Maheswar sahoo

Children Stories

2.3  

Maheswar sahoo

Children Stories

ମୁଁ ତ ଗରିବ ଛାତ୍ର ( ସପ୍ତମ ଭାଗ)

ମୁଁ ତ ଗରିବ ଛାତ୍ର ( ସପ୍ତମ ଭାଗ)

3 mins
235


ଜନନୀ ଜନ୍ମ ଭୂମିଶ୍ଚ, ସ୍ଵର୍ଗାଦପି ଗରୀୟସୀ । ଅର୍ଥାତ ମାଆ ଓ ମାତୃଭୂମି ସ୍ୱର୍ଗଠାରୁ ବଡ଼। ମାଆ ଯମୁନା ଯେମିତି ସାହସୀ ସେମିତି ମମତାମୟୀ ମଧ୍ୟ । ଦେହର ଜ୍ୱର ଟିକେ କମିବାରୁ ତାଙ୍କର ହୋସ ପଶିଥିଲା ତପନ ପାଇଁ । ଯିଏ ସନ୍ଧ୍ୟା ହେଲା କ୍ଷଣି ବାହାରକୁ ଗୋଡ଼ କାଢେ ନାହିଁ ସେ ଆଜି ମୋ ପାଇଁ ସାହାର୍ଯ୍ୟ ଲୋଡିବାକୁ ନିଶ୍ଚୟ ତା ମାମୁଁ ଘରକୁ ଯାଇଥିବ ! ତାର ମଧ୍ୟ ସେଇ ନିଛାଟିଆ ବର ଗଛ କଥା ମନେ ପଡିଯାଇଥିଲା । ମାମୁଁ ଘର ନିକଟରେ ହେଲେ ମଧ୍ୟ ତାକୁ ସେଇ ବରଗଛ ଦେଇ ଯିବାକୁ ପଡ଼ିବ । ମୋ ପୁଅର କଣ ହେଲା କହି ଅଧାଜଳା ମଶାଲରେ କରଞ୍ଜ ତେଲ ଭିଜାଇ, ମଶାଲ ଜଳଥିଲେ ମାଆ ଯମୁନା । ଜ୍ୱର ଟିକେ କମିଥିଲା ହେଲେ କିଛି ଖାଦ୍ୟ ପେଟରେ ନ ଥିବାରୁ ବହୁତ ଦୁର୍ବଳ ଲାଗୁଥିଲା ଶରୀର । ଯାହାର ଜୀବନ କହିଲେ କେବଳ ତପନ । ଯାହାର ସୁଖ, ଦୁଃଖ, ଭାଗ୍ୟ ଓ ଭବିଷ୍ୟତ କେବଳ ସେଇ ଏକୋଈରବଳା ବିସିକେସନ ତପନ । ତା ଉପରେ କୌଣସି ବିପଦ ନ ଆସୁ ବୋଲି ତାଙ୍କର ମମତାର ହୃଦୟ ବ୍ୟାକୁଳିତ ହୋଇଥିଲା । ବ୍ୟାକୁଳିତ ହୃଦୟରେ ମଶାଲ ଧରି ବାହାରି ପଡ଼ିଥିଲେ ମାଆ ଯମୁନା । ମଶାଲର ଉଜ୍ଜ୍ବଳିତ ଶିଖା ସତୁର୍ଦିଗକୁ ଆଲୋକିତ କରୁଥାଏ । 

   ତପନ ଉପରେ ଦାଉ ସାଧିଥାନ୍ତି ଏହି ସାତ ଜଣ ରାକ୍ଷସ । ମାମୁଁ ନିଜ ଭିତରେ ଥିବା କଂଷାସୁର ପ୍ରକୃତିକୁ ପରିପ୍ରକାଶ କରୁଥାନ୍ତି । ପିଲାଟାକୁ ବାଡେଇ ବାଡେଇ ଦରମଲା କରିସାରିଲେଣି । ଏବେ ମୁଣ୍ଡ କଟାଇଟାଙ୍ଗିବାର ବ୍ୟବସ୍ତା କରାଯିବ । କାରଣ ତାଙ୍କ ବେଉସାରେ କିଛି ନିୟମ ରହିଛି । ଚୋରକୁ ଚିହ୍ନି ନେଇଥିବା ଲୋକ ଭବିଷ୍ୟତ ପାଇଁ ବିପଦ । ଚିହ୍ନି ନେଇଥିବା ଲୋକକୁ ହତ୍ୟା କରାଗଲେ ଭବିଷ୍ୟତ ପାଇଁ ସେମାନଙ୍କର ରାସ୍ତା ସଫା । 

    ତପନ ଯେତେ ନେହୁରା ହେଲେ ମଧ୍ୟ ସେମାନେ ନିଷ୍ଠୁର ଭାବରେ ପ୍ରହାର କରିଚାଲିଥିଲେ । ତପନ ଚିତ୍କାର କରୁଥିଲା, ହେଲେ ତାର ଚିତ୍କାର ଶୁଣିବାକୁ କେହି ନ ଥିଲେ । ଶେଷରେ ତପନ ମରିଯିବାର ଅଭିନୟ କରି ମଲା ଭଳି ପଡ଼ିରହିଲା । ଯେତେ ବ ବାଡେଇଲେ ମଧ୍ୟ ସହି ଯାଉଥାଏ ହେଲେ ସ୍ଥିର ରହୁଥାଏ ମୃତ ପ୍ରାୟ । "ମରିଗଲାଣି" ବୋଲି ସମସ୍ତେ ଏକ ସଙ୍ଗରେ କହି ଉଠିଲେ । ହଠାତ ଏକ ଉଜ୍ଜ୍ୱଳ ଆଲୋକ ଦେଖା ଦେଇଥିଲା । କିଛି ଲୋକ ପ୍ରଖର ବେଗରେ ମାଡି ଆସୁଥିବାର ଜଣା ପଡୁଥିଲା । 

  "ପିଲାଟା ମରି ଯାଇଛି ଆଉ ଆମେ ଏଠାରେ ରହିବା ନାହିଁ " ବୋଲି କହି ସେମାନେ ସେଠାରୁ ପଳେଇ ଯାଇଥିଲେ । 

    ଚୋର ମାନେ ପଳେଇଯିବାରୁ ତପନ ଝୁଣ୍ଟି ପଡିଯାଇଥିବା ପଥରଟିକୁ କୁଣ୍ଢେଇ ପକେଇ ବହୁତ ଗେହ୍ଲ କଲା । ସତରେ ଏଇ ପଥର ଭିତରେ ଜୀବନ ଅଛି ! ଯାହାର କୋଳରେ ଆଜି ମୁଁ ମୁଣ୍ଡ ଗୁଞ୍ଜି ନିଜ ଜୀବନ ବଞ୍ଚେଇ ପାରିଲି । ଦେହର ମାଡ଼ରୁ କେହିବି ବଞ୍ଚି ପାରିବେ ହେଲେ ମୁଣ୍ଡର ମାଡ଼ରୁ ବଞ୍ଚିବା କଷ୍ଟ । ଦେହ ସାରା ଦୁମ ଦାମ କରି ବାଡେଇ ଦେଇ ଗଲେ ହେଲେ ମୋ ମୁଣ୍ଡରେ କୌଣସି କ୍ଷତି ହେବାକୁ ଦେଇ ନାହିଁ ଏଇ ପଥର । ମୋ ମାଆ ଭଳି ତା କୋଳରେ ଯେମିତି ସେ ଲୁଚେଇ ଧରିଥିଲା । 

   ଆଉ ଉଠିବାକୁ ବଳ ନାହିଁ ତପନର ଶରୀରରେ । ତଥାପି ସେ ଏପଟ ସେପଟକୁ ଅନେଇଲା । ଦେଖିବାକୁ ପାଇଲା ଏକ ଉଜ୍ଜ୍ୱଳ ଆଲୋକ । ପୁଣି କାଳେ ସେମାନେ ଆସିଲେ ଭାବି ସେମିତି ମୃତ ଅବସ୍ଥାରେ ସୋଇରହିଲା ।

