STORYMIRROR

Pratima Satpathy

Fantasy

4  

Pratima Satpathy

Fantasy

ଡାକ ମୁନିସୀ

ଡାକ ମୁନିସୀ

3 mins
333


ବ୍ୟାସକବି ଫକୀର ମୋହନ ଙ୍କର ଲିଖିତ ଗଳ୍ପ ଡାକ ମୁନସୀ ଗୋଟିଏ ଅଳ୍ପ ବେତନ ଭୋଗୀ କର୍ମଚାରୀ କିପରି ନିଜ ପୁଅକୁ ବଡ଼ ହାକିମ କରିବାର ସ୍ବପ୍ନ ଦେଖି ଥିଲା ଓ ତାର ପରିଣତି କିପରି ପାଇଲା ତାହାରି ଉପରେ ଆଧାରିତ ।


ହରିସିଂ ସେତେବେଳ ସମୟରେ ପୋଷ୍ଟ ପିଅନ ରୂପେ ଚାକିରୀ କରିଥିଲେ । ଦରମା ମାତ୍ର ନଅ ଟଙ୍କା । କଟକ ରେ ସବୁଜିନିଷ କିଣିବାକୁ ପଡୁଥିଲା । ସେତେବେଳେ ପାଞ୍ଚ ଟଙ୍କାରେ ସେ କଷ୍ଟେମଷ୍ଟେ ଚଳି ଘରକୁ ଚାରି ଟଙ୍କା ପଠାଉଥିଲେ । ମନରେ ବଡ଼ ଆଶା ନେଇ ପୁଅ ଗୋପାଳ ପାଠ ପଢି ବଡ଼ ହାକିମ ହେଲେ ତାଙ୍କ ଦୁଃଖ ଯିବ । ସରକାରୀ ଚାକିରୀରେ ସେ କେବେହେଲେ ଅବହେଳା କରନ୍ତି ନାହିଁ । ସେଥିରେ ସନ୍ଧ୍ୟାବେଳେ ଯାଇଁ ବଡ଼ ବାବୁଙ୍କର ଚିଲମ ଟିକିଏ ସଜାଡି ଦେଇ ଦୁଇ ତିନିଟା କାମସାରି ଆସନ୍ତି । ସେଥିପାଇଁ ବଡ଼ ହାକିମ ହରିସିଂ ଉପରେ ଖୁସି ।


ହରିସିଂ ଥରେ ବଡ଼ ବାବୁଙ୍କୁ ନିଜର ଦୁଃଖ କଥା କହିଲେ । ବାବୁ ଖୁସିହୋଇ କହିଲେ ଦେଖିବା । ଏହିପରି କଥା ହେବା ଭିତରେ ହରିସିଂ ଖବର ପାଇଲେ ତାଙ୍କ ସ୍ତ୍ରୀ ଙ୍କୁ ସନ୍ନିପାତ ହୋଇଯାଇଛି । ବଡ଼ ବାବୁଙ୍କୁ କହି ଛୁଟି ନେଇ ଘରକୁ ଗଲେ । ଘରେ ପହଞ୍ଚି ଦେଖିଲେ ସ୍ତ୍ରୀ ର ଶେଷ ଅବସ୍ଥା, ସେ ଯେପରି ତାଙ୍କୁ ଦେଖିବା ପାଇଁ ଅପେକ୍ଷା କରି ରହିଥିଲେ । ସ୍ତ୍ରୀର କ୍ରିୟା କର୍ମ ସାରି ଗୋପାଳ କୁ କଟକ ନେଇ ଆସିଲେ । ଗୋପାଳ ମାଇନର ପାସ କଲାପରେ ହରିସିଂ ଗୋପାଳ ବିଷୟରେ ବଡ଼ ହାକିମ ମାନଙ୍କୁ କହିଲେ । କିଛି ଦିନ ପରେ ଗୋପାଳ ସବ ପୋଷ୍ଟ ମାଷ୍ଟର ପଦରେ ନିଯୁକ୍ତି ପାଇଲା ପରେ ହରିସିଂ ବହୁତ ଖୁସି । ପୁଅ ମୋର ବଡ଼ବାବୁ ହୋଇଗଲାଣି ।


