ଟୋପାଏ ସିନ୍ଦୁର
ଟୋପାଏ ସିନ୍ଦୁର
ଏ ଅସଜଡା ସଂସାରକୁ ସଜାଡୁ ସଜାଡୁ କେତେବେଳେ ତା'ର ସଜଡା ଜୀବନ ଅସଜଡା ହୋଇଗଲା ସେ ପ୍ରଶ୍ନର ଉତ୍ତର ଆଜି ନାହିଁ ତା ପାଖରେ, ଏ କାହାଣୀ ହେଉଛି ବିକାଶ ପଟ୍ଟନାୟକ (ବିକାଶ)ର, ରାତି ଆସି ଦୁଇଟା ବାଜିଲାଣି (ଦୁବାଇ ସମୟ ଅନୁସାରେ) ଆଖିରେ ନିଦ ନାହିଁ' କି, ମନରେ ଶାନ୍ତି ନାହିଁ , କାହିଁକି, କାହିଁକି ଏମିତି ବିକାଶର ମନ ବ୍ଯତିବ୍ଯସ୍ତ ହେଉଛି ?
ସକାଳ ପାହିଲେ ଉଡାଯାହାଜରେ ବସି ଫେରି ଆସିବ ନିଜ ଦେଶକୁ , ନିଜ ମାଟିକୁ , ନିଜ ପ୍ରିୟ ପରିଜନ ପାଖକୁ, ଏଥିରେ ଖୁସି ହେବା କଥା,
ଉଦାସ ହେବାର କାରଣ କ'ଣ ରହିଲା ? କିଛି'ବି ଉତ୍ତର ଖୋଜି ପାଉନାହିଁ ସେ, ମନରେ ଉଙ୍କି ମାରୁଥାଏ ତା'ର ସେହି ପଛ ଅତୀତ ସବୁ, ଯେଉଁ ଅତୀତକୁ ଛାତି ତଳେ ଜାବୁଡି ଧରି ଦିର୍ଘ୍ଯ ଦଶ ବର୍ଷ ବିଦେଶରେ ଅଜ୍ଞାତବାସ କାଟି ଫେରିଆସିବ ନିଜ ଦେଶକୁ ନିଜ ମାଟିକୁ, ହେଲେ କ'ଣ ପାଇଁ ଫେରିବ, କାହା ପାଇଁ ଫେରିବ ? ଏଠି'ତ ଅସ୍ତିତ୍ଯ ହରାଇ ସାରିଛି ସମସ୍ତଙ୍କ ମନରେ ବିକାଶର 'ନାଁ, ମରି ଯାଇଛି ବିକାଶ ସମସ୍ତଙ୍କ ପାଇଁ, ପରିବାର,ସାଙ୍ଗ ସାଥି ଘରଦ୍ବାର ସବୁ ଛାଡି ଚାଲି ଆସିଛି ସେ, ଫେରିଲେ କେଉଁଠିକି ଫେରିବ, କାହା ପାଖକୁ ଫେରିବ... ? ହଁ..,ଜଣେ ଅଛି,ଆଉ ସେହି ଜଣଙ୍କର ପ୍ରତିଶୃତି ଅଛି, ଯାହା ପାଇଁ ତାକୁ ଫେରିବାକୁ ହେବ,ପୂରଣ କରିବାକୁ ପଡିବ ସେହି ପ୍ରତିଶୃତି , ଯେଉଁ ପ୍ରତିଶୃତି ପାଇଁ ବିଦେଶ ମାଟିରେ ରାତି ଦିନ ଗୋଟିଏ କରି, ଦିର୍ଘ୍ଯ ଦଶ ବର୍ଷ ଲହୁ ଲୁହାଣ ହୋଇ, ଦୁନିଆଁର ସବୁ କଷ୍ଟ, ସବୁ ବାଦ ଅପବାଦକୁ ମଥା ପାତି ସହି ସହି
ଅର୍ଥ ସଗ୍ରଂହ କରିଛି, କେବଳ ଜଣଙ୍କ ପାଇଁ ଏବଂ ସେହି ଜଣଙ୍କର ପ୍ରତିଶୃତି ପାଇଁ , ସେ କିଏ .. ? ସେହି ଜଣଙ୍କ ହୋଉଛି ତା'ର ପ୍ରେମ,ତା'ର ଭଲପାଇବା, ତା, ଜୀବନ ମୂଲ୍ଯାଙ୍କନର ଧାଡିଟିଏ ପ୍ରତିଶୃତିର ଲେଖା ... ଟୋପାଏ ସିନ୍ଦୂର ।
ମଧୁସ୍ମୀତା ଦାସ (ମଧୁ) ନିଷ୍କପଟ,ନିଛନ୍ଦ, ସରଳ ଝିଅ ଟିଏ, କେତେବେଳେ ବିକାଶ ଓ ମଧୁ ଦୁହିଁଙ୍କ ମଧ୍ଯରେ ପ୍ରେମ ସମ୍ପର୍କ ଗଢିଉଠିଥିଲା, ତାହା ସେ ଦୁଇ ଜଣ 'ବି ଜାଣିପାରିନଥିଲେ, ଦୁହିଁଙ୍କ ସମ୍ପର୍କ ପନ୍ଦର ରୁ ଷୋହଳ ବର୍ଷ ପାଖା ପାଖି ହୋଇଯିବ,ଭୂବନେଶ୍ବରରେ ଦୁହେଁ ଗୋଟିଏ କଲେଜର ଛାତ୍ର , ଛାତ୍ରି ଥିଲେ ଦୁହିଁଙ୍କ ଜୀବନଶୈଳୀ ବହୁତ ସୁଖମୟ ଥିଲା, ପରିବାରର