STORYMIRROR

Pratima Satpathy

Abstract

3  

Pratima Satpathy

Abstract

ଦୋଛକିରେ ଜୀବନ।

ଦୋଛକିରେ ଜୀବନ।

1 min
162


ମନୁଷ୍ୟ ଜୀବନ ସମସ୍ୟା ବହୁଳ, ଖରା ଛାଇର ଖେଳ ପରି କେତେବେଳେ ସୁଖ ତ କେତେବେଳେ ଦୁଃଖ । ଏହି ସତ୍ୟତା କୁ ନେଇ ମନୁଷ୍ୟ ଗତି କରୁଛି। ଆଜି ସୁପ୍ରିୟାର ଅବସ୍ଥା ସେହିପରି ସମସ୍ୟା ଜର୍ଜରିତ ହୋଇ ରହିଛି। ବିବାହର ତିନି ବର୍ଷ ପରେ ସେ ମାଆ ହେବାକୁ ଯାଉଥିଲା ଏ ଖବର ଶୁଣି ତାର ସ୍ଵାମୀ ସୁରେଶ ମଧ୍ଯ ବହୁତ ଖୁସି ଥିଲା। ଦୁଇଜଣଙ୍କ ଜୀବନରେ ଖୁସିର ଲହରୀ ଖେଳିଯାଇଥିଲା ବେଳେ ହଠାତ୍ ଜୀବନ ଆକାଶରେ ଅଦିନିଆ ଝଡ ଟିଏ କୁଆଡୁ ଆସିଗଲା ସବୁ ଖୁସିକି ଛଡାଇ ନେଲା। ତାର ଛାତିରେ ଯନ୍ତ୍ରଣା ହେବାରୁ ଡାକ୍ତର ଖାନା ଗଲା। ସବୁ ପରୀକ୍ଷା ନିରୀକ୍ଷାରୁ ଜଣା ପଡ଼ିଲା ତାର ବ୍ରେଷ୍ଟ କ୍ୟାନସର ହୋଇଛି। ପିଲାଟି ଜନ୍ମ ହେଲେ ମାତୃ ସ୍ତନ୍ୟ ପାନରୁ ବଞ୍ଚିତ ହେବ। ସେପାଇଁ ତାର ଭୟ ନ ଥିଲା, କିନ୍ତୁ ମା ଗର୍ଭରେ ଥିବା ଅବସ୍ଥାରେ ମାଆର କ୍ୟାନସର ପିଲାର ଅସୁବିଧା ଭବିଷ୍ୟତରେ ହୋଇ ପାରିବାର ଆଶଙ୍କା ତାକୁ ଗର୍ଭ ନଷ୍ଟ କରିବାକୁ ପଡ଼ିଲା। ଖୁସିର ଜୁଆର ରେ ଭଟ୍ଟା ପଡ଼ିଗଲା। କେମୋ ନେଇ ବର୍ତ୍ତମାନ ସେ ରୋଗର ଚିକିତ୍ସା କରି ଚାଲିଛି।ଏପରି ଦୋଛକିରେ ତାର ଜୀବନ ଡଙ୍ଗା ଗତି କରୁଛି। କେବେ ସେ ରୋଗ ମୁକ୍ତ ହେବ ସେକଥା ଭଗବାନ ଜାଣିଛନ୍ତି। ଡାକ୍ତର କହୁଛନ୍ତି ସେ ପୁରା ଆରୋଗ୍ୟ ଲାଭ ପରେ ମାଆ ହୋଇ ପାରିବ। ଦେଖାଯାଉ ଭଗବାନଙ୍କ ଇଚ୍ଛା କଣ ଅଛି। ଏପରି ଦୋଛକିରେ ତାର ଜୀବନ ଚାଲିଛି। ଜୟ ମା ବିରଜା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract