STORYMIRROR

Arundhati Jena

Fantasy Inspirational

3  

Arundhati Jena

Fantasy Inspirational

ବନ୍ଦ ଝରକା

ବନ୍ଦ ଝରକା

2 mins
163

               

         ସେଦିନରାନୀ ବସି ନିଜ ଉପରେ ମନେ ମନେ ଭାରିରାଗୁଥାଏ। ମନ ଝରକାରୁ ଅତୀତର ପୃଷ୍ଠା ସବୁ ଦୂରରୁ ଝାପସା ଝାପସା ଯଦିଓ ହେଲେ ମସ୍ତିଷ୍କର ସେ ସବୁ ଆଜୀବନ ଭଡାଟିଆ ଭାବେ ନିଜର ପ୍ରତିପତ୍ତି ବିସ୍ତାର କରିଛନ୍ତି ଯେମିତି । ଏସବୁ ଭାବିବାକୁ ସେ କେବେବି ଚାହେଁନା। ମନ ନ ଚାହିଁଲେ ବି ବେଳେ ବେଳେ ମସ୍ତିଷ୍କର ତନ୍ତୁ ସବୁ ହ୍ରୁଦୟରେ ଦସ୍ତକ ଦେଇ ବାରମ୍ବାର ଅତୀତକୁ ବର୍ତ୍ତମାନର ଆଇନାରେ ଦେଖେଇବା ପାଇଁ ଚାହେଁ। କୁହେ ଦେଖ୍ ତୋ ଅମାନିଆ ମନର ଭୁଲ୍ ପାଇଁ ତୁ ଏ ଦଶା ଭୋଗ କରୁଛୁ। ଗୁରୁଜନ ମାନଙ୍କର କଥା ନଶୁଣି ନିଜ ମାଲିକାନା ପାଇଁ ଆଜି ତୋର ଏ ଅବସ୍ଥା। ହେଲେ ଲାଭ କିଛି ନାହିଁ ଏ ଅସମୟର ବିଳାପରେ। ନେଡି ଗୁଡ କହୁଣିକୁ ବୋହି ସାରିଛି। ତେଣୁ ସବୁ କେବଳ ବୃଥା ପ୍ରୟାସ।


            ଘରର ବଡ ଝିଅ ରାନୀ। ବାପା, ମାଆ ଦୁହେଁ ଚାକିରି କରନ୍ତି। ବଡ ଝିଅ ବୋଲି ଭାରି ଗେହ୍ଲି ସିଏ। ସମୟର କାଳଚକ୍ରରେ ଝିଅ ପ୍ରାପ୍ତ ବୟସ୍କା। ପ୍ରେମର ମଳୟ ତା'ର ଯୌବନ କୁ ସ୍ପର୍ଶ କରିଛି। ପ୍ରେମ ତ ଅତି ସୁନ୍ଦର ଶବ୍ଦ ଟିଏ, ଯାହା ହୃଦୟର ଶୂନ୍ଯ ସ୍ଥାନ କୁ ଭରିଦିଏ। ଶୂନ୍ଯତାରେ ଜୀବନର ପୂର୍ଣ୍ଣତା କୁ ଜନ୍ମ ଦିଏ। ମଉଳି ଯାଇଥିବା ଜୀବନରୂପକ କଢି କୁ ପ୍ରସ୍ଫୁଟିତ କରିବାରେ ସହାୟକ ହୁଏ। ପ୍ରେମ ଚିରନ୍ତନ, ନିସ୍ୱାର୍ଥ ହେଲେ ଅଢେଇ ଦିନର ସେ ଦେଖାଣିଆ ପ୍ରେମ କେବେହେଲେ ପବିତ୍ର ନୁହେଁ ବରଂ ପ୍ରେମ ନାଁରେ ପ୍ରତାରଣା ଆଉ ଦାୟିତ୍ୱହୀନତା କୁ ବୁଝାଏ। 


