STORYMIRROR

Pratima Satpathy

Abstract

4  

Pratima Satpathy

Abstract

ଯେବେ ଆସେ ଶ୍ରାବଣ

ଯେବେ ଆସେ ଶ୍ରାବଣ

4 mins
20

ପ୍ରତିମା ଶତପଥି,,,, ଜିଲ୍ଲା,,, ଯାଜପୁର।

ଗଳ୍ପ,

ଶୀର୍ଷକ,, ଯେବେ ଆସେ ଶ୍ରାବଣ।

ଆକାଶରେ କଳା ହାଣ୍ଡିଆ ମେଘବର୍ଷା ଆସିଗଲେ ଅଜଣା ଭୟରେ ଶିହରୀ ଉଠେ ନନ୍ଦିନୀ। ଗୋଟିଏ ଶ୍ରାବଣ ର ବର୍ଷାରେ ଭିଜି ସେ ଯେଉଁ ଭୁଲ୍ କରିଥିଲା ଆଜିତାର ଫଳ ଭୋଗୁଛି।ଅସରନ୍ତି ଲୁହର ଶ୍ରାବଣରେ ତାର ଦିନ ସରୁନାହିଁ। ସେ କଣ ଜାଣିଥିଲା ଆନନ୍ଦ ତାକୁ ପ୍ରେମରେ ଏପରି ଧୋକା ଦେଇ ଅନିନ୍ଦିତା କୁ ବିବାହ କରିଯିବ। ଆଜିବି ସେହି ଦିନର ସ୍ମୃତି ମନେ ପଡୁଛି ନନ୍ଦିନୀର। ସେଦିନ କଲେଜ ଛୁଟି ହେଲା ପରେ ଚାଲି ଚାଲି ଘରକୁ ଫେରୁଥିଲା। ହଠାତ୍ ମେଘ ସାଙ୍ଗ କୁ ଜୋରରେ ପବନ ବହିଲା। ସବୁ ସାଙ୍ଗମାନେ ଦୌଡ଼ି ଯିଏ ଯୁଆଡେ ପାରିଲେ ବର୍ଷା ରୁ ରକ୍ଷା ପାଇବା ପାଇଁ ଆଶ୍ରୟ ନେଇଗଲେ। ସେ କିନ୍ତୁ ଦୌଡିକି ଯାଇ ପାରିଲା ନାହିଁ, କାରଣ ତାର ଗୋଟିଏ ଗୋଡ଼ ପୋଲିଓ ଆକ୍ରାନ୍ତ ହୋଇଯାଇଥିଲା। ସେମିତି ଚାଲି ଚାଲି ଆସୁଥାଏ। ଆନନ୍ଦ ତାର ଦେଖାହେଲା ଓ ସହାନୁଭୂତି ଦେଖାଇ ନିଜର ଛତା ଟି ତା ହାତରେ ଦେଇଦେଲା। କହିଲା ତୁ ପୁରା ତିନ୍ତି ଗଲୁଣି ମୋ ଛତା ନେଇ ଘରକୁ ଯାଆ ମୁଁ ଦୌଡ଼ିକରି ଘରକୁ ଯାଉଛି। ନନ୍ଦିନୀ ତା ଠାରୁ ଛତା ନେଇ ଘରକୁ ଆସିଲା। ତା ପରଦିନ କଲେଜରେ ଛତା ଫେରେଇବ ବୋଲି ଖୋଜିଲା ବେଳକୁ ଆନନ୍ଦ କଲେଜ ଆସିନାହିଁ। ତାର ଜଣେ ସାଙ୍ଗ କହିଲା ନନ୍ଦିନୀ କାହାକୁ ଖୋଜୁଚ, ସେ କହିଲା ଆନନ୍ଦଙ୍କୁ। ତା ସାଙ୍ଗ କହିଲା କାଲି ଯେଉଁ ବର୍ଷାରେ ଭିଜି ତାକୁ ଜ୍ଵର ହୋଇ ଯାଇଛି ସେ ଆଜି କଲେଜ୍ ଆସିନାହିଁ। ଏହାଶୁଣି ନନ୍ଦିନୀ କୁ ବହୁତ୍ ଖରାପ୍ ଲାଗିଲା। ମନେ ମନେ ଭାବିଲା ମୋତେ ଛତା ଦେଇ ନିଜେ ବର୍ଷାରେ ଭିଜି ଆଜି ଆନନ୍ଦ ଙ୍କୁ ଜ୍ୱର ହୋଇଗଲା। ଏହିପରି ଚିନ୍ତା କରି ସେଦିନ ଛତା କୁ ଫେରସ୍ତ କରି ଘରକୁ ଆସିଲା। ତା ପରଦିନ ରବିବାର ପାଇଁ କଲେଜ୍ ବନ୍ଦ। ସୋମବାର ଦିନ କଲେଜ୍ ଗଲାପରେ ଆନନ୍ଦ ଙ୍କୁ ତାଙ୍କ ଛତା ଦେଇ,କୃତଜ୍ଞତା ଜଣାଇଆସି କ୍ଲାସରେ ବସିଲା। ଆନନ୍ଦ ପରି ପରୋପକାରୀ ପାଇଁ ହୃଦୟ ଭିତରେ ଅଜାଣତରେ ଆସ୍ଥାନଟିଏ ଜମିଗଲା। କିଛି ଦିନ ପରେ ସମ୍ପର୍କ ନିବିଡ଼ ଭାବେ ଗଢି ଉଠିଲା। ନନ୍ଦିନୀର ଗୋଡ଼ ପୋଲିଓ ଏହାର ଫାଇଦା ନେଇ ଆନନ୍ଦ ତାକୁ ବହୁତ୍ ଥର ସାହାଯ୍ୟ କରିଛି। ଦିନେ ଆନନ୍ଦ କହିଲା ନନ୍ଦିନୀ ଆଜି ମୋ ସହିତ ଫିଲ୍ମ ଦେଖିବାକୁ ଚାଲ। ନନ୍ଦିନୀ କହିଲା ଘରେ ବାପା ମାଆ ଜାଣିଲେ ମୋତେ ପାଟି କରିବେ। ଆନନ୍ଦ କହିଲା ସେମାନେ କିପରି ଜାଣିବେ ଆମେ ତ କଲେଜ ଆସିଚେ, ଏଠାରୁ ସିନେମା ହଲ୍ ଯିବା।ଠିକ୍ ସମୟରେ ଘରେ ପହଞ୍ଚି ଗଲେ କେହି କିଛି ଜାଣି ପାରିବେ ନାହିଁ। ନନ୍ଦିନୀ କହିଲା ହଉ ଚାଲନ୍ତୁ। ଦୁଇ ଜଣ ଯାଇଁ ସିନେମା ଦେଖିଲେ। ନନ୍ଦିନୀ କୁ ମାଲୂମ ନ ଥିଲା ବ୍ଲୁ ଫିଲ୍ମ ଦେଖିବା ପାଇଁ ଆନନ୍ଦ ଡାକୁଛି ବୋଲି। ହଲରେ ପହଞ୍ଚି ଯେତେବେଳେ ଜାଣିଲା ଆନନ୍ଦ ତାକୁ ଜବରଦସ୍ତ ବସାଇ ଦେଲା। ଦୁହେଁ ଫିଲ୍ମ ଦେଖି ଫେରିଲା ବେଳେ ଅଚାନକ ଜୋରରେ ମେଘ ହେଲା। ଆନନ୍ଦ କହିଲା ନନ୍ଦିନୀ ଏଇ ପାଖରେ ମୋ ସାଙ୍ଗ ରହୁଚି ଚାଲ୍ ସେଠିକୁ ପଳେଇବା। ନନ୍ଦିନୀ ମନା କରିବା ପରେ ଆନନ୍ଦ କହିଲା ଦେଖ ସେଦିନ ବର୍ଷାରେ ଭିଜିବାରୁ ମୋତେ ଜ୍ଵର ହୋଇ ଗଲା, ତୁମେ କଣ ଚାହୁଁଛ ମୋତେ ପୁଣି ଜ୍ଵର ହେଉ। ବାଧ୍ୟ ହୋଇ ନନ୍ଦିନୀ ଆନନ୍ଦ ସହ ତା ସାଙ୍ଗ ଘରକୁ ଗଲା। କିନ୍ତୁ, ଏ କଣ, ତାର ସାଙ୍ଗ ସେଠାରେ ନାହିଁ। ନନ୍ଦିନୀ କହିଲା କାହିଁ ତୁମ ସାଙ୍ଗ କୁଆଡେ ଗଲେ। ଆନନ୍ଦ କହିଲା ବ୍ୟସ୍ତ ହୁଅନି ଏଇ ପାଖକୁ କୁଆଡେ ବୋଧେ ଯାଇଛି ଆସୁଥିବ। ନନ୍ଦିନୀ ବର୍ଷାରେ ପୁରା ଭିଜି ଯାଇଥିଲା। ତାର ସୁନ୍ଦର ଶରୀର ଓ ବର୍ଷା ଭିଜା ଡ୍ରେସ୍ ରେ ଆହୁରି ସୁନ୍ଦର ଦେଖା ଯାଉଥିଲା। ଉତ୍ତେଜନା ପୁର୍ଣ୍ଣ ଫିଲ୍ମ ଦେଖି ଆନନ୍ଦ ପୁରା ପାଗଳ ହୋଇ ହଠାତ୍ ନନ୍ଦିନୀ ପାଖକୁ ଆସି ଦୁଇ ବଳିଷ୍ଠ ବାହୁରେ ତାକୁ ଆବଦ୍ଧ କରିନେଲା। ନନ୍ଦିନୀ କହିଲା ଆନନ୍ଦ ତୁମେ ଏ କଣ କରୁଛ। ଆନନ୍ଦ ତା କଥା ଶୁଣିବା ଅବସ୍ଥାରେ ନ ଥିଲା। ଦୁଇ ହାତରେ ନନ୍ଦିନିକୁ ଭିଡ଼ି ନେଇ ବେଡ୍ ଉପରେ ଶୁଆଇ ଦେଇ ଲାଇଟ୍ ଅଫ୍ କରିଦେଲା।ନନ୍ଦିନୀ ର ବାରଣ ସତ୍ତ୍ୱେ ସେ ତାର କୁମାରୀ ଜୀବନର ଅମୂଲ୍ୟ ସମ୍ପଦ କୁ ଲୁଟି ନେଇଗଲା। କିଛି ସମୟ ପରେ କାମନା ତୃପ୍ତ ହେଲା ପରେ ନନ୍ଦିନୀ କୁ କହିଲା ତୁ ମନଦୁଃଖ କରନି ମୁଁ ନିଶ୍ଚୟ ତତେ ବିବାହ କରିବି। ତୋତେ କିନ୍ତୁ କିଛିଦିନ ଅପେକ୍ଷା କରିବାକୁ ପଡିବ। କାରଣ ଏବେ ପାଠ ପଢା ଚାଲିଛି, ଚାକିରି କରିଲା ପରେ ମୋ କଥା ମୁଁ ରଖିବି। ନନ୍ଦିନୀ କହିଲା ହଉ ଠିକ୍ ଅଛି, ଚାକିରି କରି ବିବାହ ନ କରିବା ପର୍ଯ୍ୟନ୍ତ ତୁମେ ମୋ ସହିତ ସମ୍ପର୍କ ରଖିବ ନାହିଁ। ଆନନ୍ଦ କହିଲା ଏ କି କଥା କହୁଚ ନନ୍ଦିନୀ ମୋ ଦ୍ଵାରା ଏ ସବୁ ହୋଇ ପାରିବନି। ସମସ୍ତେ ଜାଣିଛନ୍ତି ତୋର ମୋର ସାଙ୍ଗ, ସମ୍ପର୍କ ନ ରଖିଲେ ସେମାନେ କଣ ଭାବିବେ। ନନ୍ଦିନୀ କହିଲା ହଉ ଯେତିକି ଦରକାର ସେମାନଙ୍କ ଉପସ୍ଥିତିରେ ସେତିକି ମୁଁ କରିବି। କିନ୍ତୁ ଆଜିର ଭୁଲ୍ ଆଉ ଯେପରି ନ ହୁଏ। ଆନନ୍ଦ କହିଲା ଠିକ୍ ଅଛି ଚାଲ ମୋ ସାଥିରେ। ଏ କଥା କାହାକୁ କହିବୁ ନାହିଁ। ଦୁହେଁ ସାଙ୍ଗହୋଇ ଘରକୁ ଗଲେ। ଏହିପରି ଭାବରେ ଦୁଇଜଣଙ୍କର କଲେଜ୍ ପଢା ସରିଗଲା। ଆନନ୍ଦ ବ୍ୟାଙ୍କ୍ ରେ ଚାକିରି ପାଇଗଲା। ନନ୍ଦିନୀ B E D ଟ୍ରେନିଂ ଯାଇଁ ମାଷ୍ଟରାଣୀ ହେଲା। ଆନନ୍ଦ ବ୍ୟାଙ୍କ ଚାକିରୀ କଲା ପରେ ସେଠାରେ ବ୍ୟାଙ୍କରେ ଚାକିରି କରିଥିବା ଅନିନ୍ଦୀତା କୁ ଭଲ ପାଇ ବାହା ହୋଇ ଗଲା। ନନ୍ଦିନୀ ଯେତେ ଫୋନ କଲେ ମଧ୍ୟ ଫୋନ୍ ଉଠାଇଲାନି। ବାଧ୍ୟ ହୋଇ ନନ୍ଦିନୀ ଆନନ୍ଦ ଘରକୁ ଗଲା। ନନ୍ଦିନୀ କୁ ଦେଖି ଆନନ୍ଦ ହଡବଡ ହୋଇ ଗଲା। ତାଙ୍କ ଘରେ ସେ ତା କଲେଜ୍ ପଢ଼ିବା ବେଳର ସାଙ୍ଗ ଭାବରେ ପରିଚୟ ଦେଇ ଘରୁ ବିଦା କରି ଦେଲା। ନନ୍ଦିନୀ ତାକୁ ଦେଇଥିବା କଥା ମନେ ପକେଇଲା ପରେ କହିଲା ତୁ ସେଦିନର ଘଟଣାକୁ ଦୁର୍ଘଟଣା ଭାବି ଭୁଲିଯା। ନନ୍ଦିନୀ କହିଲା ମୁଁ କେବେ ସ୍ବପ୍ନରେ ଭାବି ନଥିଲି ମୋ ସହିତ ତୁମେ ଏପରି କରିପାରିବ। ଏହା କହି କାନ୍ଦି କାନ୍ଦି ସେଠାରୁ ଘରକୁ ଫେରି ଆସିଲା। ଆଉ ବିବାହ କରିବ ନାହିଁ ବୋଲି ଶପଥ ନେଲା। ଶିକ୍ଷୟିତ୍ରୀ ଭାବରେ ଜୀବନ ଅତିବାହିତ କରୁଛି। ଯିଏ ତା ବାହାଘର କଥା କହୁଛନ୍ତି ସିଏ କହୁଛି ମୋ ପରି ପୋଲିଓ ରୋଗୀକୁ କିଏ ବହାହେବ। ଯିଏ ବାହାହେବା ପାଇଁ କହିବ କେବଳ ଲୋଭରେ ମୋ ଟଙ୍କା ପାଇଁ। ମୁଁ ମୋ ନିଜ ଇଚ୍ଛାରେ ବଞ୍ଚିବାକୁ ଚାହୁଁଛି। ବାପା ମାଆ ଭାଇ ଭାଉଜ ସମସ୍ତେ ନନ୍ଦିନୀ ଉପରେ ଖୁସି ଅଛନ୍ତି କିନ୍ତୁ ନନ୍ଦିନୀର ସବୁ ଖୁସି ଶ୍ରାବଣ ବର୍ଷାରେ ଧୋଇ ହୋଇ ଯାଇଛି। ଗୋଟିଏ ଭୁଲ୍ ପାଇଁ ଆଖିରୁ ଲୁହର ଶ୍ରାବଣ ବହିଯାଉଛି।।


Rate this content
Log in

Similar oriya story from Abstract