ଗୋପାଳ ପ୍ରଥମ ମାସର ଦରମା ପାଇ ହରିସିଂ କୁ ଦେଲା । ପୁଅ କୋଡିଏ ଟଙ୍କା ଦରମା ପାଇଲା ବୋଲି ବାପା ଭାରି ଖୁସି ହୋଇ ଟଙ୍କା କୁ ଗଣି ବାନ୍ଧିକରି ରଖିଲେ । ସେଇ ପଇସାରେ ପୁଅର ଭଲ ଲୁଗା,ସାର୍ଟ ଜୋତା, ସବୁ କିଣି ଆଣିଲେ । କିଛିଦିନ ପରେ ପୁଅର ହାବ ଭାବ ବଦଳିବାକୁ ଲାଗିଲା । ବାପା ମଳିମୁଣ୍ଡିଆ, ମୂର୍ଖ ଭାବି ତାଙ୍କ ସାଙ୍ଗରେ କଥା ବାର୍ତ୍ତା କଲାନାହିଁ । କିଛି ଦିନ ପରେ ମଫସଲ କୁ ବଦଳି ହୋଇ ଆସିଲା । ସାଙ୍ଗରେ ଗଣ୍ଠିଲି ଧରି ହରିସିଂ ଆସି ଧଇଁ ସଇଁ ହୋଇ ବସିପଡିଲେ । ଗୋପାଳ ସେଠାରେ ବଡ଼ ବାବୁ, କିଏ ଡାକମୁନସୀ ଡାକି,କିଏ ଆଜ୍ଞା ଆପଣ କରି ନମସ୍କାର କରୁଥିଲେ । ଗୋପାଳ ନିଜକୁ ନିଜେ ବହୁତ ଗର୍ବ ଅନୁଭବ କରୁଥିଲା । ବାପାଙ୍କୁ କହିଲା ଯେତେବେଳେ ବଡ଼ ବଡ଼ ଅଫିସର ଆସିବେ ତୁମେ ଘରୁ ତାଙ୍କ ଆଗକୁ ଯିବ ନାହିଁ । ମଫସଲ ର ପାଣି ହରିସିଂ ଙ୍କର ଦେହ ରେ ଗଲା ନାହିଁ । କାଶ ଆରମ୍ଭ ହୋଇଗଲା । ରାତ୍ରିରେ କାଶ ହେବାରୁ ଡାକ ମୁନସୀ ବାବୁ ଭଲରେ ଶୋଇ ପାରିଲେ ନାହିଁ । ପିଅନକୁ କହିଲେ ବୁଢା କୁ ନେଇ କିଆ ବୁଦା ପାଖରେ ଛାଡି ଦିଅ । ପିଅନ ବିଚରା ମୂର୍ଖ ହେଲେ ମଧ୍ୟ ମାନବିକତା ଥିବାରୁ ସେ କଥା କରିପାରିଲା ନାହିଁ । କିଛି ଦିନ ପରେ ନିଜେ ଗୋପାଳ ତା ବାପାଙ୍କ ଲୁଗାପଟା ଫୋପାଡ଼ି ଦେଇ ଘରୁ ବାହାର କରିଦେଲା ।


ହରିସିଂ କପାଳକୁ ଆଦରି ଗାଁ କୁ ଫେରି ଆସିଲେ । ଗାଁ ରେ ଥିବା ବିଲ ଦୁଇମାଣ କୁ ବଖରା ଦେଲେ ଓ ନିଜେ ପାଉଥିବା ପେନ ସନ ଟଙ୍କାରେ ଆରାମରେ ଖାଇ ପିଇ ରହିଲେ । ପୁଅକୁ ଡାକ ମୁନସୀ କରାଇ ଖୁସିରେ ରହିବେ ବୋଲି ଯେଉଁ ଆଶା ରଖି, ବହୁତ କଷ୍ଟ କରି ପାଠ ପଢାଇ ମଣିଷ କରିଥିଲେ ସେହି ଆଶା ପାଣି ଫୋଟକା ପରି ମିଳେଇ ଗଲା । ଏହି ଗଳ୍ପରୁ ଏତିକି ଶିକ୍ଷା ମିଳିଲା ପୁଅ ପାରିଲେ ବାପା ଦୁଃଖ ଯାଏ ଯାହା ପ୍ରବାଦ ଅଛି ତାହା ମିଥ୍ୟା ପ୍ରମାଣିତ ହୋଇଛି । ପଦ ମର୍ଯ୍ୟାଦା ଆଗରେ ବାପା ଏକ ଅଖୋଜା, ଅଲୋଡ଼ା,ହୋଇଯାଇଛି । ବାପାର ତ୍ୟାଗ ଓ ବଳିଦାନ ର ମୂଲ୍ୟ ପୁଅ ବୁଝି ନାହିଁ । ଏହିପରି ଯଦି ସବୁ ପୁଅମାନେ ଡାକ ମୁନସୀ ପରି ହେବେତେବେ ହଜାର ହଜାର ବାପା ହରିସିଂ ପରି ଦୁଃଖ ପାଇବେ । ଅବଶ୍ୟ ସବୁ ପୁଅ ସମାନ ନାହାନ୍ତି ।


ଯାହାହେଉ, ସେତେବେଳର ପରିସ୍ଥିତି ହେଉ ଵା କବି ର କଳ୍ପନା, ହେଉ ଫକୀର ମୋହନ ଙ୍କ ଗଳ୍ପ ଖୁବ ପ୍ରସିଦ୍ଧ । ଧନ୍ୟବାଦ ତୁମ ଲେଖନୀ ଚାଳନା । ହେ ଭାଷା ର ସମ୍ରାଟ, ତୁମ ଚରଣରେ କୋଟି କୋଟି ନମସ୍କାର । ତୁମ କୁ ତୁମ ଭାରତ ମାତାଆହ୍ୱାନ କରୁଛି ଆଉ ଥରେ ତାର କୋଳରେ ଜନ୍ମ ନିଅ ।


Rate this content
Log in

Similar oriya story from Fantasy