ ପୋଡ଼ିଗଲା । ଭାରି ବିରକ୍ତ ଲାଗିଲାଣି ତାକୁ । ଯାହା ହେଉ ଟିକେ ପୋଡ଼ିଗଲା ଚଳିବ ହେଲେ ମୋଡି ଯାଇ ଅସୁନ୍ଦର ଦେଖା ଯାଉଥିଲା । ଏମିତି ନିଜକୁ ସଜେଇବାର ଚେଷ୍ଟା କରି ଶେଷରେ ନିଦ୍ରା ଆସିବାରୁ ସୋଇପଡ଼ିଲା । 

  ରାତି ପାହି ସକାଳ ହେଲା । ତପନ ଯିବ ରାଜ୍ୟସ୍ତରୀୟ କ୍ରୀଡା ପ୍ରତିଯୋଗିତାରେ ଭାଗ ନେବାକୁ । ତା ସାଙ୍ଗ ମହେଶ ଓ ରାଜେଶ ବହୁତ ବଡ଼ ବଡ଼ିଆ ପିଲା । କେତେ ନୂଆ ନୂଆ କପଡା ପିନ୍ଧିଥିବେ । ତପନ ରାସ୍ତାରେ ଦୌଡ଼ ମାରୁଥାଏ ଓ କେତେ କଥା ଭାବୁଥାଏ । 

  ଏମିତି ଯୋଗକୁ ତପନ ଘରକୁ ଫେରି ଦେଖେତ ବଡ଼ି ଭୋଅରୁ ଠିକାଦାର ଆସି ତାଙ୍କ ଘରେ ହାଜର । ତପନ ଠିକାଦାର ତାଙ୍କ ଘରକୁ ଆସିଛନ୍ତି ଦେଖି ଗୋଟଏ ଲମ୍ବ ମୁଣ୍ଡିଆ ମାରିଲା । ଠିକାଦାର ହାତରେ ଧରିଥିବା ଗୋଟେ ପଛ ଓଳା ବ୍ୟାଗ ତପନ ହାତକୁ ବଢ଼େଇ ଦେଲେ । କହିଲେ ମାଆ ପୁଅଙ୍କର ଦୁଇଦିନର ମଜୁରୀ ମଧ୍ୟ ସେଇ ବ୍ୟାଗ ଭିତରେ ଅଛି । "ହଉ ମୋର ବହୁତ କାମ ଅଛି ମାଉସୀ ! ପୁଅ କଥା କାଲି ମନେ ପଡ଼ିଲା । ମୋ ମନ ବୁଝିଲା ନାହିଁ କାରଣ ତାର ଆଜି ପରୀକ୍ଷା ଅଛି । ତେଣୁ ସେଦିନ କେଇଟା ପଇସା ପାଇଁ ମୋ ଗୋଡ଼ ବି ଧରିଥିଲା । ମୁଁ ରାତି ସାରା ସୋଇପାରିନି କେମିତି ତପନକୁ ତା ମଜୁରୀ ଧରେଇବି । ମୋର ବିଳମ୍ବ ପାଇଁ ମୁଁ ହାତ ଯୋଡି କ୍ଷମା ମାଗୁଛି ମାଉସୀ" । ଏତକ କହି ଠିକାଦାର ସେଠାରୁ ବିଦାୟ ନେଲେ । 