          ରାନୀ କୁ ପ୍ରେମ ହେଇଗଲା ହେଲେ ଅନ୍ୟ ଜାତିର ପୁଅ ସହ। ପ୍ରେମରରଙ୍ଗ ଏତେ ଚଢିଗଲା ଯେ କାହାକୁ ନଜଣେଇ କୋର୍ଟ ମ୍ୟାରେଜ୍ କରିନେଲା। ତା'ର ପରେ ଘରେ ଜିଦ୍ କରି ବାହାଘର ବି ଆରେଞ୍ଜଡ଼୍ ହେଇଗଲା। ବାପାମାଆ ନିଜ ଝିଅର ଖୁସି ପାଇଁ ଗାଆଁ ଲୋକଙ୍କର ନିଆଁ ପାଣି ବାଛନ୍ଦ କୁ ବି ଖାତିର୍ କଲେନି। ପରିବାରର ଲୋକ ଯାଇ ସହରରେ ଝିଅ ବାହାଘର କଲେ। ଯାନିଯୌତୁକରେ ଊଣା ନାହିଁ କେବଳ ଝିଅ, ଜ୍ୱାଇଁ ଖୁସିରେ ରହିବେ ବୋଲି। 


            ହେଲେ ବାହାଘର ପରେ ଜ୍ୱାଇଁରରଙ୍ଗ ବଦଳିଗଲା ମାନେ ବ୍ଯବହାରରେ ପରିବର୍ତ୍ତନ। ଆଗଭଳି ଆଉ ଭଲପାଇବା ନାହିଁ। ପରିବାରର ଲୋକଙ୍କ ସହ ମିଶି ରାନୀ କୁ ଅଣଦେଖା କଲା।ରାନୀ ଭାବିଲା କାଳେ ଛୁଆ ଟିଏ ହେଲେ ସେ ବଦଳିଯିବ ହେଲେ ତା'ର ଭାବନା ପୁରା ଓଲଟିଗଲା।ଦାୟିତ୍ୱହୀନତାର ସର୍ବୋଚ୍ଚ ଶିଖରରେ ବିରାଜମାନ ତା'ର ସ୍ୱାମୀ ବେଶ୍ ଖୁସି ଥିଲା ତାକୁ କଷ୍ଟରେ ଦେଖି। 


              ବିବାହ ପରେ ବି ସେ ସିଙ୍ଗିଲ୍ ପ୍ୟାରେଣ୍ଟ୍ ଭାବେ ନିଜ ଝିଅ କୁ ପାଳୁଥିଲା।ସବୁଦିନର ଝଗଡା ଆଉ ଖରାପ ପରିବେଶରୁ ସେ ବାହାରିବାକୁ ଅନେକ ଦିନରୁ ଚାହୁଁଥିଲା, ହେଲେ ସୁଯୋଗ ମିଳୁନଥିଲା। ଯେଉଁଦିନ ସେ ନିଜ ସ୍ୱାମୀ କୁ ନିଶାସକ୍ତ ଅବସ୍ଥାରେ ଅନ୍ୟ ଝିଅ ସହ ଦେଖିନେଲା ନିଜ ଝିଅକୁ ସେ ସବୁଥିରୁ ମୁକ୍ତ କରିବା ପାଇଁରାତିରେ ଝିଅ କୁ ଧରି ନୂଆ ସହରକୁ ଚାଲିଯାଇଥିଲା ଅତୀତର ସେ ଝରକା କୁ ବନ୍ଦ କରି ବର୍ତ୍ତମାନର ଝରକାରେ ନିଜ ଝିଅର ଜୀବନ କୁ ଗଢିବା ପାଇଁ ଶେଷ ନିଷ୍ପତ୍ତି ନେଇ।


         ଝିଅର ମାମା ଡାକରେ ତା'ର ଅତୀତର ପ୍ରୁଷ୍ଠା ର ଅକ୍ଷର ସବୁ ଝାପ୍ସା ହେଇଯାଉଥିଲା। ଆଉ ସେ ଠିଆ ହୋଇ ଆଖିରୁ ଲୁହ ପୋଛିଲା ଆଉ ଝିଅ କୁ ଶୁଆଇ ଦେଲା ନାନାବାୟା ଗୀତ ଶୁଣେଇ।

         



Rate this content
Log in

Similar oriya story from Fantasy