STORYMIRROR

Chandrakanta Jena

Abstract Tragedy Inspirational

4  

Chandrakanta Jena

Abstract Tragedy Inspirational

ସମାଜ ଆଉ ସେ

ସମାଜ ଆଉ ସେ

2 mins
7


ରୋଜା ଆଜି ପରିସ୍ଥିତି ର ଦାସ ହୋଇ ନିଜ ପେଟ ଚାଖଣ୍ଡକ ପାଇଁ ବେଶ୍ୟା ପାଲଟି ଯାଇଛି । ସବୁଠାରେ ତାର ଛି, ଛି , ତାହାର ମୁଁହ ଦେଖିଲେ ସମାଜରେ ଭଦ୍ର ଲୋକ ମାନଙ୍କୁ କାଳେ ଅନ୍ନ ଜଳ ମିଳେ ନାହିଁ । ସେ କାଳେ କଳଙ୍କିନୀ ସେ କାଳେ ବେଶ୍ୟା । ସେହିପରି ନାରୀ ଏହି ସମାଜକୁ କାଳେ ଅପଭ୍ରଷ୍ଟ କରିଦେବେ , ଯୁବ ପିଢ଼ି ମାନେ କାଳେ ଭୁଲ୍ ରାସ୍ତା ଆପଣେଇ ନେଉଛନ୍ତି ସେହିପରି ନାରୀ ର କୁପ୍ରଭାବ ରେ ,ସେଥିପାଇଁ ତାକୁ ସର୍ବସାଧାରଣ ରେ ବାରଣ କରା ଯାଇଛି । 


ମିସ୍ ରୋଜି ସିନେ ଜଗତର ସବୁଠାରୁ ନାମୀଦାମୀ ଅଭିନେତ୍ରୀ , କେବଳ ନାମ ହିଁ ଯଥେଷ୍ଟ ଗୋଟିଏ ଚଳଚ୍ଚିତ୍ର କୁ ସଫଳତା ଦେବା ପାଇଁ । ଏହି ଗୋଟିଏ ସପ୍ତାହ ହେବ ମୁକ୍ତିଲାଭ କରିଛି ତାଙ୍କର ଅଭିନୀତ ନୂଆ ଚଳଚ୍ଚିତ୍ର ରୋଜି କି ଜୱାନି । ସପ୍ତାହେ ହେବ ହାଉସ୍ ଫୁଲ୍ ଆଉ ଦୁଇ ସପ୍ତାହ ପାଇଁ ଟିକେଟ ନାହିଁ । ସପରିବାରେ ମିସ୍ ରୋଜି ଙ୍କ ଚଳଚ୍ଚିତ୍ର ଦେଖିବାକୁ ଧାଇଛନ୍ତି ସିନେମା ଘର । କର ତାଳି ହୋ ହାଲ୍ଲା ରେ କମ୍ପି ଉଠୁଛି ସିନେମା ଘର ର ଚାରି କାନ୍ଥ ଅଭିନେତ୍ରୀ ରୋଜି ଙ୍କ ସ୍ୱଳ୍ପ ବସ୍ତ୍ର ଧାରି ଅଙ୍ଗ ଏବଂ ଅଣ୍ଟା ହଲା ନାଚ ଦେଖି ।

ଦୁଇ ପ୍ରେମୀ ଯୁଗଳ ଉଭୟଙ୍କ ପ୍ରତି ଆକର୍ଷିତ ହୋଇ ଗଲେଣି ସିନେମାରେ ମାଡାମ୍ ରୋଜି ଙ୍କ ଅନ୍ତରଙ୍ଗ ମୂହୁର୍ତ୍ତର ଦୃଶ୍ୟ ଦେଖି । ଏହିପରି ଦୃଶ୍ୟ ଦେଖି କୋମଳମତୀ ବାଳକ ବାଳିକା ମାନେ ପ୍ରଶ୍ନ କରନ୍ତି ନିଜର ବାପା ମାଆ ମାନଙ୍କୁ ଏମିତି କୁଣ୍ଢାକୁଣ୍ଢି ହୋଇ ସେମାନେ କଣ କରୁଛନ୍ତି ମାମା ? ଉତ୍ତରରେ ମାମା କୁହନ୍ତି ପାଟି ନକରି ଚୁପ୍ ଚାପ୍ ହୋଇ ଦେଖ ।


ଚାରି କାନ୍ଥ ଭିତରେ ନିଜର ବୃତ୍ତି ଚଳାଇଥିବା ରୋଜା ଆଜି ଦୁନିଆଁ ଆଗରେ ବେଶ୍ୟା ର ରୂପ ନେଇଥିବା ବେଳେ ଦୁନିଆଁ ଆଗରେ ଦେହରୁ ବସ୍ତ୍ର କାଢି ଅନ୍ତରଙ୍ଗ ଦୃଶ୍ୟ ଏବଂ ଚୁମ୍ବନ ଦୃଶ୍ୟ ଦେଖାଉଥିବା ରୋଜି ଆଜି ତାରକା ପାଲଟି ଯାଇଛି । ସେ ହୋଇ ଯାଇଛି ଅନେକଙ୍କ ପ୍ରେରଣା ର ଉଚ୍ଛ । ଏବଂ ଗଣମାଧ୍ୟମରେ ଅଭିନେତ୍ରୀ ରୋଜି ଙ୍କର ଖବର ପ୍ରସାର ସରୁନାହିଁ , ସେ ପରା ହିରୋଇନ୍ ।


ଆଉ ମୁଁ ସେହି ସମୟ ଚୁପ୍ ଚାପ୍ ହୋଇ ଦୁନିଆଁ ର ସେହି ନଗ୍ନତା ଦେଖିବା ଛଡ଼ା ମୋ ପାଖରେ ଆଉ କୌଣସି ଉପାୟ ନାହିଁ ।


Rate this content
Log in

Similar oriya story from Abstract