 ଠିକାଦାର ଗଲା ପରେ ତପନ ଚିନ୍ତା କଲା ଏଥିରେ ମଜୁରୀ ବି ରହିଛି ଓ ଆଉ କଣ ରହିଛି ଦେଖିବି । ପୁଣି ଭାବିଲା ସକାଳ ନିତ୍ୟ କର୍ମ ସାରି ମାଆ ପୁଅ ଖୋଲିକି ଦେଖିବୁ କଣ ଅଛି ଏତେ ସୁନ୍ଦର ବ୍ୟାଗ ଭିତରେ । ମନ ଖାଲି ସବୁ କାମ ଗୁଡାକୁ ଯେମିତି ଉଡେଇଲା ଭଳି କରେଇ ଦେଉଛି । ଦାନ୍ତ ଘସା ସରିଲା ପରେ ମାଆଙ୍କୁ ଡାକି ମାଆ ପୁଅ ବ୍ୟାଗ ଖୋଲିବାକୁ ବସିଗଲେ । ୟେ କଣ ପ୍ରଥମେ ବ୍ୟାଗରୁ ପାଉରୋଟି ସହିତ କଦଳୀ ବାହାରିଲା । ମୁଁ ଖାଇବି, ମୁଁ ଖାଇବି, କହି ପାଉଁରୁଟିକୁ ଧରି ଟିକେ ନାଚି ଆସିଲା ତପନ । ପୁଣି ଦେଖିଲା ସାବୁନ, ସାମ୍ପୁ ତେଲ ଓ କୋଲଗେଟ ସହିତ ଦାନ୍ତ ଘସା ବ୍ରସ । ଏବେ ତପନର ଖୁସି କହିଲେ ନ ସରେ । ଦୁଇ ତିନି ଥର ସୁଗନ୍ଧ ଭରା ସାବୁନ ଦୁଇଟିକୁ ଶୁଙ୍ଘିବାରେ ଲାଗିଲା ଓ ବାଃ ବାଃ କହି ଦେଉଥାଏ । ପୁଣି କହୁଥାଏ କି ବାସ୍ନା । ବ୍ରସଟିକୁ କାଢି ଟିକେ କୋଲଗେଟ ଲଗେଇ ଦେଲା, କେମିତି ଦାନ୍ତ ବ୍ରସରେ ଘସା ଯାଏ ଜାଣିବାକୁ । ହେଲେ ସେତ ଆଜି ଦାନ୍ତ ଘଷି ସାରିଛି, ନଷ୍ଟ ନ କରି ପୁଣି ଥରେ ଘସିଦେଵ । କାରଣ ମାଆ ତା ପାଇଁ କରଞ୍ଜ ଦାନ୍ତ କାଠି ସହିତ ଗୋବର ଘସିର ପାଉଁଶ ରଖିଥାନ୍ତି । ସେଇଥିରେ ସେ ଦାନ୍ତ ଘଷେ । ହେଲେ ଆଜି ଠାରୁ ତାକୁ ଦାମୀକିଆ ଓ ବଡ ଲୋକିଆଙ୍କ ଜିନିଷ ମିଳିଛି । ହଉ ଦେଖେ ଆଉ କଣ ଅଛି ବ୍ୟାଗରେ, ୟା ଏଁ କପଡା । ମୋର ବିଦ୍ୟାଳୟ ପାଇଁ ଜାମା ସହିତ ପ୍ୟାଣ୍ଟ ପୁଣି ତା ସହିତ ସ୍ପୋର୍ଟସ ଲେଖା ଯାଇଥିବା ପୁରା ପ୍ୟାଣ୍ଟ ସହିତ ଗଞ୍ଜି । ବାପରେ କଣ ଦୁଇ ଦିନ କାମରେ ଏତିକି ମଜୁରୀ । ପରିଶ୍ରମର ମୂଲ୍ୟ କଣ ଏତେ ଅଧିକା । ରାଜେଶ ଓ ମହେଶର ବାପା ବହୁତ ପରିଶ୍ରମ କରନ୍ତି । ସେଇଥି ପାଇଁ ସେମାନେ ବଡ଼ଲୋକିଆ ହେଇଛନ୍ତି । ଏବେ ଜାଣିଲି ଦୁନିଆର ଯେତେଜଣ ବଡ଼ଲୋକିଆ ଅଛନ୍ତି , ସମସ୍ତେ ଜଣେ ଜଣେ ପରିଶ୍ରମୀ । ଏବେ ଜାମା ପ୍ୟାଣ୍ଟ କାଢି ସାରିବା ପରେ ଟଙ୍କା ବିଡା ଗୋଟେ କାଗଜରେ ଗୋଡା ଯାଇଥିବାର ଦେଖିଲା । ତପନ କାଗଜ ଖୋଲିଲା ଓ ଦେଖିଲା କାଗଜରେ ଲେଖା ହୋଇଛି "ପରିଶ୍ରମ ଓ ସାଧନା ସବୁକିଛି ଦେଇଥାଏ ।" ତୁ ମୋ ହୃଦୟ ଜିତିନେଲୁ କାରଣ ମୁଁ ଗୁରୁତ୍ୱ ନ ଦେଇ ବାହାରକୁ ଚାଲି ଯାଇଥିଲି । ଯାହାକି ଆଜି ନ ପହଞ୍ଚି ଥିଲେ ତପନର ଅବସ୍ଥା କଣ ହେଇଥାନ୍ତା କହିଲୁ । ତେଣୁ ମୋତେ ନିଜ ଭାଇ ଭଳି ଭାବି ଆଗକୁ ବଢିବୁ ବୋଲି ମୋର ଆଶା ।"

