STORYMIRROR

Chandrakanta Jena

Tragedy Inspirational Others

3  

Chandrakanta Jena

Tragedy Inspirational Others

ବୋଉ ଆଖିର ଲୁହ

ବୋଉ ଆଖିର ଲୁହ

3 mins
256

ଅତୀତ, କାହାକୁ ଅସରନ୍ତି ସୁଖ ଦେଇଥାଏ ତ କାହାକୁ ଅସୁମାରୀ କୋହ ଦେଇଥାଏ, ମଣିଷ ଭାବ ବିହୁଳ ହୋଇଯାଏ ଯେତେ ବେଳେ ନିଜର କିଛି ଅଭୁଲା ଅତୀତ କଥା ମନେ ପଡ଼ିଯାଏ, କିଛି ଖଟା କିଛି ମିଠା ଏଇ ଅତୀତ,ପ୍ରତ୍ୟେକ ମଣିଷ ଜୀବନରେ କିଛି ଅଭୁଲା ମୁହୂର୍ତ୍ତ ରହି ଯାଇଥାଏ , ସେହିପରି ମୋ ଜୀବନରେ ବି କିଛି ଅତୀତର ସ୍ମୃତି ରହିଯାଇଛି ଯାହା ଯାହା କେବେ ଆଖିରେ ଲୁହ ହୋଇ ବହି ଆସେତ ଆଉ କେବେ ହସ ହୋଇ ଫୁଟି ଉଠେ, ସେହି ଅତୀତର ସ୍ମୃତିକୁ ଛାତି ତଳେ ଜାବୁଡ଼ି ଧରି ଲଙ୍ଘି ଚାଲିଛି ଜୀବନର ପଥ ଦୁନିଆଁରେ ଜିଇଁବା ପାଇଁ ଓ ଜିତିବା ପାଇଁ  ।

