Ranjit Sahu

Inspirational

3  

Ranjit Sahu

Inspirational

ଦୂର ଦିଗନ୍ତର ପଥେ

ଦୂର ଦିଗନ୍ତର ପଥେ

3 mins
132


ନିଜର ସଙ୍ଗିନୀ ଆଡ଼କୁ ଆଉ ଥରେ ଦେଖିଲା "ଗୁଡ଼ ବୟ" I ବିଚାରୀର ଦୁଃଖ କହିଲେ ନ ସରେ I ମନେ ପଡିଗଲା ତିନି ମାସ ତଳର ଘଟଣା I ସମୁଦ୍ରରେ ଭାସୁଥିବା ଏକ ଛିଣ୍ଡା ଜାଲରେ ଫସି ଯାଇଥିଲା ସିଏ, ନିଜର ଶାବକ ଗୁଡିକୁ ଆହାର ଦେଉଥିବା ଅବସ୍ଥାରେ I ତାକୁ ରକ୍ଷା କରିବାକୁ ଯାଇ ନିଜେ ମଧ୍ୟ ଆବଦ୍ଧ ହୋଇଯାଇଥିଲା ଜାଲରେ ସିଏ I ଅନେକ ଘଣ୍ଟାର ସଂଗ୍ରାମ ପରେ ଦୁହେଁ ସଂଜ୍ଞାହୀନ ହୋଇ ପଡି ଯାଇଥିଲେ ସାଗରର ବେଳାଭୁଇଁରେ I ଆଖି ଖୋଲି ବେଳକୁ ନିଜକୁ ଆଉ ତାହାର ସଙ୍ଗିନୀକୁ ଏକ ଅଜଣା ସ୍ଥାନରେ ପାଇଲା "ଗୁଡ଼ ବୟ" I ଏହି ନାମରେ ହିଁ ତାକୁ ଇସାରାରେ ଡାକନ୍ତି ଦୁଇ ଜଣ ମଣିଷ ଯେଉଁ ମାନେ ତାହାର ଯତ୍ନ ନେବାରେ ଲାଗିଥିଲେ I ତାହାର ଶାବକ ମାନଙ୍କର ଅବସ୍ଥା ଅଜଣା କିନ୍ତୁ ଏତିକି ଜାଣି ପାରିଲା, ଜୀବନ ଆଉ ମୃତ୍ୟୁର ସଂଗ୍ରାମରେ ତାହାର ସଙ୍ଗିନୀ ସାଥୀରେ ଥିଲା I ଉତ୍ତପ୍ତ ବାତାବରଣର ଆଭାସ ହେବାକୁ ଲାଗିଲା ଗୁଡ଼ ବୟକୁ I ଏତେ ବେଳକୁ ନିଜର ନୂଆ ପରିବାର ସହ ପ୍ରସ୍ଥାନ କରି ଥାଆନ୍ତା ସିଏ ନିଜର ବାସସ୍ଥାନକୁ, ସହ ସହ ମାଇଲ ଦୂରକୁ ଯଦି ଦୁର୍ଘଟଣା ଗ୍ରସ୍ତ ନ ହେଇ ଥାଆନ୍ତା I ଦେଖିଲା ତାହାର ସଙ୍ଗିନୀ ତାହା ଆଡକୁ ଚାହିଁଛି ପ୍ରଶ୍ନବାଚୀ ଦୃଷ୍ଟିରେ? ଫେରନ୍ତା ପଥକୁ ଚାହିଁ ବସିଛି ସିଏ ନିଶ୍ଚୟ ! ଅତୀତକୁ ତ ଭୁଲିବାକୁ ହେବ ଆଉ ଆରମ୍ଭ କରିବାକୁ ହେବ ନୂଆ ଜୀବନ ! ହଁ ଜୀବନ ସଙ୍ଗିନୀ ସାଥିରେ ଥିଲେ ଆଉ କଣ ଅବା ଦରକାର?


ଭାବିବାକୁ ଲାଗିଲା ଗୁଡ଼ ବୟ, " ଭଙ୍ଗା ଡେଣାରେ ହୁଏତ ଅଧିକ ଉଚ୍ଚକୁ ଉଡି ପାରିବନି I କିନ୍ତୁ ଉଡି ତ ନିଶ୍ଚୟ ପାରିବ! ଥରକରେ ନ ହେଲେ ଦୁଇ ଥରରେ, ଦୁଇ ଥରରେ ନ ହେଲେ ଚାରି ଥରରେ, ପହଞ୍ଚି ତ ପାରିବ ପୁଣି ତାହାର ନିଜର ଠିକଣାକୁ ! ଯେ ପର୍ଯ୍ୟନ୍ତ ଚେଷ୍ଟା କରି ନାହିଁ ନିଜର କ୍ଷମତାକୁ ପରୀକ୍ଷା କରି ନାହିଁ, ଅନ୍ୟମାନଙ୍କର ବକ୍ତବ୍ୟରେ ଆଲୋଡିତ ହୋଇ ନିଜର ସ୍ଵପ୍ନକୁ ପ୍ରତ୍ୟାଖାନ କରିବା କେତେ ଦୂର ବୁଦ୍ଧିମତାର ପରିଚୟ ? " ନିଷ୍ପତି ନେଲା ଗୁଡ ବୟ, ସିଏ ପ୍ରଭାତର ପ୍ରଥମ କିରଣ ସହିତ ଆରମ୍ଭ କରିବା ତାହାର ଯାତ୍ରା, ଫେରିବାକୁ ସେହି ଭୂମିକୁ ଯେଉଁଠାରେ ପ୍ରଥମ ଥର ସେ ସ୍ପର୍ଶ କରିଥିଲା ମୁକ୍ତ ପବନକୁ, ଆଉ ଦେଖଥିଲା ମୁକ୍ତ ଆକାଶକୁ I ଫେରିଯିବ ପୁଣି ସେହି ସ୍ଥାନକୁ ଯେଉଁଠାରେ ସାଗର ଲହଡିର ପ୍ରଥମ ଧ୍ଵନି ତାହାର କର୍ଣ୍ଣପାତ ହୋଇଥିଲା ଏବଂ ଯେଉଁଠାରେ ଦ୍ଵିଜ ଜନ୍ମର ପ୍ରଥମ ଆହାରର ସ୍ଵାଦ ଅନୁଭବ କରିଥିଲା ସିଏ I

"ଆଜି କାହିଁକି ବହୁତ ବିଚଳିତ ଦିଶୁଛି ଗୁଡବୟ," ପଶୁପକ୍ଷୀ ଚିକିତ୍ସା ଦାୟିତ୍ଵରେ ଥିବା କର୍ମଚାରୀ ଜଣକ କହିଲେ ନିଜର ସହଯୋଗୀଙ୍କୁ ,"ବାରମ୍ବାର ଏପଟେ ସେପଟେ ଖଣ୍ଡି ଉଡା ଦେଇ ବୁଲୁଛି I"

"ଡାକ୍ତର ଦେଖି ସାରିଛନ୍ତି ଆଜି ପାଇଁ ତାକୁ I ଡେଣାରେ ଆଘାତ ଟି ହୁଏତ କେବେ ସମ୍ପୂର୍ଣ୍ଣ ଭାବରେ ଠିକ ହେବ ନାହିଁ, କିନ୍ତୁ ସିଏ ଉଡି ପାରିବ I ତାକୁ ଟିକିଏ ଖୋଲା ଜାଗାରେ ରହିବାକୁ ଦେବାକୁ କହିଛନ୍ତି ସାର," ସହଯୋଗୀ ଜଣଙ୍କ କହିଲେ I

"ସତରେ ଏହି ପକ୍ଷୀମାନଙ୍କୁ ଏମିତି ଆହତ ଅବସ୍ଥାରେ ଦେଖିଲେ ବହୁତ କଷ୍ଟ ଲାଗେ I ଆମେ ନିଜର ସୁଖ ପାଇଁ ସମୁଦ୍ରକୁ ଶୋଷଣ ତ କରୁଛେ, ନିଜର ପାଟି, ପେଟ ଆଉ ପୋଷଣ ପାଇଁ ଏମାନଙ୍କର ଖାଦ୍ୟ ମଧ୍ୟ ଖାଇ ଯାଉଛେ I ତାହାଠାରୁ ଅଧିକ ଦୁଃଖର ବିଷୟ ହେଲା ଆମେ ଫୋଫାଡ଼ି ଦେଉଥିବା ଉପକରଣ, ଛିଣ୍ଡା ଜାଲ ଇତ୍ୟାଦିରେ ଏମାନେ ପୁଣି ଆହତ ହେଉଛନ୍ତି, ପ୍ରାଣ ହରାଉଛନ୍ତି, " କର୍ମଚାରୀ ଜଣକ କହିଲା I ସକାଳେ ଆସିକି ଦେଖିବା I

ରାତି ପାଇଁ ସଂରକ୍ଷଣ ସଂସ୍ଥାର ଗେଟରେ ତାଲା ଦେଇ ବାହାରି ଗଲେ ଦୁହେଁ I ତିନି ଚାରି ଥର ନିଜର ମୁଣ୍ଡକୁ ହଲେଇ ସେମାନଙ୍କୁ ଧନ୍ୟବାଦ ଜଣେଇଲା ଗୁଡବୟ ତାର ଜାଲି ସେପାରିରୁ I ପଛକୁ ଚାହିଁ ଦେଖୁଥିବା ସହଯୋଗୀ ଜଣକ କର୍ମଚାରୀଙ୍କୁ ଥାପୁଡ଼େଇ ଗୁଡ ବୟ ଆଡକୁ ଇଙ୍ଗିତ କଲା I ନିଜର ଡେଣାକୁ ତିନି ଚାରି ଥର ହଲେଇଦେଲା ଗୂଡବୟ I ତାର ଜାଲି ଆର ପାଖରୁ ହାତ ହଲେଇ ଏକ ପ୍ରକାର ଶୁଭ ରାତ୍ରି କହିଲେ କର୍ମଚାରୀ ଏବଂ ତାଙ୍କର ସହଯୋଗୀ I

ଅରୁଣୋଦୟର ରକ୍ତିମ ଆଭାରେ ଜଳିବାକୁ ଲାଗିଲା ଆକାଶ I ନିଜ ଚାରି ପାଖରେ ଥିବା ଅନ୍ୟ ବନ୍ଧୁମାନଙ୍କୁ ବିଦାୟ ବାର୍ତ୍ତା  ଦେଲା ଉଚ୍ଚ ସ୍ଵରରେ ଗୁଡ ବୟ I ଏ ବର୍ଷ ତାହାର ସଂସାର ଏକ ପ୍ରକାର ନଷ୍ଟ ହୋଇଯାଇଛି, ପୁଣି ନିର୍ମାଣ ଆକରିବାକୁ ହେବ ତାକୁ ଆଗାମୀ ବର୍ଷ ନୂଆ ଏକ ପରିବାର I ପାଖରେ ଥିବା ତାହାର ସଙ୍ଗିନୀ ଚାହିଁ ଥାଏ ତାହା ଆଡ଼କୁ I ହେନା ହଲେଇ ଇଙ୍ଗିତ ଦେଲା ଆଉ ପବନର ପ୍ରଥମ ସ୍ରୋତରେ ଉପରକୁ ଉଠିବାକୁ ଲାଗିଲା ଗୁଡ ବୟ I ଥରଟିଏ ଫେରି ଚାହିଁଲା, ତାହାର ସଙ୍ଗିନୀ ମଧ୍ୟ ତାହାର ଦେନା ମେଲି ଆକାଶକୁ ଆରୋହଣ କରିବା ଆରମ୍ଭ କରିଦେଇଥିଲା I ଉଚ୍ଚ ସ୍ଵରରେ ନିଜର ଯାତ୍ରାର ସନ୍ଦେଶ ଦେଲା ଗୁଡ ବୟ ଆଉ ଉଡି ଚାଲିଲା ଦିଗନ୍ତର ଯାତ୍ରା ପଥେ I 



Rate this content
Log in

Similar oriya story from Inspirational