    ମାଆ ଯମୁନା ଧଇଁସଇଁ ହୋଇ ଉଜ୍ଜ୍ୱଳ ମଶାଲ ସହିତ ଘଟଣା ସ୍ଥଳରେ ଦେଖି ତପନର ଟିକେ ସାହସ ହେଲା । " ମାଆ .... " ବୋଲି ତପନ ଡାକ ଛାଡିଲା । " ମୋ ପୁଅକୁ କିଏ ଏମିତି ଦଶା କରିଛି " କହି କାନ୍ଧି ପକେଇଲେ ମାଆ ଯମୁନା । " ତୁ ଏତେ ରାତିରେ କାହିଁକି ଘରୁ ଆସୁଥିଲୁ ? ମୋ ପୁଅର ଏମିତି ଦଶା କିଏ କଲା ! "କହି ଭୋ ଭୋ ହୋଇ କନ୍ଧିବାକୁ ଲାଗିଲେ ମାଆ ଯମୁନା । ଦେହରେ ଜ୍ବରକୁ ପେଟରେ ଦାନା ଶୂନ୍ୟ । ତଥାପି ସହସର ସହିତ ଘରୁ ଚାଲି ଚାଲି ଆସିଛି । ତପନ କହିଲା, " ମାଆ ତୁ ବ୍ୟସ୍ତ ହଅନା । ମୋର କିଛି ହୋଇ ନାହିଁ । ତ ଆଶୀର୍ବାଦ ଓ ତୋ ମମତା ପରା ମୁଁ ଏଇ ପଥରରୁ ପାଇ ସାରିଛି । ଏଇ ପଥର ମୋତେ ବଞ୍ଚେଇଛି । 

   ତପନର ଉଠିବାକୁ ବଳ ନ ଥିଲା । ଦେହ ସାରା ନିର୍ଘାତିଆ ମାଡ଼ରେ ଫାଟି ରକ୍ତ ବୋହୁଥାଏ । "ମାଆ ମୋତେ ଭାରି ଶୋଷ ହେଉଛି ! କେଉଁଠି ମୁନ୍ଦେ ପାଣି ମିଳିବ । ବହୁତ ଦରଜ ହେଉଛି ମାଆ । ତଣ୍ଟି ସୁଖୀ ଯାଉଛି । " ତପନ ବ୍ୟାକୁଳ ଚିତ୍ତରେ ମାଆଙ୍କୁ ନିବେଦନ କଲା । ଆଖ ପାଖରେ ପାଣି ପାଇବା କଷ୍ଟ ତେଣୁ ମାଆ କିଛି ଦୂରରେ ଥିବା ଏକ ପୋଖରୀ ପାଖକୁ ଦଉଡି ଗଲେ । ନିଜ କାନୀ ଭିଜାଇ ପାଣି ଆଣି ତପନ ମୁହଁରେ ଦେଲେ । ତାପଣକୁ ଟିକେ ଭଲ ଲାଗିଲା । ଉଠିବାକୁ ଚେଷ୍ଟା କଲା ହେଲେ ଉଠି ପାରୁ ନ ଥିଲା । ମାଆ ଧରି ଉଠାଇଲେ । ନିଜ କାନ୍ଧରେ ତପନର ହାତକୁ ପକାଇ ଘରକୁ ଫେରିଲେ । 

   ଧୀରେ ଧୀରେ ପାଦ ପକାଇ, ବହୁତ କଷ୍ଟରେ ନିଜ ଘର ଆଡ଼କୁ ଚାଲିଲେ । 

   ପାହାନ୍ତା ପହର । ଆଉ କିଛି ସମୟ ପରେ ସକାଳ ହେବ । କାଉ କୋଇଲି ରାବିବା ଆରମ୍ଭ କଲେଣି ।



Rate this content
Log in