  ଲେଖା ପଢି ସାରି ଟଙ୍କା ଗଣି ଦେଖିଲା ରହିଛି ଏକ ହଜାର ଟଙ୍କା । ଯାହାକି ତା ଜୀବନରେ କେବେ ଦେଖି ନ ଥିଲା । ତାକୁ ଭାରି ଭୟ ଲାଗିଲା । ଭୟରେ ଥରି ଥରି ହାତରୁ ପଇସା ଖସେଇ ପକେଇଲା । ଆଉ କହିଲା ମାଆ ସେ କାହିଁକି ଏତେ ଟଙ୍କା ଦେଇଛନ୍ତି । ମାଆ କହିଲେ ସେ ପରା ମୋତେ କହିଗଲେ ମୁଁ ଯାହା ଦେଲି ସବୁ ତପନର ଭବିଷ୍ୟତ ପାଇଁ ଦେଇଛି । ତୋର ତ ଦଶମ ଶ୍ରେଣୀ ହେଲାଣି ତୁ ଏଇ ପଇସାରେ ଗୋଟେ ଦୋକାନ କରିଦେଲେ କଣ ସମ୍ଭାଳି ପାରିବୁ ନାହିଁ । ଦୋକାନରେ ବସିବୁ ତା ସହିତ ପାଠ ପଢ଼ିବୁ । ହଉ ଛାଡେ ସେ କଥା ତୁ ଏବେ ଯିବା ପାଇଁ ପ୍ରସ୍ତୁତ ହଅ । 

  ତପନ ଠାକୁରଙ୍କୁ ବହୁତ ଡାକିଲା ହେ ପ୍ରଭୁ ତମେ ଦୁନିଆରେ କାହିଁକି ଠିକାଦାର ଭଳି ବଡ଼ଲୋକିଆ ବନେଇଲ ନାହିଁ । ଜିଏ ଅନ୍ୟର ଦୁଃଖ ବୁଝି ପାରେ । ଯିଏ ଅନ୍ୟକୁ ଜୀବିକା ଦେବା ସହ ଜୀବନ ଦେଉଛନ୍ତି । ତାଙ୍କ ପରି ମଣିଷ କଣ ୟେ ଦୁନିଆରେ କେହି ଅଛନ୍ତି । ଏମିତି ବହୁତ ପ୍ରାଥନା କଲା ଠିକାଦାରଙ୍କ ମଙ୍ଗଳ କାମନା କରି । 

  ଭଲ ଭାବେ ସାବୁନ ତେଲ ଗାଧୋଇଲା ତପନ । ତା ଦେହରେ ସତ ସହସ୍ର ସିଂହର ବଳ ଜାତ ହେଲା ଭଳି ଲାଗିଲା । ଯେମିତି ଆଜିର ପ୍ରତିଯୋଗିତାରେ ସମସ୍ତ ଖେଳରେ ଉତ୍ତୀର୍ଣ୍ଣ ହେଇ ବିଜୟର ଟୀକା ପିନ୍ଧିକରି ଆସିବ । ସମସ୍ତ ନିତ୍ୟକର୍ମ ସରିବା ପରେ ମାଆଙ୍କୁ ସାଷ୍ଟାଙ୍ଗ ପ୍ରଣାମ ଜଣେଇ ବାହାରିଲା ବିଦ୍ୟାଳୟ ଅଭିମୁଖେ ।



Rate this content
Log in