ଡାଏରୀର ଶେଷ ପୃଷ୍ଠା
ଡାଏରୀର ଶେଷ ପୃଷ୍ଠା
ହେଇ ଦେଖିଲୁ ଆକାଶରେ ପୁନେଇ ଚାନ୍ଦ କେମିତି ସୁନେଲି ଜୋଛନା ବୁଣି ଖିଲି ହସିଲାଣି, ଏ ପୂର୍ଣ୍ଣିମା ଟିକେ ଦେଖି ଆସେ ଦେଖ ସେହି ଥୁଣ୍ଟା ଆମ୍ବ ଗଛ ଡାଳରୁ ଡେଣା ବାଡେଇ ଚକୋର କେମିତି ଉଡି ଗଲାଣି ଦୂର ଆକାଶକୁ ମିଶିବା ପାଇଁ ଜହ୍ନ ସାଥିରେ, ଦେଖ ଏ ଆକାଶଟା ବି କେତେ ସୁନ୍ଦର ଲାଗୁଚି ଏଇ ପୂର୍ଣ୍ଣିମା ପାଇଁ, ସେ ଆକାଶ ସିନା ସେ ପୂର୍ଣ୍ଣିମା ପାଇଁ ସୁନ୍ଦର, ହେଲେ ଏ ଆକାଶ କଣ ତୋ ବିନା ସୁନ୍ଦର ହୋଇ ପାରିବ ? ଏ ପୂର୍ଣ୍ଣିମା କଣ ଭାବୁଚୁ ? ଆଉ ଥରେ ଫେରି ଆସେ, ଦେଖ ତୋ ବିନା ଏ ଆକାଶ କେମିତି ଆଜି ଅନ୍ଧକାର ହୋଇ ଯାଇଛି ।
ଭଗବାନଙ୍କ ସୃଷ୍ଟିରେ ଏକ ପବିତ୍ର ସମ୍ପର୍କର ବରଦାନ ହେଉଛି ପ୍ରେମ ଯାହାର ଅନ୍ଯ ନାମ ଯନ୍ତ୍ରଣା, ଯିଏ ଭୋଗ କରି ପାରିଲା ସେ ଭୋଗି ଯିଏ ତ୍ଯାଗ କରି ଦେଲା ସେ ତ୍ଯାଗି, କିନ୍ତୁ ନା ସେ ଭୋଗ କରି ପାରିଲା ନା ସେ ତ୍ଯାଗ କରି ପାରିଲା ଭୋଗ ଆଉ ତ୍ଯାଗ ଆକାଂକ୍ଷାର ସିଙ୍କୁଳରେ ଛନ୍ଦି ହୋଇ ସେ ଆଜି ପାଲଟି ଯାଇଛି ଅବାଞ୍ଛିତ ଦୁନିଆର ଲାଞ୍ଛିତ ପୁରୁଷ, ସେ କଣ ଜାଣିଥିଲା ପ୍ରେମର ଏହି ଶାନ୍ତ ଯୁଦ୍ଧ ତା ଜୀବନକୁ ଅଜ୍ଞାନର ଗନ୍ତାଘରେ ଜଡ ସଜାଇ ଅଶାନ୍ତ କରି ଫେରିଯିବ ବୋଲି ? ଦେଖିବାର ଶକ୍ତି ଥାଇବି ସେ ଆଜି ଅନ୍ଧ, କହିବାର ବଳ ଥାଇବି ସେ ଆଜି ମୁକ, ଶୁଣିବାର ଶକ୍ତି ଥାଇବି ସେ ଆଜି ବଧିର, କେବଳ ସେହି ପୂର୍ଣ୍ଣିମା ବିନା ପାଗଳର ଆଖ୍ଯା ନେଇ ପଡିରହିଚି କୁଟିଳ କଟାକ୍ଷ ଜୀବନକୁ ନେଇ, ସଞ୍ଜ ହୋଇଗଲେ ବନ୍ଦ କୋଠରୀର ଚାରି କାନ୍ଥ ଯେମିତି କଥା କହି ଉଠନ୍ତି ଆକାଶର ସ୍ବରରେ ପୂର୍ଣ୍ଣିମା.. ପୂର୍ଣ୍ଣିମା.. ପୂର୍ଣ୍ଣିମା.. ବନ୍ଦ ଝରକାର ଭଙ୍ଗା କବାଟର ଛୋଟିଆ କଣାରେ ଅନୁଭବ କରିପାରେ ସେ ପୂର୍ଣ୍ଣିମାର ପୂର୍ଣ୍ଣତାକୁ, ପୂର୍ଣ୍ଣିମା ପୂର୍ଣ୍ଣିମା ଶବ୍ଦରେ ଚତୁର୍ଦ୍ଦିଗ ପ୍ରକମ୍ପିତ ହୋଇଉଠେ, ପାଦର ଜଞ୍ଜିର ମଧ୍ଯ ଗୁଞ୍ଜରୀତ ହେବାରେ ଲାଗନ୍ତି ଝମ୍ ଝମ୍ ହୋଇ, କାହା ଦେହ ଭଲା ସହିବ... ସେ ଲୋମ ହର୍ଷଣ କାରି ଦୃଶ୍ଯ ଦେଖି, କେବେ ଅଭିମାନରେ କାନ୍ଦି ପକାଏ'ତ କେବେ ଖୁସିରେ ଗୀତ ଗାଇ ହସି ପକାଏ, କେବେ କେବେ ରାଗରେ ଘର କାନ୍ଥରେ ନିଜ ମଥା ପିଟି ପକାଏ, କିନ୍ତୁ ତାହାର ପ୍ରତ୍ଯକ ଅନୁଭବ ପୂର୍ଣ୍ଣିମାକୁ ନେଇ ସୃଷ୍ଟି ହୋଇଥାଏ, ଜାଣିନି ତା ଅତୀତ କେତେ ମଧୁମୟ ଥିଲା ବା କଣ୍ଟକିତ, ଜାଣିନି ତା ଅତୀତରେ କିପରି ଦୁଃଖଦ ଘଟଣା ଘଟିଛି, କିନ୍ତୁ ପାଇଥିଲି ଆକାଶର ହାତ ଲେଖା ଡାଏରୀ, ଯାହା ଲେଖା ହୋଇଥିଲା ପୂର୍ଣ୍ଣିମାକୁ ନେଇ , ପୂର୍ଣ୍ଣିମା ସହ ସମ୍ପର୍କ ଆରମ୍ଭ ହେବା ଠାରୁ ଶେଷ ପର୍ଯ୍ଯନ୍ତ ଗୋଟି ଗୋଟି ବର୍ଣ୍ଣନା ହୋଇଥିଲା ଡାଏରୀର ଛାତିରେ ଯାହା ଏବେବି ଜୀବନ୍ତ ଲାଗନ୍ତି, ପ୍ରେମ, ରାଗ, ଅଭୀମାନ ଭରା ଏହି ଡାଏରୀ ମୋତେ ବାଧ୍ଯ କହିଥିଲା ଆରମ୍ଭରୁ ଶେଷ ପର୍ଯ୍ଯନ୍ତ ପଢିବା ପାଇଁ, ଡାଏରୀର ପ୍ରତ୍ଯକ ପୃଷ୍ଠାରେ ବାରି ହୋଇ ପଡୁଥିଲା ଆକାଶର ନିଚ୍ଚ୍ଥଳ, ନିଶ୍କପଟ ପ୍ରେମର ପରିଭାଷା, ଡାଏରୀ ଜୀବନ୍ତ ନୁହେଁ ସତ, ହେଲେ ଚିକ୍ତାର କରି କହି ଦେଉଥାଏ ଆକାଶର ସେହି ଦୁଃଖଦ କାହାଣୀ, ଯାହା ଲିପିବଦ୍ଧ ହୋଇଛି ଡାଏରୀର ଛାତିରେ, ଯାହାକୁ ବର୍ଣ୍ଣନା କରିବା ପାଇଁ ଯେତିକି ରୋମାଞ୍ଚ ଭରେ ମୋ ଠାରେ ତା ଠାରୁ ଅଧିକ ଦୁଃଖ ଚାଲି ଆସେ ମନରେ, ସମ୍ପୂର୍ଣ୍ଣ ଡାଏରୀକୁ ବର୍ଣ୍ଣନା କରିବାର ଧର୍ଯ୍ଯ ପାଖରେ ଥିଲେବି ତାହା କରି ପାରିବିନି, କିନ୍ତୁ ଏତିକି ବର୍ଣ୍ଣନା କରିବି ଯାହା ଲେଖା ଥିଲା ଡାଏରୀର ଶେଷ ପୃଷ୍ଠାରେ !
