STORYMIRROR

Ranjit Sahu

Fantasy Inspirational Children

3  

Ranjit Sahu

Fantasy Inspirational Children

ବନ୍ଧୁତାର ସାମ୍ରାଜ୍ୟ

ବନ୍ଧୁତାର ସାମ୍ରାଜ୍ୟ

1 min
132

ରାଜାଟିଏ ଥିଲେ ରାଣୀଟିଏ ଥିଲେ,

ଥିଲା ତାଙ୍କର ସାମ୍ରାଜ୍ୟ ଗୋଟିଏ,ଧନ ଜନ ଯଶ ସବୁ ଥିଲା ପାଶେ,ତା' ସହିତ ଥିଲେ ପ୍ରଜା କୋଟିଏ Iପୂର୍ବରୁ ପଶ୍ଚିମ ଲମ୍ବିଥିଲା କ୍ଷେତ,ଉତ୍ତରରେ ଥିଲା ପର୍ବତ ମାଳା,ଦକ୍ଷିଣରେ ଥିଲା ନୀଳ ରତ୍ନାକର, 

ପ୍ରତି ଗ୍ରାମରେ ଥିଲା ପାନ୍ଥଶାଳା I ପ୍ରଜାଙ୍କ ବେଦନା, ସଂଘର୍ଷ ଯନ୍ତ୍ରଣା,ସବୁ ବୁଝୁଥିଲେ

 ସମ୍ରାଟ ନିଜେ I କେବେ ଛଦ୍ମବେଶ କେବେ ନିଜ ରୂପ ନେଇ କରୁଥିଲେ ଗ୍ରାମରେ ବିଜେ I 

ଦିନେ ରାଜା ରାତି ବିତାଇଲେ ଥକି,ପାନ୍ଥଶାଳାରେ ଗୋଟିଏ ଗାଆଁର,ଥିଲେ ସେଠି ରାମୁ ନାମେ ରାନ୍ଧୁଣିଆ,ଜଗୁଆଳି ଥିଲା ସେହି ନାଆଁର I 

ଜଣକୁ ଡାକିଲେ ଅନ୍ୟ ଜଣ ଆସେ,ରାଜା ହେଲେ ଟିକିଏ ବିଚଳିତ,କହିଲେ ଏଠି ବୁଝାମଣା ଲାଗି,ଅଲଗା ଲୋକ ରହିଲେ ଉଚ୍ଚିତ I 

ରାମୁ ଆଉ ରାମୁ କହିଲେ "ହେ ଛାମୁ ,ଆମେ ଦୁହେଁ ବନ୍ଧୁ ପିଲା ଦିନରୁ ,ସେଥି ପାଇଁ ଏଠି ସାଥେ ରହି ଆମେ,ପାନ୍ଥଶାଳାର ସବୁ କାମ କରୁ I 

ଯେଉଁଠାକୁ ଯିବୁ ଆମେ ସାଥେ ଥିବୁ,ତୁମର ସାମ୍ରାଜ୍ୟ ଯେଉଁଠି ରଖ,ଅଲଗା ହୋଇକି ରହିବୁନି କିନ୍ତୁ,ଏତିକି ମଣିମା ମାଗୁଣି ରଖ I 

ଏମିତି ବନ୍ଧୁତା ଯେଉଁ ସାମ୍ରାଜ୍ୟରେ, ସେ ରାଜ୍ୟ ନିଶ୍ଚେ ହୋଇବ ମହାନ,  ତୁମ ବନ୍ଧୁତାକୁ ଏହି ସାମ୍ରାଜ୍ୟର,ଅନୁକରଣ କରନ୍ତୁ ସଜନ  I 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Fantasy