Chandrakanta Jena

Romance Others

3  

Chandrakanta Jena

Romance Others

ତୁମେ ବେଶି ମନେ ପଡ

ତୁମେ ବେଶି ମନେ ପଡ

2 mins
172



         ଆରମ୍ଭରୁ ଇତି ହେବ ବୋଲି ଜାଣି ନଥିଲି । ଜାଣି ନଥିଲି ତୁମ ସହ ବିଚ୍ଚ୍ଥେଦବି ମୋର ବାଟ ଚାହିଁ ବସିଛି ବୋଲି । ଯଦି ଜାଣିଥାନ୍ତି ତେବେ ତୁମ ସହିତ ଭେଟ ନହୋଇ ମୋ ବାଟ ବଦଳାଇ ମୁଁ ନିଶ୍ଚୟ ଫେରି ଆସିଥାନ୍ତି । କାରଣ ତୁମ ସହିତ ସେହି ଅଳପ ଦିନର ଆଳାପ ମୋତେ ଯେତିକି ଖୁସି ଦେଇଥିଲା ତାଠାରୁ ଅଧିକ ଦୁଃଖ ତୁମ ବିଚ୍ଚ୍ଥେଦରେ ମୁଁ ପାଇସାରିଲିଣି । ଆଉ ଧର୍ଯ୍ଯ ନାହିଁ କି ସାହାସ ମଧ୍ଯ ନାହିଁ ତୁମକୁ ଭଲ ପାଇବାର ଦୁଃଖର ବୋଝକୁ କାନ୍ଧରେ କାନ୍ଧେଇ ଜୀବନର ଶେଷ ନିଶ୍ବାସ ପର୍ଯ୍ଯନ୍ତ ବାଟ ଚାଲିବାକୁ । ତୁମେ ମୋ ଭଲ ପାଇବାକୁ କେତେ ଅନୁଭବ କରିଛ ତାହା ମୁଁ ଜାଣେନି । ସେଇଥି ପାଇଁତ ତୁମ ପ୍ରତି ମୋ ଭଲ ପାଇବାର ଭାବନାକୁ ଶବ୍ଦର ରଙ୍ଗ ଦେଇ କାଗଜର ଛାତିରେ ଲେଖି ଯାଉଛି । ମୁଁ କାଲି ତୁମ ଜୀବନରେ ଥାଏ ବା ନଥାଏ କିନ୍ତୁ ମୋର ବିଶ୍ବାସ ଏଇ କାଗଜର କେଇ ଖଣ୍ଡ ଟୁକୁଡା ମୋ ଭଲ ପାଇବାକୁ ତୁମ ପାଖରେ ନିହାତି ପହଞ୍ଚାଇ ଦେବ । ମୋ ପ୍ରେମତ ଶ୍ବାଶତ । ମୋ ପ୍ରେମ ଚିରନ୍ତନ । ମୋ ପ୍ରେମ ଯଦି ପୂଜ ହୁଏ ତୁମ ହେଲ ପୂଜ୍ଯ ଦେବୀ । ମୋ ପ୍ରେମକୁ ଅମର କରିବା ପାଇଁ ମୃତ୍ଯୁ ଯଦି ମୋତେ ଆପଣାର କରିବା ପାଇଁ ଆସେ ତେବେ ମୁଁ ହସି ହସି ତା କୋଳରେ ଶୋଇଯିବି  ।


     ଆଜିବି ମନେ ପଡେ ବାଲୁକା ରାଶିର ବାଲିଘାଇ କଥା । ମନେ ପଡେ ତୁମ ସହିତ ମୋର ସେହି ପ୍ରଥମ ଦେଖା । କେମିତି ଭୂଲି ପାରିବି... ତୁମ ସହ କାଟିଥିବା କେଇ ଘଡି ମୁହୂର୍ତ୍ତ ଆଉ କେଇ ପଦ ମିଠା ମିଠା କଥା । ଆଜିବି ହୃଦୟର ଝରକାରେ ଝାଙ୍କି ଦେଖିଲେ ମୋତେ ସ୍ପଟ ଦେଖାଯାଏ ଅତୀତର ସେହି ଗୋଟିଏ ଦିନର ଗୋଟିଏ ଘଣ୍ଟା ।


ମୋ ହାତ ପାପୁଲି ଏବେବି ଅନୁଭବ କରେ ତୁମ କୋମଳ ହାତର ସ୍ପର୍ଶ । ମନେ ଅଛି...? ତୁମ ସହିତ ମୋର ପ୍ରଥମ କର ମର୍ଦ୍ଦନ ମୋ ଦେହରେ ବିଜୁଳି ଖେଳାଇ ଦେଇଥିଲା । ଏବେବି ମୋ ହାତ ପାପୁଲିରୁ ତୁମ ଦେହର ବାସ୍ନା ଭାସିଆସେ । ଆଉ ସେହି ବାସ୍ନା ପବନରେ ମିଶି ମୋ ମନ ପ୍ରାଣରେ ପ୍ରେମ ଓ ପ୍ରଣୟର ଆନ୍ଦୋଳନ ସୃଷ୍ଟି କରେ । ଆଉ ସେହି ଆନ୍ଦୋଳନ ମୋ ଛାତି ତଳ ଦହନରେ ବିସ୍ପୋରକ ସାଜି ବିସ୍ପୋରଣରେ ଭଷ୍ମ କରି ପାକାଏ ହୃଦୟର ଅଟାଳିକାକୁ । ଆଜି ମୁଁ ଏକ ଭଗ୍ନସ୍ତୁପ ଯାହାର ଅତୀତ କିଛି ନଥିଲା । ଏବଂ ତୁମକୁ ନେଇ ଭାବନାର ଭବିଶ୍ଯତ ଯାହା ଥିଲା ତାହା ଏବେ ଶୂନ୍ଯ ମରିଚୀକା ପ୍ରାୟ । ଏବେ ମୁଁ ସହ୍ଯ କରୁଛି ବିଛେଦର କଷ୍ଟ ଯାହା ମୃତ୍ଯୁ ପାଖରେବି ନଥାଏ । ତେବେ ମୃତ୍ଯୁକୁ କାହିଁକି ଡରିବି । ବିଛେଦର ଯନ୍ତ୍ରଣାରେ ଆଜୀବନ ଜଳିବା ଅପେକ୍ଷା ମୃତ୍ଯୁର ବାହୁରେ ମୁକ୍ତି ପାଇଯିବା ଭଲ । ତେଣୁ ମୁଁ ଆଉ କେଇ ମୁହୂର୍ତ୍ତ ମୁକ୍ତିର ଅପେକ୍ଷାରେ ରହିଲି ।  ମୋର ଏତିକି ଅନୁରୋଧ । ଜୀବନ ଥିବା ଅବସ୍ଥାରେ ନହେଲେ ନାହିଁ ମୋ ମରଣ ପରେ ନିହାତି ଆସିବ ମୋ ଶବ ଉପରେ ଟିକେ ଆଖି ବୁଲାଇ ଫେରିଯିବ ।

ଆଉ ଗୋଟିଏ ପଦି କହିବି....... ତୁମକୁ ଭୂଲିବା ପାଇଁ ଏ ଜୀବନକୁ ମୁଁ ଭୂଲୁଛି.... ନହେଲେ

ତୁମେ ବେଶି ମନେ ପଡ  ।


Rate this content
Log in

Similar oriya story from Romance