STORYMIRROR

Pratima Satpathy

Abstract

4  

Pratima Satpathy

Abstract

ଯେବେ ବର୍ଷା ଆସେ

ଯେବେ ବର୍ଷା ଆସେ

2 mins
27


ଆଷାଢ଼ ଓ ଶ୍ରାବଣ ମାସ ଆସିଗଲେ ବର୍ଷା ଋତୁ ହୁଏ। ଆକାଶରେ କଳା ହାଣ୍ଡିଆ ମେଘ ଦେଖି ଝରକା ପାଖରେ ଠିଆହୋଇଥାଏ ପ୍ରୀତି। କିଛି ସମୟ ପରେ ଆକାଶରୁ ଟପ୍ ଟପ୍ ହୋଇ ବୁନ୍ଦା ବୁନ୍ଦା ବର୍ଷା ପାଣି ପଡେ। ସେଇ ବର୍ଷା ବୁନ୍ଦାକୁ ହାତରେ ଧରି ଅତୀତକୁ ମନେ ପକାଇ ଆଖିରୁ ଧାର ଧାର ଲୁହ ବୋହି ଆସୁଥାଏ। ପ୍ରଶାନ୍ତଙ୍କ କେଇପଦ କଥା ଚୀର ସ୍ମରଣୀୟ ହୋଇ ରହି ଯାଇଛି। ବର୍ଷା ହେଲେ ପ୍ରଶାନ୍ତ କୁହନ୍ତି ପ୍ରୀତି ଏ ବର୍ଷା ପାଗରେ ତୁମ ହାତରୁ ଟିକିଏ ଗରମ ଗରମ ପକୁଡ଼ି ଓ ଚାହା କପେ ମିଳୁ। ସାଙ୍ଗେ ସାଙ୍ଗେ ପ୍ରୀତି ରୋଷେଇ ଘରକୁ ଯାଇ ପ୍ରଶାନ୍ତଙ୍କ ପସନ୍ଦର ପକୁଡ଼ି ବନାଏ। ଗରମ ଗରମ ପକୁଡି ଓ ଚାହା ପିଇ ପ୍ରଶାନ୍ତ ତାର ଭାରୀ ପ୍ରଂଶସା କରନ୍ତି। କହନ୍ତି ବୁଝିଲ ନା ପ୍ରୀତି ତୁମ ହାତ ତିଆରି ଚାହା ମୁଁ କେଉଁଠି ପାଉନାହିଁ। ସତେ ଯେପରି ହାତରେ ଯାଦୁ ରହିଛି। ପ୍ରଶାନ୍ତଙ୍କ କଥା ଶୁଣି ପ୍ରୀତି କୁହେ ଥାଉ ଏତେ ପ୍ରଂଶସା ଆଉ କରନା। କିଏ ଶୁଣିଲେ କଣ ଭାବିବ। ଆଜି ସେହି ଘର ଅଛି, ପ୍ରୀତି ଅଛି କିନ୍ତୁ ପ୍ରଶାନ୍ତ ତାକୁ ସବୁଦିନ ପାଇଁ ଅଫେରା ରାଇଜକୁ ଛାଡ଼ି ଚାଲିଯାଇଛନ୍ତି। ବର୍ଷା ହେଲେ ତାଙ୍କ କଥା ଭାରୀ ମନେ ପଡ଼େ। କେତେ ସୁନ୍ଦର ସମୟ ତାଙ୍କର ହସ ଖୁସିରେ ଚାଲି ଯାଉଥିଲା। ବର୍ଷା ସମୟରେ ଘଡଘଡି ମାରିଲେ ପ୍ରୀତିକୁ ଭାରୀ ଡର ଲାଗେ, ପ୍ରଶାନ୍ତ ତାକୁ ତାଙ୍କର ପ୍ରଶାନ୍ତ ବୁକୁରେ ଆଉଜେଇ ନେଇ କୁହନ୍ତି କାହିଁକି ଡରୁଚ ପ୍ରୀତି ତୁମ ପାଖରେ ତୁମ ପ୍ରଶାନ୍ତ ଅଛି ନା। ସେତେବେଳେ ପ୍ରୀତି ପ୍ରଶ୍ନ କରିଥିଲା , ବର୍ଷା ବେଳେ ଘଡଘଡି ମାରିଲେ ତୁମେ କଣ ସବୁବେଳେ ମୋ ପାଖରେ ରହିଥିବ, କେତେବେଳେ ଯଦି ବାହାରକୁ ଯାଇଥିବ ଘଡଘଡି ମାରିବ ମୁଁ ସେତେବେଳେ କଣ କରିବି ଛାନିଆଁ ହୋଇ ହାର୍ଟ ଆଟାକ ହୋଇ ଯିବ। ପ୍ରଶାନ୍ତ କହିଥିଲେ ପ୍ରୀତି ମୁଁ ତୁମକୁ ଏତେ ଭଲ ପାଉଛି,ତୁମେ ମୋତେ କେବେ ହେଲେ ଛାଡି ଯାଇ ପାରିବ ନାହିଁ। ମରିବ ତ ମୋରି କୋଡ଼ରେ ମୁଣ୍ଡ ରଖି ମରିବ। ମୁଁ ତୁମକୁ ଶଙ୍ଖା ସିନ୍ଦୁର ପିନ୍ଧାଇ ସ୍ଵର୍ଗଦ୍ଵାର କୁ ନେଇ ଯିବି। ତୁମ ପରି ସ୍ତ୍ରୀ ପାଇ ମୋ ଜୀବନ ଧନ୍ୟ ହୋଇ ଯାଇଛି। ପ୍ରଶାନ୍ତ ଦେଇଥିବା କଥା କିନ୍ତୁ ରଖି ପାରିଲେନି। ସବୁଦିନ ପାଇଁ ଏକା କରି ଚାଲିଗଲେ। ବର୍ଷା ଆସିଲେ କାନ୍ଦିବା ଛଡ଼ା ପ୍ରୀତି ପାଖରେ ଆଉ କିଛି ସାହାରା ନ ଥିଲା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract