Rekharani Sahu

Fantasy

4.5  

Rekharani Sahu

Fantasy

ବିନା ପଞ୍ଜୁରୀରେ ବନ୍ଦିନୀ

ବିନା ପଞ୍ଜୁରୀରେ ବନ୍ଦିନୀ

3 mins
403


(ଆଇଡିଆ ବକ୍ସ ଥିମ୍ - ବନ୍ଦୀ ପକ୍ଷୀ)


      ନାରୀ ଟିଏ ଜୀବନରେ କେତେ କଣ ପାଇବାକୁ ନ ଚାହେଁ? କେତେ ବା ତା ଆଖିରେ ସ୍ଵପ୍ନ ନଦେଖେ? ଯେତେବେଳେ ସବୁ ସ୍ଵପ୍ନ କୁ ପୂରଣ କରିବାର ସମୟ ଆସେ ସେ ବାରଣ ପାଏ। ପାଏ ଆକଟ ଆଉ ପାବାନ୍ଧି ଲାଗେ। ତାକୁ ତା ସୀମା ଭିତରେ ରହିବାକୁ କୁହାଯାଏ। ଆଉ ସେ ବି ନିଜକୁ ବନ୍ଦୀ କରିଦିଏ ସବୁ ନିୟମ କଟକଣା ଭିତରେ ଯେମିତି ସେଗୁଡିକ ସମ୍ବିଧାନ ଗଢିଛି।

ଯଦି ଏତେ ଆକଟ ରେ ତାକୁ ବାନ୍ଧିବାରେ ଥିଲା ତେବେ ସେ ମୁକ୍ତ ବୋଲି କାହିଁକି କୁହାଗଲା। କାହିଁକି? ପୁଅ ଝିଅ ସବୁ ସମାନ। ସବୁ ନିଜ ନିଜର ଲକ୍ଷ୍ୟ ହାସଲ ନିମନ୍ତେ ଉପଯୁକ୍ତ, ତେବେ ସେ ଯେବେ ନିଜକୁ ଗଢିବାକୁ ଚେଷ୍ଟା କରେ ତା ପାଦରେ ନିୟମ କାନୁନ ର ଶିକୁଳି କାହିଁକି ଲାଗେ? ସେ ତ ମୁକ୍ତ ପକ୍ଷୀ ଟିଏ ହେଇ ଆଖିରେ ଆଖିଏ ସପନ ନେଇ ଉଡି ଉଡି ମୁକ୍ତ ବିହଙ୍ଗ ସାଜି ବଞ୍ଚିବାକୁ ଚାହେଁ.।କିନ୍ତୁ ପ୍ରକୃତରେ ହୁଏ କ'ଣ। ସମସ୍ତଙ୍କ ଭାବନା, ସୁବିଧା, ଅସୁବିଧା କୁ ଲକ୍ଷ୍ୟ କରି ସେ ନିଜକୁ ବନ୍ଦୀ ସଜାଏ। ତା ଚାରିକଡରେ ଲୁହା କି ସୁନା କି ରୂପାର ପଞ୍ଜୁରୀ ନଥାଏ। ତଥାପି ସେ ନିଜକୁ ବନ୍ଦୀ କରିଦିଏ ଠିକ୍ ବନ୍ଦୀ ପକ୍ଷୀ ଟିଏ ପରି। କାହିଁକିନା ସେ ନିଜର ଖୁସି ଯଦି ଚାହିଁବ କାଳେ ଆଉ କିଏ କଷ୍ଟ ପାଇବ ଭାବି ସେ ନିଜ ସ୍ଵପ୍ନ ଭୁଲିଯାଏ। ନିଜର ଅନ୍ତର୍ନିହିତ ଶକ୍ତି କୁ ହେୟ ଜ୍ଞାନ କରେ। ଆଉ ଶେଷରେ ସେ ବି ଅନ୍ୟ ର ଦୋଷ ପାଇଁ ନିଜକୁ ଦୋଷୀ ସଜାଏ। ଏହି ପରି ଅନେକ ଗୁଡିଏ ପ୍ରଶ୍ନ ନାରୀ ମାନଙ୍କ ମନରେ ଥାଏ.,ହେଲେ ସେ କହିବ କାହାକୁ ଆଉ ତାକୁ ବୁଝିବ କିଏ?

 ଦିର୍ଘ ଦଶ ବର୍ଷ ତଳର କଥା, ମିଶି ଯେ କି ଗୋଟେ ଭଲ ପାଠ ପଢୁଆ ଝିଅ। ଆଖିରେ ଆଖିଏ ସ୍ଵପ୍ନ ଧରି ପାଠ ପଢା ସାରେ। ତା'ର ପଦାର୍ଥ ବିଜ୍ଞାନ ରେ ସ୍ନାତକୋତ୍ତର କଲା ପରେ ରିସର୍ଚ କରିବାକୁ ଇଚ୍ଛା ଥାଏ। ମନରେ ଅନାବିଳ ଇଚ୍ଛା ଧରି ସେ ଚେଷ୍ଟା କରେ ବୈଜ୍ଞାନିକ ହେବାକୁ ଆଉ ତା'ର ଆଦର୍ଶ ସେ ଏ ପି ଜେ ଅବଦୁଲ କଲାମଙ୍କୁ ମାନେ। ତାଙ୍କ ର ପ୍ରତ୍ୟେକ କଥା କୁ ସେ ନୀତିବାଣୀ ଭାବି ଅନୁସରଣ କରେ। କିନ୍ତୁ ତା ଜୀବନରେ ଆସେ ନୂଆ ମୋଡ ଠିକ୍ ତା ପରୀକ୍ଷା ର କିଛି ଦିନ ପୂର୍ବରୁ। ତା ଜେଜେଙ୍କ ଦେହାନ୍ତ ହୁଏ। ସେ ତା ବାପା ମା ଙ୍କର ତୃତୀୟ ସନ୍ତାନ। ଭାଇ ଆଉ ଭଉଣୀ ଦୁହେଁ(ସୋନୁ, ନିଶି, ମିଶି) ନିଶି ସମସ୍ତଙ୍କ ଠୁ ବଡ଼ ଆଉ ତା ପାଠ ପଢା ସରିଲା ପରେ ତାକୁ ବାହାଘର କରିଦେଇଛନ୍ତି। ଆଉ ଭାଇ ଟା ସାନ ସେ ପାଠ ପଢୁଛି। ତା ବାପା ସୁରେନ୍ଦ୍ର ନାଥ ପ୍ରଧାନ ନୟାଗଡ଼ ଜିଲ୍ଲାର ଜଣେ ଜଣାଶୁଣା ଲୋକ। ଆଉ ମା ଜୀବନ ସାରା ଶାଶୁ ଶ୍ୱଶୁର ଆଉ ସ୍ଵାମୀ ସେବାରେ ଜୀବନ କାଟି ଦେଲା ଯେମିତି ତା'ର ଜୀବନ ନାହିଁ। ଏହାକୁ ବିରୋଧ କରେ ମନେ ମନେ ମିଶି, ସେ କହେନି ସେବା କରିବା ଖରାପ କିନ୍ତୁ ସେବା ସହ ନିଜର ଯତ୍ନ ନେବା ବି ସେତିକି ଆବଶ୍ୟକ। ସେଥିପାଇଁ ତା ମନରେ ଇଚ୍ଛା ସେ ବଡ ଚାକିରି କରି ଏକା ରହିବ ଆଉ ନିଜ ସ୍ଵାଧୀନତା କେବେ ହରାଇବ ନାହିଁ। କିନ୍ତୁ ବିଧିର ବିଧାନ କେ କରିବ ଆନ। ତା ଜୀବନରେ ମୋଡ ନେଇଥିଲା ତା ଜେଜେ ଙ୍କ ଦିବସା। ତା ପରୀକ୍ଷା ପୂର୍ବ ଦିନ ତାଙ୍କ ଦେହାନ୍ତ ହେତୁ ସେ ପରୀକ୍ଷା ଦେଇ ପାରି ନଥିଲା ଆଉ ଆଜି ତାଙ୍କ ଦିବସାରେ ଆସିଥିବା ଅତିଥି ଙ୍କ ମଧ୍ୟରୁ କେହି ଜଣେ ତାକୁ ପସନ୍ଦ କରେ ଆଉ ମନ୍ତବ୍ୟ ଦିଏ ବିବାହ ପାଇଁ ସେ ଆଉ କେହି ନୁହଁ ତା କଲେଜ ସିନିଅର ରୋହିତ୍ ଯେ କି କଲେଜ ରେ ତାକୁ ବହୁତ୍ ହଇରାଣ କରୁଥିଲା। ସେଦିନ ରୋହିତ୍ ଙ୍କ ବାପା ନଆସି ପାରି ରୋହିତ୍ ଙ୍କୁ ପଠାଇ ଥିଲେ। ସେ ମିଶି କୁ ଦେଖି ଜାଣିଲା ଯେ ସୁରେନ୍ଦ୍ର ନାଥ ପ୍ରଧାନ ଙ୍କ ଝିଅ। ସୁରେନ୍ଦ୍ର ବାବୁ ଙ୍କ ର ବହୁତ୍ ଲୋଭ ଆଉ ଧନୀ, ଗରିବ, ପୁଅ, ଝିଅ ଭେଦ ଭାବ ବେଶୀ। ସେ ଚିହ୍ନନ୍ତି ରୋହିତ୍ ତା ବାପା ରାମ ପ୍ରସାଦ ଙ୍କୁ ସେ ଜଣେ ନାମି ଦାମୀ ବ୍ୟବସାୟୀ। ରୋହିତ୍ ର ପ୍ରସ୍ତାବରେ ରାଜି ହେଇ ଝିଅ ବାହା ଦେବା କଥା କଥା ଦିଅନ୍ତି। ଆଉ କିଛି ଦିନ ପରେ ବୁଝାସୁଝା କରି ବାହାଘର ଠିକ୍ କରି ବାହା କରିଦିଅନ୍ତି। କେବେ ମିଶି ନିଜ ମନକଥା କହି ପାରେନି ଆଉ ନିଜ ସ୍ଵପ୍ନ ଯେମିତି ଦଳି ଚକଟି ହେଇଯାଏ ବୋଲି ଭାବେ। ସେ ଯେମିତି ଗୃହ ବନ୍ଦୀ ନିଜକୁ ବୋଧ କରେ। ପକ୍ଷୀ ର ପିଞ୍ଜରା ଖୋଲିଦେଲେ ସେ ଉଡିଯାଇ ପାରେ ହେଲେ ମଣିଷ ଯେଉଁ ପଞ୍ଜୁରୀ ରେ ରହେ ସେ ମୁକ୍ତ ପରି ବୋଧ ହେଲେ ମଧ୍ଯ ନିଜକୁ ନିୟମ କାନୁନ୍ ରେ ବାନ୍ଧି ରଖି ଅନ୍ୟର ସମ୍ମାନ, ମାନ୍ ମର୍ଯ୍ୟାଦା ପାଇଁ ସେ ନିଜକୁ ବନ୍ଦୀ ସଜାଏ ବନ୍ଦୀ ପକ୍ଷୀ ଟିଏ ପରି।

