ବିଶ୍ବାସ ଘାତକ
ବିଶ୍ବାସ ଘାତକ
ଗୋବିନ୍ଦ ପୁର ଗ୍ରାମରେ ରାମ ଓ ଶ୍ୟାମ ଦୁଇ ଜଣ ସାଙ୍ଗ ରହୁଥିଲେ। ପିଲାଦିନରୁ ସାଙ୍ଗହୋଇ ଖେଳିବା ବୁଲିବା ପାଠ ପଢିବା ସବୁ କାମ କରୁଥିଲେ। ଦୁଇଜଣଙ୍କର ସମ୍ପର୍କ କ୍ଷୀର ନୀର ପରି। ଜଣେ ଜଣକୁ ନ ଦେଖିଲେ ଭଲ ଲାଗେ ନାହିଁ। ଯେତେ ଯାହା ହୋଇ ଥାଉନା କାହିଁକି ଗାଆଁ ରେ ଥିଲେ ଦୁଇଜଣଙ୍କର ଦେଖା ନିଶ୍ଚୟ ହୁଏ। ଏହିପରି ଭାବରେ ସେମାନଙ୍କର ଦିନ କଟି ଯାଏ। ଦୁଇଜଣ ବଡ ହୋଇ ଘର ସଂସାର କଲେ ମଧ୍ଯ ପରସ୍ପର ଭିତରେ ସ୍ନେହ ଶ୍ରଦ୍ଧା ମମତାର ଅଭାବ ଅନୁଭବ ହୁଏ ନାହିଁ। ଦୁଇ ଜଣଙ୍କର ପିଲା ଏକା ସ୍କୁଲରେ ପାଠ ପଢନ୍ତି। ରାମର ପୁଅ ଭଲ ପଢୁଥାଏ ସେ ବୃତ୍ତି ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲା। ଏହା ଦେଖି ଶ୍ୟାମ ମନରେ ଇର୍ଷା ଭାବ ଜାଗ୍ରତ ହେଲା। ସେ ଯାଇଁ ସ୍କୁଲରେ ପ୍ରଧାନ ଶିକ୍ଷକଙ୍କୁ କହିଲା ସାର୍ ଆପଣ ମୋ ପିଲାକୁ କାହିଁକି ବୃତ୍ତି ପରୀକ୍ଷା ପାଇଁ ପଠାଇଲେ ନାହିଁ। ସାର୍ କହିଲେ ଦେଖନ୍ତୁ ପିଲାମାନଙ୍କ ଯୋଗ୍ୟତା ନେଇ ଆମେ ପଠାଉ ଯେପରି ଆମ ସ୍କୁଲର ଗୌରବ ରହିବ। ଆମ ପାଇଁ ସବୁ ପିଲା ସମାନ। ଆପଣଙ୍କ ପିଲାକୁ ଆପଣ ଧ୍ୟାନ ଦିଅନ୍ତୁ ସେ ଆଗ କୁ ବୃତ୍ତି ପରୀକ୍ଷା ପାଇଁ ପ୍ରସ୍ତୁତ ହେଉ। ଏହି କଥା ରାମ କାନରେ ବାଜିବାରୁ ତାର ମନଦୁଃଖ ହେଲା। ମନେ ମନେ ଭାବିଲା ଶ୍ୟାମ କଣ ପାଇଁ ଏପରି ହେଉଛି। ଶ୍ୟାମ କୁ ସବୁକଥା କହିଲା ହେଲେ ଶ୍ୟାମ ସେସବୁ କଥା ନ ଶୁଣି ରାମ ଠାରୁ ଦୂରତା ରକ୍ଷା କରିବା ପାଇଁ ଚେଷ୍ଟା କଲା। ରାମକୁ ଏ ସବୁ ଭଲ ନ ଲାଗିଲେ ମଧ୍ଯ ସେ କିଛି କରି ପାରିଲା ନାହିଁ। ଦିନେ କଣ ହୋଇଛି, ଶ୍ୟାମ ମନ୍ଦ ବୁଦ୍ଧିରେ ରାମର ପୁଅ କୁ ଘରକୁ ଡାକି ତାକୁ ବହୁତ୍ ଖରାପ କଥା କହିଲା। ଶ୍ୟାମ ର ପୁଅ ମଧ୍ଯ ତାକୁ ମାରିବା ପାଇଁ ହାତ ଉଠାଇଲା। ରାମର ପୁଅ ଡରି କରି ଦୌଡ଼ି ପଳେଇ ଗଲା। ତା ବାପାଙ୍କୁ ସବୁକଥା କହିଲା। ରାମ ସବୁ ଶୁଣିଲା ପରେ ଚୁପ୍ ଚାପ୍ ରହିଲା। ବହୁତ୍ ଦିନ ପୂର୍ବରୁ ରାମଠାରୁ ଶ୍ୟାମ କିଛି ଟଙ୍କା ଧାର ନେଇ ଥିଲା। ପ୍ରାୟ ଦୁଇବର୍ଷ ପର୍ଯ୍ୟନ୍ତ ଦେବାକୁ ମନ କଲା ନାହିଁ। ରାମ ଭାବିଲା ଟଙ୍କା ମାଗିବା ବାହାନାରେ ଯାଇଁ ଶ୍ୟାମ କୁ ଦେଖାକରି ସବୁ କଥା ପଚାରିବ। ରାମ ଯାଇଁ ଶ୍ୟାମ କୁ ଟଙ୍କା କଥା କହିବାରୁ ସେ କହିଲା କି ଟଙ୍କା। ମୁଁ ତୋ ଠାରୁ କିଛି ଟଙ୍କା ଆଣିନାହି। ଯା ମୋ ଦୁଆରକୁ ଆଉ କେବେ ଆସିବୁ ନାହିଁ। ରାମ ର ମନ ବହୁତ୍ ଦୁଃଖ ହେଲା। ପିଲାଙ୍କ ପାଇଁ ଦୀର୍ଘ ଦିନ ଧରି ମଧୁର ସମ୍ପର୍କକୁ କାଟିବା ସହିତ ନେବା ଟଙ୍କା ଫେରେଇଲା ନାହିଁ। ଶ୍ୟାମ ଏହିପରି ବିଶ୍ୱାସ ଘାତକ କାମ କରିବ ଏହା ରାମ ସ୍ୱପ୍ନରେ ଭାବି ନ ଥିଲା।
