STORYMIRROR

Pratima Satpathy

Classics

4  

Pratima Satpathy

Classics

ଜଳ ହିଁ ଜୀବନ।

ଜଳ ହିଁ ଜୀବନ।

2 mins
244


ଉପକ୍ରମ,,, ଜୀବନ ଧାରଣ ପାଇଁ ଜଳର ଉପାଦେୟତା ବହୁତ ବେଶୀ ।ଜଳ ବିନା ଜୀବ ଜଗତ ତିଷ୍ଠି ରହିପାରିବନି। ସେଥିପାଇଁ ଜଳକୁ ଜୀବନ କୁହାଯାଏ।


ବର୍ଣ୍ଣନା,, ପ୍ରକୃତିର ମହାନ ଅବଦାନ ହେଉଛି ଜଳ। ଏହା ଏକ ପ୍ରାକୃତିକ ମହାର୍ଘ୍ୟ ସମ୍ପଦ। ମନୁଷ୍ୟ ବିଜ୍ଞାନର ଉପଯୋଗ କରି ବୁଦ୍ଧି ବଳରେ ସବୁ କିଛି ଉଦ୍ଭାବନ କରିପାରେ, ମାତ୍ର ପ୍ରକୃତିର ଦାନ କୁ ସୃଷ୍ଟି କରି ପାରିବ ନାହିଁ।ଜଳରୁ ଜୀବର ଉତ୍ପତ୍ତି। ସୃଷ୍ଟିର ଆରମ୍ଭ ଜଳରୁ ଓ ଶେଷ ହେବ ମଧ୍ଯ ସେଇ ଜଳ ପ୍ରଳୟରେ।ପ୍ରଥମେ ମନୁଷ୍ୟ ମାନେ ଜଳ ସ୍ରୋତ ପାଖରେ ହିଁ ଜନ ବସତି କରି ରହୁଥିଲେ। ପରେ ଜଳର ଉପଯୋଗ କରି ବିଭିନ୍ନ ପ୍ରକାର ଫସଲ ଉତ୍ପାଦନ ଆରମ୍ଭ କଲେ।ମନୁଷ୍ୟର ଜୀବନର ଦୈନନ୍ଦିନ କାର୍ଯ୍ୟରେ ଜଳର ଆବଶ୍ୟକତା ରହିଛି। ବିଛଣାରୁ ଉଠିବା ପରେ ବିଛଣାକୁ ଯିବା ପର୍ଯ୍ୟନ୍ତ ଜଳର ଆବଶ୍ୟକତା ଅଛି। ଜଳରେ ସ୍ନାନ, ଲୁଗାପଟା ସଫା, ବାସନ ମଜା, ଖାଦ୍ୟ ପ୍ରସ୍ତୁତି ସବୁ ମନୁଷ୍ୟ ମାନେ କରିଥାନ୍ତି। ଆମ ପୃଥିବୀକୁ ଜଳୀୟ ଗ୍ରହ କୁହାଯାଏ ଏହାର କାରଣ, ପୃଥିବୀ ପୃଷ୍ଠରେ ତିନିଭାଗ ଜଳ ଓ ଏକଭାଗ ସ୍ଥଳ ରହିଛି। ମନୁଷ୍ୟ ଶରୀର ଭିତରେ ଜଳ ରହିଛି . ମଣିଷ କିଛି ଦିନ ଖାଦ୍ୟ ନ ଖାଇ ବଞ୍ଚିଯିବ ମାତ୍ର ପାଣି ନ ପିଇ ଲେ ମଣିଷ ବଞ୍ଚି ପାରିବ ନାହିଁ।ହାଲିଆ ଲାଗିବ ଓ ଶରୀରରେ ଜଳ ଶୁଷ୍କତା ଦେଖାଯିବ। ଆମର ଭାଗବତ ମହା ପୁରାଣରେ ଅତିବଡି ଜଗନ୍ନାଥ ଦାସ ଲେଖିଛନ୍ତି ଜଳ ବିହୁନେ ସୃଷ୍ଟି ନାଶ, ଜଳ ବହୁଳେ ସୃଷ୍ଟି ନାଶ। ଜଳ ବିନା ପ୍ରାଣୀ ଜଗତ ଓ ଉଦ୍ଭିଦ ଜଗତ ବଞ୍ଚି ପାରିବେ ନାହିଁ। ଜଳରୁ ବିଦ୍ୟୁତ୍ ସୃଷ୍ଟି, କଳ କାରଖାନାରେ ମଧ୍ଯ ଜଳ ଦରକାର। କୃଷି କର୍ମ ପାଇଁ ଜଳର ଆବଶ୍ୟକତା ବହୁତ। ଗୃହ ନିର୍ମାଣ, ପଶୁ ପାଳନ, ମତ୍ସ ଚାଷ ପାଇଁ ଜଳର ଆବଶ୍ୟକତା ଅଛି।କହିବାକୁ ଗଲେ ପ୍ରତ୍ୟେକ୍ଷ ହେଉ ବା ପରୋକ୍ଷ ଭାବରେ ଜଳ ବିନା ଜୀବନ ଅତିବାହିତ କରିବା ଅସମ୍ଭବ।ସେଥିପାଇଁ ଜଳକୁ ଜୀବନ କୁହାଯାଇଛି। ବର୍ତ୍ତମାନ ସମୟରେ ପୃଥିବୀ ପୃଷ୍ଠରେ ପାନୀୟ ଜଳ ସଙ୍କଟ ଦେଖା ଦେଲାଣି।ମନୁଷ୍ୟ ମାନେ ସଚେତନ ନ ହେଲେ କିଛି ଦିନ ପରେ ପୃଥିବୀରେ ପାନୀୟ ଜଳ ମିଳିବ ନାହିଁ। ସେଥିପାଇଁ ଜଳ ସଂରକ୍ଷଣ ବ୍ୟବସ୍ଥା କରାଯାଇଛି। ଆମେ ମାନେ ବର୍ଷାଜଳକୁ ସଂରକ୍ଷଣ କରି ଉପଯୋଗ କରିବା ଉଚିତ୍।


ଉପସଂହାର,,, ପ୍ରକୃତି ଦତ୍ତ ଏ ଅମୂଲ୍ୟ ସମ୍ପଦ କୁ ଆମେମାନେ ଅପବ୍ୟବହାର ନ କରି ସଂରକ୍ଷଣ କରି ରଖିବାକୁ ହେବ। ଯେତିକି ଦରକାର ସେତିକି ବ୍ୟବହାର କରିବା ଭଲ। ଜଳ ମନୁଷ୍ୟର ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ କାମରେ ଲାଗି ଥାଏ। ସେଥିପାଇଁ ଜଳ ହିଁ ଜୀବନ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Classics