 ଏମିତି କେତେ ଝିଅ ନିଜ ସ୍ଵପ୍ନ କୁ ନିଜ ପାଦରେ ଦଳି ଜୀବନ ଅତିବାହିତ କରୁଛନ୍ତି ଅନ୍ୟର ଖୁସି ପାଇଁ। କିନ୍ତୁ ନିଜେ ଖୁସି ରହିଲେ ଅନ୍ୟକୁ ଖୁସି କରାଇ ହେବ। ନିଜେ ନିଜକୁ ଭଲ ପାଇଲେ ଅନ୍ୟକୁ ଭଲ ପାଇବା ବାଣ୍ଟି ହେବ। ଯେପରି ପାଖରେ କିଛି ଥିଲେ ହିଁ ଅନ୍ୟକୁ ଦାନ କରିବା ସମ୍ଭବ। ଭଗବାନ୍ କହନ୍ତି ନିଜେ ନିଜକୁ ନଦେଖିଲେ ମୁଁ ତୁମକୁ ଉଦ୍ଧାର କିପରି କରିବି କାହିଁକି ନା ମୁଁ ବି ତୁମ ବ୍ରହ୍ମରେ ଅଛି ଆଉ ତୁମେ ଯେବେ ନିଜକୁ ଆୟତ କରୁଛ ମୁଁ ବି ସଙ୍କୁଚିତ ହୋଇ ଯାଉଚି। ତୁମେ ତୁମ ନିଜର ଶକ୍ତି ସାଜିଲେ ମୁଁ ତୁମର ମାର୍ଗଦର୍ଶକ ହେବି।



Rate this content
Log in

Similar oriya story from Fantasy