ତୁମେ ସବୁବେଳେ କୁହ ମୁଁ ତୁମକୁ ଭଲ ପାଏନା ମୁଁ ତୁମକୁ ଘୃଣା କରେ, ମୁଁ ଯେବେବି କହି ଦିଏ ଏ ପୂର୍ଣ୍ଣିମା ମୁଁ ତୁମକୁ ଭଲ ପାଏ, ତୁମ ହସ ହସ ଉତ୍ତରେ କେବଳ ଏହି ଶବ୍ଦହିଁ ଶୁଣିବାକୁ ପାଏ ମୁଁ ତୁମକୁ ଘୃଣା କରେ, ଜାଣିଛ ବେଳେ ବେଳେ ସେହି ଶବ୍ଦ ଶୁଣିବାକୁ ମୋତେ ଭାରି ଭଲ ଲାଗେ କିନ୍ତୁ ବେଳେ ବେଳେ ସେହି ଶବ୍ଦ ବହୁ କଷ୍ଟ ଦିଏ ମନକୁ, କେବେ କେବେ ଇଛା ହୁଏ ତୁମ ଛାତିରେ ମଥା ରଖି ନିଗାଡି ଦଅନ୍ତି ମନର ସବୁ ଦୁଃଖ ଯନ୍ତ୍ରଣାକୁ, ହେଲେ ତୁମେ କେବେ କେବେ ସବୁ ଜାଣି ନଜାଣିଲା ପରି ପିଠି କରିଦିଅ, ଭାରି କଷ୍ଟ ହୁଏ ସେତେବେଳେ, ଆଉ ଜାଣି ପାରେନି ତୁମେ ମୋର ଆପଣାର ନା ଆପଣାର ରୂପରେ ସାତ ପର, ତୁମେ ସବୁଠୁ ନିଆରା ସବୁଠୁ ଅଲଗା, ତୁମ ପରି ନିଶକପଟ ସରଳ ଉଦାର ହୃଦୟ ବନ୍ଧୁ ଟିଏ ମୋ ଜୀବନରେ କେବେବି ପାଇବି ନାହିଁ, ତୁମ ପାଇଁ ମୋ ହୃଦୟରେ ଏମିତି ସବୁବେଳେ ଜାଗାଟିଏ ସ୍ବତନ୍ତ୍ର ହୋଇ ରହିଥିବ,ତୁମ ବଦଳରେ ମୋ ଜୀବନରେ ଆଉ କେହିବି ଆସି ପାରନ୍ତି ବା ନଆସି ପାରନ୍ତି, କିନ୍ତୁ ତୁମ ଜାଗା ସେମିତି ସ୍ବତନ୍ତ୍ର ହୋଇ ରହିଥିବ ଯାହା କେହିବି ନେଇ ପାରିବେ ନାହିଁ, ବାଛ ବିଚାର, ପର ଆପଣାର ଅଙ୍କ କଷୁ କଷୁ ତୁମେ କେତେବେଳେ ଯେ ମୋର ଆପଣାର ଭାବେ ବାଛି ହୋଇଗଲ ତାହା ଏବେବି ମୋ ହିସାବ ବାହାରେ, ତୁମେ ବନ୍ଧୁ ହୋଇ ଆସିଥିଲ, ହେଲେ ପ୍ରେମିକା ହୋଇ ଫେରିଗଲ, ଜାଣେନି ତୁମକୁ ମନ ଦେଇ କେତେ ଠିକ୍ କରିଛି ବା ଭୂଲ୍ କିମ୍ବା ତାହାର ହିସାବ ରଖିବାକୁ କେବେବି ଚେଷ୍ଟା କରିନି କେବଳ ନିଶ୍ବାର୍ଥପର ଭାବେ ତୁମକୁ ଭଲପାଉ ଥିଲି ଏବଂ ଭଲ ପାଉଛି ମଧ୍ଯ, ତୁମେ ଜାଣିଛ ତୁମର ପ୍ରତ୍ଯକ କଥା ମୋର ଆଜିବି ମନେ ଅଛି, ତୁମେ କୁହନା... ଜାତି ପ୍ରଥାକୁ ନେଇ କେବଳ ଆମ ଘରେ ନୁହେଁ, ସେଥି ପ୍ରତି ମୋରବି ଅଗାଧ ବିଶ୍ବାଷ ରହିଛି ତୁମ ସହ ମୋର ବିବାହ କେବେବି ହୋଇ ପାରିବନି