   ଦିନ ଆଉ ତାରିଖ କଥା କହି ପାରିବିନି, ସେତେ ବେଳକୁ ମୋତେ ଚାରି ପାଞ୍ଚ ବର୍ଷ ବୟସ ହୋଇଥିବ ବୋଲି ଅନୁମାନ, ଦେଢ଼ ବର୍ଷ ବୟସରୁ ଯାଇ ମାମୁଁ ଘରେ ରହୁଥିଲି, ଆଇର ଦେହାନ୍ତ ପରେ ବାପା ବୋଉ ମୋତେ ଗାଁକୁ ନେଇ ଆସିଲେ, ନିଜ ପରିବାର ଛଡ଼ା ସବୁ ନୂଆ ନୂଆ ଲାଗୁଥାଏ, ଯେଉଁ ଗାଁ, ଯେଉଁ ଘର, ଯେଉଁ ଲୋକ ମାନଙ୍କ ସହିତ ଚଳି ଆସୁଥିଲି ସେମାନେ ଏଠି ନାହାନ୍ତି, ସକାଳେ ଏବଂ ସନ୍ଧ୍ୟାରେ ଯେଉଁ ସାଙ୍ଗ ମାନଙ୍କ ସାଥିରେ ଖେଳୁଥିଲି ବୁଲୁଥିଲି ସେମାନେ ବି ନାହାନ୍ତି, ମୋତେ ବହୁତ ବିରକ୍ତ ଲାଗେ, ଭାବେ ଆଇ ମୋର କାହିଁକି ମରିଗଲା ଯଦି ମୋ ଆଇ ମରି ନଥାନ୍ତା ତେବେ ମୁଁ କଣ ଏଠାକୁ ଆସିଥାନ୍ତି ? ମାମୁଁ ଘରେ ଖୁସିରେ ଥାଆନ୍ତି, ଏପଟେ ଘରେ କହାରିବି ମନ ଭଲ ନଥାଏ ଆଇର ଏପରି ଅକାଳ ବିୟୋଗ ପାଇଁ, ଘରେ କାମ ଦାମ କି ରୋଷେଇ ବାସ କିଛିବି ଠିକ୍ ଠାକ୍ ହେଉନଥାଏ, ସମସ୍ତେ ଗୁମ୍ ହୋଇ ରହିଥାନ୍ତି ସାନ୍ତନା ଦେବା ପାଇଁ କେହି ନାହାନ୍ତି, ବୋଉ ତ ମୋର ବସି ବସି କାନ୍ଦି ପକାଏ ଅଭଳି ପରିସ୍ଥିତିରେ ବାପା ପ୍ରାୟ ସମୟ ବାହାରେ କାଟି ଦିଅନ୍ତି ଜାଣି ଜାଣି, ଆଉ ବାକି ରହିଲୁ ଜେଜେମା ଏବଂ ଆମେ ଭାଇ ଭଉଣୀ, ଜେଜେମା ତାର ଖାଇ ପିଇ ଦାଣ୍ଡ ପଟେ ଗୁଲି ଗପ କରେ ବଡ଼ ଭଉଣୀ ସ୍କୁଲ ଚାଲି ଯାଏ ଘରେ କେବଳ ବୋଉ ଆଉ ମୁଁ , ବୋଉ ମୋର ସବୁବେଳେ ମନ ଦୁଃଖରେ ଆଖିରୁ ଲୁହ ଝରାଏ ମୋତେ ଦେଖିଲେ ଆଖିରୁ ଲୁହ ପୋଛି ପକାଏ ସତେ ଯେମିତି କିଛି ହୋଇନାହିଁ, ମୁଁ କିନ୍ତୁ ବୋଉର ମନ ଭାବ ସବୁ ବୁଝିପାରେ କାଳେ ବୋଉ କାନ୍ଦ ଦେଖି ମୁଁ କାନ୍ଦି ପକାଇବି ସେଥିପାଇଁ ସେ ଚୁପ୍ ହୋଇଯାଏ, ସବୁ ଜାଣିବି ନଜାଣିଲା ପରି ହୁଏ ବୋଉକୁ କିଛି କୁହେ ନାହିଁ, ଗୋଦର ଗୋଡ଼ରେ ମାଂସ ବଢିଲା ପରି ବୋଉ ମନରେ ବଢ଼ି ଚାଲିଥିଲା ସେହି ଅପୂରଣୀୟ କ୍ଷତର ପରିସୀମା, ସେହି ସମୟରେ ବୋଉ ବ୍ୟତୀତ ଆଉ କେହିବି ସେ ଦୁଃଖକୁ ଅନୁଭବ କରି ପାରୁନଥିବେ, କାରଣ ତା ମାଆ ଆଜି ଛାଡ଼ି ଚାଲି ଯାଇଛି ଏଇ ଦୁନିଆଁରୁ ସବୁଦିନ ପାଇଁ, ମାଆ ଜାଗା ଆଉ କିଏ ବା ନେଇ ପାରିବ ? ସମସ୍ତେ ନିଜ ନିଜ କାମରେ ଘରୁ ବାହାରି ଗଲା ପରେ ବୋଉ ମୋର ଏମିତି ବହୁତ ଦିନ ପର୍ଯ୍ୟନ୍ତ ଲୁଚି ଲୁଚି କନ୍ଦେ, ସେତେବେଳେ ଭାବେ ବୋଉ ମୋର ଏମିତି କାହିଁକି କାନ୍ଦୁଚି, ବୋଉ ଛଡ଼ା ଘରେ ଆଉ କାହାରି ବି ମନ ଦୁଃଖ ନାହିଁ କାହିଁକି ? ସେତେବେଳେ ବୋଧେ ମାଆର ମୂଲ୍ୟ ମୁଁ ବୁଝି ପାରି ନଥିଲି, ସେଥିପାଇଁ ମୋ ମନରେ ଏହିପରି ଭାବନା ଜାଗ୍ରତ ହୋଇ ଉଠୁଥିଲା, କିନ୍ତୁ ମୁଁ ଏବେ ଅନୁଭବ କରି ପାରୁଚି ଅତୀତର ସେହି ମୁହୂର୍ତ୍ତ ବୋଉ ଆଖିର ଲୁହ ଯାହା ଏବେ ମୋ ଆଖିରୁ ପ୍ରତ୍ୟେକ ମୁହୂର୍ତ୍ତରେ ଟପ୍ ଟପ୍ ହୋଇ ଝରି ପଡେ, ହଁ ବୋଉ ମୁଁ ଏବେ ବୁଝି ପାରୁଛି ମାଆ ଚାଲିଗଲେ ଛୁଆ ମନରେ କିପରି ଯନ୍ତ୍ରଣା ହୁଏ, ମୁଁ ଅନୁଭବ କରି ପାରୁଚି ସେହି କୋହକୁ ଦିନେ ଯାହା ତୋ ଅନ୍ତରକୁ ଜାଳି ଦେଉଥିଲା, ନିଜ ଆଖିର ଲୁହକୁ ଲୁଚାଇ ତୁ ଯେମିତି ହସିବାର ବାହାନା କରୁଥିଲୁ ମୁଁ ବି ଆଜି ସେମିତି ବାହାନା କରୁଛି ନିଜ ଲୁହ ଲୁଚାଇ ତୁ ଦୁନିଆଁ ଛାଡ଼ି ଚାଲି ଯିବା ପରେ ପରେ ।


Rate this content
Log in

Similar oriya story from Tragedy