STORYMIRROR

Pratima Satpathy

Children Stories

4  

Pratima Satpathy

Children Stories

ପରିବେଶ ସୁରକ୍ଷା ଓ ଜୀବନ ରକ୍ଷା

ପରିବେଶ ସୁରକ୍ଷା ଓ ଜୀବନ ରକ୍ଷା

2 mins
248


ସେଦିନ ଗୋବିନ୍ଦ ସାର୍ ଶ୍ରେଣୀରେ ପିଲାମାନଙ୍କୁ ପଚାରିଲେ, କହିଲ ପିଲାଏ ଆମ ପରିବେଶ କୁ ଆମେ କିପରି ପରିଷ୍କାର ପରିଚ୍ଛନ୍ନ ରଖି ପାରିବା। ଯିଏ କହିବ ହାତ ଟେକ। ରାଜୁ କହିଲା ସାର୍ ମୁଁ କହିବି। ସାର କହିଲେ କହ। ରାଜୁ କହିଲା ସାର୍ ସେଦିନ ଆମ ଗାଆଁକୁ ଗୋଟିଏ ପ୍ରଚାର ଗାଡି ଆସି ପରିବେଶ ସୁରକ୍ଷା ଓ ଜୀବନ ରକ୍ଷା ଉପରେ କହୁଥିଲା। ମୁଁ ସବୁ ଶୁଣି ମନେ ରଖିଚି। ଆମେ ରହୁଥିବା ଚତୁପାର୍ଶ୍ଵ ହେଲା ଆମ ପରିବେଶ। ବର୍ତ୍ତମାନ ସମୟରେ ଜଳ ପ୍ରଦୂଷଣ, ବାୟୁ, ପ୍ରଦୂଷଣ ଓ ଶବ୍ଦ ପ୍ରଦୂଷଣ ବଢ଼ି ଚାଲିଛି।ଆମେ ସବୁ ସଚେତନ ନ ହେଲେ ଏ ଜୀବ ଜଗତ ଦିନେ ନା ଦିନେ ନଷ୍ଟ ହେଇଯିବ।ଆମର ବର୍ଜ୍ୟ ବସ୍ତୁ କୁ ଏଠି ସେଠି ନ ପକାଇ ଅଳିଆ କୁଣ୍ଡରେ ପକାଇବା। ରାସ୍ତା ଘାଟ ପରିଷ୍କାର ପରିଚ୍ଛନ୍ନ ରଖିବା। ଖୋଲା ଯାଗାରେ ମଳ ତ୍ୟାଗ ନ କରି ପାଇଖାନା ବ୍ୟବହାର କରିବା। ବାଣ ଫୁଟାଇବା ଦ୍ଵାରା ଶବ୍ଦ ଓ ବାୟୁ ପ୍ରଦୂଷଣ ହେଉଛି। ଆମେ ଦୀପାବଳିରେ ବାଣ ନ ଫୁଟାଇ ଦୀପ ଜଳାଇବା।ପ୍ରତ୍ୟେକ ଲୋକ ସପ୍ତାହରେ ଗୋଟିଏ ଦିନ ଗୋଟିଏ ଗଛ ଲଗାଇଲେ ପରିବେଶ ସୁସ୍ଥ ରହିବ। ବର୍ତ୍ତମାନ କଳ କାରଖାନାରୁ ବାହାରୁଥିବା ବିଷାକ୍ତ ଧୁଆଁ ଓ ବର୍ଜ୍ୟ ବସ୍ତୁସବୁ ଆମ ପରିବେଶ ନଷ୍ଟ କରୁଛି। ନଦୀ ନାଳ ରେ ବର୍ଜ୍ୟବସ୍ତୁ ପକାଇବାରୁ ପାଣି ଦୂଷିତ ହେଉଛି। ଆମେ ମାନେ ସେହି ସବୁପାଣି କୁ ବ୍ୟବହାର କରିବା ଦ୍ବାରା ମାରାତ୍ମକ ରୋଗରେ ପଡୁଚେ। ଯାନ ବାହନ ଚଳାଚଳ ଯୋଗୁ ବାୟୁ ମଣ୍ଡଳ ପ୍ରଦୂଷଣ ବଳୟରେ ଅଛି। ଅଙ୍ଗାରକାମ୍ଳ ସୃଷ୍ଟି ହୋଇ ବାୟୁ ଦୂଷିତ ହେଉଛି। ଗଛ ଲଗାଇଲେ ଗଛ ଅଙ୍ଗାରକାମ୍ଳ ଗ୍ରହଣ କରି ଅମ୍ଳଜାନ ଯୋଗାଇଦେବ। ଯାହା ଫଳରେ ଆମ ପରିବେଶ ସୁସ୍ଥ ରହିବ। ଗଛ ପାଇଁ ବର୍ଷା ହେଉଛି। ଜଙ୍ଗଲ ନଷ୍ଟ ହେବାରୁ ପୃଥିବୀର ତାପମାତ୍ରା ଦିନକୁ ଦିନ ଅସହ୍ୟ ହେଲାଣି। ଠିକ୍ ସମୟରେ ବର୍ଷା ହେଉନାହିଁ। ତେଣୁ ଆମେ ପିଲାମାନେ କଥା ହେଉଥିଲୁ ଏବେ ବିଦ୍ୟାଳୟରେ ଯେଉଁ ଦିନ ଛୁଟି ଦିଆଯିବ ଆମେ ସବୁ ମିଶି ଆମ ଗାଆଁର ଯେତେକ ପଡିଆ ରହିଅଛି ସେଥିରେ ବୃକ୍ଷ ରୋପଣ କରିବୁ। ଆମ ପରିବେଶ ସୁରକ୍ଷା ରହିବା ସହିତ ଜୀବନ ମଧ୍ଯ ରକ୍ଷା ହୋଇଯିବ। ସାର କହିଲେ ସାବାସ ରାଜୁ। ତୁମେ ପିଲାମାନେ ହେଲ ଦେଶର ଭବିଷ୍ୟତ। ତୁମେ ମାନେ ସଚେତନ ହେଲେ ପରିବେଶନିଶ୍ଚୟ ବଦଳିଯିବ। ଗଛ ଲଗାଇବା ଉତ୍ତମ କର୍ମ । ପାଠ ପଢିବା ସହିତ ଏହିସବୁ ଭଲ କାମ କରିଲେ ଦିନେ ନିଶ୍ଚୟ ତୁମେ ଭଲ ମଣିଷ ହେବ। ସରକାର ପ୍ରତି ବ୍ଲକରେ ବୃକ୍ଷ ରୋପଣ କରିବା ପାଇଁ ମାଗଣାରେ ଚାରା ଯୋଗାଇ ଦେଉଛନ୍ତି। ମୁଁ ବ୍ଲକକୁ ଯାଇଁ ତୁମ ପାଇଁ ଗଛ ନେଇ ଆସିବି।ଛୁଟି ଦିନ ରେ ମୁଁ ମଧ୍ଯ ତୁମ ସହିତ ଯାଇଁ ଗଛ ଲଗାଇବାରେ ସାହାଯ୍ୟ କରିବି। ସବୁ ପିଲା ମାନେ କହିଲେ ସାର୍ ଆମେ ମାନେ ସମସ୍ତେ ହାତ ରେ ହାତ ମିଶାଇ ବୃକ୍ଷ ରୋପଣ କରିବୁ। ଆମ ପରିବେଶ ସୁରକ୍ଷା ଆମ ହାତରେ ବୋଲି ଲୋକ ମାନଙ୍କୁ ସଚେତନ କରାଇବୁ।


Rate this content
Log in