STORYMIRROR

Pratima Satpathy

Children Stories

4  

Pratima Satpathy

Children Stories

ମୋ ପ୍ରଥମ ଗୁରୁ

ମୋ ପ୍ରଥମ ଗୁରୁ

2 mins
253


ମଙ୍ଗଳ ପୁର ଗାଆଁ ରେ ଶ୍ୟାମ ବାବୁଙ୍କ ଘର। ତାଙ୍କ ପୁଅ ଗୋବିନ୍ଦ ର ଗୋଟିଏ ପୁଅ ଓ ଗୋଟିଏ ଝିଅ ଅଛି। ଝିଅର ନାମ ମାଳତୀ ଓ ପୁଅର ନାମ ମଳୟ। ଶ୍ରଦ୍ଧାରେ ଝିଅକୁ କୁନି ଓ ପୁଅକୁ କୁନା ବୋଲି ଡାକନ୍ତି।କୁନା ଓ କୁନି ଦୁଇ ଭାଇ ଭଉଣୀ, ଦୁଇ ଜଣ ଗାଆଁ ସ୍କୁଲରେ ପାଠ ପଢନ୍ତି। ସେଦିନ ଥାଏ ସେପ୍ଟେମ୍ବର ମାସର ପାଞ୍ଚ ତାରିଖ। ଦୁଇଜଣ ଗାଧୋଇକି ଫୁଲ, ଧୂପ, ମିଠା ନେଇ ବାହାରିଲେ ସ୍କୁଲକୁ। କିଛି ନ ଜାଣିଲା ପରି ଶ୍ୟାମ ବାବୁ ପଚାରିଲେ ଆରେ କୁନା କୁନି, ତୁମେ କଣ ସକାଳୁ ସକାଳୁ କୁଆଡେ ଯିବା ପାଇଁ ବାହାରିଛ। ଦୁଇଜଣ ଯାକ ଏକାଥରେ କହି ଉଠିଲେ ଜେଜେ, ତୁମେ କଣ ଜାଣିନାହିଁ, ଆଜି ପରା ସେପ୍ଟେମ୍ବର ମାସ ପାଞ୍ଚ ତାରିଖ ଗୁରୁ ଦିବସ। ଆଜି ସ୍କୁଲରେ ସବୁ ଶିକ୍ଷକ ମାନଙ୍କୁ ପୂଜା କରାଯାଏ। ଫୁଲ ଚନ୍ଦନ, ଧୂପ ଦୀପ ଦେଇ ମିଠା ଖାଇବାକୁ ଦିଆଯାଏ। ପାଦରେ ମୁଣ୍ଡ ଲଗାଇ ପ୍ରଣାମ କଲେ ଗୁରୁଙ୍କ ଆଶିର୍ବାଦ ମିଳିଥାଏ। ଜେଜେ କହିଲେ ହଁ, ମୁଁ ସବୁ ଜାଣିଚି, ଆଚ୍ଛା କହିଲ ଗୁରୁ ଦିବସ କେବେଠାରୁ ପାଳନ କରା ଯାଉଛି। କୁନା ଓ କୁନି କହିଲେ ଆମ ଭାରତ ସ୍ଵାଧୀନ ପରେ ଆମର ଦ୍ୱିତୀୟ ରାଷ୍ଟ୍ରପତି ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମ ଦିନଟିକୁ ଗୁରୁ ଦିବସ ଭାବେ ପାଳନ କରାଯାଉଛି। ସେ ଜଣେ ଆଦର୍ଶ ଶିକ୍ଷକରୁ ରାଷ୍ଟ୍ରପତି ହୋଇଥିଲେ। ଜେଜେ କହିଲେ ଠିକ୍ ଅଛି, ଗୁରୁଙ୍କୁ ପୂଜା କରିବା ଉଚିତ, କିନ୍ତୁ କହିଲ ପିଲେ ତୁମର ପ୍ରଥମ ଗୁରୁ କିଏ। ପିଲାମାନେ କହିଲେ ଯିଏ ଆମକୁ ପ୍ରଥମେ ପାଠ ପଢ଼ାଇ ଥିଲେ ସେ ଆମର ପ୍ରଥମ ଗୁରୁ। ଜେଜେ କହିଲେ ହଁ ସେକଥା ଠିକ୍। ପ୍ରଥମ ଗୁରୁ ଙ୍କ ନାମ କହିଲ। ଦୁଇଜଣ କହିଲେ ମୋହନ ସାର୍, ଯିଏ ଆମକୁ ପ୍ରଥମେ ପାଠ ପଢ଼ାଇ ଥିଲେ। ଜେଜେ କହିଲେ ନାଁ, ତୁମର ପ୍ରଥମ ଗୁରୁ ହେଲେ ତୁମ ମାଆ। ଯିଏ ତୁମ ହାତ ଧରି ଖଡିକୁ ଘୋଷାରି ଘୋଷାରି ଅ ଆ ଲେଖାଇ ଥିଲେ। ତୁମେ ସିନା ସ୍କୁଲରେ ପାଠ ପଢିବାକୁ ଗଲା ପରେ ମୋହନ ସାର୍ ତୁମକୁ ପାଠ ପଢାଇଲେ। ମାଆ ପ୍ରଥମେ ମଣ୍ଡୁଳା ମଡାଇ ଅ ଆ ଇ ଈ ସବୁ ପଢ଼ାଇ ଥିଲେ। ପ୍ରତ୍ୟେକ ପିଲାର ପ୍ରଥମ ଗୁରୁ ହେଲେ ତାଙ୍କର ମାଆ ଓ ପ୍ରଥମ ଶିକ୍ଷାକେନ୍ଦ୍ର ହେଲା ତାଙ୍କ ଘର। ଘରୁ ପିଲା ମାନେ ଯେପରି ଶିକ୍ଷା,ବ୍ଯବହାର, ସଂସ୍କାର ପାଇବେ ସେମାନେ ସେହିପରି ହେବେ। ସେଥିପାଇଁ ମାଆ ହେଲେ ପ୍ରଥମ ଗୁରୁ। ମାଆ ଜନ୍ମଦାତ୍ରି, ସମସ୍ତଙ୍କ ଠାରୁ ଶ୍ରେଷ୍ଠ। ସେଥିପାଇଁ କୁହନ୍ତି ଜନନୀ ଜନ୍ମ ଭୂମିଶ୍ଚ ସ୍ୱର୍ଗାଦପି ଗରୀୟସୀ। କୁନା ଓ କୁନି କହିଲେ ଜେଜେ ଆମେ ଆଗରୁ ଏ କଥା ଜାଣି ନ ଥିଲୁ। ତୁମେ ଆମକୁ ଜଣାଇ ନଥିଲେ ଆମେ ଜାଣି ପାରି ନ ଥାନ୍ତୁ। ହଉ ଜେଜେ ଆମର ଡେରି ହେଲାଣି ଆମେ ଏବେ ସ୍କୁଲ ଯାଉଛୁ। ଆସିଲେ ତୁମ କଥା ମାନି ମାଆଙ୍କୁ ପ୍ରଥମ ଗୁରୁ ବୋଲି ପୂଜା କରିବୁ। ଜେଜେ କହିଲେ ସାବାସ ସାବାସ। ତୁମେ ମୋର ନାତି ଓ ନାତୁଣୀ ନା। ଯାଆ ଗୁରୁଙ୍କୁ ଭକ୍ତିଭାବରେ ପୂଜା କରିବ।


Rate this content
Log in