ସହମତି ନେଇ ଦୁହେଁ ଦୁହିଁଙ୍କୁ ବିବାହ କରିବା ପାଇଁ ମଧ୍ଯ ମନସ୍ତ କରି ସାରିଥିଲେ,କିନ୍ତୁ ସେ ପର୍ଯ୍ଯନ୍ତ ଦୁହିଁଙ୍କ ପରିବାର ଏ ବିଷୟରେ ସମ୍ପୂର୍ଣ୍ଣ ଅଜ୍ଞ ଥିଲେ, ବିକାଶ ମଧୁ କୁ ଯେତେକି ଭଲପାଏ, ତା'ଠାରୁ ଦୁଇଗୁଣ ପ୍ରେମ କରୁଥାଏ ମଧୁ ବିକାଶକୁ, ଦୁଇଟି ଶରୀର ସତ, ହେଲେ ଆତ୍ମା ଗୋଟିଏ ହୋଇ ଯାଇଥିଲା ଦୁହିଁଙ୍କର, ଜଣକୁ ଆଘାତ ହେଲେ, ଆଉ ଜଣକ ଦେହରୁ ଲହୁ ଝରି ଯାଉଥିଲା, ନିଜ ସ୍ବପ୍ନକୁ ସାକାର କରିବା ପାଇଁ ନିଜ ଜୀବନକୁ ଏ ଦୁନିଆଁରେ ସୁନ୍ଦର ଭାବେ ଗଢି ତୋଳିବା ପାଇଁ ଦୁହେଁ ପ୍ରତିଶୃତି ବଦ୍ଧ ହୋଇଥିଲେ, ହେଲେ ବିଡମ୍ବନାର ବିଷୟ, ଭଗବାନଙ୍କର ଇଛା ଥିଲା କିଛି ଅଲଗା, ଧନି ଗରିବର ଭେଦଭାବ ସେମାନଙ୍କୁ ଅଲଗା କରି ଦେଇଥିଲା ।
ସମୟ ସ୍ରୋତରେ ବହି ଯାଇଥିବା ମଧୁ ସହିତ ସେହି ମଧୁର ମୁହୂର୍ତ୍ତ ସବୁ ଆଜି କାହିଁକି ନିଷାଣ ସାଜି କ୍ଷତ ବିକ୍ଷତ କରି ଦେଉଛନ୍ତି ବିକାଶର ହୃଦୟକୁ, ଆଖି ଆଗରେ ନାଚି ଯାଏ ତା'ର ସେହି ହଜିଲା ମୁହୂର୍ତ୍ତ, ମାଦକତା ଭରା ଚଞ୍ଚଳ ନୟନରେ ଭରି ରହିଥିବା ପ୍ରୀତି ପିଉସର ଉନ୍ମାଦତା, ଖିଆଲି ମନରେ ଉଙ୍କି ମାରୁଥିବ ସରଳ ଶିଶୁ ଟିଏ ପରି ଚାଞ୍ଚକତା, ସୁଖରେ ଦୁଃଖରେ ଛାତିରେ ମଥା ରଖି ନିଜ ଭାବନାକୁ ବ୍ୟକ୍ତ କରିବାର ସେହି ଶିହରଣତା ଏମିତି ଗୋଟି ଗୋଟି କରି ସବୁ କଥା ଆଜି ତାର ମନେ ପଡି ଯାଉଛି, ଓଡିଶା ଛାଡିବାର ଦଶ ବର୍ଷ ହୋଇ ଗଲାଣୀ, ଏହି ଦଶ ବର୍ଷ ଭିତରେ ଥରୁଟିଏ ହେଲେବି କଥା ହୋଇନାହିଁ ମଧୁ ସହିତ, ଓଡିଶା ଛାଡିବା ଦିନ ମଧୁ'ର ପଦିଏ କଥା ଆଜି ପର୍ଯ୍ଯନ୍ତ ବିକାଶର ସାହାରା ହୋଇ ଅଛି, ମୁଁ , ତୁମ ଅପେକ୍ଷାରେ ରହିଲି, ମୁଁ ତୁମକୁ କଥା ଦେଉଛି ଏ ଜନ୍ମରେ ତୁମ ଛଡା ମୁଁ ଆଉ କାହାର ହୋଇ ପାରିବି ନାହିଁ, ଜୀବନର ଶେଷ ନିଶ୍ବାସ ଥିବା ପର୍ଯ୍ଯନ୍ତ ମୁଁ ତୁମକୁ ଅପେକ୍ଷା କରିଥିବି , ମୋ ସିନ୍ଥି ଅପେକ୍ଷା କରିଥିବ ତୁମ ହାତରୁ ପିନ୍ଧିବା ପାଇଁ ଟୋପାଏ ସିନ୍ଦୁର , ରାତି ପାହି ସକାଳ ହେଲାଣୀ, ବିକାଶ ସେମିତି ବସି ସବୁ କଥା ଭାବୁଥାଏ, ଯାହାକୁ ପାଇବା ପାଇଁ ନିଜର ସର୍ବଶ୍ବ ଛାଡି ଚାଲି ଅସିଥିଲା ଦୂରକୁ ବହୁ ଦୂରକୁ, ହେଲେ ସେ କ'ଣ ବିକାଶର ଫେରିବା ବାଟକୁ ଚାହିଁ ରହିଥିବ ? ଏହା ସମୟ କହିବ, ଯାହାବି ହେଉ ବିକାଶକୁ ଫେରିବାକୁ ହେବେ, ତାର ସେ ପ୍ରତିଶୃତି ପାଇଁ , ସେହି ଟୋପାଏ ସିନ୍ଦୁର ପାଇଁ ।