Pratima Satpathy

Classics

4  

Pratima Satpathy

Classics

ରଜ ପର୍ବ।

ରଜ ପର୍ବ।

2 mins
13



ଜଗନ୍ନାଥ ଦେଶ ଓଡ଼ିଶାରେ ବାର ମାସରେ ତେର ପର୍ବ ପାଳନ କରାଯାଏ। ମୌସୁମୀ ରାଣୀର ପ୍ରଥମ ସ୍ପର୍ଶରେ ଧରଣୀ ମାତା ଆନନ୍ଦିତ ହୋଇଯାଏ। ରଜ ଏକ ବଡ ପର୍ବ, କାରଣ ସବୁ ପର୍ବ ଏକଦିନ ପାଳନ କରାଯାଏ କିନ୍ତୁ ରଜ ପର୍ବ ତିନିଦିନ ଧରି ପାଳନ କରନ୍ତି। କୃଷି ପ୍ରଧାନ ରାଜ୍ୟ ଓଡ଼ିଶା ମାଟିରେ କୃଷି ଭିତ୍ତିକ ପର୍ବ ପର୍ବାଣୀ ସବୁ ପାଳନ କରାଯାଏ।ରଜରେ କୁମାରୀ ଝିଅ ମାନେ ପାଦରେ ଅଳତା ପିନ୍ଧି, ପାଉଁଜି ନାଇ ବିଭିନ୍ନ ଗହଣା ସହିତ ନୂଆ ପୋଷାକ ପିନ୍ଧି ସଜେଇ ହୋଇ ସୁମଧୁର ସ୍ଵରରେ ଗୀତ ବୋଲି ରଜ ଦୋଳି ଖେଳିଥାଆନ୍ତି। ରଜରେ ସମସ୍ତଙ୍କ ଘରେ ବିଭିନ୍ନ ପ୍ରକାରର ପିଠା ପଣା ତିଆରି ହୋଇ ଥାଏ। ମୁଖ୍ୟତଃ ରଜରେ ପୋଡ଼ ପିଠା ଭାରୀ ସ୍ୱାଦିଷ୍ଟ ଲାଗେ। ଗୁଡ ନଡ଼ିଆ ଓ ଚାଉଳ ଚୁନାରେ ଅଳେଇଚ ଗୁଜୁରାତି ଗୁଣ୍ଡ ପକାଇ ପୋଡ଼ ପିଠା ତିଆରି କରାଯାଏ। ବିରି ଚାଉଳରେ ମଧ୍ଯ ପୋଡପିଠା କରନ୍ତି। ଆରିସା କାକରା, ମଣ୍ଡା ପିଠା ତିଆରି ହୁଏ। ଆମ୍ବ ପଣସ ନଡିଆ ମିଠା ପିଠା ଖାଇ ବୋହୁ ଓ ଝିଅ ମାନେ ଦୋଳି ଖେଳିଥାନ୍ତି। କୃଷକ, ଶ୍ରମିକ ଓ ଚାକିରୀ କରିଥିବା ଲୋକ ମାନେ ବସି ତାସ, ପଶା, ଖେଳନ୍ତି। ପିଲାମାନେ କବାଡି, ବାଗୁଡ଼ି ଖେଳ ଖେଳିଥାନ୍ତି। ମୋଟା ମୋଟି ଭାବେ କାହା ଉପରେ କାମର ଚାପ ନ ଥାଏ। ସମସ୍ତେ ମନ ଖୁସିରେ ରଜ ପର୍ବ ପାଳନ କରିଥାନ୍ତି। ପୃଥିବୀକୁ ସମସ୍ତେ ମାତା ବୋଲି ମାନିଥାନ୍ତି। ପୃଥିବୀ ମାତା ରଜରେ ରଜୋବତୀ ହୋଇଥାଏ ବୋଲି ଏହି ତିନିଦିନ କେହି ମାଟି ମାଆକୁ କଷ୍ଟ ଦିଅନ୍ତି ନାହିଁ। ସେ ବିଶ୍ରାମ କରିଥାଏ। ଚାରିଦିନ ଦିନ ମାଆ ବସୁମତୀକୁ ସ୍ନାନକରାଇ ପୂଜା କରନ୍ତି। ପିଢ଼ା ଉପରେ ଶିଳପୁଆ ରଖି ହଳଦୀ ସିନ୍ଦୁର କଜଳ ଲଗାଇ ପୂଜା କରିଥାଆନ୍ତି। ଏହାପରେ କୃଷି କାର୍ଯ୍ୟ ଆରମ୍ଭ ହୋଇଥାଏ। ପୃଥିବୀ ମାତା ର ରଜସ୍ୱଳା ଦିନକୁ ରଜ ପର୍ବ ଭାବରେ ପାଳନ କରାଯାଏ।ଝିଅ ବାହା ହୋଇଥିଲେ ପ୍ରଥମ ବର୍ଷ ରଜ ଭାର ଦିଆଯାଏ। ନୂଆ ଲୁଗା ସହିତ ଆମ୍ବ, ପଣସ, ନଡିଆ, କଦଳୀ, ମିଠା, ପାନ, ଗୁଆ ସହିତ ଝିଅ ସଜବାଜ ପାଇଁ ଯାହା ଦରକାର ଅଳତା ସିନ୍ଦୁର ଠାରୁ ଟିକିଲି ପର୍ଯ୍ୟନ୍ତ ସବୁ ଜିନିଷ ଦେଇଥାନ୍ତି। ଶାଶୁଘର ଗାଆଁ ରେ ଓ ବନ୍ଧୁ ବାନ୍ଧବ ମାନଙ୍କୁ ଏହି ରଜଭାର ଜିନିଷ ବଣ୍ଟା ଯାଇଥାଏ। ଯେଉଁମାନେ ବାହାରେ ଚାକିରି କରି ଥାଆନ୍ତି ସେମାନେ ରଜ ଛୁଟିରେ ଘରକୁ ବୁଲିବାକୁ ଆସନ୍ତି।ରଜରେ ବନ୍ଧୁ ବାନ୍ଧବ ମାନେମଧ୍ଯ ବୁଲିବାକୁ ଆସିଥାନ୍ତି। ସମସ୍ତେ ଏକାଠି ହୋଇ ଏହି ପର୍ବକୁ ପାଳନ କରିଥାନ୍ତି।ଖୁସି ଆନନ୍ଦର ପର୍ବ ହେଲା ରଜ ପର୍ବ।


రచనకు రేటింగ్ ఇవ్వండి
లాగిన్

Similar oriya story from Classics