ସାରା ଜୀବନ ମୁଁ ତୁମର ଏମିତି ବନ୍ଧୁ ଟିଏ ହୋଇ ରହିଥିବି, ତୁମ କଥା ଶୁଣି ସେତେ ବେଳେ ହସି ଦେଉଥିଲି ଆଉ ଆଜିବି ହସୁଛି, ସତରେ ତୁମେ ବହୁତ ସରଳ ଥିଲ, ସେଥିପାଇଁ ବୋଧେ ସବୁବେଳେ କହୁଥିଲ ମୋ ସରଳତାର ଫାଇଦା କେବେବି ଉଠାଇବ ନାହିଁ, ହେଇ ଦେଖ ପୂର୍ଣ୍ଣିମା ତୁମ ସରଳତାର ଶକ୍ତ ଡୋରରେ ବାନ୍ଧି ହୋଇ ମୋ ଜୀବନ ଆଜି କେମିତି ଜଟିଳ ହୋଇ ଗଲାଣି ହେଲେ ମୋ ମନରେ ଜମାବି ଦୁଃଖ ନାହିଁ କାରଣ ଆକାଶ ଜାଣିଛି ପୂର୍ଣ୍ଣିମା ଯିବା ପରେ ପରେ ତାକୁ ଅନ୍ଧକାର କରିବା ପାଇଁ ଅମାବାସ୍ଯା ଆସିବାଟା ହିଁ ଆସିବ, ସେଥିପାଇଁ'ତ ଅମାବାସ୍ଯାର ଅନ୍ଧାରରେ ମୁଁ ନିଜକୁ ଲିନ କରି ସାରିଲିଣି,ତୁମେ କହୁଥିଲ 'ନା ପ୍ରେମ କ'ଣ ଗୋଟେ 'ମ ସେ ପ୍ରେମ ଫ୍ରେମ ସବୁ ଛାଡ ଏମିତି ଆମେ ସବୁଦିନ ଦୁହେଁ ଦୁହିଁଙ୍କର ଆପଣାର ହୋଇ ରହିଥିବା, ଏହି ଦୁନିଆଁର ରିତି ନିତି ଚାଲି ଚଳନି ଠାରୁ ସମ୍ପୂର୍ଣ୍ଣ ଅଲଗା ହେଇଯିବା, କାହା କଥା ଯେମିତି ଆମକୁ କିଛିବି ଫରକ୍ ପଡିବନି, ତୁମେ ମୋର ପ୍ରିୟ ସଖା ଆଉ ମୁଁ ତୁମର ପ୍ରିୟ ସକ୍ଷୀ ହୋଇ ତୁମ ପାଖରେ ସାରା ଜୀବନ ରହିଥିବି, ମୋତେ କଥା ଦିଅ ନିଜ ସ୍ବାର୍ଥ ପାଇଁ କେହି କାହା ଠାରୁ ଅଲଗା ହେବା ନାହିଁ, ହେଲେ ମୋତେ କହିବ ପୂର୍ଣ୍ଣିମା ନିଜ ହାତରେ ଗଢିଥିବା ଏହି ନିସ୍ବାର୍ଥ ସମ୍ପର୍କକୁ କେଉଁ ସ୍ବାର୍ଥ ପାଇଁ ଭାଙ୍ଗି ଦେଇ ଗଲ ? ପ୍ରତିଶୃତି ତୁମେ ଦେଇଥିଲ ଯାହାକୁ ମୁଁ ପାଳନ କରୁଥିଲି ଦୋଷ ମୋର କେଉଁଠି ରହିଲା ଯେଉଁଥି ପାଇଁ ତୁମେ ମୋତେ ? କାହାଣୀର ଅନ୍ତ ନଥାଏ ସେଥିପାଇଁ ବୋଧେ ଆକାଶର ପ୍ରେମ କାହାଣୀ ଏକ ପ୍ରଶ୍ନବାଚୀ ସୃଷ୍ଟି କରି ଅଧୁରା ହୋଇ ରହିଗଲା, କିଏ ଜାଣେ ଏହି ପ୍ରେମ ଏକ ସଫଳ ପ୍ରେମକାହାଣୀରେ ରୂପାନ୍ତରିତ ହେଉଛି ବା ଏମିତି ପ୍ରଶ୍ନବାଚୀ ହୋଇ ଇତିହାସର ପୃଷ୍ଠାରେ ସ୍ବର୍ଣ୍ଣିମ ଅକ୍ଷରରେ ଲିପିବଦ୍ଧ ହେଉଛି, ତାହାତ ସମୟ କହିବ ।

